bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Isaiah 51
Isaiah 51
Odia Bible ERV 2004 (ପବିତ୍ର ବାଇବଲ)
← Chapter 50
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 52 →
1
ଇସ୍ରାଏଲ ଅବ୍ରହାମ ସଦୃଶ ହେବା ଉଚିତ୍ “ହେ ଧର୍ମାଗ୍ଭରୀଗଣ, ହେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ। ତୁମ୍ଭେମାନେ ଆମ୍ଭର କଥା ଶୁଣ; ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଚ୍ଛେଦରୁ ଖୋଳା ହୋଇଥିଲା, ତାହା ପ୍ରତି ଦୃଷ୍ଟିପାତ କର।
2
ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତେବେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ୱାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।”
3
ସେହିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହେବେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହେବେ ଏବଂ ସଙ୍ଗୀତ ଧ୍ୱନି କରି ଧନ୍ୟବାଦ ଦେବେ।
4
“ହେ ଆମ୍ଭର ଲୋକମାନେ, ଆମ୍ଭ ବାକ୍ୟରେ ଅବଧାନ କର; ହେ ଆମ୍ଭର ଦେଶୀୟ ଲୋକମାନେ, ଆମ୍ଭ କଥାରେ କର୍ଣ୍ଣପାତ କର। ଆମ୍ଭଠାରୁ ଏକ ବ୍ୟବସ୍ଥା ନିର୍ଗତ ହେବ ଓ ଆମ୍ଭେ ଗୋଷ୍ଠୀବର୍ଗର ଦୀପ୍ତି ନିମନ୍ତେ ଆମ୍ଭର ବିଗ୍ଭର ସ୍ଥାପନ କରିବା।
5
ଆମ୍ଭର ଧର୍ମ ନିକଟବର୍ତ୍ତୀ, ଆମ୍ଭର ପରିତ୍ରାଣ ନିର୍ଗତ ହୋଇଅଛି ଓ ଆମ୍ଭର ବାହୁ ଗୋଷ୍ଠୀବର୍ଗର ବିଗ୍ଭର କରିବ। ଦ୍ୱୀପଗଣ ଆମ୍ଭ ଅପେକ୍ଷାରେ ରହିବେ ଓ ଆମ୍ଭର ପରାକ୍ରମରେ ଆଶା ରଖିବେ।
6
ତୁମ୍ଭେମାନେ ସ୍ୱର୍ଗମଣ୍ଡଳ ପ୍ରତି ଊର୍ଦ୍ଧ୍ୱଦୃଷ୍ଟି କର ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର। କାରଣ ଆକାଶ ମଣ୍ଡଳ ଧୂମ ତୁଲ୍ୟ ଅନ୍ତର୍ହିତ ହେବ ଓ ଭୂମଣ୍ଡଳ ବସ୍ତୁ ତୁଲ୍ୟ ଜୀର୍ଣ୍ଣ ହେବ। ଆଉ ମଧ୍ୟ ପୃଥିବୀବାସୀ ସେହିପରି ମୃତ୍ୟୁବରଣ କରିବେ। ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାୟୀ ହେବ ଓ ଆମ୍ଭର ଧର୍ମାଗ୍ଭର ଲୁପ୍ତ ହେବ ନାହିଁ।
7
ତୁମ୍ଭେ ଯେଉଁମାନଙ୍କୁ ଯଥାର୍ଥ ଜାଣ। ଯେଉଁ ଲୋକମାନେ ମୋର ଶିକ୍ଷା ହୃଦୟରେ ଧରି ରଖନ୍ତି, ଦୟାକରି ମୋ’ କଥା ଶୁଣ, ତୁମ୍ଭେମାନେ ଦୁଷ୍ଟ ଲୋକଙ୍କ ଅପମାନରେ ଭୟଭୀତ ହୁଅ ନାହିଁ।
8
କାରଣ ସେମାନେ ଜୀର୍ଣ୍ଣ ବସ୍ତୁ ସଦୃଶ ଓ କୀଟ ସେମାନଙ୍କୁ ଖାଇ ପକାଇବ ଓ ପୋକ ପଶମ ବସ୍ତୁକୁ ଖାଇଲା ପରି ସେମାନଙ୍କୁ ଖାଇ ପକାଇବ। ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ହେବ ଓ ଆମ୍ଭର ପରିତ୍ରାଣ ଚିରକାଳ ବିରାଜିତ ହେବ।”
9
ପରମେଶ୍ୱରଙ୍କ ସ୍ୱପରାକ୍ରମ ତାଙ୍କର ସନ୍ତାନମାନଙ୍କୁ ରକ୍ଷା କରିବ ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ। ବଳ ଧାରଣ କର। ଯେପରି ପୂର୍ବକାଳରେ ଓ ପ୍ରାଚୀନକାଳର ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସେହିପରି ଜାଗ। ରାହାବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ ଓ ନାଗକୁ ଯେ ବିଦ୍ଧ କରିଥିଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି?
