bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ecclesiastes 7
Ecclesiastes 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 8 →
1
ଉପଦେଶକର ଗୁଚ୍ଛ ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଅଟେ। ବ୍ୟକ୍ତିର ଜନ୍ମଦିନ ଅପେକ୍ଷା ମୃତ୍ୟୁର ଦିନ ଯଥେଷ୍ଟ ଭଲ ଅଟେ।
2
ଭୋଜିକୁ ଯିବା ଅପେକ୍ଷା ଶବଦାହକୁ ଯିବା ଭଲ। କାରଣ ତାହା ସମୁଦାୟ ମନୁଷ୍ୟର ଶେଷଗତି ଅଟେ ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବା ଉଚିତ୍।
3
ସୁଖଠାରୁ ଦୁଃଖ ଭଲ କାରଣ ଏକ ଦୁଃଖ ଅନୁଭୂତି ମୂଲ୍ୟବାନ ଶିକ୍ଷା ଦିଏ।
4
ଜ୍ଞାନୀମାନଙ୍କ ହୃଦୟ ଚିତାଗ୍ନିରେ। ମାତ୍ର ମୂର୍ଖମାନଙ୍କ ହୃଦୟ ଭୋଜିରେ ଥାଏ।
5
ଜଣେ ମୂର୍ଖର ଗୀତ ଶୁଣିବାଠାରୁ ଜଣେ ଜ୍ଞାନୀ ଲୋକଙ୍କଠାରୁ ଭର୍ତ୍ସନା ଶୁଣିବା ଭଲ।
6
ହାଣ୍ଡିତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି ମୂର୍ଖର ହାସ୍ୟ ସେହିପରି, ଏହା ମଧ୍ୟ ଅର୍ଥହୀନ।
7
ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ, ଲାଞ୍ଚ ବିବେକ ନଷ୍ଟ କରେ।
8
ବିଷୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। ଗୋଟିଏ ଜରାଗ୍ରସ୍ତ ଆତ୍ମା ଏକ ଗର୍ବୀ ଆତ୍ମାଠାରୁ ଭଲ।
9
ଶୀଘ୍ର କ୍ରୋଧିତ ହୁଅ ନାହିଁ। କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ବାସ କରେ।
10
ପଗ୍ଭର ନାହିଁ, “କାହିଁକି ବର୍ତ୍ତମାନଠାରୁ ‘ଅତୀତ’ ଭଲ ଥିଲା?” ଯଦି ତୁମ୍ଭେ ଜ୍ଞାନୀ ହୋଇଥିବ ଏହା ପଗ୍ଭରିବ ନାହିଁ।
11
ଜ୍ଞାନ ଉତ୍ତମ ଅଟେ, ଯଦି ଏହା ବଂଶାନୁଗତ ଭାବରେ ଆସିଥାଏ, ଏହା ଜୀବନଧାରଣରେ ଲାଭ ଦେଇଥାଏ।
12
କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେହିପରି ଆଶ୍ରୟ ସ୍ୱରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସେମାନଙ୍କର ଜୀବନକୁ ଏହା ସୁରକ୍ଷା କରେ।
13
ପରମେଶ୍ୱରଙ୍କ କାର୍ଯ୍ୟକୁ ଅନୁଧ୍ୟାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କେହି ଠିକ୍ କରି ପାରିବ ନାହିଁ।
14
ଖୁସୀ ହୁଅ ଯେତେବେଳେ ତୁମ୍ଭ ପାଖରେ ସମ୍ପତ୍ତି ଅଛି, କିନ୍ତୁ ଯେତେବେଳେ ତୁମ୍ଭେ ଦୁଃଖ ଅନୁଧ୍ୟାନ କର ପରମେଶ୍ୱର ଆମ୍ଭକୁ ଭଲ ସହିତ ଖରାପ ସମୟ ଦେଇଛନ୍ତି। ଯାହା ଫଳରେ କୌଣସି ଲୋକ ଭବିଷ୍ୟତରେ କ’ଣ ଘଟିବ ତାହା ଜାଣି ପାରିବ।
15
ଲୋକମାନେ ପ୍ରକୃତରେ ଧାର୍ମିକ ହୋଇ ପାରିବେ ନାହିଁ ମୋର ଅର୍ଥହୀନ ଜୀବନ କାଳ ମଧ୍ୟରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତେବେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ୱେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା’ର ଦୁଷ୍ଟାମୀ ସତ୍ତ୍ୱେ ଦୀର୍ଘଜୀବୀ ହୁଏ।
16
ତୁମ୍ଭେମାନେ ନିଜକୁ ଅତି ଧାର୍ମିକ ବୋଲି ଦେଖାଅ ନାହିଁ। କିଅବା ଆପଣାକୁ ଅତି ଜ୍ଞାନୀ ବୋଲି ଦେଖାଇ ହୁଅ ନାହିଁ। କାହିଁକି ଏଥିରେ ତୁମ୍ଭେ ନିଜକୁ ବିନାଶ କରିବ?
