bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Isaiah 28
Isaiah 28
Odia Bible ERV 2004 (ପବିତ୍ର ବାଇବଲ)
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 29 →
1
ଉତ୍ତର ଇସ୍ରାଏଲକୁ ସତର୍କବାଣୀ ଶମରିୟାକୁ ଗ୍ଭହଁ! ଇଫ୍ରୟିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ। କାରଣ ପର୍ବତ ଉପରେ ଅବସ୍ଥିତ ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସେହି ନଗରୀକୁ ଶମରିୟାମାନେ “ରମଣୀୟ ପୁଷ୍କର ମୁକୁଟ” ସଦୃଶ, ମାତ୍ର ସେହି ଭୂଷଣ ସ୍ୱରୂପ ସୁନ୍ଦର ପୁଷ୍ପ ମ୍ଳାନ ହେବ।
2
ଦେଖ, ମୋର ପ୍ରଭୁଙ୍କର ଜଣେ ବଳବାନ୍ ଓ ସାହସୀ ଲୋକ ଅଛି। ସେ ଶିଳାଯୁକ୍ତ ଝଡ଼ ଓ ପ୍ରଳୟକାଳର ବର୍ଷା ବତାସ ପରି ଆସିବ, ଦ୍ରୁତ ଧାବିତ ବନ୍ୟାଜଳ ସଦୃଶ ପ୍ରବାହିତ ହୋଇ ଶକ୍ତିଶାଳୀ ହସ୍ତରେ ତାକୁ ଭୂମିରେ ନିକ୍ଷେପ କରିବ।
3
ଇଫ୍ରୟିମର ମତ୍ତ ଲୋକମାନଙ୍କ “ଦର୍ପସ୍ୱରୂପ ମୁକୁଟ’ ପଦ ତଳେ ଦଳିତ ହେବ।
4
ପର୍ବତ ଉପରିସ୍ଥ ଫଳଶାଳୀ ଉପତ୍ୟକା ବେଷ୍ଟିତ “ମୁକୁଟ ସଦୃଶ ସୁନ୍ଦର ଦେଶ ମ୍ଳାନ ପୁଷ୍ପ ପାଲଟିବ।’ ସେହି ନଗର ଗ୍ରୀଷ୍ମକାଳର ପ୍ରଥମ ପକ୍ୱ ଡିମ୍ବିରି ଫଳ ସଦୃଶ ହେବ। ଯେକେହି ତାକୁ ଦେଖିବ ଶୀଘ୍ର ତାକୁ ତୋଳିବ ଓ ଗ୍ରାସ କରିବ।
5
ସେଦିନ ସର୍ବଶକ୍ତିମାନ ସଦାପ୍ରଭୁ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ “ବହୁତ ସୁନ୍ଦର ମୁକୁଟ” ସଦୃଶ ହେବେ।
6
ତା’ପରେ ସଦାପ୍ରଭୁ ବିଗ୍ଭର ନିମନ୍ତେ ବିଗ୍ଭରକଙ୍କୁ ବିଗ୍ଭର ଜନିତ ଆତ୍ମା ଓ ଯେଉଁମାନେ ନଗରଦ୍ୱାରରେ ଯୁଦ୍ଧରେ ଫେରାଇ ଦିଅନ୍ତି ସେମାନଙ୍କ ପାଇଁ ବଳସ୍ୱରୂପ ହେବେ।
7
ମାତ୍ର ବର୍ତ୍ତମାନ ସେହି ପ୍ରାଚୀନ ବ୍ୟକ୍ତିଗଣ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଛନ୍ତି ଓ ସୁରାପାନରେ ବିପଥଗାମୀ ହୋଇଛନ୍ତି। ଯାଜକ ଓ ଭବିଷ୍ୟଦ୍ବକ୍ତା ସୁରାପାନ ଦ୍ୱାରା ବିଭ୍ରାନ୍ତ ହୋଇଛନ୍ତି। ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି ଓ ସେମାନେ ସୁରାପାନ ଦ୍ୱାରା ବିପଥରେ ଯାଇଛନ୍ତି। ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି ଓ ବିଗ୍ଭରରେ ଝୁଣ୍ଟି ପଡ଼ନ୍ତି।
