bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Isaiah 1
Isaiah 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 2 →
1
ଆମୋସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦେଖାଇଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିୟଙ୍କ ରାଜତ୍ୱ କାଳରେ ଯିହୁଦାରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।
2
ପରମେଶ୍ୱରଙ୍କର ତାଙ୍କ ସନ୍ତାନଗଣଙ୍କ ବିରୁଦ୍ଧରେ ଅଭିଯୋଗ ହେ ସ୍ୱର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ! ସଦାପ୍ରଭୁ କହିଛନ୍ତି, “ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।
3
ଗାଈ ତା’ର ମୁନିବକୁ ଜାଣେ, ଗଧ ନିଜର ମୁନିବର ସଂଗ୍ଭଳକଙ୍କୁ ଜାଣେ, ମାତ୍ର ଇସ୍ରାଏଲ ଲୋକମାନେ ମୋତେ ଚିହ୍ନି ପାରିଲେ ନାହିଁ। ମୋର ଲୋକମାନେ ମୋତେ ବୁଝୁ ନାହାନ୍ତି।”
4
ଇସ୍ରାଏଲ ଗୋଷ୍ଠୀ ପାପରେ ପରିପୂର୍ଣ୍ଣ। ସେମାନେ ଅଧର୍ମ ଓ ପାପରେ ଭାରାକ୍ରାନ୍ତ। ସେମାନେ ଏକ ଭ୍ରଷ୍ଟାଗ୍ଭରୀ ବଂଶ ଦୁଷ୍କର୍ମକାରୀ ସନ୍ତାନଗଣ। ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଛନ୍ତି। ସେମାନେ ଇସ୍ରାଏଲର ପବିତ୍ର ପୁରୁଷଙ୍କୁ ଅବଜ୍ଞା କରିଛନ୍ତି। ସେମାନେ ତାଙ୍କୁ ଜଣେ ଅଜଣାବ୍ୟକ୍ତି ପରି ବ୍ୟବହାର କରିଛନ୍ତି ଓ ଛାଡ଼ି ଗ୍ଭଲିଯାଇଛନ୍ତି।
5
ପରମେଶ୍ୱର କୁହନ୍ତି, “ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଗ୍ଭଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦେଲୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭେମାନେ ମୋ’ ବିରୁଦ୍ଧରେ ବିଦ୍ରୋହ କରି ଗ୍ଭଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦୟ ପୀଡ଼ିତ।
6
ତୁମ୍ଭମାନଙ୍କର ଆପାଦମସ୍ତକ କ୍ଷତ ବିକ୍ଷତ ଓ ପୂଜ ଘା’ରେ ପରିପୂର୍ଣ୍ଣ। ତୁମ୍ଭେମାନେ ସେ କ୍ଷତର ଯତ୍ନ ନେଲ ନାହିଁ। ତୁମ୍ଭମାନଙ୍କର ସେହି କ୍ଷତଗୁଡ଼ିକ ପରିଷ୍କୃତ ହୋଇ ନାହିଁ କିମ୍ବା ଆବୃତ ହୋଇ ନାହିଁ।
7
“ତୁମ୍ଭମାନଙ୍କର ଦେଶ ଧ୍ୱଂସ ପ୍ରାପ୍ତ। ତୁମ୍ଭମାନଙ୍କର ନଗରଗୁଡ଼ିକ ଅଗ୍ନିରେ ଭସ୍ମିଭୂତ ହୋଇଅଛି। ତୁମ୍ଭମାନଙ୍କର ଦେଶ ଶତ୍ରୁମାନଙ୍କ ଦ୍ୱାରା ଅଧିକୃତ। ସୈନ୍ୟବାହିନୀ ଦ୍ୱାରା ଦେଶ ଧ୍ୱଂସ ହେଲାପରି ତୁମ୍ଭର ଦେଶ ଧ୍ୱଂସ ହୋଇଯାଇଛି।
8
Warnings for Jerusalem ସିୟୋନର କନ୍ୟା ପରିତ୍ୟକ୍ତ ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ କୁଡ଼ିଆ ସଦୃଶ ଦେଖାଯାଉଛି। ଏକ ପରିତ୍ୟକ୍ତ କାକୁଡ଼ିକ୍ଷେତ୍ର ସଦୃଶ। ଆଉ ଏହା ଶତ୍ରୁମାନଙ୍କ ଦ୍ୱାରା ଅବରୋଧିତ ନଗର ସଦୃଶ ହୋଇଅଛି।’
9
ଏହା ସତ୍ୟ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା’ ନ ହୋଇଥିଲେ ଆମ୍ଭେମାନେ ସଦୋମ ଓ ହମୋରାର ପରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଥା’ନ୍ତୁ।
10
ହେ ସଦୋମର ପ୍ରାଚୀନଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ହେ ହମୋରାର ଲୋକମାନେ, ପରମେଶ୍ୱରଙ୍କ ଶିକ୍ଷାସମୂହ ପ୍ରତି ଧ୍ୟାନ ଦିଅ।
11
ପରମେଶ୍ୱର କୁହନ୍ତି, “ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ? ମୁଁ ମେଷର ଓ ହୃଷ୍ଟପୁଷ୍ଟ ଗୋରୁଗାଈର ମେଦର ହୋମବଳି ପ୍ରତି ବିତୃଷ୍ଣା ହୋଇ ଯାଇଛି। ମୁଁ ଆଉ ଷଣ୍ଢ, ମେଷ ଓ ଛାଗମାନଙ୍କର ରକ୍ତ ଗ୍ଭହେଁ ନାହିଁ।
12
“ଯେତେବେଳେ ତୁମ୍ଭେମାନେ ମୋତେ ସାକ୍ଷାତ କରିବାକୁ ଆସିଛ ତୁମ୍ଭେମାନେ ମୋର ପ୍ରାଙ୍ଗଣରେ ସମସ୍ତ ଜିନିଷକୁ ପଦଦଳିତ କରିଛ। କିଏ ତୁମ୍ଭମାନଙ୍କୁ ଏହା କରିବାକୁ କହିଥିଲା?