17
ତୁମ୍ଭେ ଅତି ଦୁଷ୍ଟ କିଅବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୁରିବା ପୂର୍ବରୁ କାହିଁକି ମରିବ?
18
ହସ୍ତ କାଢ଼ି ନ ନେଇ ତାକୁ ଧରି ରଖିବାରେ ତୁମ୍ଭର ମଙ୍ଗଳ। କାରଣ ଯେ ପରମେଶ୍ୱରଙ୍କୁ ସମ୍ମାନ କରେ, ସେ ଉଭୟ କରେ।
19
ନଗରରେ ଥିବା ଦଶ ଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ୟକ୍ତିକୁ ଅଧିକ ଶକ୍ତି ଦିଏ।
20
ଯିଏ ପାପ ନ କରି କେବଳ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀରେ ନିଶ୍ଚୟ ନାହିଁ।
21
ଯାହା ତୁମ୍ଭଙ୍କୁ କୁହାଯାଇଛି, ସମସ୍ତ କଥାରେ ମନୋଯୋଗ ଦିଅ ନାହିଁ, ନ ହେଲେ ତୁମ୍ଭର ଦାସ ତୁମ୍ଭକୁ ଅଭିଶାପ ଦେବାର ତୁମ୍ଭେ ଶୁଣିବ।
22
କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେପରି ବାରମ୍ବାର ଅଭିଶାପ ଦେଇଅଛ।
23
ମୁଁ ଜ୍ଞାନଦ୍ୱାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, “ମୁଁ ଜ୍ଞାନୀ ହେବାକୁ ଗ୍ଭହେଁ। ମାତ୍ର ଜ୍ଞାନ ମୋର ଗନ୍ତବ୍ୟଠାରୁ ବହୁତ ଦୂରରେ ଅଛି।”
24
ସବୁକିଛି ଆମ୍ଭର ବୁଝାମଣାର ବାହାରେ, ଏସବୁ କିଏ ବୁଝିପାରିବ?
25
ମୋ’ ହୃଦୟରେ ମୁଁ ଜାଣିବାକୁ, ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚାତ୍ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଗ୍ଭହିଁଲି। ମୁଁ ମଧ୍ୟ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଗ୍ଭହିଁଲି।
26
ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ୟୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା’ର ହୃଦୟ ଏକ ଯନ୍ତାପରି। ତା’ର ହସ୍ତଦ୍ୱୟ ଶୃଙ୍ଖଳ ଅଟେ। ଯେକେହି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ୱାରା ଧରାଯିବ।
27
ଉପଦେଶକ କହିଲେ, “ଦେଖ, ଉତ୍ତର ପାଇବାକୁ ଗୋଟିଏ ସହିତ ଆଉ ଗୋଟିଏ ଯୋଗ କରି, ଏହା ମୁଁ ପାଇଲି।
28
ମୁଁ ବାରମ୍ବାର ଖୋଜିଲି ଏବଂ ମୁଁ ପାଇଲି ନାହିଁ। ହଜାରରେ ଗୋଟିଏ ପୁରୁଷ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ ସେମାନଙ୍କ ମଧ୍ୟରେ, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ।
29
“ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ୱର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସେମାନେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।”
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 8 →
All chapters:
1
2
3
4
5
6
7
8
9
10
11
12