8
ସମସ୍ତ ମେଜ ବାନ୍ତିରେ ପରିପୂର୍ଣ୍ଣ। ସେଠାରେ ମଇଳା ପାଇଁ ଯଥେଷ୍ଟ କୋଠରୀ ନ ଥିଲା।
9
ପରମେଶ୍ୱର ତାଙ୍କ ଦାସମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରନ୍ତି “ସଦାପ୍ରଭୁ ଜ୍ଞାନ ଶିକ୍ଷା ଦେବାକୁ ଇଚ୍ଛା କରନ୍ତି। ଓ ତାଙ୍କ ସୁସମାଗ୍ଭର ବୁଝାଇବାକୁ ଇଚ୍ଛା କରୁଛନ୍ତି। ମାତ୍ର ଲୋକମାନେ ଦୁଗ୍ଧ ପୋଷ୍ୟ ଶିଶୁ ସଦୃଶ ବୁଝିବାକୁ ଅକ୍ଷମ।
10
ତେଣୁ ସଦାପ୍ରଭୁ ଶିଶୁମାନଙ୍କୁ ବୁଝାଇବା ଢଙ୍ଗରେ କୁହନ୍ତି, କାରଣ ଏ ତ: “ବିଧି ଉପରେ ବିଧି, ବିଧି ଉପରେ ବିଧି, ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି, ଏଠି ଅଳ୍ପ ସେଠି ଅଳ୍ପ।”
11
ସଦାପ୍ରଭୁ ଅଦ୍ଭୂତ ସ୍ୱରରେ ଓ ଅନ୍ୟ ଭାଷାରେ ଲୋକମାନଙ୍କୁ କଥା କହିବେ।
12
ଅତୀତରେ ପରମେଶ୍ୱର ସେମାନଙ୍କୁ କହିଥିଲେ “ଏଠାରେ ଏକ ବିଶ୍ରାମସ୍ଥଳ ଅଛି। ଏହି ଶାନ୍ତିମୟ ସ୍ଥାନରେ ଯେଉଁମାନେ ଆରାମ ଗ୍ଭହୁଁଛ ଆସି ଆରାମ କର।” ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ।
13
ତେଣୁ ପରମେଶ୍ୱରଙ୍କର ବାକ୍ୟ ବିଦେଶୀ ଭାଷାରେ କୁହାଯାଏ: “ବିଧି ଉପରେ ବିଧି, ବିଧି ଉପରେ ବିଧି, ଧାଡ଼ି ଉପରେ ଧାଡ଼ି; ଧାଡ଼ି ଉପରେ ଧାଡ଼ି, ଏଠି ଅଳ୍ପ, ସେଠି ଅଳ୍ପ।” କାରଣ ଲୋକମାନେ ଇଚ୍ଛାନୁସାରେ କାର୍ଯ୍ୟ କଲେ। ତେଣୁ ସେମାନେ ପଛକୁ ପଡ଼ି ଭଗ୍ନ ହେଲେ। ସେମାନେ ଫାନ୍ଦରେ ପଡ଼ିଲେ ଓ ଧୃତ ହେଲେ।
14
ପରମେଶ୍ୱରଙ୍କ ବିଗ୍ଭରରେ କେହି ଛାଡ଼ ପାଇବେ ନାହିଁ ହେ ଯିରୁଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
15
ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁସହିତ ସନ୍ଧି କରିଅଛୁ ଓ ପାତାଳ ସହିତ ଚୁକ୍ତି କରିଅଛୁ। ତେଣୁ ଜଳ ପ୍ରଳୟରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭେମାନେ ମିଥ୍ୟାର ଆଶ୍ରୟ ନେଇଅଛୁ ଓ ଅସତ୍ୟ ପଛରେ ନିଜକୁ ଲୁଗ୍ଭଇ ରଖିଅଛୁ।”
