bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Timothy 5
1 Timothy 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 6 →
1
ବୟୋଜ୍ୟେଷ୍ଠମାନଙ୍କୁ ପିତୃତୁଲ୍ୟ ମନେ କର। ସେମାନଙ୍କୁ ଭର୍ତ୍ସନା ନ କରି ନମ୍ର ଭାବରେ ଅନୁଯୋଗ କର। କନିଷ୍ଠମାନଙ୍କ ପ୍ରତି ଭ୍ରାତୃସୁଲଭ ବ୍ୟବହାର କର।
2
ବୟୋଜ୍ୟେଷ୍ଠା ମହିଳାମାନଙ୍କୁ ମାତୃବତ୍ ଏବଂ କନିଷ୍ଠାମାନଙ୍କୁ ଭଗିନୀ ତୁଲ୍ୟ ମନେ କରି ସେମାନଙ୍କ ପ୍ରତି ପବିତ୍ର ଆଚରଣ କର।
3
ଏକାକିନୀ ହୋଇ ନିଃସହାୟ ଭାବରେ ଚଳୁଥିବା ବିଧବାମାନଙ୍କୁ ମାନ୍ୟ କର।
4
ଯଦି କୌଣସି ବିଧବାର ପୁତ୍ର ପୌତ୍ରାଦି ଅଛନ୍ତି, ସେମାନେ ପ୍ରଥମେ ନିଜ ପରିବାରରେ ପିତାମାତା, ପିତାମହ ବା ମାତାମହୀଙ୍କ ପ୍ରତି ଧର୍ମତଃ ନିଜର କର୍ତ୍ତବ୍ୟ ପାଳନ କରି ଈଶ୍ୱରଙ୍କ ସନ୍ତୋଷଭାଜନ ହୁଅନ୍ତୁ।
5
ଯେଉଁ ବିଧବା ପ୍ରକୃତରେ ଏକାକିନୀ ଓ ନିରାଶ୍ରୟ, ସେ ଈଶ୍ୱରଙ୍କ ଉପରେ ଭରସା ରଖି, ଦିବାନିଶି ତାଙ୍କର ସାହାଯ୍ୟ ଭିକ୍ଷା କରୁଥାଏ।
6
କିନ୍ତୁ ଯିଏ ବିଧବା ହୋଇ ସୁଦ୍ଧା ଭୋଗବିଳାସରେ ଦିନାତିପାତ କରେ, ତାକୁ ଜୀବନ୍ମୃତ ବୋଲି ମନେ କରିବାକୁ ହେବ।
7
ବିଧବାମାନଙ୍କୁ ଏ ବିଷୟରେ ସାବଧାନ କରିଦିଅ, କେହି ଯେପରି ସେମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ କରିବାକୁ ସୁଯୋଗ ନ ପାଏ।
8
ଯେଉଁ ବ୍ୟକ୍ତି ତା’ର ଆତ୍ମୀୟ ସ୍ୱଜନ ତଥା ନିଜ କୁଟୁମ୍ବର ଯତ୍ନ ନିଏ ନାହିଁ, ସେ ଆମ ଧର୍ମବିଶ୍ୱାସକୁ ପ୍ରତ୍ୟାଖ୍ୟାନ କରୁଛି - ଅବିଶ୍ୱାସୀମାନଙ୍କଠାରୁ ସେ ଅଧିକ ନିନ୍ଦନୀୟ।
9
ନିମ୍ନଲିଖିତ ଯୋଗ୍ୟତା ଥିବା ବିଧବାମାନଙ୍କୁ ଏକ ତାଲିକାଭୁକ୍ତ କର - ଯେଉଁମାନଙ୍କ ବୟସ ଷାଠିଏ ବର୍ଷରୁ ଉଦ୍ଧ୍ୱର୍, ଯେଉଁମାନେ ଥରେ ମାତ୍ର ବିବାହ କରିଥିବେ,
10
ପିଲାମାନଙ୍କର ଉଚିତ୍ ଯତ୍ନ ନେବା, ଅଭ୍ୟାଗତମାନଙ୍କୁ ଆତିଥ୍ୟ କରିବା, ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କ ପ୍ରତି ନମ୍ର ଆଚରଣ କରିବା, ଦୁର୍ଦ୍ଦଶାପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ଇତ୍ୟାଦି ସତ୍କାର୍ଯ୍ୟ ଲାଗି ଯେଉଁମାନେ ସମାଜରେ ଖ୍ୟାତି ଲାଭ କରିଥିବେ।
11
