bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Isaiah 44
Isaiah 44
Odia Bible ERV 2004 (ପବିତ୍ର ବାଇବଲ)
← Chapter 43
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 45 →
1
ସଦାପ୍ରଭୁ ହିଁ ପରମେଶ୍ୱର “ହେ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମନୋନୀତ ଇସ୍ରାଏଲ ଆମ୍ଭର ଯାହା କଥିତ ଶୁଣ।
2
ଆମ୍ଭେ ସଦାପ୍ରଭୁ ଯେ କି ତୁମ୍ଭକୁ ଗଢ଼ିଲେ ମାତୃଗର୍ଭରୁ ତୁମ୍ଭକୁ ଯେ ନିର୍ମାଣ କଲେ। ଯିଏ ତୁମ୍ଭକୁ ସାହାଯ୍ୟ କଲେ, ସେହି ସଦାପ୍ରଭୁ କୁହନ୍ତି, ହେ ଆମ୍ଭର ଦାସ ଯାକୁବ, ହେ ଆମ୍ଭର ମନୋନୀତ ଶିଶୁଗଣ, ଭୟ କର ନାହିଁ।
3
“ଆମ୍ଭେ ତୃଷିତ ଭୂମି ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା। ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ବର୍ଷାଇବା।
4
ତେଣୁ ସେମାନେ ଜଳସ୍ରୋତ ନିକଟସ୍ଥ ବାଇଶବୃକ୍ଷ ତୁଲ୍ୟ ବଢ଼ିବାକୁ ଲାଗିବେ।
5
“ଜଣେ କହିବ, ‘ଆମ୍ଭେ ସଦାପ୍ରଭୁଙ୍କର,’ ଅନ୍ୟ ଜଣେ ‘ଯାକୁବ’ ବୋଲି ନିଜକୁ କହିବ; ଆଉ କେହି ‘ସଦାପ୍ରଭୁଙ୍କର’ ସ୍ୱାକ୍ଷର ନିଜ ହାତରେ କରିବ ଓ ଅନ୍ୟ କେହି ‘ଇସ୍ରାଏଲର ନାମରେ ନିଜକୁ ପରିଚୟ ଦେବ।’”
6
ସଦାପ୍ରଭୁ ଇସ୍ରାଏଲର ରାଜା। ସେହି ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ତ୍ରାଣକର୍ତ୍ତା କୁହନ୍ତି, “ଆମ୍ଭେ ଆଦି ଓ ଅନ୍ତ, ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
7
ଆମ୍ଭ ତୁଲ୍ୟ ଅନ୍ୟ ପରମେଶ୍ୱର ନାହାନ୍ତି। ଯଦି ଥା’ନ୍ତି ତେବେ ସେ ବର୍ତ୍ତମାନ ଆସି କୁହନ୍ତୁ। ସେ ଯଦି ଆମ୍ଭପରି, ତେବେ ଆସି ପ୍ରମାଣ କରନ୍ତୁ। ସେ ମଧ୍ୟ କୁହନ୍ତୁ ଆମ୍ଭେ ପୁରାତନ ଲୋକମାନଙ୍କୁ ସୃଷ୍ଟି କଲାବେଳେ କ’ଣ ସବୁ ଘଟିଥିଲା। ସେ ମଧ୍ୟ ଭବିଷ୍ୟତରେ କ’ଣ ଘଟିବ ତାହାର ସଙ୍କେତ ଦିଅନ୍ତୁ।
8
“ତୁମ୍ଭେମାନେ ଭୀତ ଓ ବିବ୍ରତ ହୁଅ ନାହିଁ। ଆମ୍ଭେ ସର୍ବଦା କହିଛୁ ଭବିଷ୍ୟତରେ କ’ଣ ଘଟିବ। ତୁମ୍ଭେମାନେ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ ପରମେଶ୍ୱର ନାହାନ୍ତି। ଅନ୍ୟ ‘ଶୈଳ’ ନାହିଁ। ଆମ୍ଭେ ଜାଣୁ ଆମ୍ଭେ ହିଁ ଏକମାତ୍ର।”
9
ନିରର୍ଥକ ମିଥ୍ୟା ଦେବତା ଯେଉଁମାନେ ଖୋଦିତ ପ୍ରତିମା ନିର୍ମାଣ କରନ୍ତି, ସେ ସବୁ ଅସାର, ଯଦିଓ ଲୋକେ ସେଗୁଡ଼ିକୁ ଆଦର କରନ୍ତି। ସେଗୁଡ଼ିକ ଉପକାରୀ ନୁହନ୍ତି। ସେହି ଲୋକମାନେ ସାକ୍ଷୀ ହେଲେ ବି ସେମାନେ ଲଜ୍ଜିତ ହେବେ। ସେମାନେ କିଛି ଦେଖନ୍ତି ନାହିଁ କି କିଛି ଜାଣନ୍ତି ନାହିଁ।
10
କିଏ ଏପରି ଦେବତା ନିର୍ମାଣ କରିଛି ଯିଏ ଅଦରକାରୀ ଏବଂ ହାନିକାରକ? କିଏ ଏପରି ପ୍ରତିମା ଗଠନ କରିଛି?
