bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Timothy 2
1 Timothy 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 3 →
1
ଏ ସମ୍ପର୍କରେ ମୋର ପ୍ରଥମ ଅନୁରୋଧ, ଉପାସନା କରିବା ବେଳେ, ଦେଶର ଅଧିପତି,
2
ଅନ୍ୟାନ୍ୟ ଶାସକବର୍ଗ ତଥା ସର୍ବସାଧାରଣଙ୍କ ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା, ନିବେଦନ ଓ ଧନ୍ୟବାଦ ଜଣାଇବ - ଆମ୍ଭେମାନେ ଯେପରି ଈଶ୍ୱର ଭକ୍ତିରେ ଅବିଚଳିତ ରହିବୁ ଓ ଅନ୍ୟମାନଙ୍କ ପ୍ରତି ସଦାଚରଣ କରି ସୁଖ ଶାନ୍ତିରେ ଜୀବନ ଯାପନ କରିପାରିବୁ।
3
ଏହି ପ୍ରକାର ପ୍ରାର୍ଥନା ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ ଓ ଗ୍ରହଣଯୋଗ୍ୟ।
4
ସମସ୍ତେ ପାପରୁ ଉଦ୍ଧାର ପାଇ ସତ୍ୟ ଉପଲବ୍ଧି କରନ୍ତୁ, ଏହା ତାଙ୍କର ଇଚ୍ଛା।
5
ଈଶ୍ୱର ଅଦ୍ୱିତୀୟ ଏବଂ ମନୁଷ୍ୟକୁ ଈଶ୍ୱରଙ୍କ ସହିତ ସମ୍ମିଳିତ କରାଇବା ପାଇଁ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି - ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ।
6
ସେ ମାନବର ମୁକ୍ତି ନିମନ୍ତେ ନିଜକୁ ଉତ୍ସର୍ଗ କରିଛନ୍ତି - ଏଥିଦ୍ୱାରା ଯଥା ସମୟରେ ପ୍ରମାଣିତ ହୋଇଅଛି ଯେ, ଈଶ୍ୱର ପ୍ରତ୍ୟେକ ମାନବକୁ ପରିତ୍ରାଣ କରିବାକୁ ଇଚ୍ଛା କରନ୍ତି।
7
ସେହି ସତ୍ୟ ଓ ବିଶ୍ୱାସର ବାର୍ତ୍ତା ଅନ୍ୟାନ୍ୟ ଜାତି ନିକଟରେ ଘୋଷଣା କରିବା ପାଇଁ ମୁଁ ଜଣେ ଶିଷ୍ୟ ଓ ଗୁରୁ ରୂପେ ପ୍ରେରିତ ହୋଇଛି। ମୁଁ ମିଥ୍ୟା କହୁ ନାହିଁ - ଯାହା କହୁଛି, ତାହା ସବୁ ନିରାଟ ସତ୍ୟ।
8
ଉପାସନାରେ ଈଶ୍ୱର ପରାୟଣ ବ୍ୟକ୍ତିମାନେ ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରିବା ବେଳେ ମନରୁ ସବୁ ପ୍ରକାର କ୍ରୋଧ ଓ ବିଦ୍ୱେଷ ଭାବ ବର୍ଜ୍ଜନ କରନ୍ତୁ।
9
ନାରୀମାନଙ୍କୁ ମୋର ଅନୁରୋଧ, ସେମାନେ ବିନୀତ ଓ ସଂଯତ ହୁଅନ୍ତୁ। ମୂଲ୍ୟବାନ ପରିଚ୍ଛଦ, କୃତ୍ରିମ କେଶ ବିନ୍ୟାସ ଓ ସ୍ୱର୍ଣ୍ଣରତ୍ନାଳଙ୍କାରରେ ନିଜକୁ ମଣ୍ଡିତ ନ କରି,
10
ସତ୍କର୍ମ ଦ୍ୱାରା ନିଜର ଧର୍ମପରାୟଣତାର ପରିଚୟ ଦିଅନ୍ତୁ।
11
ନାରୀମାନେ ନୀରବରେ ନମ୍ର ଭାବରେ ଶିକ୍ଷା କରିବା ଉଚିତ।
12
ଉପଦେଶ ଦେବା କିମ୍ବା ପୁରୁଷ ଉପରେ କର୍ତ୍ତୃତ୍ୱ କରିବା ଅଧିକାର ମୁଁ ନାରୀମାନଙ୍କୁ ଦିଏ ନାହିଁ। ସେମାନେ ନୀରବ ରହନ୍ତୁ।
13
କାରଣ, ଆଦମ ପ୍ରଥମେ ସୃଷ୍ଟି ହୋଇଥିଲେ; ତା’ପରେ ହବାଙ୍କ ସୃଷ୍ଟି।
14
ପୁଣି ପ୍ରଥମେ ଆଦମ ପ୍ରତାରିତ ହୋଇ ନ ଥିଲେ - ନାରୀ ହିଁ ପ୍ରତାରିତ ହୋଇ ଈଶ୍ୱରଙ୍କ ଆଜ୍ଞା ଲଂଘନ କରିଥିଲା।
15
କିନ୍ତୁ ବିଶ୍ୱାସ, ବାତ୍ସଲ୍ୟ, ପବିତ୍ରତା ଓ ବିନୟରେ ଅବିଚଳିତ ରହି ନାରୀ ଜନନୀ ହେବାର ସୌଭାଗ୍ୟ ପାଇବା ଦ୍ୱାରା ପରିତ୍ରାଣ ଲାଭ କରିପାରିବା।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 3 →
All chapters:
1
2
3
4
5
6