bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Timothy 3
1 Timothy 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
1
ଉପାସକ ମଣ୍ଡଳୀକୁ ନେତୃତ୍ୱ ଦେବା ପାଇଁ ଯେଉଁ ବ୍ୟକ୍ତି ଉକ୍ରଣ୍ଠିତ, ସେ ନିଶ୍ଚିତ ଗୋଟିଏ ମହତ୍ କାର୍ଯ୍ୟ କରିବାକୁ ଉତ୍ସୁକ, ଏ କଥା ସତ୍ୟ।
2
କିନ୍ତୁ ମଣ୍ଡଳୀର ବିଷପ ନିର୍ଦ୍ଦୋଷ ଚରିତ୍ର, ଏକପତ୍ନୀକ, ମିତାଚାରୀ, ସଂଯମୀ ଓ ଗାମ୍ଭୀର୍ଯ୍ୟଯୁକ୍ତ ହେବା ଆବଶ୍ୟକ। ସେ ଅତିଥିପରାୟଣ ହୋଇଥିବେ ଓ ଶିକ୍ଷାଦାନ କରିବାରେ ତାଙ୍କର ଦକ୍ଷତା ଥିବ।
3
ସେ ମଦ୍ୟପ ବା ଉଗ୍ର ପ୍ରକୃତିର ଲୋକ ନ ହୋଇ, ସୁଶୀଳ ଓ ଶାନ୍ତିପ୍ରିୟ ଥିବେ। ତାଙ୍କର ବିଷୟାସକ୍ତି ନ ଥିବ।
4
ନିଜ ପରିବାରକୁ ସେ ଠିକ୍ ଭାବରେ ଚଳାଇ ପାରୁଥିବେ ଏବଂ ତାଙ୍କୁ ସମ୍ମାନ ଦେଇ ତାଙ୍କର ବାଧ୍ୟ ହେବା ପାଇଁ ତାଙ୍କ ସନ୍ତାନମାନେ ଶିକ୍ଷା କରିଥିବେ।
5
ଯେଉଁ ବ୍ୟକ୍ତି ନିଜ ପରିବାରକୁ ଚଳାଇବା ପାଇଁ ଅସମର୍ଥ, ସେ ଈଶ୍ୱରଙ୍କ ଉପାସକ ମଣ୍ଡଳୀର ଯତ୍ନ ନେବେ କିପରି?
6
ସେ ବିଶ୍ୱାସରେ ପରିପକ୍ୱ ହୋଇଥିବ ଉଚିତ; ଅନ୍ୟଥା ଶୟତାନ ପରି ଗର୍ବରେ ସ୍ଫୀତ ହୋଇ ଦଣ୍ଡନୀୟ ହେବାର ଆଶଙ୍କା ରହିଛି।
7
ମଣ୍ଡଳୀ ବାହାରେ ସର୍ବସାଧାରଣରେ ମଧ୍ୟ ସେ ଜଣେ ସମ୍ମାନିତ ବ୍ୟକ୍ତି ଥିବେ, ସହଜରେ ଶୟତାନର ଫାନ୍ଦରେ ପଡ଼ି ସେ ଯେପରି ଅପମାନିତ ନ ହୁଅନ୍ତୁ।
8
ମଣ୍ଡଳୀର ଦୀକନମାନେ ମଧ୍ୟ ସଚରିତ୍ର ଓ କର୍ତ୍ତବ୍ୟପରାୟଣ ହେବା ଆବଶ୍ୟକ। ସେମାନେ ମଦ୍ୟପ ବା ଧନଭୋଲୀ ହୋଇ ନ ଥିବେ।
9
ଆମ ଧର୍ମବିଶ୍ୱାସର ପ୍ରକାଶିତ ତତ୍ତ୍ୱଗୁଡ଼ିକୁ ସେମାନେ ନିର୍ମଳ ବିବେକରେ ଦୃଢ଼ ଭାବରେ ବିଶ୍ୱାସ କରୁଥିବେ।
10