13
“ତୁମ୍ଭେମାନେ ମୋତେ ଆଉ ଏହି ଅର୍ଥହୀନ ବଳିଦାନ ଉତ୍ସର୍ଗ ଆଣ ନାହିଁ। ତୁମ୍ଭର ଧୂପକୁ ମୁଁ ଘୃଣା କରେ। ତୁମ୍ଭର ଅମାବାସ୍ୟା, ସ୍ୱତନ୍ତ୍ର ପର୍ବ ଓ ବିଶ୍ରାମ ଦିନ ଉତ୍ସବକୁ ମୁଁ ସହି ପାରୁ ନାହିଁ। ତୁମ୍ଭେମାନେ ପବିତ୍ର ମହାସଭାରେ ଯେଉଁ ଅଧର୍ମ କରିଛ ମୁଁ ତାହା ସହିପାରୁ ନାହିଁ।
14
ଆମ୍ଭର ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବମାନଙ୍କୁ ଘୃଣା କରେ। ସେହିସବୁ ଭାର ଆମ୍ଭ ପ୍ରତି କ୍ଳେଶଦାୟକ ଓ ଆମ୍ଭେ ସେ ଭାର ବହନ କରିବାକୁ କ୍ଳାନ୍ତ ହୋଇଅଛୁ।
15
“ତୁମ୍ଭେମାନେ ସବୁ ହସ୍ତ ପ୍ରସାରଣ କରି ମୋତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହୋଇ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭେମାନେ ସବୁ ଅନେକ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ପରିପୂର୍ଣ୍ଣ।
16
“ତୁମ୍ଭେମାନେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦକାର୍ଯ୍ୟରୁ ନିବୃତ୍ତ ହୁଅ। ମୁଁ ତୁମ୍ଭମାନଙ୍କର ସେହି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।
17
ସୁକର୍ମ କରିବାକୁ ଶିକ୍ଷା କର। ଅନ୍ୟମାନଙ୍କ ପ୍ରତି ନ୍ୟାୟ ଆଚରଣ କର। ଅନ୍ୟକୁ ଆଘାତ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଅ। ପିତୃମାତୃହୀନ ସନ୍ତାନମାନଙ୍କୁ ସାହାଯ୍ୟ କର। ବିଧବାମାନଙ୍କୁ ସାହାଯ୍ୟ କର।”
18
ସଦାପ୍ରଭୁ ପୁଣି କୁହନ୍ତି, “ଆସ, ମୋ’ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁରବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହେବ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ୱଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମେଷଲୋମ ସଦୃଶ ଶୁଭ୍ର ହେବ।
19
“ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ଦେବ ଓ ମୋର ଆଜ୍ଞାବହ ହେବ ତେବେ ତୁମ୍ଭେମାନେ ଦେଶରେ ଉତ୍ତମ ଫଳ ଭୋଗ କରିବ।
20
ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ନ ଦିଅ ଏବଂ ମୋର ବିରୁଦ୍ଧାଚରଣ କର, ତେବେ ତୁମ୍ଭର ଶତ୍ରୁ ତୁମ୍ଭକୁ ଧ୍ୱଂସ କରିବେ।” ସଦାପ୍ରଭୁ ନିଜେ ଏହିସବୁ କହିଛନ୍ତି।
21
ଯିରୁଶାଲମ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନୁହେଁ ପରମେଶ୍ୱର କୁହନ୍ତି, “ଯିରୁଶାଲମ ଏକ ନଗର ଯାହା ମୋ’ ପ୍ରତି ବିଶ୍ୱସ୍ତ ଥିଲା। କିଏ ଏହାକୁ ଏକ ବ୍ୟଭିଗ୍ଭରିଣୀରେ ପରିଣତ କଲା? ଯିରୁଶାଲମ ନ୍ୟାୟ ପୂର୍ଣ୍ଣ ହେବା ଉଚିତ୍। ଯିରୁଶାଲମର ଲୋକମାନେ ଯାହା ଠିକ୍ ତାହା କରିବା ଉଚିତ୍। ବର୍ତ୍ତମାନ ଏହା ତଣ୍ଟିକଟା ଓ ହତ୍ୟାକାରୀମାନଙ୍କର ବାସସ୍ଥାନରେ ପରିଣତ ହୋଇଛି।
