bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Daniel 8
Daniel 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 9 →
1
ଗୋଟିଏ ମେଷ ଓ ଛାଗ ବିଷୟରେ ଦାନିୟେଲଙ୍କ ଦର୍ଶନ ରାଜା ବେଲ୍ଶତ୍ସରଙ୍କ ରାଜତ୍ୱର ତୃତୀୟ ବର୍ଷରେ ମୁଁ ଆଉ ଏକ ଦର୍ଶନ ପାଇଲି।
2
ଯେତେବେଳେ ମୁଁ ଏଲମର ରାଜଧାନୀ ଶୂଶନରେ ଥିଲି, ଏବଂ ଉଲୟ ନଦୀ ନିକଟରେ ଛିଡ଼ା ହେଉଥିଲି। ମୁଁ ଏହି ଦର୍ଶନ ପାଇଲି।
3
ଆଉ ମୁଁ ଦେଖିଲି ଯେ, ନଦୀର ଗୋଟିଏ ପାର୍ଶ୍ୱରେ ଏକ ଅଣ୍ତିରା ମେଷ ଠିଆ ହୋଇଅଛି। ତାହାର ଗୋଟିଏ ଲମ୍ବା ଶିଙ୍ଗ ଓ ଗୋଟିଏ ଅନ୍ୟଠାରୁ ଅଧିକ ଲମ୍ବା। ଆଉ ଲମ୍ବା ଶିଙ୍ଗଟି ଅନ୍ୟ ଶିଙ୍ଗ ଅପେକ୍ଷା ପଛକୁ ଥିଲା।
4
ମୁଁ ଲକ୍ଷ୍ୟ କଲି ସେହି ମେଷ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପେଲି ମାଡ଼ି ଯାଉଛି। ଆଉ କୌଣସି ପଶୁ ତାହା ସମ୍ମୁଖରେ ଠିଆ ହୋଇପାରୁ ନ ଥିଲେ ଏବଂ ଆଉ କେହି ତା’ଠାରୁ ରକ୍ଷା ପାଇ ପାରିଲେ ନାହିଁ। ତେଣୁ ସେ ନିଜ ଇଚ୍ଛାନୁସାରେ କର୍ମ କରି ନିଜର ବଡ଼ିମା ପ୍ରକାଶ କରି ଶକ୍ତିଶାଳୀ ହେଲା।
5
ମୁଁ ସେ ଅଣ୍ତିରା ମେଷ ବିଷୟରେ ଚିନ୍ତା କରୁଥିବା ବେଳେ ଦେଖିଲି ଗୋଟିଏ ଛାଗ ପଶ୍ଚିମ ଦିଗରୁ ଆସୁଛି। ଆଉ ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ବଡ଼ ଶିଙ୍ଗ ଥିଲା ଓ ତାହା ଧ୍ୟାନାକର୍ଷଣୀୟ ଥିଲା। ସେ ଛାଗ ଏତେ ଦ୍ରୁତଗତିରେ ଦୌଡ଼ୁଥିଲା ଯେ ତା’ର ପାଦ ଭୂମିକୁ ସ୍ପର୍ଶ କରୁ ନ ଥିଲା।
6
ସେହି ଛାଗ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଉଲୟ ନଦୀ ନିକଟରେ ଛିଡ଼ା ହୋଇଥିବା ଦୁଇ ଶିଙ୍ଗ ବିଶିଷ୍ଟ ଅଣ୍ତିରା ମେଷ ଆଡ଼କୁ ଧାଇଁଲା।
7
ଏବଂ ମୁଁ ଦେଖିଲି ଯେ ସେହି ଛାଗ ପ୍ରଚଣ୍ତ କ୍ରୋଧରେ ସେହି ମେଷ ନିକଟକୁ ଆସିଲା ଓ ଉତ୍ତେଜିତ ହୋଇ ମେଷକୁ ଆଘାତ କଲା ଓ ତାହାର ଦୁଇ ଶିଙ୍ଗ ଭାଙ୍ଗି ପକାଇଲା। ତେଣୁ ଅଣ୍ତିରା ମେଷ, ସେହି ଛାଗର ସମ୍ମୁଖୀନ ହୋଇ ପାରିଲା ନାହିଁ। ତା’ର ଠିଆ ହେବାକୁ ଶକ୍ତି ପାଇଲା ନାହିଁ। ସେହି ଛାଗ ତାକୁ ଭୂମିଶାୟୀ କରି ପାଦରେ ଦଳିଲା, ଆଉ ସେହି ଛାଗଠାରୁ ମେଷକୁ ରକ୍ଷା କରିବାକୁ କେହି ନ ଥିଲେ।
8
