bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ecclesiastes 2
Ecclesiastes 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 3 →
1
“କୌତୁକ” କ’ଣ ଆନନ୍ଦ ଦେଇପାରେ? ମୁଁ ନିଜକୁ ନିଜେ କହିଲି, “ମୋତେ ଉପଭୋଗ ପାଇଁ ଚେଷ୍ଟା କରିବାକୁ ଦିଅ। ଆନନ୍ଦ ମୋତେ କ’ଣ ଦେଇ ପାରିବ, ମୋତେ ଦେଖିବାକୁ ଦିଅ।” କିନ୍ତୁ ମୁଁ ଯାହା ଶିକ୍ଷା କଲି ତାହା ଅର୍ଥହୀନ।
2
ସର୍ବଦା ହସିବା ମୂର୍ଖାମି ଅଟେ। ଖୁସୀ ରହି କ’ଣ ଲାଭ?
3
ଜଣେ ମୂର୍ଖ ପରି ମାତାଲ୍ ହେବା ପର୍ଯ୍ୟନ୍ତ ମୁଁ ସ୍ଥିର କଲି ଦ୍ରାକ୍ଷାରସ ପିଇବା ପାଇଁ ଚେଷ୍ଟା କରିବି। ଯଦିଓ ସବୁବେଳେ ମୋର ମନ ବୁଦ୍ଧିର ସହିତ ମୋତେ ପରିଗ୍ଭଳନା କରୁଛି। ମୁଁ ଦେଖିବା ପାଇଁ ଗ୍ଭହିଁଲି। ଏହା କରିବା କ’ଣ ପୃଥିବୀର ଲୋକମାନଙ୍କ ପାଇଁ ମୂଲ୍ୟହୀନ।
4
କଠିନ ପରିଶ୍ରମ କ’ଣ ସୁଖ ଦେଇପାରେ? ଏହା ପରେ ମୁଁ ଆପଣା ନିମନ୍ତେ ମହତ ମହତ କର୍ମମାନ କଲି। ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି।
5
ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି।
6
ମୁଁ ହରିତ୍ ବୃକ୍ଷର ବନରେ ଜଳ ସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି।
7
ମୁଁ ଦାସଦାସୀମାନଙ୍କୁ କ୍ରୟ କଲି ଓ ମୋର ଦାସଗଣ ଥିଲେ, ଯେଉଁମାନେ ମୋ’ ଘରେ ଜନ୍ମ ହୋଇଥିଲେ ଓ ଆହୁରି ମୋ’ ପୂର୍ବେ ଯିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋର ଗୋମେଷାଦି ପଲ ଅଧିକ ଥିଲା।
8
ମୁଁ ରୂପା ଓ ସୁନା ଏବଂ ନାନା ରାଜାର ଓ ନାନା ପ୍ରଦେଶର ବହୁତ ସମ୍ପତ୍ତି ସଂଗ୍ରହ କଲି, ମୁଁ ଗାୟକ ଓ ଗାୟିକା ଆଉ ମନୁଷ୍ୟ ତୁଷ୍ଟିକାରିଣୀ ଅନେକ ଉପପତ୍ନୀ ପାଇଲି।
9
ଏହିପରି ମୋ’ ପୂର୍ବେ ଯିରୁଶାଲମରେ ଯେଉଁମାନେ ଥିଲେ, ସେ ସମସ୍ତଙ୍କ ଅପେକ୍ଷା ଶକ୍ତିଶାଳୀ ଧନୀ ହେଲି। ମୋର ଜ୍ଞାନ ଏହିସବୁରେ ମୋତେ ସାହାଯ୍ୟ କଲା।
10
ମୋର ଆଖି ଯାହା ଦେଖିଲା, ମୁଁ ତାହାକୁ ସ୍ମରଣ କଲି। ମୁଁ ଆପଣା ହୃଦୟକୁ କୌଣସି ସୁଖ ଭୋଗରୁ ଅଭାବ କଲି ନାହିଁ। କାରଣ ମୋହର ସମସ୍ତ ପରିଶ୍ରମ ସକାଶୁଁ ମୋହର ହୃଦୟ ଆନନ୍ଦ କଲା। ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା।
11
ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।
12
ଏହାର ଉତ୍ତର ଜ୍ଞାନ ହୋଇପାରେ ରାଜା ଯାହା କରି ପାରିବ ଅନ୍ୟ କେହି ଏପରି କରି ପାରିବ ନାହିଁ। ତୁମ୍ଭେ ଯାହା କରିବା ପାଇଁ ଗ୍ଭହୁଁଛ ବହୁତ ରାଜା ତାହା କରି ସାରିଛନ୍ତି। ତା’ପରେ ମୁଁ ଆଉଥରେ ଜ୍ଞାନ, ପାଗଳାମି ଓ ଅଜ୍ଞାନତା ବିଷୟରେ ଭାବିବାକୁ ଲାଗିଲି।
13
ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସେହିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ।
14
ଜ୍ଞାନବାନ ବ୍ୟକ୍ତି ଆଲୋକରେ ଗମନ କରେ, ମାତ୍ର ମୂର୍ଖ ବ୍ୟକ୍ତି ଅନ୍ଧକାରରେ ଗମନ କରେ। କିନ୍ତୁ ମୁଁ ଦେଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶେଷରେ ଉଭୟ ମୃତ୍ୟୁବରଣ କରନ୍ତି।
15
ତେଣୁ ମୁଁ ଆପଣା ମନେ ମନେ କହିଲି,“ମୂର୍ଖ ପ୍ରତି ଯେପରି ଘଟେ, ମୋ’ ପ୍ରତି ହିଁ ସେହିପରି ଘଟିବ। ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି।” ତେଣୁ ମୁଁ ଭାବିଲି, “ଏହା ମଧ୍ୟ ଅସାର।”
16
ଯେପରି ମୂର୍ଖର, ସେହିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରଣ ଭବିଷ୍ୟତରେ, ସମସ୍ତେ ବିସ୍ମୃତ ହୋଇ ଯାଇଥିବେ। ଜଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆଯିବ?