11
ଯେଉଁ ଶ୍ରମିକଗଣ ସେହି ପ୍ରତିମା ନିର୍ମାଣ କରିଛନ୍ତି, ସେମାନେ ମନୁଷ୍ୟ ମାତ୍ର, ସେମାନେ ପରମେଶ୍ୱର ନୁହନ୍ତି। ସେମାନେ ସମସ୍ତେ ଯଦି ଏକତ୍ରିତ ହୋଇ ଆଲୋଚନା କରିବେ, ତେବେ ସେମାନେ ସମ୍ପୂର୍ଣ୍ଣ ଲଜ୍ଜିତ ହେବେ ଏବଂ କମ୍ପିତ ହେବେ।
12
କର୍ମକାର ପ୍ରତିମା ଗଢ଼ିଲା ବେଳେ ଲାଲ୍ ଉତ୍ତପ୍ତ ଅଙ୍ଗାରରେ କର୍ମ କରେ ଓ ନିଜର ବଳିଷ୍ଠ ବାହୁ ସାହାଯ୍ୟରେ ହାତୁଡ଼ିରେ ତାହାର ଆକାର ତିଆରି କରେ, ଯେତେବେଳେ ସେ କ୍ଷୁଧାର୍ତ୍ତ ହୁଏ, ତା’ର ଶକ୍ତି ହରାଏ ଓ ଜଳପାନ ନ କଲେ ଦୁର୍ବଳ ହୋଇଯାଏ।
13
ଅନ୍ୟ ଜଣେ ଶ୍ରମିକ ସୁତାଧରି ସିନ୍ଦୂରରେ ଚିହ୍ନ ହୋଇ କାଠ ଉପରେ ରନ୍ଦା ବୁଲାଇ ପ୍ରତିମାର ଆକୃତି କରେ। ସେ ତା’ର ହତିଆର ଓ ମାପ ଯନ୍ତ୍ର ବ୍ୟବହାର କରି ଠିକ୍ ମନୁଷ୍ୟ ଆକୃତିର ପ୍ରତିମା ଗଢ଼େ। ସେ ପ୍ରତିମାଗୁଡ଼ିକ ଘରେ କିମ୍ବା ମନ୍ଦିରରେ ରହିବା ପାଇଁ ମନୁଷ୍ୟର ସୁନ୍ଦରତାରେ ମନୁଷ୍ୟର ପ୍ରତିମାରେ ତିଆରି ହୋଇଛି।
14
ସେ ନିଜ ପାଇଁ ଏରସ, ତର୍ସୀ ଓ ଅଲୋନବୃକ୍ଷ କାଟେ। ସେ ସେଗୁଡ଼ିକ ଜଙ୍ଗଲ ବୃକ୍ଷମାନଙ୍କ ମଧ୍ୟରେ ବଢ଼ାଇଥାଏ। ମାତ୍ର ସେ ଦେବଦାରୁ ରୋପଣ କରେ, ତେବେ ବର୍ଷା ତାକୁ ବଢ଼ାଇବାରେ ସାହାଯ୍ୟ କରେ।
15
ସେହି ବ୍ୟକ୍ତି ଏରସକୁ ଜାଳେଣି ରୂପେ ବ୍ୟବହାର କରେ। ସେ ତାକୁ ଛୋଟ ଛୋଟ ଖଣ୍ଡ କରି ସେଥିରେ ଅଗ୍ନି ସଂଯୋଗ କରି ତାପ ପାଏ। ସେ ସେହି ନିଆଁରେ ରୋଟୀ ତିଆରି କରେ, ଆଉ ମଧ୍ୟ ସେହି କାଠର କିଛି ଅଂଶରେ ଦେବତା କରି ତାକୁ ପୂଜା କରେ ଓ ଏକ ଖୋଦିତ ପ୍ରତିମା କରି ତାହା ସମ୍ମୁଖରେ ଦଣ୍ଡବତ କରେ।
16
ଅଧା କାଠ ସେ ଅଗ୍ନିରେ ପୋଡ଼େ ଓ ଅନ୍ୟ ଅର୍ଦ୍ଧେକରେ ସେ ମାଂସ ରାନ୍ଧି ଭୋଜନ କରେ। ସେଥିରେ ସେ ତୃପ୍ତ ହୁଏ। ଆଉ ମଧ୍ୟ ସେ ଅଗ୍ନି ଜାଳି ତାପ ପାଏ ଓ କହେ, “ଆମ୍ଭେ ଉଷ୍ମ ହେଲୁ ଓ ଆମ୍ଭେମାନେ ଆଲୋକ ଦେଖି ପାରିଲୁ।”
17
ଯେଉଁ ଅଳ୍ପ କିଛି ଅବଶିଷ୍ଟାଂଶ ରହେ ସେ ସେଥିରେ ଏକ ଦେବତା, ଆପଣାର ଖୋଦିତ ପ୍ରତିମା ନିର୍ମାଣ କରେ ଓ ତାକୁ ଦେବତା ବୋଲି କହେ। ସେ ତାହା ଆଗରେ ଦଣ୍ଡବତ ହୋଇ ପୂଜା କରେ। ଏବଂ ତାକୁ ପ୍ରାର୍ଥନା କରି କହେ, “ତୁମ୍ଭେ ଆମ୍ଭର ଦେବତା, ଆମ୍ଭକୁ ରକ୍ଷା କର।”