ସେହି ଛାଗ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ନିଜର ପ୍ରତାପ ଦେଖାଉଥିଲା ବେଳେ ତା’ର ବୃହତ୍ ଶିଙ୍ଗ ଭାଙ୍ଗି ଗଲା ଓ ସେହି ସ୍ଥାନରେ ଗ୍ଭରି ଦିଗକୁ ଗ୍ଭରିଟି ବିଲକ୍ଷଣ ଶିଙ୍ଗ ଉତ୍ପନ୍ନ ହେଲା।
9
ତା’ପରେ ସେହି ଶିଙ୍ଗଗୁଡ଼ିକୁ ମଧ୍ୟରୁ କ୍ଷୁଦ୍ର ଶିଙ୍ଗଟି ଦକ୍ଷିଣ, ପୂର୍ବ ଓ ରମ୍ୟଦେଶ ଆଡ଼କୁ ବଢ଼ିଲା।
10
ସେହି ଛୋଟ ଶିଙ୍ଗଟି ଆକାଶ ପର୍ଯ୍ୟନ୍ତ ବଢ଼ିଲା। ଏହା ଆକାଶର କେତେକ ତାରାଙ୍କୁ ଭୂମିରେ ଖସାଇ ପକାଇଲା ଓ ସେମାନଙ୍କୁ ପାଦରେ ଦଳିଲା।
11
ଆଉ ସେହି ଶିଙ୍ଗଟି ଅତି ବଳିଷ୍ଠ ହୋଇ ପରମେଶ୍ୱରଙ୍କ ସ୍ୱର୍ଗୀୟ ସୈନ୍ୟମାନଙ୍କ ଦଳପତି ବିରୁଦ୍ଧରେ ଗଲା, ଏହା ତାଙ୍କଠାରୁ ଦୈନନ୍ଦିନ ହୋମାର୍ଥକ ବଳି ଛଡ଼େଇ ନେଲା ଓ ମନ୍ଦିରକୁ ଧ୍ୱଂସ କଲା।
12
ତା’ପରେ ନିତ୍ୟ ହୋମବଳି ବିରୁଦ୍ଧରେ ଦୋଷ କରିବାକୁ ଗୋଟିଏ ବାହୀନୀ ତାଙ୍କୁ ସମର୍ପିତ କଲେ। ଏହା ସତ୍ୟକୁ ତଳେ ପକାଇ ଦେଲା, ଯାହା ଇଚ୍ଛା ତାହା କଲା।
13
ତା’ପରେ ଏକ ପବିତ୍ର ସ୍ୱର୍ଗଦୂତ କହିବାର ମୁଁ ଶୁଣିଲି। ତା’ପରେ ଅନ୍ୟ ଏକ ସ୍ୱର୍ଗଦୂତ ଏହି ଦୂତକୁ ପଗ୍ଭରିଲେ, “କେତେଦିନ ପର୍ଯ୍ୟନ୍ତ ନିତ୍ୟ ହୋମବଳି ବିରୁଦ୍ଧରେ ଏହି ଦର୍ଶନ ରହିବ ଏବଂ କେତେକାଳ ପର୍ଯ୍ୟନ୍ତ ଏହି ଲୋମହର୍ଷକ ଦୋଷ ଗ୍ଭଲିବ ଯେ, ମନ୍ଦିର ଏହିପରି ଭାବରେ ପଦଦଳନ ହେବାକୁ ଅନୁମତି ହୋଇଛି?”
14
ଅନ୍ୟ ପବିତ୍ର ବ୍ୟକ୍ତି ଉତ୍ତର କଲେ, “ଏହା 2300 ଦିନ ପର୍ଯ୍ୟନ୍ତ ଗ୍ଭଲିବ। ତା’ପରେ ଧର୍ମଧାମ ପ୍ରତିଷ୍ଠିତ ହେବ।”
15
ଦାନିୟେଲଙ୍କ ଦର୍ଶନ ବ୍ୟାଖ୍ୟା କରାଗଲା ଅନନ୍ତର ମୁଁ, ଦାନିୟେଲ, ଏହି ଦର୍ଶନ ପାଇଲା ପରେ ତାହା ବୁଝିବା ପାଇଁ ଚେଷ୍ଠା କଲି। ଏବଂ ଜଣେ ମନୁଷ୍ୟ ପରି ଦେଖାଯାଉଥିବା ପ୍ରାଣୀ ମୋ’ ସମ୍ମୁଖରେ ଆବିର୍ଭାବ ହୋଲା।
16
ପୁଣି ଉଲୟ ନଦୀ ମଧ୍ୟରୁ ମୁଁ ଏକ ମନୁଷ୍ୟର ସ୍ୱର ଶୁଣିଲି। ସେ ଡାକି କହିଲା, “ହେ ଗାବ୍ରିଏଲ, ଏହି ମନୁଷ୍ୟକୁ ଦର୍ଶନର ତାତ୍ପର୍ଯ୍ୟ ବୁଝାଇ ଦିଅ।”
17
ମନୁଷ୍ୟାକୃତି ସ୍ୱର୍ଗଦୂତ ଗାବ୍ରିଏଲ ମୋ’ ନିକଟକୁ ଆସିଲେ। ମୁଁ ଭୟଭୀତ ହୋଇ ତାଙ୍କ ପାଦତଳେ ପଡ଼ିଗଲି। ମାତ୍ର ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ବୁଝ, ଏହି ଦର୍ଶନ ଶେଷକାଳ ବିଷୟକ ଅଟେ।”
18
ସେ ମୋତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡ଼ି ଗଭୀର ନିଦ୍ରାରେ ଶୋଇଗଲି, ମାତ୍ର ସେ ମୋତେ ସ୍ପର୍ଶ କରି ଠିଆ କରାଇଲେ।
19
