bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Isaiah 19
Isaiah 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 20 →
1
ମିଶର ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ମିଶର ବିଷୟକ ଶୋକ ବାର୍ତ୍ତା: ଦେଖ! ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆସୁଛନ୍ତି। ସେ ମିଶରରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା’ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ଯିବ।
2
ପରମେଶ୍ୱର କୁହନ୍ତି, “ମିଶରୀୟମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରିବେ, ମୁଁ ତା’ର କାରଣ ହେବି। ଲୋକେ ସେମାନଙ୍କ ଭାଇ ବିପକ୍ଷରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଯୁଦ୍ଧ ହେବ। ନଗର ନଗର ମଧ୍ୟରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଲଢ଼ିବେ।
3
ମିଶରୀୟମାନେ ବିଭ୍ରାନ୍ତ ହେବେ। ସେମାନେ କ’ଣ କରିବେ ବୋଲି ପ୍ରତିମାମାନଙ୍କୁ ଓ ଗୁଣୀ ଜ୍ଞାନୀମାନଙ୍କୁ ପଗ୍ଭରିବେ। ଆଉ ମଧ୍ୟ ସେମାନେ ଯାକୁବର ଓ ଗୁଣିଆମାନଙ୍କର ପରାମର୍ଶ ନେବେ। ମାତ୍ର ସେମାନଙ୍କର ଉପଦେଶ ଅର୍ଥହୀନ ହେବ।”
4
ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ମୁଁ ମିଶରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବି ଓ ଏକ ଦୂରନ୍ତ ରାଜା ସେମାନଙ୍କୁ ଶାସନ କରିବେ।”
5
ନୀଳନଦୀ ଶୁଷ୍କ ହେବ ଏବଂ ନଦୀଗୁଡ଼ିକ ଜଳଶୂନ୍ୟ ହେବ।
6
ସମସ୍ତ ନଦୀ ଦୁର୍ଗନ୍ଧ ହେବ। ମିଶରର ସମସ୍ତ ନାଳ ଶୁଷ୍କ ହୋଇ ଜଳଶୂନ୍ୟ ହେବ। ସମସ୍ତ ଜଳଜ ଉଦ୍ଭିଦ ଶୁଖି ମରିଯିବେ।
7
ନଦୀ ତୀରବର୍ତ୍ତୀ ଉଦ୍ଭିଦ ସବୁ ମରିଯିବେ ଓ ପବନରେ ଉଡ଼ି ଯିବେ। ଏପରିକି ନୀଳନଦୀ କୂଳରେ ଜନ୍ମିଥିବା ଗଛଗୁଡ଼ିକ ମରିଯିବେ।
8
“ଯେଉଁ କୈବର୍ତ୍ତମାନେ ବନଶୀ ସାହାଯ୍ୟରେ ନୀଳନଦୀରୁ ମାଛ ଧରୁଥିଲେ, ସେମାନେ ଦୁଃଖିତ ହେବେ ଓ କାନ୍ଦିବା ଆରମ୍ଭ କରିବେ। ଯେଉଁମାନେ ବନିଶୀ ପକାଇ ନୀଳନଦୀରୁ ମାଛ ଧରୁଥିଲେ, ବିଳାପ କରିବେ। ଯେଉଁମାନେ ପାଣିରେ ଜାଲ ପକାଉଥିଲେ ହତାଶ ହେବେ। ସେମାନଙ୍କର ଜୀବିକା ପାଇଁ ନୀଳନଦୀ ଉପରେ ନିର୍ଭର କରୁଥିଲେ। କିନ୍ତୁ ସେ ଶୁଖିଯିବ।
9
