bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezra 9
Ezra 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 10 →
1
ଅଣଯିହୁଦୀ ଲୋକମାନଙ୍କ ସହିତ ବିବାହ ଏହିସବୁ କର୍ମ ସମାପ୍ତ ହେଲା ପରେ, ଇସ୍ରାଏଲୀୟ ମୁଖ୍ୟମାନେ ଆମ୍ଭ ନିକଟକୁ ଆସିଲେ ଓ ସେମାନେ କହିଲେ, “ଏଜ୍ରା, ଇସ୍ରାଏଲର ଲୋକମାନେ, ଯାଜକମାନେ ଓ ଲେବୀୟମାନେ ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସେମାନଙ୍କର ଅର୍ଥାତ୍ କିଣାନୀୟ, ହିତ୍ତୀୟ, ପିରିଷୀୟ, ଯିବୂଷୀୟ, ଅମ୍ମୋନୀୟ, ମୋୟାବୀୟ, ମିସ୍ରୀୟ ଓ ଇମୋରୀୟମାନଙ୍କର ଘୃଣାଯୋଗ୍ୟ କର୍ମ ଅନୁସାରେ କରୁଅଛନ୍ତି।
2
ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସେମାନଙ୍କର କନ୍ୟାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ୟଦେଶରେ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି।”
3
ଯେତେବେଳେ ମୁଁ ଏହିକଥା ଶୁଣିଲି ମୁଁ ମୋର ବସ୍ତ୍ର ଓ ଗ୍ଭେଗା ଚିରି ନିଜ ମସ୍ତକ ଓ ଦାଢ଼ିର କେଶ କ୍ଷୌରକରି ଚିନ୍ତିତ ହୋଇ ବସିଲି।
4
ସେତେବେଳେ ନିର୍ବାସିତ ଲୋକମାନଙ୍କର ଅପରାଧ ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ବ୍ୟବସ୍ଥାରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ। ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ଓ ମୋ’ ଗ୍ଭରିପଟେ ସେମାନେ ଏକତ୍ରିତ ହେବା ପର୍ଯ୍ୟନ୍ତ ଆଘାତ ପାଇ ବସିଲି।
5
ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଉଠିଲି। ମୋ’ ଦେହରେ ଚିରାବସ୍ତ୍ର ଓ ଗ୍ଭେଗା ଥିଲା। ମୁଁ ମୋର ଆଣ୍ଠୁମାଡ଼ି ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି,
6
ହେ ମୋର ପରମେଶ୍ୱର, ମୁଁ ଲଜ୍ଜିତ ହୋଇଅଛି। ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ମୁହଁ ଦେଖାଇବାକୁ ଲଜ୍ଜିତ କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କର ମସ୍ତକର ଉପରକୁ ଉଠିଅଛି। ଆମ୍ଭମାନଙ୍କ ଦୋଷ ସ୍ୱର୍ଗସ୍ପର୍ଶୀ ହୋଇଅଛି।
7
ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟାବଧି ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ୟାୟ ଆମ୍ଭେମାନେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜଗଣ ହସ୍ତରେ, ଖଡ଼୍ଗରେ, ବନ୍ଦୀତ୍ୱରେ ଓ ଅପମାନିତ ହେବା ପାଇଁ ସମର୍ପିତ ହୋଇଅଛୁ।
8
“ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କ ମୁଖ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ନିର୍ବାସିତ ଅବସ୍ଥାରେ ଆମ୍ଭମାନଙ୍କୁ ନିଶ୍ଚିତ ଆଶ୍ୱାସନା ଦେବେ। ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଆପଣା ପବିତ୍ର ସ୍ଥାନରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦେବାକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପାଇଅଛୁ।
9
ହଁ, ଆମ୍ଭେମାନେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନ ଥିଲ। ତୁମ୍ଭେ ଆମ୍ଭ ପ୍ରତି ଦୟା କରିଥିଲ। ତୁମ୍ଭ ଯୋଗୁଁ ପାରସ୍ୟର ରାଜା ଆମ୍ଭ ପ୍ରତି ଦୟା ଦେଖାଇ ଥିଲେ। ତୁମ୍ଭର ମନ୍ଦିର ଧ୍ୱଂସ ହୋଇ ଯାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦେଲୁ। ପରମେଶ୍ୱର, ତୁମ୍ଭେ ଯିହୁଦା ଓ ଯିରୁଶାଲମରେ ପ୍ରାଚୀର ଦେବା ପାଇଁ ଆମ୍ଭର ସହାୟ ହେଲେ।
10
“ଏବେ ହେ ଆମ୍ଭର ପରମେଶ୍ୱର, ଏହା ପରେ ଆମ୍ଭମାନଙ୍କର କ’ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ!
11
ହେ ପରମେଶ୍ୱର, ତୁମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଆଜ୍ଞାକରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀୟମାନଙ୍କ ଅଶୌଚ ଦ୍ୱାରା ଅଶୁଚି ଦେଶ ହୋଇଅଛି। ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ପାପରେ ପରିପୂର୍ଣ୍ଣ କରିଅଛି।
12
ଏଣୁ ହେ ଇସ୍ରାଏଲର ଲୋକମାନେ ତୁମ୍ଭର ସନ୍ତାନମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ବିବାହ ଦିଅ ନାହିଁ। କିମ୍ବା ସେମାନଙ୍କ ଶାନ୍ତି ଓ ସୌଭାଗ୍ୟ ପାଇଁ କଦାପି ଚେଷ୍ଟା କର ନାହିଁ। ତହିଁରେ ତୁମ୍ଭେମାନେ ବଳବାନ ହେବ। ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସବୁଦିନ ପାଇଁ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ। ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞା ପରିତ୍ୟାଗ କରିଅଛୁ।’
13
“ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପ୍ରାପ୍ୟଠାରୁ କମ୍ ଦଣ୍ତ ଦେଇଛ। ଏବଂ ଯଦିଓ ଆମ୍ଭର ପାପ ଓ ଦୋଷ ଯୋଗୁଁ ଏସବୁ ଆମ ପାଖକୁ ଆସିଛି। ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ଜୀବିତ ରଖିଅଛ।
14
ଏହା ଦେଖି ସାରିବା ପରେ ଆମ୍ଭେମାନେ କ’ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣାଯୋଗ୍ୟ କର୍ମ ଅନ୍ୟ ଗୋଷ୍ଠୀୟମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶେଷ କରିବ ନାହିଁ।
15
“ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଧର୍ମମୟ ଅଟ, ଯେଉଁଥିପାଇଁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇଅଛୁ। ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ ଦୋଷୀ ହୋଇଅଛୁ। କାରଣ ସେଥିପାଇଁ କେହି ତୁମ୍ଭ ଛାମୁରେ ଠିଆ ହୋଇପାରେ ନାହିଁ।”
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 10 →
All chapters:
1
2
3
4
5
6
7
8
9
10