bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Song of Solomon 5
Song of Solomon 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 6 →
1
ସେ (ପୁ) କହିଲେ ହେ ମୋର ଭଗିନୀ, ମୋହର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି। ମୁଁ ମହୁ ଫେଣାରୁ ମୋର ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧପାନ କରିଅଛି। ଆସ ପରସ୍ପର ସହିତ ଆମୋଦ କରିବା। ଆସ ପ୍ରେମରେ ମତ୍ତ ହୋଇଯିବା। ସ୍ତ୍ରୀଲୋକମାନେ ପ୍ରେମିକମାନଙ୍କୁ କହିଲେ ହେ ବନ୍ଧୁଗଣ, ଭୋଜନ କର, ହେ ପ୍ରିୟତମଗଣ ପାନ କର। ହଁ, ଯଥେଷ୍ଟ ପ୍ରେମକୁ ପାନ କର।
2
ସେ (ସ୍ତ୍ରୀ) କହିଲେ ମୁଁ ନିଦ୍ରିତା ଥିଲି, ମାତ୍ର ମୋର ହୃଦୟ ଜାଗ୍ରତ ଥିଲା। ଏତ ମୋ’ ପ୍ରିୟତମଙ୍କ ରବ। ସେ ଦ୍ୱାରରେ ଆଘାତ କରି କହୁଛନ୍ତି, “ଆଗୋ ମୋର ଭଗିନୀ, ମୋର ପ୍ରିୟେ, ମୋର କପୋତୀ, ମୋହର ଶୁଦ୍ଧମତି ମୋ’ ପାଇଁ ଦ୍ୱାର ଫିଟାଅ। କାରଣ ମୋର ମସ୍ତକ ଶିଶିରରେ ମୋହର କେଶ ରାତ୍ରିର ଜଳ ବିନ୍ଦୁରେ ପରିପୂର୍ଣ୍ଣ।”
3
“ମୁଁ ଆପଣା ବସ୍ତ୍ର କାଢ଼ି ପକାଇଛି। ମୁଁ ତାକୁ ଆଉ ପିନ୍ଧିବାକୁ ଗ୍ଭହୁଁ ନାହିଁ। ମୁଁ ମୋର ପାଦ ଧୌତ କରିଅଛି, ମୁଁ ସେଗୁଡ଼ିକୁ ମଇଳା କରିବା ପାଇଁ ଗ୍ଭହୁଁ ନାହିଁ।”
4
ମୋ’ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହାତ ଥୋଇଲେ, ତହିଁରେ ମୋର ହୃଦୟ ତାହାଙ୍କ ପାଇଁ ଉଚ୍ଚାଟ ହେଲା।
5
ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି, କିଳଣୀର ବେଣ୍ଟ ଉପରେ ମୋର ହସ୍ତରୁ ଗନ୍ଧରସ ଓ ମୋ’ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା।
6
ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି। ମାତ୍ର ମୋହର ପ୍ରିୟତମ ସେ ସ୍ଥାନରୁ ଗ୍ଭଲି ଯାଇଥିଲେ। ମୋର ଆତ୍ମା ମୋତେ ଛାଡ଼ିଗଲା, ଯେତେବେଳେ ସେ କହିଲେ। ମୁଁ ତାହାଙ୍କୁ ଖୋଜିଲି ମାତ୍ର ପାଇଲି ନାହିଁ। ମୁଁ ତାହାଙ୍କୁ ଡାକିଲି, ମାତ୍ର ସେ ମୋତେ ଉତ୍ତର ଦେଲେ ନାହିଁ।
7
ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ। ସେମାନେ ମୋତେ ପ୍ରହାର କଲେ। ସେମାନେ ମୋତେ କ୍ଷତବିକ୍ଷତ କଲେ। ପ୍ରାଚୀର ରକ୍ଷକମାନେ ମୋ’ଠାରୁ ମୋହର ଆଚ୍ଛାଦନ ବସ୍ତ୍ର କାଢ଼ି ନେଇଗଲେ।
8
ଆଗୋ ଯିରୁଶାଲମର କନ୍ୟାଗଣ। ଯେବେ ତୁମ୍ଭେମାନେ ମୋ’ ପ୍ରିୟତମଙ୍କ ଦେଖା ପାଇବ, ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମ ପତିତା ବୋଲି ତୁମ୍ଭେ ତାଙ୍କୁ କହିବ।
9
ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ଉତ୍ତର କଲେ ହେ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ। ତୁମ୍ଭର ପ୍ରେମିକ ଅନ୍ୟ ପ୍ରେମିକମାନଙ୍କ ଅପେକ୍ଷା କିପରି ଭଲ ଅଟନ୍ତି? ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଅଛ?
10
ସେ (ସ୍ତ୍ରୀ) ଉତ୍ତର କଲେ ଯିରୁଶାଲମର ଲୋକମାନଙ୍କୁ ମୋହର ପ୍ରିୟତମ ଶ୍ୱେତ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧ୍ୟରେ ପ୍ରଧାନ।
11
ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ। ତାଙ୍କର କେଶ କୁଞ୍ଚିତ ଓ ଡାମରା କୁଆପରି କୃଷ୍ଣବର୍ଣ୍ଣ।
12
ତାଙ୍କର ନେତ୍ର ଯୁଗଳ ନଦୀ ନିକଟରେ ଥିବା କପୋତମାନଙ୍କ ତୁଲ୍ୟ। ଦୁଗ୍ଧରେ ଧୌତ ଓ ଯଥା ସ୍ଥାନରେ ସ୍ଥାପିତ।
13
ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ୱରୂପ ସୁଗନ୍ଧି ତୃଣର ତଟ ସ୍ୱରୂପ। ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ ତହିଁରୁ ଦ୍ରବ ଗନ୍ଧରସ ଝରେ।
14
ତାହାଙ୍କ ହସ୍ତ ଦ୍ୱୟ ବୈଦୁର୍ଯ୍ୟମଣିରେ ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ୟ। ତାହାଙ୍କ ଶରୀର ନୀଳକାନ୍ତମଣି ମଣ୍ଡିତ ଗଜଦନ୍ତମୟ ଶିଳ୍ପ କର୍ମ ତୁଲ୍ୟ।
15
ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆରେ ସ୍ଥାପିତ ଦୁଇଟି ମାର୍ବଲର ସ୍ତମ୍ଭ ତୁଲ୍ୟ। ତାଙ୍କର ଆକୃତି ଲିବାନୋନ୍ ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ।
16
ତାହାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମନୋହର। ହେ ଯିରୁଶାଲମର କନ୍ୟାଗଣ, ସେ ମୋହର ପ୍ରିୟତମ, ସେ ମୋହର ସହୋଦର।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 6 →
All chapters:
1
2
3
4
5
6
7
8