18
ସେହି ଲୋକମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଗ୍ଭର କରନ୍ତି ନାହିଁ। ସେମାନେ ଯେପରି ଦେଖି ନ ପାରିବେ ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ, ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଛନ୍ତି।
19
ସେହି ଲୋକମାନେ ଭାବି ନ ଥା’ନ୍ତି। ସେମାନେ ଏହା କରିବା ପାଇଁ ବୁଦ୍ଧି ଜ୍ଞାନ ହରାଇ ଥା’ନ୍ତି। ସେମାନେ ବୁଝନ୍ତି ନାହିଁ ଯେ, “ଅଧା କାଠ ପୋଡ଼ି ଆମ୍ଭେ ଉଷୁମ ପାଇଲୁ, ଉତ୍ତପ୍ତ ଅଙ୍ଗାରରେ ରୋଟୀ ସେକି ଓ ମାଂସ ରାନ୍ଧି ଖାଇଲୁ ଓ ଅବଶିଷ୍ଟାଂଶରେ ପ୍ରତିମା ଗଢ଼ିଲୁ ଯାହାକି ଅସାର ଓ ଘୃଣାଯୋଗ୍ୟ। ପୁଣି ସେ କାଠ ଆଗରେ ଦଣ୍ଡବତ ହେଲୁ।”
20
ଯେ ଭସ୍ମ ଭୋଜନ କରେ, ସେ ନିଜର ଜୀବନକୁ ରକ୍ଷା କରିପାରେ ନାହିଁ। ମୋ’ ଦକ୍ଷିଣ ହସ୍ତରେ ଏହି ସମସ୍ତ ବିଷୟରେ କ’ଣ କୌଣସି ମିଥ୍ୟା ନାହିଁ? କହିପାରେ ନାହିଁ। “ଏଣୁ ତା’ର ଭ୍ରାନ୍ତଚିତ୍ତ ତାକୁ ବିପଥଗାମୀ କରିଛି।”
21
ସଦାପ୍ରଭୁ ପ୍ରକୃତ ପରମେଶ୍ୱର, ଇସ୍ରାଏଲକୁ ସାହାଯ୍ୟ କରନ୍ତି “ହେ ଯାକୁବ, ହେ ଇସ୍ରାଏଲ, ତୁମ୍ଭେମାନେ ଏହିସବୁ କଥା ସ୍ମରଣ କର। ତୁମ୍ଭମାନଙ୍କୁ ଆମ୍ଭେ ସୃଷ୍ଟି କରିଅଛୁ। ତେଣୁ ତୁମ୍ଭେମାନେ ଆମ୍ଭର ଦାସ। ହେ ଇସ୍ରାଏଲ, ଆମ୍ଭକୁ ଭୁଲିବ ନାହିଁ।
22
ମେଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଭେ ମାର୍ଜନା କରିଅଛୁ। ପବନରେ ମେଘ ଗ୍ଭଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତ ହୋଇଅଛି। ତେଣୁ ତୁମ୍ଭେ ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।”
23
ହେ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି। ହେ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ୱନି କର। ହେ ପର୍ବତଗଣ, ହେ ଅରଣ୍ୟ ଓ ତନ୍ମଧ୍ୟସ୍ଥ ବୃକ୍ଷ ସମୂହ, ତୁମ୍ଭେମାନେ ସମସ୍ତେ ଉଚ୍ଚ ସ୍ୱରରେ ପ୍ରଭୁଙ୍କର ପ୍ରଶଂସା ଗାନ କର; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି ଓ ଇସ୍ରାଏଲକୁ ଗୌରବାନ୍ୱିତ କରିବେ।
