bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezra 1
Ezra 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 2 →
1
କୋରସ୍ ବନ୍ଦୀମାନଙ୍କୁ ଫେରିବାରେ ସାହାଯ୍ୟ କରନ୍ତି। ପ୍ରଥମ ବର୍ଷରେ କୋରସ୍ ପାରସ୍ୟର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘୋଷଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘୋଷଣାନାମାକୁ ତାଙ୍କ ରାଜ୍ୟର ଗ୍ଭରିଆଡ଼େ ପଢ଼ି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ୱାରା କୁହାଯାଇଥିବା ସଦାପ୍ରଭୁଙ୍କର ବାକ୍ୟ ପୂରଣ କରିବାକୁ ଏହା ହୋଇଥିଲା। ସେହି ଘୋଷଣା ନାମାଟି ଏହିପରି ଥିଲା।
2
“ପାରସ୍ୟର ରାଜା କୋରସ୍ ଏହିପରି କହିଛନ୍ତି: ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ମୋତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମୋତେ ଯିହୁଦା ରାଜ୍ୟର ଯିରୁଶାଲମଠାରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି।
3
ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ଭିତରୁ ଯେକେହି ହୁଅନା, ତାର ପରମେଶ୍ୱର ତା’ ସହିତ ରୁହନ୍ତୁ। ଯିହୁଦାସ୍ଥିତ ଯିରୁଶାଲମ ପର୍ଯ୍ୟନ୍ତ ତାକୁ ଯିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ୱର ଯିଏ କି ଯିରୁଶାଲମରେ ଅଛନ୍ତି।
4
ଆଉ ଯେକୌଣସି ଲୋକ ଅନ୍ୟଠାରେ ବାସ କରୁଛନ୍ତି, ସେହି ସ୍ଥାନର ଲୋକମାନେ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସ୍ୱଇଚ୍ଛାରେ ଦତ୍ତ ନୈବେଦ୍ୟ ଛଡ଼ା ରୂପା, ସୁନା, ନାନାଦ୍ରବ୍ୟ ଓ ପଶୁ ଦିଅନ୍ତି।”
5
ଯିହୁଦା ଏବଂ ବିନ୍ୟାମୀନ ପରିବାରବର୍ଗର ମୁଖିଆମାନେ, ଯାଜକଗଣ ଓ ଲେବୀୟମାନେ ଯିରୁଶାଲମକୁ ଯିବା ପାଇଁ ପ୍ରସ୍ତୁତ ହେଲେ। ସେମାନେ ସେଠାକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗଲେ। ପରମେଶ୍ୱର ଯେଉଁମାନଙ୍କ ମନରେ ପ୍ରବୃତ୍ତ ଦେଇଥିଲେ, ସେମାନଙ୍କ ସହିତ ପ୍ରତ୍ୟେକ ଲୋକ ଯିବା ପାଇଁ ପ୍ରସ୍ତୁତ ହେଲେ।
6
ସେମାନଙ୍କର ପଡ଼ୋଶୀମାନେ ସେମାନଙ୍କୁ ରୂପା, ସୁନା, ପଶୁ ଏବଂ ଅନ୍ୟାନ୍ୟ ବହୁମୂଲ୍ୟ ଦ୍ରବ୍ୟ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ସହିତ ଦେଲେ।
7
ଆଉ ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରର ଯେ ସକଳ ପାତ୍ର ଯିରୁଶାଲମରୁ ଆଣି ଆପଣା ମିଥ୍ୟା ଦେବତାଗଣଙ୍କ ମନ୍ଦିରରେ ରଖିଥିଲା, କୋରସ୍ ରାଜା ତାହା ସବୁ ବାହାର କରି ଆଣିଲା।
8
ପାରସ୍ୟର ରାଜା କୋରସ୍ କୋଷାଧ୍ୟକ୍ଷ ମିତ୍ରଦାତକୁ ସେମାନଙ୍କୁ ଦେଲେ ଏବଂ ସେ ସେମାନଙ୍କୁ ଯିହୁଦାର ରାଜପୁତ୍ର ଶେଶବସରଙ୍କର ଉପସ୍ଥିତିରେ ଗଣିଲେ।
9
ମିତ୍ରଦାତର ସଦାପ୍ରଭୁଙ୍କର ମନ୍ଦିରରୁ ଯେଉଁସବୁ ବସ୍ତୁ ଆଣିଥିଲା, ସେହି ଦ୍ରବ୍ୟଗୁଡ଼ିକର ସଂଖ୍ୟା ଏହିପରି ଥିଲା: ସୁନାଥାଳୀ 30, ରୂପାଥାଳୀ 1000, ଛୁରୀ 29,
10
ସ୍ୱର୍ଣ୍ଣମୟ ପାନପତ୍ର 30, ରୌପ୍ୟମୟ ପାତ୍ର ମଧ୍ୟମ ପାନ ପାତ୍ର 410 ଏବଂ ଅନ୍ୟାନ୍ୟ ପାତ୍ର 1000।
11
ଏହି ସମସ୍ତ ମିଶି 5400 ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା। ବନ୍ଦୀଲୋକମାନଙ୍କୁ ବାବିଲରୁ ଯିରୁଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଥିଲା।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 2 →
All chapters:
1
2
3
4
5
6
7
8
9
10