bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ecclesiastes 5
Ecclesiastes 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 6 →
1
ପ୍ରତିଜ୍ଞା କରିବା ସମୟରେ ସାବଧାନତା ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କୁ ଉପାସନା କରିବାକୁ ଯାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦେବା ଅପେକ୍ଷା ପରମେଶ୍ୱରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ୟ ନାହିଁ, ଯେତେବେଳେ ସେମାନେ ମନ୍ଦକର୍ମ କରନ୍ତି।
2
ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ୱରଙ୍କ ଆଗରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।
3
ବହୁତ ଦୁଃଖରୁ ଅନେକ ଦୁସ୍ୱପ୍ନ ଆସେ, ଏବଂ ଜଣେ ମୂର୍ଖ ବହୁତ କହେ।
4
ତୁମ୍ଭେ ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ। କାରଣ ମୂର୍ଖମାନଙ୍କଠାରେ ତାଙ୍କର ସନ୍ତୋଷ ନାହିଁ। ତୁମ୍ଭେ ଯାହା ପ୍ରତିଜ୍ଞା କର, ତାହା ପରିଶୋଧ କର।
5
ପ୍ରତିଜ୍ଞା କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭେ ପ୍ରତିଜ୍ଞା ନ କରିବା ଭଲ।
6
ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହେବାକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ। ପରମେଶ୍ୱର ତୁମ୍ଭ ଉପରେ କାହିଁକି କ୍ରୋଧ ହେବେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ।
7
ଅନେକ ଫାମ୍ପା ସ୍ୱପ୍ନ ଏବଂ ଅନେକ ବାଗ୍ଭଳତା ଯୋଗୁଁ ଏସବୁ ଘଟେ। ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ନିଶ୍ଚୟ ଭୟ କର।
8
ପ୍ରତ୍ୟେକ ଶାସନକର୍ତ୍ତାଙ୍କର ଏକ ଶାସକ ଥାଏ କେତେକ ଦେଶରେ ଯଦି ତୁମ୍ଭେମାନେ ଦେଖ ଯେ, ଲୋକମାନେ ଅତ୍ୟାଗ୍ଭର କଲେ ଓ ନ୍ୟାୟ ବିଗ୍ଭରକୁ ଅସ୍ୱୀକାର କଲେ, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ୟାଗ୍ଭର କରନ୍ତି, ସେମାନଙ୍କ ଉପରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।
9
ଏହିସବୁ ପଛରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ୱାରା ରାଜା ମଧ୍ୟ ସେବିତ ହୁଅନ୍ତି।
10
ସମ୍ପତ୍ତି ସୁଖ କିଣି ପାରିବ ନାହିଁ ସମ୍ପତ୍ତି ସୁଖ କିଣିପାରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କେବେ ତା’ର ନିକଟରେ ଥିବା ଟଙ୍କାରେ ସନ୍ତୁଷ୍ଟ ହେବ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସମ୍ପତ୍ତିର ଅଧିକାରୀ ହେଲେ ମଧ୍ୟ ସେ ସନ୍ତୁଷ୍ଟ ହେବ ନାହିଁ, ଏହା ମଧ୍ୟ ଅସାର ଅଟେ।
11
ଜଣେ ବ୍ୟକ୍ତିର ଯେତେ ଅଧିକ ସମ୍ପତ୍ତି ଅଛି, ତାହାର ସେତେ “ବନ୍ଧୁ” ତା’ର ସମ୍ପତ୍ତି ଖର୍ଚ୍ଚ କରିବାକୁ ସାହାଯ୍ୟ କରନ୍ତି। ତେଣୁ ସେହି ଧନୀ ବ୍ୟକ୍ତିଟି ପ୍ରକୃତରେ କିଛି ଲାଭ ପାଏ ନାହିଁ। କେବଳ ସେ ନିଜ ସମ୍ପତ୍ତିକୁ ଦେଖେ।
12
ଶ୍ରମଜିବୀ ଲୋକେ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ।
13
ମୁଁ ଏହା ଦେଖିଛି ଯେ ଏହା ଏକ ଅତ୍ୟନ୍ତ ଦୁଃଖର ବିଷୟ ଯାହା ଜୀବନରେ ଘଟିଛି। ମନୁଷ୍ୟମାନେ ସେମାନଙ୍କର ପାଇଁ ଅର୍ଥ ଜମା ରଖନ୍ତି।
14
ଦୁର୍ଘଟଣା ବଶତଃ ସେହିସବୁ ଧନ କ୍ଷୟ ପାଏ। ଯେତେବେଳେ ତା’ର ପୁତ୍ର ଜନ୍ମ ହୁଏ, ତାକୁ ଦେବା ପାଇଁ ତା’ର କିଛି ନ ଥାଏ।
15
ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସେପରି ଉଲଗ୍ନ ହୋଇ ଫେରିଯିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ନେଇଯାଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନେବ ନାହିଁ।
16
ତାହା ଅତ୍ୟନ୍ତ ଦୁଃଖ ଦାୟକ। ସେ ପୃଥିବୀରୁ ଫେରିବ ଠିକ୍ ଯେପରି ଆସିଥିଲା। “ଏବଂ ସେ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ ଚେଷ୍ଟା କରି କ’ଣ ପାଇଛି?”
17
ସେ ବିଷାଦରେ ତା’ର ଜୀବନ କଟାଇ ଦିଏ। ପୁଣି ସେ ଅତିଶୟ ବିରକ୍ତ ହୁଏ। ଆଉ ପିଡ଼ୀତ ଓ କ୍ରୋଧିତ ହୁଏ।
18
ଜୀବନର କର୍ମରୁ ଆନନ୍ଦ କର ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ୟକ୍ତି ଏହା କରି ପାରିବ। ଏହି ପୃଥିବୀରେ ତା’ର ଅଳ୍ପ ଜୀବନ କାଳ ମଧ୍ୟରେ ଜଣେ ବ୍ୟକ୍ତି ଯାହା କାର୍ଯ୍ୟ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ୱର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦେଇଛନ୍ତି ଏବଂ ତାହା ହିଁ ତା’ର ସବୁକିଛି।
19
ଆହୁରି ପରମେଶ୍ୱର କୌଣସି ବ୍ୟକ୍ତିକୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ। ଏହା ହିଁ ପରମେଶ୍ୱରଙ୍କର ଦାନ ଅଟେ।
20
ସତ୍ୟରେ, ଜଣେ ବ୍ୟକ୍ତି ତା’ର ଜୀବନ ବିଷୟରେ ବେଶୀ ଚିନ୍ତା କରେ ନାହିଁ, କାରଣ ପରମେଶ୍ୱର ତାକୁ ନିଜକୁ ଉପଭୋଗ କରିବାରେ ବ୍ୟସ୍ତ ରଖିଛନ୍ତି।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 6 →
All chapters:
1
2
3
4
5
6
7
8
9
10
11
12