bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Song of Solomon 8
Song of Solomon 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
1
ଯଦି ତୁମ୍ଭେ ଏକ ପିଲା ହୋଇଥା’ନ୍ତ, ମୋର ଛୋଟ ଭାଇପରି ଯେ କି ମୋ’ ମା’ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହାରେ ଦେଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ କେହି ମୋତେ ଖରାପ ଭାବିବେ ନାହିଁ।
2
ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ନେଇଯା’ନ୍ତି। ସେ ମୋତେ ଶିକ୍ଷା ଦିଅନ୍ତେ। ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିତ ଦ୍ରାକ୍ଷାରସ, ମୋହର ଡାଳିମ୍ବ ରସ ପାନ କରାନ୍ତି।
3
ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ ତାହାଙ୍କ ବାମ ହସ୍ତ ମୋ’ ମସ୍ତକ ତଳେ ରହିବ ଓ ତାହାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରିବ।
4
ହେ ଯିରୁଶାଲମର ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ, ମୋ’ ନିକଟରେ ଶପଥ କର ଯେ, ଉଚିତ୍ ସମୟ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜାଗ୍ରତ କର ନାହିଁ।
5
ଯିରୁଶାଲମର ସ୍ତ୍ରୀଲୋକମାନେ କହିଲେ ଆପଣାର ପ୍ରେମିକର ଉପରେ ଆଉଜି ପଡ଼ି ପ୍ରାନ୍ତରରୁ ଯିଏ ଆସୁଅଛି ସେ କିଏ? ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ ନାରଙ୍ଗ ବୃକ୍ଷତଳେ ମୁଁ ତୁମ୍ଭକୁ ଜଗାଇଲି। ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ। ସେଠାରେ ସେ ପ୍ରସବ ବେଦନା ଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।
6
ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ବାହୁଟି ତୁଲ୍ୟ ଆପଣା ବାହୁରେ ଧାରଣ କର। କାରଣ ପ୍ରେମ ମୃତ୍ୟୁ ପରି ଶକ୍ତିଶାଳୀ ଅଟେ। ହୃଦୟର ଦହନ କବର ପରି ଦୃଢ଼ ଅଟେ। ଏହାର ଶିଖା ଏକ ଜଳନ୍ତା ନିଆଁ ପରି ଏବଂ ଏହା ଏକ ବିରାଟ ନିଆଁରେ ପରିଣତ ହୋଇପାରେ।
7
ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ। କିଅବା ବନ୍ୟା ତାହା ବୁଡ଼ାଇ ନ ପାରେ। ଯେବେ କେହି ଆପଣାର ସର୍ବସ୍ୱ ବଦଳରେ ପ୍ରେମ କିଣିବା ପାଇଁ ଚେଷ୍ଟା କରେ, ତେବେ ସେ ଲୋକ ସମସ୍ତଙ୍କ ଦ୍ୱାରା ତୁଚ୍ଛୀକୃତ ହେବ।
8
ତାଙ୍କର (ସ୍ତ୍ରୀ) ଭାଇମାନଙ୍କ କଥା ଆମ୍ଭମାନଙ୍କର ଗୋଟିଏ ସାନ ଭଉଣୀ ଅଛି। ଏପର୍ଯ୍ୟନ୍ତ ତା’ର ସ୍ତନ ବୃଦ୍ଧି ହୋଇ ନାହିଁ। ଯଦି ଜଣେ ଲୋକ ଆସେ ଏବଂ ତାକୁ ବିବାହ କରିବାକୁ ପଗ୍ଭରେ, ତେବେ ଆମ୍ଭେମାନେ କ’ଣ କରିବା?
9
ଯେବେ ସେ ପ୍ରାଚୀର ସ୍ୱରୂପା ହୁଏ। ତେବେ ଆମ୍ଭେମାନେ ତାକୁ ରୂପା ଗହଣାରେ ଢାଙ୍କି ଦେବୁ। ଯଦି ସେ ଏକ ଦ୍ୱାର ପରି ହୁଏ, ତେବେ ଆମ୍ଭେମାନେ ତାକୁ ଏରସ ପଟାରେ ଆବରଣ କରିଦେବୁ।
10
ସେ (ସ୍ତ୍ରୀ) ତା’ର ଭାଇମାନଙ୍କୁ ଉତ୍ତର ଦେଲେ ମୁଁ ପ୍ରାଚୀର ସ୍ୱରୂପା ଓ ମୋହର ସ୍ତନ ତହିଁରେ ଦୁର୍ଗସ୍ୱରୂପ। ସେହି ସମୟରେ ସେ ମୋତେ ଜଣକ ପରି ବିବେଚନା କଲା, ଯିଏ ତୃପ୍ତି ଆଣେ।
11
ସେ (ପୁ) କହିଲେ ବାଲ୍-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ସେ ଦ୍ରାକ୍ଷାକ୍ଷେତ୍ରଟିକୁ ରକ୍ଷକମାନଙ୍କ ହାତରେ ନ୍ୟସ୍ତ କଲେ। ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ 1000 ରୂପାମୁଦ୍ରା ଦେବାକୁ ପଡ଼ିଲା।
12
ମୋହର ଦ୍ରାକ୍ଷାକ୍ଷେତ୍ର ମୋର ନିଜର। ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳ ରକ୍ଷକମାନେ ଦୁଇଶହ ରୌପ୍ୟ ମୁଦ୍ରା ପାଇବେ।
13
ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ ହେ ଉପବନ ବାସିନୀ, ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି। ତୁମ୍ଭ ସ୍ୱର ମୋତେ ମଧ୍ୟ ଶୁଣିବାକୁ ଦିଅ।
14
ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ ହେ ମୋର ପ୍ରିୟତମ, ଚଞ୍ଚଳ ହୁଅ। ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣ ଶାବକ ତୁଲ୍ୟ ହୁଅ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
All chapters:
1
2
3
4
5
6
7
8