bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Song of Solomon 7
Song of Solomon 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 8 →
1
ସେ (ପୁ) ତାଙ୍କର (ସ୍ତ୍ରୀ) ସୌନ୍ଦର୍ଯ୍ୟ ପ୍ରଶଂସା କଲେ ଆଗୋ ରାଜକନ୍ୟା, ପାଦୁକାରେ ତୁମ୍ଭ ଚରଣ କେତେ ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ।
2
ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବର୍ତ୍ତୁଳ ପାତ୍ର ତୁଲ୍ୟ। ତୁମ୍ଭର ଉଦର ଶୋଶନ୍ ପୁଷ୍ପ ମଣ୍ଡିତ ଗହମ ରାଶି ତୁଲ୍ୟ।
3
ତୁମ୍ଭର ସ୍ତନ ଯୁଗଳ ହରିଣର ଯାଆଁଳା ଛୁଆ ପରି।
4
ତୁମ୍ଭର ଗଳଦେଶ ଗଳଦନ୍ତମୟ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ଯୁଗଳ ବେଥ୍-ରବ୍ବୀମ ନଗର ଦ୍ୱାର ନିକଟସ୍ଥ ହିଶ୍ବୋନ୍ ସେରାବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନ୍ର ଦୁର୍ଗ ତୁଲ୍ୟ।
5
ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ। ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ୟ। ତହିଁର ବେଣୀ ପାଶରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।
6
ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କେମନ୍ତ ସୁନ୍ଦରୀ ଓ ମାନୋହାରିଣୀ।
7
ତୁମ୍ଭ ଶରୀରର ଦୀର୍ଘତା ଖଜୁରୀ ବୃକ୍ଷ ତୁଲ୍ୟ ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ୟ।
8
ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି। ମୁଁ ତହିଁର ବାହୁଙ୍ଗା ଧରିବି। ତୁମ୍ଭର ସ୍ତନ ତୁଲ୍ୟ ହେଉ। ପୁଣି ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ।
9
ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ୟ, ସେହି ଦ୍ରାକ୍ଷାରସ ମୋ’ ପ୍ରିୟତମାଙ୍କ ଗଳ ଦେଶରେ ଧୀର ଭାବରେ ଗଳିଯାଏ ଏବଂ ମୋର ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ବହିଯାଏ।
10
ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ ମୁଁ ଆପଣା ପ୍ରିୟତମଙ୍କର ଓ ତାଙ୍କର ବାସନା ମୋ’ ପ୍ରତି ଅଛି।
11
ଆସ, ମୋର ପ୍ରିୟତମ, ଆମ୍ଭେମାନେ କ୍ଷେତ୍ରକୁ ଯିବା। ଆସ ହେନା ଗ୍ଭରାଗଛ ଗହଣରେ ରାତିଟି କଟେଇଦେବା।
12
ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ। ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ, ତାହା ଆମ୍ଭେମାନେ ଦେଖିବା। ସେଠାରେ ମୁଁ ତୁମ୍ଭଙ୍କୁ ଆପଣା ପ୍ରେମ ପ୍ରଦାନ କରିବି।
13
ଦୂଦା ଫୁଲ ସୁବାସ ହେଉଅଛି। ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ତଟକା ଫଳ ଓ ଶୁଖିଲା ଫଳ ଅଛି। ହେ ମୋର ପ୍ରିୟତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 8 →
All chapters:
1
2
3
4
5
6
7
8