bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Timothy 1
1 Timothy 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 2 →
1
ମୁକ୍ତିଦାତା ସ୍ୱୟଂ ଈଶ୍ୱର ଓ ଆମ୍ଭମାନଙ୍କ ଭରସାର ଭିତ୍ତି ଖ୍ରୀଷ୍ଟ ଯୀଶୁଙ୍କ ଆଜ୍ଞା ଅନୁଯାୟୀ ନିଯୁକ୍ତ ପ୍ରେରିତ ପାଉଲ
2
ତାଙ୍କ ଧର୍ମପୁତ୍ର ତୀମଥିଙ୍କ ନିକଟକୁ ଲେଖିଥିବା ପତ୍ର:- ପିତା ଈଶ୍ୱର ଓ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ।
3
ମୁଁ ମାସିଦୋନିଆକୁ ଯିବାବେଳେ ତୁମକୁ କହିଥିବା ଅନୁଯାୟୀ ତୁମେ ଏଫିସୀରେ ଅବସ୍ଥାନ କର। ସେଠାରେ ଯେଉଁମାନେ ଭୁଲ ଶିକ୍ଷା ସବୁ ଦେଉଛନ୍ତି, ସେମାନଙ୍କୁ ସେଥିରୁ ନିବୃତ୍ତ ହେବା ପାଇଁ ଆଦେଶ ଦିଅ।
4
ସେମାନେ କାଳ୍ପନିକ ଗଳ୍ପ ଓ ପୂର୍ବପୁରୁଷମାନଙ୍କର ଦୀର୍ଘ ବଂଶାବଳୀ ତିଆରି କରିବାରେ ଲାଗିଛନ୍ତି। ସେ ସବୁ ଛାଡ଼ିବାକୁ ସେମାନଙ୍କୁ ଶିକ୍ଷା ଦିଅ, କାରଣ ତାହା କେବଳ ଅନର୍ଥକ ବାକ୍ବିତଣ୍ଡା ସୃଷ୍ଟି କରେ। ଯେଉଁ ସରଳ ବିଶ୍ୱାସରେ ଈଶ୍ୱରଙ୍କ ଇଚ୍ଛା ଜାଣି ହୁଏ, ଏ ସବୁ ତାକୁ ବାଧା ଦିଏ।
5
ଶୁଚି ହୃଦୟ, ନିର୍ମଳ ବିବେକ ଓ ପ୍ରକୃତ ବିଶ୍ୱାସରୁ ଯେଉଁ ପ୍ରେମ ଜାତ ହୁଏ, ତାକୁ ଜାଗ୍ରତ କରାଇବା ପାଇଁ ଆଜି ମୁଁ ଏହି ଆଦେଶ ଦେଉଛି।
6
କେତେକ ଏହି ମୁଖ୍ୟ ବିଷୟଗୁଡ଼ିକୁ ଭୁଲିଯାଇ ବୃଥା ଯୁକ୍ତି ତର୍କରେ ପଥଚ୍ୟୁତ ହୋଇଛନ୍ତି।
7
ଧର୍ମଗୁରୁ ହୋଇ ଈଶ୍ୱରଙ୍କ ବିଧି ବ୍ୟବସ୍ଥାର ବ୍ୟାଖ୍ୟା କରିବାକୁ ସେମାନେ ଲାଳାୟିତ, କିନ୍ତୁ ନିଜ ବ୍ୟାଖ୍ୟାର ତାତ୍ପର୍ଯ୍ୟ ସେମାନେ ବୁଝନ୍ତି ନାହିଁ; ଯେଉଁ ସବୁ ବିଷୟରେ ନିଶ୍ଚିତ ଭାବରେ ନିଜ ମତ ପ୍ରକାଶ କରନ୍ତି, ତାହା ପ୍ରକୃତରେ କ’ଣ, ସେମାନେ ଜାଣନ୍ତି ନାହିଁ।
8
ଆମେ ଜାଣୁ ଯେ, ବ୍ୟବସ୍ଥା ଯଥାର୍ଥ ଭାବରେ ପାଳନ କରାଯାଇ ପାରିଲେ, ତାହା ଉତ୍ତମ।
9
କିନ୍ତୁ ମନେ ରଖିବାକୁ ହେବ, ଏହି ବ୍ୟବସ୍ଥା ଧାର୍ମିକ ଲୋକମାନଙ୍କ ପାଇଁ ହୋଇ ନାହିଁ। ନିୟମଭଙ୍ଗକାରୀ ଅଧାର୍ମିକମାନଙ୍କ ପାଇଁ ତାହା ତିଆରି ହୋଇଛି। ଯେଉଁମାନେ ସ୍ୱେଚ୍ଛାଚାରୀ, ଯେଉଁମାନଙ୍କର ଈଶ୍ୱର ଭୟ ନାହିଁ, ଯେଉଁମାନେ ପାପ ଅପକର୍ମରେ ଆସକ୍ତ, ଯେଉଁମାନଙ୍କର ଧର୍ମଭାବ ଓ ଅଧ୍ୟାତ୍ମବୋଧ ନାହିଁ, ଯେଉଁମାନେ ପିତାମାତାଙ୍କୁ ହତ୍ୟା କରିବାକୁ କୁଣ୍ଠିତ ନୁହଁନ୍ତି;
10
ନରହତ୍ୟା, ଲମ୍ପଟତା, ଅସ୍ୱାଭାବିକ, କାମୁକତା, ମନୁଷ୍ୟ ଅପହରଣ ଓ ମିଥ୍ୟା ସାକ୍ଷ୍ୟ ଦାନରେ ଯେଉଁମାନେ ଅଭ୍ୟସ୍ତ, ସ୍ଥୂଳତଃ ଯେଉଁମାନେ ସମସ୍ତ ସତ୍ଶିକ୍ଷାରେ ବିରୁଦ୍ଧାଚରଣ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ଉଦ୍ଦିଷ୍ଟ।
