bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Song of Solomon 1
Song of Solomon 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 2 →
1
ଶଲୋମନଙ୍କର ପରମଗୀତର ଗୀତଗୁଡ଼ିକ।
2
ସ୍ତ୍ରୀ ପୁରୁଷକୁ ଭଲପାଏ ମୋତେ ଚୁମ୍ବନ ଦିଅ। ତୁମ୍ଭ ପାଟିରେ ମୋତେ ଚୁମ୍ବନ ଦିଅ। ତୁମ୍ଭର ପ୍ରେମ ଦ୍ରାକ୍ଷାରସଠାରୁ ଉତ୍ତମ।
3
ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ। ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ। ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି।
4
ମୋତେ ଏକା ତୁମ୍ଭ ପାଖକୁ ଟାଣିନିଅ। ଆସ ଆମ୍ଭେ ଏକତ୍ରିତ ହୋଇ ଦୌଡ଼ିବା। ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି। ପୁରୁଷମାନଙ୍କ ପାଇଁ ଯିରୁଶାଲମର ସ୍ତ୍ରୀମାନେ ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା। ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭର ପ୍ରେମର ବିଷୟ ଅଧିକ କହିବୁ। ଏହା ଯଥାର୍ଥ ଯେ, ଲୋକେ ତୁମ୍ଭକୁ ପ୍ରେମ କରନ୍ତି।
5
ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ ଆଗୋ ଯିରୁଶାଲମର କନ୍ୟାଗଣ, ମୁଁ କେଦାରର ତମ୍ବୁ ତୁଲ୍ୟ, ଶଲୋମନଙ୍କର ଯବନିକା ତୁଲ୍ୟ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ।
6
ମୋତେ ଦେଖ ନାହିଁ କାରଣ ସୂର୍ଯ୍ୟ ମୋତେ କଳା କରିଅଛି। ମୋର ମାତାର ସନ୍ତାନଗଣ ମୋ’ ଉପରେ ରାଗିଥିଲେ। ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ। ମାତ୍ର ମୁଁ ମୋର ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେଇ ପାରିଲି ନାହିଁ।
7
ସେ (ସ୍ତ୍ରୀ) ତାହାଙ୍କୁ (ପୁ) କହେ ହେ ମୋର ପ୍ରାଣର ପ୍ରିୟତମ, ତୁମ୍ଭେ କେଉଁଠାରେ ଆପଣା ଗୋରୁଗାଈ ଚରାଉ ଅଛ? ମଧ୍ୟାହ୍ନରେ କେଉଁଠାରେ ଶୟନ କରାଉ ଅଛ, ତାହା ମୋତେ ଜଣାଅ। ତୁମ୍ଭ ସାଙ୍ଗ ଗହଣରେ ମୁଁ କାହିଁକି ଜଣେ ଓଢ଼ଣା ଦେଉଥିବା ସ୍ତ୍ରୀଲୋକପରି ହେବି?
8
ସେ (ପୁ) ତାହାଙ୍କୁ (ସ୍ତ୍ରୀ) କହେ ହେ ନାରୀ, ତୁମ୍ଭେ କେତେ ସୁନ୍ଦରୀ! ନିଶ୍ଚୟ ତୁମ୍ଭେ ଜାଣ କ’ଣ କରିବାକୁ ହେବ। ମେଷମାନଙ୍କୁ ଅନୁସରଣ କର ଏବଂ ତୁମ ମେଷଗଣଙ୍କୁ ମେଷପାଳକ ତମ୍ବୁ ନିକଟରେ ଚରାଅ।
9
ଆଗୋ ମୋର ପ୍ରିୟେ ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି।
10
ତୁମ୍ଭର ଗାଲରେ ଗଣ୍ଡ ଯୁଗଳ, ତୁମ୍ଭ ଗଳା ଦେଶରେ ରତ୍ନହାରରେ ସୁଶୋଭିତ।
11
ମୁଁ ତୁମ୍ଭ ପାଇଁ ରୂପାଭୁଣ୍ଡି ଲଗା ସୁବର୍ଣ୍ଣ ପ୍ରସ୍ତୁତ କରିବି।
12
ସେ (ସ୍ତ୍ରୀ) କହିଲେ ରାଜା ଭୋଜନାସନରେ ଉପବିଷ୍ଟ ଥିବା ବେଳେ ମୋ’ ଜଟାମାଂସୀର ସୁବାସ ବ୍ୟାପ୍ତ ହେଲା।
13
ମୋର ପ୍ରିୟତମ, ମୋ’ ବକ୍ଷସ୍ଥଳ ମଧ୍ୟରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ୟ ମୋ’ ପ୍ରତି ଅଟନ୍ତି।
14
ମୋ’ ପ୍ରିୟତମ, ମୋ’ ପ୍ରତି ଐନଗଦିର ଦ୍ରାକ୍ଷାକ୍ଷେତ୍ରସ୍ଥ ହେନା ପୁଷ୍ପ ଗୁଚ୍ଛ ତୁଲ୍ୟ ଅଟନ୍ତି।
15
ସେ (ପୁ) କହିଲେ ଆଗୋ ମୋର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ। ଦେଖ, ତୁମ୍ଭେ ସୁନ୍ଦରୀ ଅଟ। ତୁମ୍ଭର ଆଖି କପୋତ ପରି ଅଟେ।
16
ସେ (ସ୍ତ୍ରୀ) କହିଲେ ଦେଖ, ହେ ମୋର ପ୍ରିୟତମା, ତୁମ୍ଭେ ସୁନ୍ଦରୀ ଅଟ, ହଁ ତୁମ୍ଭେ ମନୋଲୋଭା ଏବଂ ଆମ୍ଭମାନଙ୍କର ଶଯ୍ୟା ତାଜା ସବୁଜ ଘାସ ଅଟେ।
17
ଏରସ କାଠ ଆମ୍ଭମାନଙ୍କ ଗୃହର କଡ଼ି ଓ ଦେବଦାରୁ କାଠ ଆମ୍ଭମାନଙ୍କର ବର୍ଗା।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 2 →
All chapters:
1
2
3
4
5
6
7
8