bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ecclesiastes 4
Ecclesiastes 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 5 →
1
ମରିଯିବାଟା କ’ଣ ଭଲ? ପୁନ୍ନରାୟ ବହୁତ ଲୋକ ଅତ୍ୟାଗ୍ଭରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ କେହି ମଧ୍ୟ ନ ଥିଲେ। କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ୟ ମୁଁ ଦେଖିଲି। ସେମାନଙ୍କ ଦ୍ୱାରା ଆହତ ଲୋକମାନଙ୍କୁ କେହି ସାନ୍ତ୍ୱନା ଦେବାକୁ ନ ଥିଲେ।
2
ମୁଁ ନିଷ୍ପତ୍ତି ନେଲି, ଯେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ଲୋକମାନେ ଅଧିକ ଭାଗ୍ୟବାନ୍।
3
ଏବଂ ଯିଏ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇ ନାହିଁ, ସେ ଅନ୍ୟତର ସେମାନଙ୍କଠାରୁ ଭଲରେ ଅଛି, ଯେହେତୁ ସେ ସୂର୍ଯ୍ୟତଳେ ଯେଉଁ ସମସ୍ତ ଅମଙ୍ଗଳ ଘଟିଛି, ତାହା ଦେଖି ନାହିଁ।
4
କାହିଁକି କାର୍ଯ୍ୟ କଠିନ ଅଟେ? ଏହା ପରେ ମୁଁ ଭାବିଲି, “କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି?” ମୁଁ ଦେଖିଲି ଲୋକମାନେ ଜୀବନରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସେମାନେ କେବେ ଗ୍ଭହାନ୍ତି ନାହିଁ ଯେ, ଅନ୍ୟମାନେ ତା’ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ୟ ଅଟେ।
5
କିଛି ଲୋକ କହନ୍ତି, “ମୂର୍ଖମାନେ ହସ୍ତ ବାନ୍ଧି ବସନ୍ତି। ଯଦି ତୁମ୍ଭେ ପରିଶ୍ରମ ନ କର, ତେବେ ତୁମେ ଉପବାସରେ ମୃତ୍ୟୁ ଭୋଗ କରିବ।”
6
ସଂଘର୍ଷ କରି ଦୁଇ ହାତ ପୂର୍ଣ୍ଣକର। ପବନକୁ ଧରିବାକୁ ଚେଷ୍ଟା କରିବାଠାରୁ ମନର ଶାନ୍ତି, ସୁଖ ପାଇଁ ଗୋଟିଏ ହାତ ମୁଠି ଭଲ।
7
ଏହା ପରେ ମୁଁ ପୁନ୍ନରାୟ ସୂର୍ଯ୍ୟ ତଳେ ଅସାର ଦେଖିଲି।
8
ଯଦି କୌଣସି ଲୋକ ଏକାକି ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ, ତା’ର ପୁତ୍ର ଏବଂ ଭ୍ରାତା କେହି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା’ର ଚକ୍ଷୁ କିଅବା ତା’ର ଧନରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଗ୍ଭରେ ନାହିଁ ଯେ, “କାହିଁକି ମୁଁ ଏତେ କଠିନ କାର୍ଯ୍ୟ କରୁଛି? କାହିଁକି ମୁଁ ମୋର ଜୀବନକୁ ଉପଭୋଗ କରିବି ନାହିଁ?” ଏହା ମଧ୍ୟ ଅସାର ଓ ଅତ୍ୟନ୍ତ କ୍ଳେଶ ଜନକ।
9
ବନ୍ଧୁ ଓ ପରିବାର ଶକ୍ତି ଯୋଗାନ୍ତି ଏକ ଜଣରୁ ଦୁଇଜଣ ଭଲ। କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି।
10
ଯଦି ଜଣେ ବ୍ୟକ୍ତି ପଡ଼ିଯାଏ, ତେବେ ତା’ର ସାଙ୍ଗ ତାକୁ ଉଠାଇବାକୁ ସାହାଯ୍ୟ କରିବ। ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ, ତାକୁ ଉଠାଇବା ପାଇଁ ଅନ୍ୟ କେହି ସେଠାରେ ନ ଥାଏ।
11
ଆହୁରି ଦୁଇଜଣ ଏକତ୍ର ଶୟନ କଲେ ଉଷ୍ମ ହୁଅନ୍ତି ମାତ୍ର ଜଣେ କିରୂପେ ଉଷ୍ମ ହୋଇ ପାରିବ।
12
ଯେକେହି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତେବେ ଦୁଇଜଣ ତାହାର ପ୍ରତିବାଦ କରିବେ। ପୁଣି ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିଯାଏ ନାହିଁ।
13
ଲୋକ, ରାଜନୀତି ଏବଂ ଖ୍ୟାତି ଯେଉଁ ବୃଦ୍ଧ ଓ ନିର୍ବୋଧ ରାଜା ଆଉ କୌଣସି ପରାମର୍ଶ ଗ୍ରହଣ ନ କରିବାକୁ ଗ୍ଭହେଁ। ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ୍ ଯୁବା ଲୋକ ଭଲ।
14
କାରଣ ସେ ରାଜା ହେବା ପାଇଁ କାରାଗାରରୁ ବାହାର ହୋଇ ଆସିଲା। ଆହୁରି ସେ ତାହାର ରାଜ୍ୟରେ ଦରିଦ୍ର ହୋଇ ଜନ୍ମିଥିଲା।
15
ମୁଁ ଦେଖି ପାରୁଛି ଯେ, ପୃଥିବୀରେ ସୂର୍ଯ୍ୟତଳେ ଯେଉଁ ସମସ୍ତ ଲୋକମାନେ ବାସ କରୁଛନ୍ତି ଓ ଯାତାୟାତ କରୁଛନ୍ତି, ସେମାନେ ପରବର୍ତ୍ତୀ ଯୁବକକୁ ଅନୁସରଣ କଲେ, ଯିଏ କି ତା’ର ସାଙ୍ଗ, ତାଙ୍କର ସ୍ଥାନ ନେବେ।
16
ଅସଂଖ୍ୟ ଲୋକ ଉତ୍ତରାଧିକାରୀଙ୍କୁ ଅନୁସରଣ କରିବେ ଏବଂ ଯେଉଁ ଲୋକମାନେ ପରେ ଆସିବେ ସେମାନେ ସେହି ପ୍ରଥମ ଜ୍ଞାନୀ ଯୁବକକୁ ପ୍ରଶଂସା କରିବେ ନାହିଁ। ଏହା ମଧ୍ୟ ଅସାର ଓ ପବନର ପଶ୍ଚାତ୍ଗମନ କଲା ପରି।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 5 →
All chapters:
1
2
3
4
5
6
7
8
9
10
11
12