10
ଯେ ସମୁଦ୍ରକୁ ଓ ଗଭୀରତମ ବାରିଧିର ଜଳରାଶିକୁ ଶୁଷ୍କ କଲେ, ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହେବା ପାଇଁ ସମୁଦ୍ରର ଗଭୀରତମ ସ୍ଥାନ ପଥ କଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି?
11
ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ, ଆନନ୍ଦ ଗାନ କରି ସିୟୋନରେ ଉପସ୍ଥିତ ହେବେ। ଚିର ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ। ସେମାନେ ଆନନ୍ଦ ଓ ଉଲ୍ଲାସ ପ୍ରାପ୍ତ ହେବେ ଏବଂ ଦୁଃଖ ଶୋକ ସୁଦୂରଗାମୀ ହେବ।
12
ସଦାପ୍ରଭୁ କୁହନ୍ତି, “ଆମ୍ଭେ ହେଉଛୁ ସେହି ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଅନ୍ତି, ତେବେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ୟ ଏପରି ମାନବର ସନ୍ତାନକୁ ଭୟ କରୁଅଛ?”
13
ସଦାପ୍ରଭୁ ଯେ ଏହି ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି, ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତୁମ୍ଭର ନିର୍ମାଣକର୍ତ୍ତା, ତୁମ୍ଭେ ତାଙ୍କୁ ଭୁଲିଅଛ। ତେଣୁ ତୁମ୍ଭେ ଦିନଯାକ ନିରନ୍ତର ସେମାନଙ୍କୁ ଭୟ କରୁଅଛ ଯେ ତୁମ୍ଭକୁ ବିନାଶ କରିବାକୁ ଉଦ୍ୟତ ହୋଇ କୋପ କରିଛନ୍ତି। ମାତ୍ର ସେହି ଉପଦ୍ରବକାରୀ ଏବେ କାହାନ୍ତି ଓ ତାଙ୍କର କୋପ କାହିଁ?
14
ନିର୍ବାସିତ ବନ୍ଦୀ ଶୀଘ୍ର ମୁକ୍ତ ହେବ। ପୁଣି ସେ ମରି ଗର୍ତ୍ତକୁ ଯିବ ନାହିଁ। କିମ୍ବା ତାହାର ଖାଦ୍ୟର ଅଭାବ ହେବ ନାହିଁ।
15
“ତରଙ୍ଗଗୁଡ଼ିକୁ ଗର୍ଜନ କରିବାକୁ ଯେ ସମୁଦ୍ରକୁ ଆଲୋଡ଼ିତ କରନ୍ତି। ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ।” ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ।
16
“ହେ ମୋର ସେବକ ଇସ୍ରାଏଲ, ଆମ୍ଭେ ତୁମ୍ଭ ମୁଖରେ ଆମ୍ଭର ବାକ୍ୟ ରଖିଅଛୁ ଓ ଆମ୍ଭର ହସ୍ତର ଛାୟାରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ। ତୁମ୍ଭେ ସିୟୋନକୁ ଏହା କହିବ ଯେ, ଆମ୍ଭେ ସ୍ୱର୍ଗମଣ୍ଡଳ ରୋପଣ କରିଅଛୁ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛୁ, ‘ତୁମ୍ଭେମାନେ ମୋର ସନ୍ତାନ।’”
17
ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ ହେ ଯିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ! କାରଣ ସଦାପ୍ରଭୁ ତୁମ୍ଭ ଉପରେ କୋପ କରିଛନ୍ତି। ତେଣୁ ସେ ତୁମ୍ଭକୁ ଦଣ୍ଡ ଦେଇଛନ୍ତି। ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛ। ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନେଇ ତାହାକୁ ଶେଷ କରିଅଛ।
18
ଯିରୁଶାଲମ ଅନେକ ସନ୍ତାନ ଜନ୍ମ ଦେଇଛି, ମାତ୍ର ସେମାନଙ୍କ ମଧ୍ୟରେ ତାକୁ ବାଟ କଢ଼ାଇ ନେବାକୁ କେହି ନାହାନ୍ତି। ପୁଣି ସେ ଯେଉଁ ସନ୍ତାନଗଣଙ୍କୁ ପାଳନ କରିଅଛି, ସେମାନଙ୍କ ମଧ୍ୟରେ କେହି ତାହା ହାତଧରି ନେବା ପାଇଁ ନାହାନ୍ତି।
19
ଦୁଇଟି ବିଷୟ ତୁମ୍ଭ ପ୍ରତି ଘଟିଅଛି, ଶୂନ୍ୟତା ଓ ବିନାଶ ଏବଂ ଦୁର୍ଭିକ୍ଷ ଓ ଖଡ଼୍ଗ। ତେଣୁ କିଏ ତୁମ୍ଭ ପାଇଁ ବିଳାପ କରିବ? କିଏ ତୁମ୍ଭକୁ ସାନ୍ତ୍ୱନା ଦେବ?
20
ତୁମ୍ଭର ସନ୍ତାନଗଣ ମୂର୍ଚ୍ଛିତ ହୋଇଅଛନ୍ତି। ସେମାନେ ପ୍ରତ୍ୟେକ ସଡ଼କ ମୁଣ୍ଡରେ ପଡ଼ିଛନ୍ତି ଯେପରି ହରିଣ ଜାଲ ପାଶରେ ଆବଦ୍ଧ ହୁଏ। ସେମାନେ ସଦାପ୍ରଭୁଙ୍କ କୋପରେ ଓ ତୁମ୍ଭ ପରମେଶ୍ୱରଙ୍କ ଧମକରେ ପରିପୂର୍ଣ୍ଣ।
21
ଏଣୁ ଦୟାକରି ଏହା ଶୁଣ, ହେ ଯିରୁଶାଲମ, ତୁମ୍ଭେ ଦ୍ରାକ୍ଷାରସର କୁହୁକରେ ମତ୍ତ ନୁହଁ, କିନ୍ତୁ ତୁମ୍ଭେ ମତ୍ତୁଆଲା ଅଟ।
22
ତୁମ୍ଭ ପ୍ରଭୁ ସଦାପ୍ରଭୁ ଯେ କି ନିଜ ଲୋକମାନଙ୍କର ସପକ୍ଷରେ ସେହି ପରମେଶ୍ୱର ଏହି କଥା କୁହନ୍ତି, “ଦେଖ, ଆମ୍ଭେ ‘କୋପରୂପକ ପାନପାତ୍ର’ ତୁମ୍ଭ ହସ୍ତରୁ କାଢ଼ି ନେଇ ଅଛୁ। ତୁମ୍ଭେ ଆଉ ପାନ କରିବ ନାହିଁ ଅର୍ଥାତ୍ ଆମ୍ଭେ ଆଉ ତୁମ୍ଭକୁ ଦଣ୍ଡ ଦେବୁ ନାହିଁ।
23
ଯେଉଁମାନେ ତୁମ୍ଭକୁ କ୍ଳେଶ ଦେଇଛନ୍ତି, ସେହିମାନଙ୍କ ବିପକ୍ଷରେ ଆମ୍ଭେ ଯିବା। ସେମାନେ ତୁମ୍ଭକୁ କହିଛନ୍ତି, ‘ତୁମ୍ଭେ ନଇଁପଡ଼, ଆମ୍ଭେ ତୁମ୍ଭ ଉପରେ ଗମନ କରିବୁ।’ ପୁଣି ତୁମ୍ଭେମାନେ ଭୂମି ଓ ସଡ଼କପରି ପିଠି ପାତି ଦେଇଛ ଏବଂ ସେମାନେ ତୁମ୍ଭମାନଙ୍କ ଉପରେ ଗମନାଗମନ କରିଛନ୍ତି।”
← Chapter 50
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 52 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
53
54
55
56
57
58
59
60
61
62
63
64
65
66