11
ମହାମହିମ ପରମଧନ୍ୟ ଈଶ୍ୱରଙ୍କ ଶୁଭ ବାର୍ତ୍ତାରେ ସମସ୍ତ ସତ୍ଶିକ୍ଷା ନିହିତ ଅଛି। ସେହି ଶୁଭ ବାର୍ତ୍ତା ପ୍ରଚାର କରିବା ଦାୟିତ୍ୱ ମୋ’ ଉପରେ ନ୍ୟସ୍ତ ହୋଇଛି।
12
ମୋର ଦାୟିତ୍ୱ ତୁଲାଇବାକୁ ମୋତେ ଶକ୍ତି ଦେଇ ଥିବାରୁ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଜଣାଉଅଛି। ପୂର୍ବେ ମୁଁ ତାଙ୍କର ନିନ୍ଦା କରୁଥିଲି, ତାଙ୍କୁ ନିର୍ଯ୍ୟାତନା ଓ ଅପମାନ ଦେଉଥିଲି। ତଥାପି ସେ ମୋତେ ଯୋଗ୍ୟ ମନେ କରି ତାଙ୍କର ସେବା ପାଇଁ ନିଯୁକ୍ତ କରିଛନ୍ତି। ଅବିଶ୍ୱାସ ଓ ଅଜ୍ଞତାବଶତଃ ଯାହା ସବୁ କରିଥିଲି, କ୍ଷମା କରି ଈଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି।
14
ଆମ ପ୍ରଭୁଙ୍କ ପ୍ରଚୁର ଅନୁଗ୍ରହରୁ ମୁଁ ତାଙ୍କଠାରେ ବିଶ୍ୱାସ ଓ ଭକ୍ତିରେ ଆବଦ୍ଧ ହୋଇଛି।
15
ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ପୃଥିବୀକୁ ଆସିଥିଲେ, ଏହା ଗୋଟିଏ ନିରାଟ ସତ୍ୟ - ସମସ୍ତେ ଏହାକୁ ପୂର୍ଣ୍ଣ ମାତ୍ରାରେ ଉପଲବ୍ଧି କରିବା ଆବଶ୍ୟକ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ସମସ୍ତଙ୍କଠାରୁ ଅଧମ।
16
କିନ୍ତୁ ମୋ’ ପରି ଗୋଟିଏ ନରାଧମ ପ୍ରତି ମଧ୍ୟ ଈଶ୍ୱରଙ୍କ କୃପା ଓ ଖ୍ରୀଷ୍ଟ ଯୀଶୁଙ୍କ ସହନଶୀଳତା ମୋତେ ଏକ ଦୃଷ୍ଟାନ୍ତ କରି ରଖିଛି - ଅନ୍ୟମାନେ ଯେପରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ଅନନ୍ତ ଜୀବନ ଲାଭ କରିବେ।
17
ସମଗ୍ର ବିଶ୍ୱ ଜଗତର ଅଦୃଶ୍ୟ, ଅବିନଶ୍ୱର, ଚିରନ୍ତନ ରାଜା, ଏକମାତ୍ର ଈଶ୍ୱର ଯୁଗେ ଯୁଗେ ସମ୍ମାନିତ ଓ ମହିମାନ୍ୱିତ ହୁଅନ୍ତୁ।
18
ବତ୍ସ ତୀମଥି, ତୁମ ବିଷୟରେ ପୂର୍ବରୁ ପ୍ରକାଶ ପାଇଥିବା ଐଶ୍ୱରିକ ବାଣୀ ଅନୁଯାୟୀ ମୁଁ ତୁମକୁ ଏହି ଆଜ୍ଞା ଦେଉଛି। ସେହି ଐଶ୍ୱରିକ ବାଣୀକୁ ଆମୋଘ ଅସ୍ତ୍ର ରୂପେ ବ୍ୟବହାର କରି ତୁମେ ଜୀବନ ସଂଗ୍ରାମରେ କୃତିତ୍ୱ ଲାଭ କର।
19
ବିବେକକୁ ନିର୍ମଳ ରଖି, ତୁମ ଧର୍ମ ବିଶ୍ୱାସରେ ଅଟଳ ରୁହ। କେହି କେହି ବିବେକର ଚେତାବନୀକୁ ଉପେକ୍ଷା କରି ନିଜ ଧର୍ମବିଶ୍ୱାସକୁ ନଷ୍ଟ କରି ଦେଇଛନ୍ତି।
20
ଏମାନଙ୍କ ମଧ୍ୟରେ ହୁମନାୟ ଓ ଆଲେକ୍ଜାଣ୍ଡେର ଅନ୍ତର୍ଗତ। ଏ ଦୁହିଁଙ୍କୁ ମୁଁ ଶୟତାନ ହାତରେ ଛାଡ଼ିଦେଇ ଉପଯୁକ୍ତ ଦଣ୍ଡ ବିଧାନ କରିଛି - ହୁଏତ ଏଥିଦ୍ୱାରା ସେମାନେ ଈଶ୍ୱର ନିନ୍ଦାରୁ କ୍ଷାନ୍ତ ହେବା ପାଇଁ ଶିକ୍ଷା ପାଇବେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 2 →
All chapters:
1
2
3
4
5
6