16
ସେଥିପାଇଁ ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ଦେଖ, ମୁଁ ସିୟୋନରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ୟବାନ କୋଣ ପ୍ରସ୍ତର। ଏହା ଉପରେ ସବୁକିଛି ଏହି ଗୁରୁତ୍ୱପୂର୍ଣ୍ଣ ପର୍ବତ ଉପରେ ନିର୍ମିତ ହେବ। ଯେକେହି ଏହି ପ୍ରସ୍ତର ଉପରେ ବିଶ୍ୱାସ ରଖେ ସେ ହତାଶ ହେବ ନାହିଁ।
17
“ଲୋକେ କାନ୍ଥର ସଳଖତା ଜାଣିବା ପାଇଁ ଯେପରି ଓଳମ୍ ବ୍ୟବହାର କରନ୍ତି, ମୁଁ ସେହିପରି ସତ୍ୟ ପ୍ରତିଷ୍ଠା ପାଇଁ ନ୍ୟାୟ ଓ ଧାର୍ମିକତାକୁ ପ୍ରୟୋଗ କରିବି।”ଆଉ ଶିଳାବୃଷ୍ଟି ମିଥ୍ୟାରୂପୀ ଆଶ୍ରୟକୁ ବିନାଶ କରିବ। ଏହା ଜଳରାଶି ତୁଲ୍ୟ ଲୁକାୟିତ ସ୍ଥଳକୁ ମଗ୍ନ କରିବ।
18
ମୃତ୍ୟୁ ସହିତ ତୁମ୍ଭମାନଙ୍କର ଚୁକ୍ତି ରହିତ ହେବ, ପାତାଳ ସହିତ ସନ୍ଧି କିଛି କାମ ଦେବ ନାହିଁ। “କେତେକ ଲୋକ ତୁମ୍ଭମାନଙ୍କୁ ଶାସ୍ତି ଦେବାକୁ ଆସିବେ। ପ୍ରଳୟରୂପୀ ଜଳ କୋରଡ଼ା ସଦୃଶ ତୁମ୍ଭମାନଙ୍କୁ ପାଦରେ ଦଳି ଦେବେ।
19
ଏହା ବହୁ ସମୟ ଆସି ତୁମ୍ଭକୁ ନେବ। ଏହା ସକାଳେ, ମଧ୍ୟାହ୍ନ, ସନ୍ଧ୍ୟାବେଳେ ପ୍ରକାଶିତ ହେବ। “ଆଉ ଯେତେବେଳେ ତୁମ୍ଭେ ବୁଝ, ତାହା ଅତି ଭୟଙ୍କର ହେବ।
20
ତୁମ୍ଭକୁ ଆବୃତ କରିବା ପାଇଁ ତୁମ୍ଭ ଶଯ୍ୟା ଛୋଟ ହେବ। କୌଣସି କମ୍ବଳ ତୁମ୍ଭକୁ ଆବୃତ କରି ପାରିବ ନାହିଁ। ”
21
ସଦାପ୍ରଭୁ ପାରାସୀମ ପର୍ବତରେ ଉଠିଲାପରି ଉଠିବେ। ଗିବିୟୋନ ଉପତ୍ୟକାରେ ଯେପରି କ୍ରୋଧାନ୍ୱିତ ହୋଇଥିଲେ, ସେହିପରି କ୍ରୋଧ କରିବେ। ସେତେବେଳେ ସେ ଅଦ୍ଭୂତକାର୍ଯ୍ୟ ସାମ୍ପାଦନ କରିବେ। ପୁଣି ସେ ନିଜର କାର୍ଯ୍ୟ ତଥା ଅଲୌକିକ କାର୍ଯ୍ୟ ସମ୍ପନ୍ନ କରିବେ।
22
ବର୍ତ୍ତମାନ ଆଉ ତୁମ୍ଭେମାନେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଗ୍ଭରି ପାଖରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହେବ। କାରଣ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ବାକ୍ୟ ଆମ୍ଭେ ଯାହା ଶୁଣିଛୁ ତାହା ଅନ୍ୟଥା ହେବ ନାହିଁ। ଯେହେତୁ ସେ ସମଗ୍ର ବିଗ୍ଭର ଶାସନକର୍ତ୍ତା, ତାଙ୍କର ବାକ୍ୟ ଓ କାର୍ଯ୍ୟ ନିଶ୍ଚିତରୂପେ କାର୍ଯ୍ୟକାରୀ ହେବ। ଆଉ ସେ ସମଗ୍ର ବିଶ୍ୱକୁ ନିଶ୍ଚିତ ଧ୍ୱଂସ କରିବେ।
