bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezra 10
Ezra 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
1
ଲୋକମାନେ ସେମାନଙ୍କର ପାପ ସ୍ୱୀକାର କଲେ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ୱୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ନତମସ୍ତକ ହୋଇ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇସ୍ରାଏଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଘେରି ରହିଥିଲେ। ସେହି ଇସ୍ରାଏଲୀୟମାନେ ମଧ୍ୟ ଅତିଶୟ କ୍ରନ୍ଦନ କରୁଥିଲେ।
2
ଏହା ପରେ ଏଲାମର ବଂଶଧରମାନଙ୍କ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନିୟ ଏଜ୍ରାଙ୍କୁ କହିଲା, “ଆମ୍ଭେ ଆମ୍ଭର ପରମେଶ୍ୱରଙ୍କୁ ବିଶ୍ୱାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀୟମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ୟ ଆମ୍ଭମାନଙ୍କର ଇସ୍ରାଏଲଙ୍କ ପ୍ରତି ଭରସା ଅଛି।
3
ଏବେ ଆମ୍ଭେମାନେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ କରାଯାଉ।
4
ହେ ଏଜ୍ରା, ଉଠ, କାରଣ ତୁମ୍ଭ ଉପରେ ଏହି କାର୍ଯ୍ୟର ଭାର ଅଛି, ତେଣୁ ଆମ୍ଭେମାନେ ତୁମ୍ଭକୁ ସାହାଯ୍ୟ କରିବୁ। ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।”
5
ତେଣୁ ଏଜ୍ରା ଉଠିଲେ। ସେହି ବାକ୍ୟ ଅନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ପ୍ରତିଜ୍ଞା କରାଇଲେ।
6
ଏହା ପରେ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହା ପରେ ଇଲିୟାଶୀବର ପୁତ୍ର ଯିହୋହାନନର କୋଠରୀକୁ ଗଲେ। ଏଜ୍ରା ସେଠାରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନ ଥିଲେ, କି ଜଳପାନ କରି ନ ଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇସ୍ରାଏଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ଯିରୁଶାଲମକୁ ଫେରି ଆସିଥିଲେ।
7
ଏହା ପରେ ସେ ଯିହୁଦା ଓ ଯିରୁଶାଲମର ପ୍ରତ୍ୟେକ ପ୍ରାନ୍ତରକୁ ଖବର ପଠାଇଲେ। ଏବଂ ସେ ସେହି ଲୋକମାନଙ୍କୁ, ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ, ସେମାନଙ୍କ ନିକଟରେ ଘୋଷଣା କରି କହିଲେ, ସେମାନେ ଯିରୁଶାଲମରେ ଏକତ୍ରିତ ହେବେ।
8
ଯଦି କୌଣସି ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମକୁ ନ ଆସିବ, ତେବେ ତାର ସମସ୍ତ ସମ୍ପତ୍ତି ହରଣ କରାଯିବ। ଏହି ନିଷ୍ପତ୍ତି ଅଧିପତିମାନେ ଓ ପ୍ରାଚୀନବର୍ଗମାନେ ନେଇଥିଲେ ଓ ସେମାନଙ୍କୁ ମଧ୍ୟ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ।