24
ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢ଼ିଛନ୍ତି। ସେ ଏହା କୁହନ୍ତି, “ଆମ୍ଭେ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ। ଆମ୍ଭେ ଆକାଶମଣ୍ତଳକୁ ବିସ୍ତାର କରୁ ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ। ଆମ୍ଭର ସହିତ କେହି ନାହିଁ।”
25
ଆମ୍ଭେ ମିଥ୍ୟାବାଦୀମାନଙ୍କର ମିଥ୍ୟାକୁ ପ୍ରମାଣ କରୁ। ଆମ୍ଭେ ନିର୍ବୋଧମାନଙ୍କର ଯାଦୁକାରୀ କାର୍ଯ୍ୟ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓ ସେମାନଙ୍କର ଜ୍ଞାନକୁ ଅଜ୍ଞାନତାରେ ପରିଣତ କରୁ।
26
ଆମ୍ଭେ ଆମ୍ଭ ଦାସର ବାକ୍ୟ ଦୃଢ଼ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ୟ ଉତ୍ତମ ବୋଲି ଆମ୍ଭେ ଦେଖାଇ ଦେଉ। ଯିହୁଦା ପୁନଃନିର୍ମାଣ କରିବାକୁ ପରମେଶ୍ୱର କୋରସକୁ ମନୋନୀତ କଲେ ସଦାପ୍ରଭୁ ଯିରୁଶାଲମ ବିଷୟରେ କୁହନ୍ତି, “ତାହା ପୁଣି ବସତି ବିଶିଷ୍ଟ ହେବ ଓ ଯିହୁଦାର ନଗର ବିଷୟରେ ସେ କୁହନ୍ତି, ସେ ସବୁ ପୁନଃନିର୍ମିତ ହେବ। ପୁଣି ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ପୁଣି ଗଢ଼ି ଉଠିବ।”
27
“ଆମ୍ଭେ ଗଭୀର ଜଳକୁ ଶୁଷ୍କ ହେବାକୁ କହୁ ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦେଉ।”
28
ଆମ୍ଭେ କୋରସ୍ ବିଷୟରେ କହୁ, “ତୁମ୍ଭେ ଆମ୍ଭ ମେଷପାଳକ, ତୁମ୍ଭେ ଆମ୍ଭର ମଙ୍ଗଳ କରିବ। ତୁମ୍ଭେ ଯିରୁଶାଲମ ‘ପୁନଃନିର୍ମିତ ହେବ ବୋଲି କହିବ।’ ପୁଣି ମନ୍ଦିରର ‘ମୂଳଦୁଆ ସ୍ଥାପିତ ହେବ ବୋଲି ତୁମ୍ଭେ କହିବ।’”
← Chapter 43
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 45 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
53
54
55
56
57
58
59
60
61
62
63
64
65
66