22
“ଉତ୍ତମଗୁଣ ରୂପା ସଦୃଶ। ମାତ୍ର ତୁମ୍ଭର ରୂପା ଖାଦ ପାଲଟିଛି। ତୁମ୍ଭର ଦ୍ରାକ୍ଷାରସ ଜଳମିଶ୍ରିତ ହୋଇଅଛି। ଉତ୍ତମଗୁଣ ଦୁର୍ବଳ ହୋଇଛି।
23
ତୁମ୍ଭର ଶାସକଗଣ ବିଦ୍ରୋହୀ ହୋଇଛନ୍ତି ଓ ଗ୍ଭେରମାନଙ୍କର ବନ୍ଧୁ ହୋଇଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ୟାୟ କାର୍ଯ୍ୟ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସେହି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସେହି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସେମାନଙ୍କର ଦରକାର ବେଳେ ସାହାଯ୍ୟ କରନ୍ତି ନାହିଁ।’
24
ଏହିସବୁ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲ ବଳଦାତା କୁହନ୍ତି, “ମୁଁ ମୋର ଶତ୍ରୁମାନଙ୍କୁ ଶାସ୍ତି ଦେବି, ମୁଁ ମୋର ଶତ୍ରୁମାନଙ୍କୁ ଶାସ୍ତି ଦେବି।
25
ଲୋକମାନେ ରୂପାର ଖାଦ ଦୂର କରିବାକୁ ଏକ ପ୍ରକାର ଜିନିଷ ବ୍ୟବହାର କରନ୍ତି। ସେହିପରି ଭାବରେ ମୁଁ ତୁମ୍ଭମାନଙ୍କର ଅପବିତ୍ରତାକୁ ଦୂର କରିବି। ତୁମ୍ଭମାନଙ୍କ ଭିତରୁ ସମସ୍ତ ମନ୍ଦ ଜିନିଷ କାଢ଼ି ନେବି ଓ ତୁମ୍ଭମାନଙ୍କୁ ପବିତ୍ର କରିବି।
26
ଆଦ୍ୟ ସମୟ ପରି ମୁଁ ବିଗ୍ଭରକାରୀଗଣଙ୍କୁ ଫେରାଇ ଆଣିବି। ପୂର୍ବେ ପୂର୍ବର ତୁମ୍ଭମାନଙ୍କର ମନ୍ତ୍ରୀମାନଙ୍କ ପରି ପରାମର୍ଶଦାତାଙ୍କୁ ପୁନଃସ୍ଥାପନ କରିବି। ତା’ପରେ ତୁମ୍ଭେ ‘ଉତ୍ତମ ଓ ବିଶ୍ୱସ୍ତ ନଗରୀ ବୋଲି କଥିତ ହେବ।”’
27
ପରମେଶ୍ୱର ଉତ୍ତମ ଏବଂ ସେ ନ୍ୟାୟ ବିଗ୍ଭର କରନ୍ତି। ତେଣୁ ସେ ସିୟୋନକୁ ରକ୍ଷା କରିବେ ଏବଂ ଲୋକମାନେ ତାଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରିବେ।
28
ମାତ୍ର ସମସ୍ତ ଅଧର୍ମାଗ୍ଭରୀ ଓ ପାପୀଗଣ ବିନଷ୍ଟ ହେବେ। ଯେଉଁମାନେ ସଦାପ୍ରଭୁଙ୍କୁ ଅବଜ୍ଞା କରନ୍ତି ସେମାନେ ସଂହାରିତ ହେବେ।
29
ତୁମ୍ଭେମାନେ ପୂଜା କରିବାକୁ ବାଛିଥିବା ଅଲୋନଗଛ ଓ ସ୍ୱତନ୍ତ୍ର ବଗିଗ୍ଭ ପାଇଁ ଭବିଷ୍ୟତରେ ଲୋକମାନେ ଲଜ୍ଜିତ ହେବେ।
30
ଏହା ଘଟିବ କାରଣ ତୁମ୍ଭେମାନେ ଶୁଷ୍କ ପତ୍ର ବିଶିଷ୍ଟ ଅଲୋନଗଛ ଓ ନିର୍ଜନ ଉଦ୍ୟାନ ସଦୃଶ ହେବ।
31
ଶକ୍ତିଶାଳୀ ମାନବ ଶୁଷ୍କ କାଠି ସଦୃଶ ହେବେ ଏବଂ ସେମାନଙ୍କର କର୍ମ ଅଗ୍ନିକଣା ସଦୃଶ ହେବ। ସେହି ବଳବାନ୍ ଲୋକମାନେ ଓ ସେମାନଙ୍କର କର୍ମ ସବୁ ଅଗ୍ନିରେ ପୋଡ଼ି ଦେବେ। ସେହି ଅଗ୍ନିକୁ କେହି ନିର୍ବାପିତ କରି ପାରିବେ ନାହିଁ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
53
54
55
56
57
58
59
60
61
62
63
64
65
66