ଯେଉଁ ଲୋକମାନେ ଲୁଗା ବୁଣୁଥିଲେ ସେମାନେ ଅତ୍ୟନ୍ତ ଦୁଃଖିତ ହେବେ। କାରଣ ସେମାନେ ଯେଉଁ ଛଣପଟ ଶୁକ୍ଳବସ୍ତ୍ର ପାଇଁ ଦରକାର କରନ୍ତି, ନଦୀ ଶୁଖି ଯିବାରୁ ତାହା ଆଉ ଜନ୍ମିବ ନାହିଁ।
10
ଭଗ୍ନ ବୁଣାଳୀମାନେ ଏବଂ ଯେଉଁମାନେ ସବୁ ମଜୁରୀ ପାଇଁ କାମ କରୁଥିଲେ ଦୁଃଖୀ ହେବେ।
11
ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। “ଫାରୋର ଜ୍ଞାନୀ ଉପଦେଷ୍ଟାଗଣ” କୁପରାମର୍ଶ ଦିଅନ୍ତି। ସେହି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ୱାନ ମନେ କରନ୍ତି। ସେମାନେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତରେ ସେମାନେ ଜ୍ଞାନୀ ନୁହନ୍ତି।
12
ହେ ମିଶର, ତୁମ୍ଭର ଜ୍ଞାନୀ ବ୍ୟକ୍ତିଗଣ କେଉଁଠାରେ? ସେହି ଜ୍ଞାନୀ ବ୍ୟକ୍ତିଗଣଙ୍କୁ ଜଣାନ୍ତୁ ସର୍ବଶକ୍ତିମାନ ସଦାପ୍ରଭୁ ମିଶର ବିଷୟରେ କି ମନ୍ତ୍ରଣା କରିଛନ୍ତି। ସେମାନଙ୍କୁ କ’ଣ ଘଟିବ କୁହନ୍ତୁ।
13
ସିୟୋନର ଅଧିପତିମାନେ ନିର୍ବୋଧ ହୋଇ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସେହି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି।
14
ସଦାପ୍ରଭୁ ମିଶରୀୟମାନଙ୍କୁ ବିଭ୍ରାନ୍ତ କରାଇଛନ୍ତି। ସେମାନେ ନିଜେ ବାଉଳା ହୋଇଛନ୍ତି ଓ ମିଶରକୁ କୁପଥରେ ନେଇଛନ୍ତି। ସେହି ପ୍ରାଚୀନଗଣ ଯାହାସବୁ କରିଛନ୍ତି ସେ ସମସ୍ତ କୁକର୍ମ। ମାତାଲ ନିଜ ବାନ୍ତିରେ ଟଳଟଳ ହେଲାପରି ସେମାନେ ମିଶରକୁ ପ୍ରତ୍ୟେକ କାର୍ଯ୍ୟରେ ବିପଥଗାମୀ କରିଛନ୍ତି।
15
ଅଧିପତିମାନେ ମିଶର ପାଇଁ କିଛି କରି ପାରିବେ ନାହିଁ। ସେମାନେ, “ମସ୍ତକ କି ଲାଙ୍ଗୁଳ, ତଳବାହୁଙ୍ଗା କି ଜଳଜ ତୃଣ ଯାହା କରିପାରେ ସେମାନେ ତାହା କରି ପାରିବେ ନାହିଁ।”
16
ସେଦିନ ମିଶରୀୟଗଣ ସ୍ତ୍ରୀ ସଦୃଶ ହେବେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତେବେଳେ ସଦାପ୍ରଭୁ ଦଣ୍ଡ ଦେବା ପାଇଁ ହସ୍ତ ଉତ୍ତୋଳନ କରିବେ, ସେତେବେଳେ ସେମାନେ ଭୟଭୀତ ହେବେ।
17
ମିଶର ପ୍ରତି ଯିହୁଦା ତ୍ରାସଜନକ ହେବ। ମିଶରର ଯେକୌଣସି ବ୍ୟକ୍ତି ଯିହୁଦାର ନାମ ଶୁଣିବ ଭୟରେ ଥରିବ। ଏସବୁ ଘଟିବାର କାରଣ ହେଉଛି ସର୍ବଶକ୍ତିମାନ ସଦାପ୍ରଭୁ ମିଶରରେ ଭୟଙ୍କର ଜିନିଷ ଘଟିବ ବୋଲି ମନ୍ତ୍ରଣା କରିଛନ୍ତି।
18
ସେ ସମୟରେ, ମିଶରର ପାଞ୍ଚୋଟି ନଗରରେ ଲୋକ କିଣାନୀୟ ଭାଷା କହିବେ, ସେମାନେ ସଦାପ୍ରଭୁ ସର୍ବଶକ୍ତିମାନଙ୍କୁ ଅନୁସରଣ କରିବେ ବୋଲି ଶପଥ ନେବେ। ସେହି ପାଞ୍ଚ ନଗରମାନଙ୍କ ମଧ୍ୟରୁ ଏକ ନଗର, “ଉତ୍ପାଟନ ନଗର” ନାମରେ ଖ୍ୟାତ ହେବ।