ମଣ୍ଡଳୀର କାର୍ଯ୍ୟ କରିବାକୁ ଅଧିକାର ପାଇବା ପୂର୍ବରୁ ସେମାନଙ୍କୁ ମଧ୍ୟ ପରୀକ୍ଷା କରାଯାଉ। ଏହି ପରୀକ୍ଷାରେ ଉପଯୁକ୍ତ ବିବେଚିତ ହେଲେ ଯାଇ ସେମାନେ କାର୍ଯ୍ୟରେ ନିଯୁକ୍ତି ପାଆନ୍ତୁ।
11
ଦୀକନମାନେ ମଧ୍ୟ ଏକପତ୍ନୀକ ହୋଇଥିବେ ଏବଂ ନିଜ ପରିବାର ଓ ସନ୍ତାନମାନଙ୍କୁ ଠିକ୍ ଭାବରେ ଚଳାଇ ପାରୁଥିବେ। ସେମାନଙ୍କର ପତ୍ନୀମାନେ ମଧ୍ୟ ସଚରିତ୍ରା ହୋଇଥିବେ ଏବଂ ପର କୁତ୍ସାରଟନା କରୁ ନ ଥିବେ। ସେମାନେ ମିତାଚାରୀ ଓ ସବୁ ବିଷୟରେ ସଚ୍ଚୋଟ ବୋଲି ସୁନାମ ଅର୍ଜନ କରିଥିବେ।
13
ସେବକ ଭାବରେ ଯେଉଁମାନେ କୃତିତ୍ୱ ଦେଖାଇବେ, ସେମାନେ ମଣ୍ଡଳୀରେ ସମ୍ମାନିତ ହେବେ ଏବଂ ଖ୍ରୀଷ୍ଟବିଶ୍ୱାସ ସମ୍ପର୍କରେ ନିର୍ଭୀକ ଭାବରେ ନିଜ ମତ ପ୍ରକାଶ କରିପାରିବେ।
14
ଏହି ପତ୍ର ଲେଖିବା ସମୟରେ, ଶୀଘ୍ର ତୁମକୁ ଦେଖି ଆସିବା ପାଇଁ ମୁଁ ଆଶା କରୁଛି,
15
କିନ୍ତୁ ଯଦି ମୋର ଆସିବା ବିଳମ୍ବ ହେବ, ଜୀବନ୍ତ ଈଶ୍ୱରଙ୍କ ପରିବାର ସ୍ୱରୂପେ ଏହି ଉପାସକ ମଣ୍ଡଳୀରେ ଆମକୁ କିପରି ଆଚରଣ କରିବାକୁ ହେବ, ଏହି ପତ୍ରରୁ ତାହା ତୁମେ ଜାଣି ପାରିବ। ଏହି ମଣ୍ଡଳୀ ହିଁ ସନାତନ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ।
16
ଆମ ଧର୍ମବିଶ୍ୱାସର ଏହି ମହାରହସ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ: ମାନବ ଦେହ ଧରି ସେ ଅବତୀର୍ଣ୍ଣ ହେଲେ, ସ୍ୱର୍ଗଦୂତମାନଙ୍କ ସାକ୍ଷାତରେ ପରମାତ୍ମାଙ୍କ ସମର୍ଥନ ଲାଭ କଲେ, ସମସ୍ତ ଜାତିମାନଙ୍କ ମଧ୍ୟରେ ତାଙ୍କ ବାର୍ତ୍ତା ପ୍ରଚାରିତ ହେଲା, ପୃଥିବୀର ସର୍ବତ୍ର ସେ ବିଶ୍ୱାସଭାଜନ ହୋଇ ସଗୌରବେ ସ୍ୱର୍ଗକୁ ଉତ୍ଥାପିତ ହେଲେ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
All chapters:
1
2
3
4
5
6