9
ତେଣୁ ଯିହୁଦା ଓ ବିନ୍ୟାମିନର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମରେ ଏକତ୍ରିତ ହେଲେ। ସେହି ଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ।
10
ଏହା ପରେ ଯାଜକ ଏଜ୍ରା ଠିଆ ହୋଇ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଅବିଶ୍ୱସ୍ତ ହୋଇଅଛ ଓ ଇସ୍ରାଏଲର ଦୋଷ ବଢ଼ାଇଅଛ, କାରଣ ତୁମ୍ଭେମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ।
11
ଏଣୁ ତୁମ୍ଭେ ତୁମ୍ଭର ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ଯ୍ୟ କର। ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”
12
ଏହା ପରେ ସମଗ୍ର ସମାଜ ଏକତ୍ରିତ ହୋଇ ଏଜ୍ରାଙ୍କୁ ଉତ୍ତର ଦେଇ କହିଲେ, “ହେ ଏଜ୍ରା, ତୁମ୍ଭେ ଠିକ୍ କହିଛ। ତୁମ୍ଭେ ଆମ୍ଭକୁ ଯାହା କହିଲ ଆମ୍ଭେ ଠିକ୍ ସେହିପରି କରିବୁ।
13
କିନ୍ତୁ ଏଠାରେ ବହୁତ ଲୋକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍ଭେମାନେ ବାହାରେ ଠିଆ ହେବା ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ଯ୍ୟ ନୁହେଁ, ଯେହେତୁ ଏହି ବିଷୟରେ ଆମ୍ଭେମାନେ ମହା ଅପରାଧ କରିଅଛୁ।
14
ଏଣୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହୁଅନ୍ତୁ। ଯେଉଁ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, ସେମାନେ ସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଗ୍ଭରକର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରମେଶ୍ୱରଙ୍କର କ୍ରୋଧ ଯେପର୍ଯ୍ୟନ୍ତ ଅତିକ୍ରମ ନ ହୋଇଛି ଏହି କାରଣ ଯୋଗୁଁ ଏହି ବିଷୟ ଗ୍ରହଣୀୟ ହେବ ନାହିଁ।”
15
ଏହି କଥା ବିରୁଦ୍ଧରେ କେବଳ ଆସାହେଲର ପୁତ୍ର ଯୋନାଥନ ଓ ତିକ୍ବର ପୁତ୍ର ଯହସିୟ ଉଠିଲେ। ଆଉ ମସୁଲମ୍ ଓ ଲେବୀୟ ଶବ୍ଦଥୟ ସେମାନଙ୍କର ସାହାଯ୍ୟ କଲେ।
16
ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି ଯାଜକ ଏଜ୍ରା ସେଇ ଲୋକମାନଙ୍କୁ ବାଛିଲେ, ଯେଉଁମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ବଛାଗଲେ। ଆଉ ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ।
17
ପୁଣି ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ ବିବାହକାରୀ ପୁରୁଷ ସମସ୍ତଙ୍କର ବିଗ୍ଭର ସମାପ୍ତ କଲେ।
18
ବିଦେଶିନୀ ସ୍ତ୍ରୀମାନଙ୍କୁ ବିବାହ କରିଥିବା ଲୋକମାନଙ୍କର ତାଲିକା ଯାଜକମାନଙ୍କ ବଂଶଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ହେଲେ ଯଥା: ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଷର, ଯାରିବ ଓ ଗଦଲିୟ।
19