19
ସେହି ସମୟରେ ମିଶରର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ପାଇଁ ଏକ ଯଜ୍ଞବେଦି ହେବ ଏବଂ ତାହାର ସୀମା ନିକଟରେ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ତମ୍ଭ ରହିବ।
20
ସଦାପ୍ରଭୁ ସର୍ବଶକ୍ତିମୟ ମହାନ ବସ୍ତୁର ସୃଷ୍ଟିକର୍ତ୍ତା ବୋଲି ଏହା ତା’ର ସଙ୍କେତ ହେବ। ଯେକୌଣସି ସମୟରେ ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା କରିବେ, ସଦାପ୍ରଭୁ ସାହାଯ୍ୟ ପଠାଇବେ। ଲୋକମାନଙ୍କ ପ୍ରତିରକ୍ଷା ପାଇଁ ସଦାପ୍ରଭୁ ଜଣେ ବ୍ୟକ୍ତିକୁ ପ୍ରେରଣ କରିବେ। ସେହି ବ୍ୟକ୍ତିଟି ଦୁଷ୍କର୍ମ କରୁଥିବା ଲୋକମାନଙ୍କଠାରୁ ଅନ୍ୟମାନଙ୍କୁ ରକ୍ଷା କରିବ।
21
ସେହି ଦିନ ମିଶରୀୟମାନେ ସଦାପ୍ରଭୁଙ୍କର ପ୍ରକୃତ ପରିଚୟ ପାଇବେ। ସେମାନେ ପରମେଶ୍ୱରଙ୍କୁ ପ୍ରେମ କରିବେ। ସେମାନେ ତାଙ୍କୁ ସେବା କରିବେ ଓ ତାଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବେ। ଆଉ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶପଥ ନେବେ ଓ ସେ ଶପଥ ପାଳନ କରିବେ।
22
ସଦାପ୍ରଭୁ ମିଶରୀୟମାନଙ୍କୁ ଦଣ୍ଡ ଦେବେ। ଆଉ ମଧ୍ୟ ସେମାନଙ୍କୁ ସେ କ୍ଷମା ଦେବେ। ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟକୁ ଗ୍ଭଲି ଆସିବେ। ସଦାପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣିବେ ଓ ସେମାନଙ୍କୁ କ୍ଷମା ଦେବେ।
23
ସେହି ସମୟରେ ମିଶରରୁ ଅଶୂର ପର୍ଯ୍ୟନ୍ତ ଏକ ରାଜପଥ ନିର୍ମିତ ହେବ। ତା’ପରେ ଅଶୂରର ଲୋକମାନେ ମିଶରକୁ ଆସିବେ ଓ ମିଶରର ଲୋକମାନେ ଅଶୂରକୁ ଯିବେ। ମିଶରର ଲୋକମାନେ ଅଶୂରର ଲୋକମାନଙ୍କ ସହିତ ପୂଜା କରିବେ।
24
ସେ ସମୟରେ ଇସ୍ରାଏଲ, ଅଶୂର ଓ ମିଶର ଏକତ୍ରିତ ହେବେ ଓ ରାଜ୍ୟକୁ ନିୟନ୍ତ୍ରଣ କରିବେ। ଏମାନେ ପୃଥିବୀ ପାଇଁ ଆଶୀର୍ବାଦର ପାତ୍ର ହେବେ।
25
ସଦାପ୍ରଭୁ ସର୍ବଶକ୍ତିମାନ ଏ ଦେଶଗୁଡ଼ିକୁ ଆଶୀର୍ବାଦ କରିବେ। ସେ କହିବେ, “ହେ ମିଶରୀୟମାନେ, ତୁମ୍ଭେମାନେ ମୋର ଲୋକ। ଅଶୂର ମୁଁ ତୁମ୍ଭକୁ ତିଆରି କରିଛି। ତୁମ୍ଭେମାନେ ସମସ୍ତେ ଆଶୀର୍ବାଦର ପାତ୍ର।”
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
53
54
55
56
57
58
59
60
61
62
63
64
65
66