Ezra 4

Odia Bible ERV 2004 (ପବିତ୍ର ବାଇବଲ)

← Chapter 3 Chapter 5 →
1ଶତ୍ରୁମାନେ ମନ୍ଦିରର ପୁନଃନିର୍ମାଣକୁ ବିରୋଧ କରୁଛନ୍ତି ବହୁତ ଲୋକ ସେହି ଅଞ୍ଚଳରେ ବାସ କରୁଥିଲେ ଯେଉଁମାନେ କି ଯିହୁଦା ଓ ବିନ୍ୟାମୀନମାନଙ୍କୁ ବିରୋଧ କରୁଥିଲେ। ସେମାନେ ଶୁଣିବାକୁ ପାଇଲେ ଯେ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି। ତେଣୁ ସେହି ଶତ୍ରୁମାନେ ସରୁବ୍ବାବିଲ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିଲେ ଏବଂ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍ଭେମାନେ ତୁମ୍ଭ ପରି ଅଟୁ। ଆମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁ। ଏବଂ ସେହି ସମୟରୁ ଅଶୂରୀୟ ରାଜା ଏସର-ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍ଭେମାନେ ତାଙ୍କୁ ବଳିଦାନ କରୁଅଛୁ।”
← Chapter 3 Chapter 5 →