bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Song of Solomon 2
Song of Solomon 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 3 →
1
ମୁଁ ଶାରୋଣର ଗୋଲାପ ଏବଂ ଉପତ୍ୟକାର କଇଁ ଫୁଲ ଅଟେ।
2
ସେ (ପୁ) କହିଲେ ହେ ମୋର ପ୍ରିୟେ, କଣ୍ଟକ ମଧ୍ୟରେ ଶୋଶନ୍ ପୁଷ୍ପ ସେହିପରି ତୁମ୍ଭେ ଯୁବତୀଗଣ ମଧ୍ୟରେ ମୋର ପ୍ରିୟା।
3
ସେ (ସ୍ତ୍ରୀ) କହିଲେ ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେହିପରି ଯୁବାମାନଙ୍କ ମଧ୍ୟରେ ପ୍ରିୟତମ। ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ ମୁଁ ପରମ ଆନନ୍ଦରେ ତାହାଙ୍କ ଛାୟା ତଳେ ବସିଲି ଓ ତାହାଙ୍କ ଫଳ ମୋ’ ତୁଣ୍ଡକୁ ସ୍ୱାଦୁ ଲାଗିଲା।
4
ସେ ଆପଣା ଭୋଜନପାନର ଗୃହକୁ ମୋତେ ଆଣିଲେ। ମୋ’ ଉପରେ ପ୍ରେମ ହିଁ ତାଙ୍କର ପତାକା ହେଲା।
5
କିସ୍ମିସ୍ ପିଠା ଦେଇ ମୋତେ ଶକ୍ତିଶାଳୀ କର ଓ ସେଓ ଦେଇ ମୋତେ ସତେଜ କରି ଦିଅ, କାରଣ ମୁଁ ପ୍ରେମ ସହିତ ପୀଡ଼ିତା।
6
ତାହାଙ୍କ ବାମହସ୍ତ ମୋ’ ମସ୍ତକ ତଳେ ଅଛି। ତାହାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ।
7
ହେ ଯିରୁଶାଲମ ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ, କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ନାମରେ ମୋ’ଠାରେ ପ୍ରତିଜ୍ଞା କର। ଉଚିତ୍ ସମୟରେ ନ ହେବା ପର୍ଯ୍ୟନ୍ତ ପ୍ରେମକୁ ଜଗାଅ ନାହିଁ।
8
ସେ (ସ୍ତ୍ରୀ) ପୁନର୍ବାର କହିଲେ ମୁଁ ମୋର ପ୍ରିୟତମାର ରବ ଶୁଣୁ ଅଛି। ଦେଖ ସେ ପର୍ବତଗଣ ଉପରେ ଲୁଚି ଉପପର୍ବତଗଣ ଉପରେ ଡେଇଁ ଡେଇଁ ଆସୁ ଅଛନ୍ତି।
9
ମୋହର ପ୍ରିୟତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ୟ। ଦେଖ, ସେ ଝରକା ଦେଇ ଅନାଇ ଅଛନ୍ତି, ପ୍ରାଚୀର ପଛେ ଠିଆ ହୋଇଅଛନ୍ତି। ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି।
10
ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, “ହେ ମୋର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।
11
କାରଣ ଦେଖ ଶୀତ ଗ୍ଭଲିଯାଇଛି ଓ ବୃଷ୍ଟି ବନ୍ଦ ହୋଇଯାଇଛି।
12
ଭୂମିରେ ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ ହୋଇଅଛି। ପକ୍ଷୀଗଣର ଗାୟନକାଳ ଉପସ୍ଥିତ ହୋଇଅଛି। ଆମ୍ଭମାନଙ୍କ ଦେଶରେ କପୋତର ଶବ୍ଦ ଶୁଣା ଯାଉଅଛି।
13
ପାଚିଲା ଡିମ୍ବିରି ଫଳସବୁ ଡିମ୍ବିରି ବୃକ୍ଷରେ ଅଙ୍କୁରିତ ହେଉଛି। ଦ୍ରାକ୍ଷାଲତା ପୁଷ୍ପିତ ହୋଇ ଏହାର ସୁବାସ ବିଚ୍ଛୁରିତ ହୋଇଯାଉଛି। ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ ଏବଂ ବାହାରକୁ ଆସ।”
14
ସେ (ପୁ) କହିଲେ ହେ ମୋର କପୋତି, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ। ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ। ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମନୋହର।
15
ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରୁଥିବା ଛୋଟ କୋକିଶିଆଳିଗୁଡ଼ିକୁ ଧର। କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହୋଇଅଛି।
16
ହେ ମୋର ପ୍ରିୟତମ, ତୁମ୍ଭେ ମୋର, ମୁଁ ତୁମ୍ଭର ଅଟେ। ମୋର ପ୍ରିୟତମ, ସେ କଇଁଫୁଲମାନଙ୍କ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି।
17
ହେ ମୋର ପ୍ରିୟତମ, ଯେତେବେଳେ ଦିନ ଆସେ ଓ ଛାଇ ତୁମ୍ଭଠାରୁ ଗଡ଼ିଯାଏ, ଫେରି ଆସ, ବେଥର ପର୍ବତର ହରିଣ ଓ ମୃଗଶାବକ ତୁଲ୍ୟ ହୁଅ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 3 →
All chapters:
1
2
3
4
5
6
7
8