17
ଜୀବନରେ କ’ଣ ବାସ୍ତବରେ ଖୁସୀ ଅଛି? ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ଯ୍ୟତଳେ ସମସ୍ତ ବିଷୟ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।
18
ସୂର୍ଯ୍ୟତଳେ ମୁଁ ଯହିଁରେ ପରିଶ୍ରାନ୍ତ ହେଲି, ମୋହର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମୋର ଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ଯିବାକୁ ହେବ।
19
କେହି ଜଣେ ସବୁକିଛି ନିୟନ୍ତ୍ରଣ କରିବ, ଯାହା ପାଇଁ ମୁଁ ପରିଶ୍ରମ କରିଛି। ଏଇ ଜୀବନରେ ମୁଁ ଜ୍ଞାନ ବଳରେ ସବୁକିଛି ପାଇଛି। ସେ ଲୋକ ଜ୍ଞାନୀ କିଅବା ମୂର୍ଖ ହେବ, ଏହା ମୁଁ ଜାଣେ ନାହିଁ। ଏହା ମଧ୍ୟ ଅସାର ଅଟେ।
20
ତେଣୁ ସୂର୍ଯ୍ୟ ତଳେ ମୁଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହେଲି, ସେ ସବୁ ବିଷୟରେ ଆପଣା ଅନ୍ତକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହେଲି।
21
କାରଣ ଜଣେ ବ୍ୟକ୍ତି ଜ୍ଞାନ, ବିଦ୍ୟା ଓ ଦକ୍ଷତା ସହିତ ପରିଶ୍ରମ କରେ, ତଥାପି ଯେଉଁ ବ୍ୟକ୍ତି ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ି ଯିବ। ଏ ମଧ୍ୟ ଅସାର ଏବଂ ପବନକୁ ଧରିବା ପରି।
22
ସୂର୍ଯ୍ୟ ତଳେ ଜଣେ ମନୁଷ୍ୟ ପରିଶ୍ରମ କରି ଓ ହୃଦୟକୁ ଦୁଃଖ ଦେଇ କ’ଣ ପାଏ?
23
କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର ଆୟାସ ମନସ୍ତାପ ଜନକ ଅଟେ। ରାତ୍ରିରେ ହିଁ ତା’ର ହୃଦୟ ବିଶ୍ରାମ ପାଏ ନାହିଁ। ଏହା ମଧ୍ୟ ଅସାର।
24
ଏପରି କେହି ଅଛି କି ଯିଏକି ମୋ’ଠାରୁ ସୁଖୀ ହେବା ପାଇଁ ଅଧିକ ଚେଷ୍ଟା କରିଛି। ଏବଂ ଏହା ଯାହା ମୁଁ ଶିକ୍ଷା କରିଛି, ଏହା ହେଉଛି ସବୁଠାରୁ ଭଲକଥା ଖାଇବା, ପିଇବା, ଏବଂ କରିଥିବା କାର୍ଯ୍ୟକୁ ଉପଭୋଗ କରିବା। ମୁଁ ଦେଖୁଛି ଯେ, ଏହା ପରମେଶ୍ୱରଙ୍କଠାରୁ ଆସେ।
26
ପରମେଶ୍ୱର ଯାହା ପ୍ରତି ତୁଷ୍ଟ ହୁଅନ୍ତି, ପରମେଶ୍ୱର ତାହାକୁ ଜ୍ଞାନ, ବିଦ୍ୟା ଓ ଆନନ୍ଦ ଦିଅନ୍ତି। ମାତ୍ର ପାପୀକୁ ପରମେଶ୍ୱର ସଂଗ୍ରହ କରିବାର ଓ ଗଚ୍ଛିତ କରିବାର ଦାୟିତ୍ୱ ଦିଅନ୍ତି, ଯେଉଁସବୁକୁ ସେ ପ୍ରସନ୍ନ ଥିବା ଲୋକମାନଙ୍କୁ ହିଁ ଦିଅନ୍ତି। ଏହା ହିଁ ଅସାର ଓ ଏହା ବାୟୁକୁ ଧରିବା ପରି।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 3 →
All chapters:
1
2
3
4
5
6
7
8
9
10
11
12