23
ସଦାପ୍ରଭୁ ନ୍ୟାୟରେ ଦଣ୍ଡ ଦିଅନ୍ତି ତୁମ୍ଭେମାନେ ମନୋଯୋଗ ସହକାରେ ଆମ୍ଭର ବାକ୍ୟ ପ୍ରତି ଧ୍ୟାନ ଦିଅ ଓ ଗ୍ରହଣ କର।
24
କୃଷକ କ’ଣ ବୀଜ ବପନ ପାଇଁ ସର୍ବଦା ଜମିକୁ କର୍ଷଣ କରେ? ସେ କ’ଣ ସର୍ବଦା ଭୂମିକୁ ଶିଆର କରି ଟେଳା ଭାଙ୍ଗେ?
25
କୃଷକ ଜମିକୁ ପ୍ରସ୍ତୁତ କରି ସମାନ କଲାପରେ ବିଭିନ୍ନ ପ୍ରକାର ବୀଜ ବିଭିନ୍ନ ଭାବରେ ବପନ କରେ। କଳାଜିରା ବିଞ୍ଚି ଦିଏ ଓ ଜିରା ବୁଣି ଦିଏ। ଧାଡ଼ି ଧାଡ଼ିକରି ଗହମ ଓ ନିରୂପିତ ସ୍ଥାନରେ ଯବ ଏବଂ କ୍ଷେତ୍ରର ସୀମାରେ ଜହ୍ନା ବୁଣିଥାଏ।
26
ଆମ୍ଭର ପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଶିକ୍ଷା ଦେବାକୁ ଏପରି କରୁଛନ୍ତି। ସେ ଆମ୍ଭମାନଙ୍କୁ ଏହି ଦୃଷ୍ଟାନ୍ତ ଦେଖାଇ ଯଥାର୍ଥ ଭାବରେ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି।
27
କୃଷକ କ’ଣ କଳାଜିରାକୁ କୌଣସି ତୀକ୍ଷ୍ଣ ପତ୍ରରେ ପେଷେ? ସେ କ’ଣ ଜିରା ଅମଳ କରିବା ପାଇଁ ଶକଟ ଚକ୍ର ବୁଲାଏ? ସେ ଯଷ୍ଟି ବ୍ୟବହାର କରି ସେମାନଙ୍କୁ ଅମଳ କରେ।
28
ଜଣେ ସ୍ତ୍ରୀଲୋକ ପାଣି ଅଟା ସହିତ ମିଶାଏ ଏବଂ ରୋଟୀ କରିବା ପାଇଁ ହାତରେ ଦଳେ, ମାତ୍ର ସେ ତାହା ଚିରକାଳ କରେ ନାହିଁ। ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସେହିପରି ଶିକ୍ଷା ଦିଅନ୍ତି। ସେ ଯଦିଓ ଶକଟଚକ୍ର ଘୁରାନ୍ତି, ସେ ତାଙ୍କର ଅଶ୍ୱଗଣକୁ ଚୂର୍ଣ୍ଣ କରନ୍ତି ନାହିଁ।
29
ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଏହି ଶିକ୍ଷା ମିଳିଥାଏ। ସେ ଆଶ୍ଚର୍ଯ୍ୟ ଜନକ ମନ୍ତ୍ରଣା ଦିଅନ୍ତି ଓ ପ୍ରକୃତରେ ସେ ଜ୍ଞାନରେ ମହାନ।
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 29 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
53
54
55
56
57
58
59
60
61
62
63
64
65
66