bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Timothy 4
1 Timothy 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
1
ପବିତ୍ରଆତ୍ମା ସ୍ପଷ୍ଟ ଭାବରେ କହୁଛନ୍ତି ଯେ, ପ୍ରତାରକ ପାପାତ୍ମାମାନଙ୍କ କୁଶିକ୍ଷାରେ ପଡ଼ି ଦିନେ ଆମ ମଣ୍ଡଳୀର କେହି କେହି ଖ୍ରୀଷ୍ଟବିଶ୍ୱାସରୁ ବିଚ୍ୟୁତ ହେବେ।
2
କେତେକ ଶଠ ମିଥ୍ୟାବାଦୀ ଏ ଭଳି ଶିକ୍ଷା ଦେବାରେ ଲାଗିଛନ୍ତି - ସେମାନଙ୍କ ବିବେକ ପୋଡ଼ି ଭସ୍ମ ହୋଇଯାଇଛି।
3
ବିବାହ କରିବା ଏବଂ କୌଣସି କୌଣସି ଖାଦ୍ୟ ପଦାର୍ଥ ଖାଇବା ଅନୁଚିତ ବୋଲି ସେମାନେ କହୁଛନ୍ତି। କିନ୍ତୁ ଯେଉଁ ଖ୍ରୀଷ୍ଟବିଶ୍ୱାସୀମାନେ ସତ୍ୟ ଉପଲବ୍ଧି କରିଛନ୍ତି, ସେମାନେ ଈଶ୍ୱର ସୃଷ୍ଟି କରିଥିବା ସକଳ ଖାଦ୍ୟ ପଦାର୍ଥ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ତାହା ନିଶ୍ଚିନ୍ତ ମନରେ ଭୋଜନ କରିପାରିବେ।
4
ଈଶ୍ୱର ଯାହା ସୃଷ୍ଟି କରିଛନ୍ତି, ସେ ସମସ୍ତ ଉତ୍ତମ, ସେଥିରୁ କୌଣସିଟିକୁ ବର୍ଜନ କରାଯାଇପାରେ ନାହିଁ। ତାଙ୍କୁ ଧନ୍ୟବାଦ ଅର୍ପଣ କରି ତାଙ୍କର ସମସ୍ତ ଦାନକୁ କୃତଜ୍ଞତା ସହ ଗ୍ରହଣ କରିବା ଉଚିତ।
5
ଈଶ୍ୱରଙ୍କ ବାକ୍ୟ ସ୍ମରଣ କରି ତାଙ୍କୁ ପ୍ରାର୍ଥନା କରିବା ଦ୍ୱାରା ସକଳ ବିଷୟ ପବିତ୍ର ହୁଏ।
6
ସତ୍ୟ ଉପରେ ପ୍ରତିଷ୍ଠିତ ଆମ ଧର୍ମବିଶ୍ୱାସ ଓ ତତ୍ତ୍ୱରେ ଅନୁପ୍ରାଣିତ ହୋଇ ତୁମେ ଯଦି ମଣ୍ଡଳୀର ଭାଇମାନଙ୍କୁ ଏହି ସବୁ ଶିକ୍ଷା ଦାନ କର, ତୁମେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସୁଦକ୍ଷ ସେବକ ହେବ।
7
ଈଶ୍ୱରଙ୍କୁ ଅପମାନିତ କରୁଥିବା ମୂଲ୍ୟହୀନ କିମ୍ବଦନ୍ତୀଗୁଡ଼ିକୁ ପରିହାର କରି, ତୁମ ଧର୍ମ ଜୀବନକୁ ବଳିଷ୍ଠ କରିବାକୁ ଅଭ୍ୟାସ କର।
8
ଶାରୀରିକ ବ୍ୟାୟାମର ଆବଶ୍ୟକତା ରହିଛି। କିନ୍ତୁ ଆଧ୍ୟାତ୍ମିକ ସାଧନା ସର୍ବତୋଭାବେ ଉପାଦେୟ, କାରଣ ଏଥିଦ୍ୱାରା ମନୁଷ୍ୟ ଉଭୟ ଇହଲୋକ ଓ ପରଲୋକରେ ଜୀବନ୍ତ ହୋଇ ରହିବ ବୋଲି ପ୍ରତିଶ୍ରୁତି ପାଇଛି।
9
ଏହା ନିରାଟ ସତ୍ୟ ଏବଂ ସମସ୍ତେ ଏହା ଉପଲବ୍ଧି କରି ପୂର୍ଣ୍ଣପ୍ରାଣରେ ବିଶ୍ୱାସ କରିବା ଆବଶ୍ୟକ।
10
ଯେଉଁ ମୁକ୍ତିଦାତାଙ୍କଠାରେ ବିଶ୍ୱାସ କଲେ ସମସ୍ତେ ପରିତ୍ରାଣ ଲାଭ କରିପାରିବେ, ସେହି ଜୀବନ୍ତ ଈଶ୍ୱରଙ୍କଠାରେ ଭରସା ରଖି, ଆମେ ଏତେ କଷ୍ଟ ସ୍ୱୀକାର କରି ଏହି କାର୍ଯ୍ୟ କରି ଯାଉଛୁ।
11
ଏହି ସମସ୍ତ ଶିକ୍ଷା ଓ ନିର୍ଦ୍ଦେଶ ସେମାନଙ୍କୁ ବୁଝାଇ ଦିଅ।
12
ତୁମେ ନିଜର କଥାବାର୍ତ୍ତା, ଆଚରଣ, ପ୍ରେମ, ବିଶ୍ୱାସ ଓ ଚରିତ୍ରର ନିର୍ମଳତାରେ ଆଦର୍ଶ ଦେଖାଇ ପାରିଲେ, ଅଳ୍ପ ବୟସ୍କ ହୋଇଥିଲେ ସୁଦ୍ଧା ତୁମକୁ ମଣ୍ଡଳୀରେ କେହି ଅବଜ୍ଞା କରିପାରିବେ ନାହିଁ।
13
ମୁଁ ତୁମ ନିକଟକୁ ଆସିବା ପର୍ଯ୍ୟନ୍ତ ତୁମେ ଧର୍ମଶାସ୍ତ୍ର ପଠନ, ଉପଦେଶ ଓ ଶିକ୍ଷାଦାନ କାର୍ଯ୍ୟ କରୁଥାଅ।
14
ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ ତୁମକୁ ଈଶ୍ୱରଙ୍କ ବାଣୀ ଶୁଣାଇ ତୁମ ଉପରେ ହସ୍ତାର୍ପଣ କରିବା ବେଳେ ତୁମେ ଯେଉଁ ଆଧ୍ୟାତ୍ମିକ ଶକ୍ତି ଲାଭ କରିଥିଲ, ତାହାକୁ ଅବହେଳା କର ନାହିଁ।
15
ମୁଁ ଉଲ୍ଲେଖ କରିଥିବା ସମସ୍ତ କର୍ତ୍ତବ୍ୟ ଆନ୍ତରିକତା ସହିତ ପାଳନ କରିବାକୁ ଅଭ୍ୟାସ କର - ଫଳରେ ତୁମ କାର୍ଯ୍ୟକଳାପର ଯଥାର୍ଥତା ପ୍ରତି ସତର୍କ ରୁହ।
16
ତାହାହେଲେ, ତୁମେ ନିଜେ ପରିତ୍ରାଣ ପାଇବ ଓ ଅନ୍ୟମାନଙ୍କ ପରିତ୍ରାଣ ପ୍ରାପ୍ତିର ସହାୟକ ହେବ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
All chapters:
1
2
3
4
5
6