bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ecclesiastes 8
Ecclesiastes 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 9 →
1
ଜ୍ଞାନ ଓ କ୍ଷମତା ଜ୍ଞାନବାନ୍ କଥାକୁ ଯେପରି ବୁଝେ ଓ ବ୍ୟାଖ୍ୟା କରେ ତାଙ୍କ ପରି ଆଉ କେହି କରି ପାରିବେ ନାହିଁ। ତା’ର ଜ୍ଞାନ ତାହାକୁ ଖୁସୀ କରାଏ ଏବଂ ଏହା ଦୁଃଖିତ ମୁଖକୁ ଖୁସୀ କରାଏ।
2
ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ତୁମ୍ଭେ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍ଭେ ଏପରି କର କାରଣ ତୁମ୍ଭେ ପରମେଶ୍ୱରଙ୍କଠାରେ ତାହା କରିବାକୁ ପ୍ରତିଜ୍ଞା କରିଅଛ।
3
ଭୟ କର ନାହିଁ, ତାଙ୍କର ଉପସ୍ଥିତିରେ ବାହାରି ଯାଅ, ବିଳମ୍ବ କର ନାହିଁ ଯେତେବେଳେ ବାଣିଜ୍ୟ ମନ୍ଦ ଅଟେ। ମନେରଖ ରାଜା ଯାହା ଗ୍ଭହିଁବେ ତାଙ୍କ ଇଚ୍ଛାରେ କରିବେ।
4
ରାଜାଙ୍କର ଆଦେଶ ଦେବା ପାଇଁ କ୍ଷମତା ଅଛି। କ’ଣ କରିବାକୁ ହେବ, ତାଙ୍କୁ କେହି କହିପାରିବେ ନାହିଁ ।
5
ଯେଉଁ ବ୍ୟକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ’ଣ ଠିକ୍ ତା’ର ଉପାୟ ଜାଣେ।
6
ସମସ୍ତ ବିଷୟରେ ଉପଯୁକ୍ତ ସମୟ ଏବଂ ଠିକ୍ ରାସ୍ତା ଅଛି। କିନ୍ତୁ ଲୋକମାନେ ପ୍ରାୟ ଅନେକ କଷ୍ଟ ପାଆନ୍ତି।
7
ଏବଂ ସେ ଜାଣେ ନାହିଁ କ’ଣ ଘଟିବାକୁ ଯାଉଛି। କାରଣ କେହି କହି ପାରିବେ ନାହିଁ ଭବିଷ୍ୟତରେ କ’ଣ ହେବ।
8
କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ଯିବା ସମୟରେ ଅଟକାଇ ପାରିବ। କେହି ମୃତ୍ୟୁକୁ ଅଟକାଇ ପାରିବ ନାହିଁ। ଯୁଦ୍ଧ ସମୟରେ ଜଣେ ସୈନିକ ତା’ର ମନଇଚ୍ଛା କୌଣସି ସ୍ଥାନକୁ ଯାଇପାରିବ ନାହିଁ। ଠିକ୍ ସେହିପରି ଯଦି ଜଣେ ମନୁଷ୍ୟ କୁକର୍ମ କରେ, ସେହି କୁକର୍ମରୁ ସେ ରକ୍ଷା ପାଇବ ନାହିଁ।
9
ମୁଁ ଏହିସବୁ ଦେଖିଛି ଯାହା ସୂର୍ଯ୍ୟ ତଳେ କରାଯାଏ, ଏବଂ ମୁଁ ଏ ବିଷୟରେ ଗଭୀର ଭାବରେ ଚିନ୍ତା କରିଛି। କେବେ କେବେ ଏକ ମନୁଷ୍ୟର ଅନ୍ୟ ଉପରେ ତାହାର କ୍ଷତି କରିବା ନିମନ୍ତେ କ୍ଷମତା ଥାଏ।
10
ତା’ପରେ ମୁଁ ଦେଖିଲି ଦୁଷ୍ଟ ଲୋକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। ସେମାନଙ୍କୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ ଯେଉଁମାନେ ଏହା କଲେ ସହରରେ ପ୍ରଂଶସିତ ହୋଇଥିଲେ। ଏହା ମଧ୍ୟ ଅର୍ଥହୀନ।
11
ନ୍ୟାୟ ପୁରସ୍କାର ଓ ଦଣ୍ଡ ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସେମାନଙ୍କର ଦଣ୍ଡ ବିଳମ୍ବରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।
12
ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚୟ ସେମାନଙ୍କୁ ଜାଣେ ଯେଉଁମାନେ ପରମେଶ୍ୱରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତରେ ସେମାନେ ଉନ୍ନତି କରିବେ।
13
ମାତ୍ର ଦୁଷ୍ଟର ମଙ୍ଗଳ ହେବ ନାହିଁ। କିଅବା ସେ ଆପଣା ଛାୟା ସ୍ୱରୂପ ପରମାୟୁ ବୃଦ୍ଧି କରି ପାରିବ ନାହିଁ। କାରଣ ସେ ପରମେଶ୍ୱରଙ୍କୁ ଭୀତ କରେ ନାହିଁ।
14
ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ। କେବେ କେବେ ଧାର୍ମିକମାନଙ୍କୁ ଏପରି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ଦୁଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି। ସମୟ ସମୟରେ ଦୁଷ୍ଟ ଲୋକମାନଙ୍କୁ ଏମିତି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ନ୍ୟାୟଚିତ କାର୍ଯ୍ୟ କରିଛନ୍ତି। ତା’ପରେ ମୁଁ କହିଲି, ଏହା ଅସାର ଅଟେ।
15
ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପଭୋଗ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ଯ୍ୟତଳେ ମନୁଷ୍ୟ ପ୍ରତି ଆଉ କୌଣସି ଉତ୍ତମ ବିଷୟ ନାହିଁ। କାରଣ ସେମାନଙ୍କ ଜୀବନକାଳ ମଧ୍ୟରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସେମାନଙ୍କୁ ସାହାଯ୍ୟ କରେ।
16
ପରମେଶ୍ୱର କ’ଣ ସବୁ କରୁଛନ୍ତି ଆମେ ବୁଝିପାରିବା ନାହିଁ ଯେତେବେଳେ ମୁଁ ଜ୍ଞାନର ତତ୍ତ୍ୱ ଜାଣିବାକୁ ଓ ପୃଥିବୀରେ ଘଟୁଥିବା କାର୍ଯ୍ୟ ଦେଖିବାକୁ ମନୋଯୋଗ କଲି। ଏଇ ଦିନରେ ମୁଁ ନ ଶୋଇ ଦିନରାତି କାମ କଲି।
17
ସେତେବେଳେ ମୁଁ ପରମେଶ୍ୱରଙ୍କର ସକଳ କାର୍ଯ୍ୟ ବିଷୟ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ୟ ସୂର୍ଯ୍ୟ ତଳେ ଯାହା ଘଟେ ବୁଝିପାରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ଯ୍ୟ କଲେ ମଧ୍ୟ ସେ ତାହା ବୁଝିବାକୁ ସକ୍ଷମ ହେବ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କହେ, ପ୍ରକୃତରେ ସେ ବୁଝି ନ ଥାଏ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 9 →
All chapters:
1
2
3
4
5
6
7
8
9
10
11
12
Recommended Reading
Commentary
Ecclesiastes Commentaries
→
Devotional
Ecclesiastes Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→