ଗାବ୍ରିଏଲ କହିଲେ, “ମୁଁ ତୁମ୍ଭକୁ ଦର୍ଶନ ସମ୍ବନ୍ଧରେ ବୁଝାଇବି, ଭବିଷ୍ୟତରେ କ’ଣ ଘଟିବ ଓ ତୁମ୍ଭର ଏହି ଦର୍ଶନ ନିରୂପିତ ଶେଷକାଳର କଥା ବୋଲି ଜଣାଇବି।
20
“ତୁମ୍ଭେ ମେଷର ଯେଉଁ ଦୁଇ ଶିଙ୍ଗ ଦେଖିଲ ସେଥିରୁ ଜଣେ ମାଦୀୟ ଓ ଅନ୍ୟ ଜଣେ ପାରସିକ ରାଜା।
21
ଆଉ ସେ ଛାଗ ହେଉଛି ଯବନ ଦେଶର ରାଜା। ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ଥିବା ବୃହତ୍ ଶିଙ୍ଗଟି ପ୍ରଥମ ରାଜା।
22
ଆଉ ଯେଉଁ ଶିଙ୍ଗ ଭଗ୍ନ ହୋଇ ସେ ସ୍ଥାନରେ ଗ୍ଭରିଶିଙ୍ଗ ଉତ୍ପନ୍ନ ହେଲା, ଏଥିରୁ ସେହି ଦେଶୀୟମାନଙ୍କ ମଧ୍ୟରୁ ଗ୍ଭରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ସେଗୁଡ଼ିକ ପ୍ରଥମ ପରି ଶକ୍ତିଶାଳୀ ହେବେ ନାହିଁ।
23
“ଯେତେବେଳେ ସେହି ରାଜ୍ୟଗୁଡ଼ିକର ଶେଷ ସମୟ ଆସିବ ସେତେବେଳେ ଜଣେ ଅତି ସାହସୀ ଓ ନିଷ୍ଠୁର ରାଜା ଜନ୍ମ ହେବେ। ଆଉ ସେ ରାଜା ଅତି କୌଶଳୀ ହେବେ ମାତ୍ର ସେତେବେଳେ ବହୁ ପାପୀଷ୍ଠ ବ୍ୟକ୍ତି ଜନ୍ମ ନେଇଥିବେ।
24
ସେ ବଳରେ ଅତି ପରାକ୍ରମୀ ହେବ। ମାତ୍ର ତାହାର ନିଜ ବଳରେ ନୁହେଁ। ସେ ଭୟଙ୍କର ବିନାଶର କାରଣ ହେବ ଓ ଶକ୍ତିଶାଳୀ ହୋଇ ସ୍ୱେଚ୍ଛାଗ୍ଭରୀ ଭାବରେ କାର୍ଯ୍ୟ କରିବ। ଆଉ ସେ ପରାକ୍ରମୀ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ।
25
“ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ୟା ବଳରେ ସଫଳକାମୀ ହେବ। ସେ ନିଜ ଅନ୍ତଃକରଣରେ ନିଜକୁ ବଡ଼ ମନେ କରିବ ଓ ନିରାପଦ ସମୟରେ ଅନେକଙ୍କୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ। ମାତ୍ର ସେ ମଣିଷ ହସ୍ତରେ ବିନାଶ ହେବ ନାହିଁ।
26
“ସେ ସମୟରେ ଦର୍ଶନ ବିଷୟରେ ମୁଁ ଯାହା କହିଲି ସେସବୁ ସତ୍ୟ, ମାତ୍ର ତୁମ୍ଭେ ସେହି ଦର୍ଶନ ମୁଦ୍ରାଙ୍କିତ କର। କାରଣ ତାହା ଆଗାମୀ ବହୁ ଦିନ ପର୍ଯ୍ୟନ୍ତ ଘଟିବ ନାହିଁ।”
27
ମୁଁ, ଦାନିୟେଲ ଏହା ପରେ ବିଶେଷ କ୍ଳାନ୍ତ ହୋଇ ପଡ଼ିଲି। ସେହି ଦର୍ଶନ ପରେ ଅନେକ ଦିନ ପର୍ଯ୍ୟନ୍ତ ପୀଡ଼ିତ ହେଲି। ତା’ପରେ ମୁଁ ଉଠି ରାଜକାର୍ଯ୍ୟ କଲି। କିନ୍ତୁ ସେ ଦର୍ଶନରେ ବିବ୍ରତ ହୋଇ ପଡ଼ିଲି କାରଣ ସେ ଦର୍ଶନର ଅର୍ଥ କିଛି ବୁଝିଲି ନାହିଁ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 9 →
All chapters:
1
2
3
4
5
6
7
8
9
10
11
12