ଏମାନେ ଆପଣା ଆପଣା ସ୍ତ୍ରୀମାନଙ୍କୁ ଦୂର କରି ଦେବେ ବୋଲି କଥା ଦେଲେ। ଆଉ ଦୋଷୀ ହେବାରୁ ସେମାନେ ନିଜ ନିଜର ଦୋଷ ସକାଶେ ପଲରୁ ଏକ ଏକ ମେଷ ଦୋଷାର୍ଥକବଳି ରୂପେ ଉତ୍ସର୍ଗ କଲେ।
20
ଆଉ ଇମ୍ମେରର ବଂଶଧରମାନଙ୍କ ମଧ୍ୟରୁ ହନାନି ଓ ସବଦିୟ।
21
ହାରିମର ବଂଶଧରମାନଙ୍କ ମଧ୍ୟରୁ ମାସେୟ ଓ ଏଲିୟ ଓ ଶମୟିୟ, ଯିହୀୟେଲ ଓ ଉଷିୟ।
22
ପଶହୂରର ସନ୍ତାନମାନଙ୍କର ମଧ୍ୟରୁ ଇଲୟୋ-ଐନୟ, ମାସେୟ, ଇଶ୍ମାୟେଲ, ନଥନେଲ, ଯୋଷାବଦ୍ ଓ ଇଲିୟାସା,
23
ଆଉ ଲେବୀୟମାନଙ୍କ ମଧ୍ୟରୁ ଯୋଷାବଦ୍, ଶିମିୟି ଓ କଲାୟ, ଏହାକୁ କଲିଟ୍ କହନ୍ତି, ପଥାହିୟ, ଯିହୁଦା ଓ ଇଲୀୟେଷର,
24
ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ୍, ଦ୍ୱାରପାଳକମାନଙ୍କ ମଧ୍ୟରୁ ଶଲ୍ଲୁମ୍ ଓ ଟେଲମ୍ ଓ ଊରି।
25
ଇସ୍ରାଏଲ ମଧ୍ୟରେ ପରିୟୋଶର ବଂଶଧରମାନଙ୍କ ମଧ୍ୟରୁ ରମିୟ ଓ ଯିଷିୟ, ମଲ୍କିୟ, ମିୟାମୀନ୍, ଇଲିୟାସର, ମଲ୍କିୟ ଓ ବନାୟ।
26
ଏଲମର ବଂଶଧରଗଣ ମଧ୍ୟରୁ ମତ୍ତନିୟ, ଯିଖରିୟ, ଯିହୀୟେଲ, ଅବ୍ଦି, ଯିରେମୋତ୍ ଓ ଏଲିୟ।
27
ସତ୍ତୁର ବଂଶଧରଗଣ ମଧ୍ୟରୁ ଇଲିୟୋ-ଐନୟ, ଇଲୀୟାଶୀବ୍, ମତ୍ତନିୟ, ଯିରେମୋତ୍, ଯାବତ୍ ଓ ଅସୀସା।
28
ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍, ହନାନିୟ, ସଜୟ ଓ ଅତ୍ତଲୟ।
29
ଆଉ ବାନିର ବଂଶଧରଗଣ ମଧ୍ୟରୁ ମଶୁଲ୍ଲମ୍, ମଲ୍ଲକ, ଅଦାୟା, ଯାଶୂବ୍, ଶାଲ ଓ ଯିରେମୋତ୍।
30
ଆଉ ପହତ୍ ମୋୟାବର ବଂଶଧରଗଣ ମଧ୍ୟରୁ ଅଦନ, କଲାଲ୍, ବନାୟ, ମାସେୟ, ମତ୍ତିନିୟ, ବତ୍ସଲେଲ, ବନ୍ନୁୟୀ ଓ ମନଃଶି।
31
ହାରିମର ବଂଶଧରଗଣ ମଧ୍ୟରୁ ଇଲୀୟେଷର, ଯିଶିୟ, ମଲ୍ଲିୟ, ଶମୟିୟ, ଶିମିୟୋନ,
32
ବିନ୍ୟାମୀନ, ମଲ୍ଲୂକ ଓ ଶମରିୟ।
33
ହଶୂମର ବଂଶଧରଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍, ଇଲିଫେଲଟ୍, ଯିରେମୟ, ମନଃଶି ଓ ଶିମିୟି।
34
ବାନିର ବଂଶଧରଗଣ ମଧ୍ୟରୁ ମାଦୟ, ଅମ୍ରାମ ଓ ଉୟେଲ,
35
ବନାୟ, ବେଦିୟା, କଲୂହ,
36
ବନିୟା, ମରେମୋତ୍, ଇଲୀୟାଶୀବ୍,
37
ମତ୍ତନିୟ, ମତ୍ତନୟ ଓ ଯାଶୟ।
38
ଏବଂ ବିନ୍ନୁୟି, ଶିମିୟିର ଭବିଷ୍ୟଦ୍ ବଂଶଧର ମଧ୍ୟରୁ
39
ଶେଲିମିୟ, ନାଥନ୍ ଓ ଅଦାୟା,
40
ମଗ୍ନଦହବୟ, ଶାଶୟ, ଶାରୟ,
41
ଅସରେଲ, ଶେଲିମିୟ, ଶମରିୟ,
42
ଶଲ୍ଲୁମ୍, ଅମରିୟ ଓ ଯୋଷେଫ।
43
ନବୋର ବଂଶଧରଗଣ ମଧ୍ୟରୁ ଯିୟୟେଲ, ମତ୍ତଥିୟ, ସାବଦ୍, ସବୀନଃ, ଇଦ୍ଦୋ, ଯୋୟେଲ ଓ ବନାୟ।
44
ଏସମସ୍ତ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଆଉ ସେମାନେ ସେମାନଙ୍କର ବିଦେଶୀନି ସ୍ତ୍ରୀମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ପଠେଇ ଦେଲେ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
All chapters:
1
2
3
4
5
6
7
8
9
10