ଅଳ୍ପବୟସ୍କା ବିଧବାମାନଙ୍କୁ ଏହି ତାଲିକାରେ ରଖ ନାହିଁ। ସେମାନେ ପୁନର୍ବିବାହର ଲାଳସା ପୋଷଣ କରିବା ଦ୍ୱାରା ପ୍ରଭୁ ଯୀଶୁଙ୍କଠାରେ ରଖିଥିବା ପ୍ରତିଜ୍ଞା ଭଙ୍ଗ କରି ତାଙ୍କଠାରୁ ଦୂରେଇ ଯିବାର ଆଶଙ୍କା ରହିଛି।
13
ଏମାନେ ଘରକୁ ଘର ବୁଲି ସମୟର ଅପଚୟ କରନ୍ତି - ଅଧିକନ୍ତୁ ବାଜେ ଗପ ଓ ପରଚର୍ଚ୍ଚା କରି ଅକଥ୍ୟ କଥା ସବୁ କହନ୍ତି।
14
ସୁତରାଂ ମୋର ମତ ହେଉଛି, ଅଳ୍ପବୟସ୍କା ବିଧବାମାନେ ପୁନର୍ବିବାହ କରି ପୁତ୍ର କନ୍ୟାର ଜନନୀ ହୋଇ ଗୋଟିଏ ଗୋଟିଏ ସୁନ୍ଦର ନୂଆ ସଂସାର ଗଢ଼ନ୍ତୁ। ତାହାହେଲେ, ଆମ ବିପକ୍ଷରେ ଥିବା ଲୋକମାନେ ଏମାନଙ୍କୁ ନେଇ ସମ୍ପ୍ରଦାୟର କୁତ୍ସାରଟନା କରିବାକୁ ଅବକାଶ ପାଇବେ ନାହିଁ।
15
ଇତିମଧ୍ୟରେ କେତେକ ଅଳ୍ପବୟସ୍କା ବିଧବା ଶୟତାନର ଚକ୍ରାନ୍ତରେ ପଡ଼ି ପଥଭ୍ରଷ୍ଟ ହୋଇଛନ୍ତି।
16
ଆଉ ଥରେ କହି ରଖୁଛି, ଖ୍ରୀଷ୍ଟବିଶ୍ୱାସୀ ଭଉଣୀମାନେ, ନିଜ ପରିବାରରେ ଥିବା ବିଧବାମାନଙ୍କ ଭରଣପୋଷଣ ଭାର ନିଜେ ବହନ କରନ୍ତୁ। ଯେପରି ମଣ୍ଡଳୀ ଏମାନଙ୍କ ଲାଗି ଅଯଥା ଭାରଗ୍ରସ୍ତ ନ ହୋଇ, ନିରାଶ୍ରୟ ବିଧବାମାନଙ୍କର ଯତ୍ନ ନେବାକୁ ସମର୍ଥ ହେବ।
17
ମଣ୍ଡଳୀର ଯେଉଁ ନେତାମାନେ ସେମାନଙ୍କ କାର୍ଯ୍ୟରେ କୃତିତ୍ୱ ଦେଖାଇବେ, ବିଶେଷତଃ ଯେଉଁମାନେ କଷ୍ଟ ସ୍ୱୀକାର କରି ଶିକ୍ଷା ଓ ପ୍ରଚାର କାର୍ଯ୍ୟ କରୁଥିବେ, ସେମାନେ ଦୁଇ ଗୁଣ ହାରରେ ପାରିଶ୍ରମିକ ପାଇବା ଉଚିତ,
18
କାରଣ ଶାସ୍ତ୍ରରେ ଲେଖାଅଛି: “ଶସ୍ୟ ଅମଳ କରୁଥିବା ବେଳେ ବଳଦ ମୁହଁରେ ତୁଣ୍ଡି ବାନ୍ଧ ନାହିଁ।” ପୁଣି “କାର୍ଯ୍ୟକାରୀ ଉପଯୁକ୍ତ ପାରିଶ୍ରମିକ ପାଇବାକୁ ହକ୍ଦାର।”
19
ଦୁଇ ବା ତିନି ଜଣ ସାକ୍ଷୀ ନ ଥାଇ ମଣ୍ଡଳୀର ଜଣେ ବୟୋଜ୍ୟେଷ୍ଠ ନେତା ବିରୁଦ୍ଧରେ କୌଣସି ଅଭିଯୋଗ ବିଚାରକୁ ନିଅ ନାହିଁ।
20
କିନ୍ତୁ ଯେଉଁମାନେ ପ୍ରକୃତରେ ପାପ କାର୍ଯ୍ୟରେ ଲିପ୍ତ, ଅନ୍ୟମାନଙ୍କୁ ସତର୍କ କରିବା ପାଇଁ, ସେମାନଙ୍କୁ ପ୍ରକାଶ୍ୟରେ ଭର୍ତ୍ସନା କର।
21
ପ୍ରଭୁ ଯୀଶୁ ଖ୍ରୀଷ୍ଟ, ସ୍ୱର୍ଗଦୂତ ଓ ସ୍ୱୟଂ ଈଶ୍ୱରଙ୍କୁ ସାକ୍ଷୀ ରଖି, ଏହି ସବୁ ନିର୍ଦ୍ଦେଶ ପାଳନ କରିବାକୁ ମୁଁ ତୁମକୁ ଏକାନ୍ତ ଅନୁରୋଧ କରୁଛି। କାହା ବିରୁଦ୍ଧରେ ପକ୍ଷପାତିତା ବା ଆକ୍ରୋଶମୂଳକ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ କର ନାହିଁ।
22
ତରବର ହୋଇ ହସ୍ତାର୍ପଣ ଦ୍ୱାରା ଈଶ୍ୱରଙ୍କ କାର୍ଯ୍ୟ ପାଇଁ କାହାକୁ ନିଯୁକ୍ତ କର ନାହିଁ। ଅନ୍ୟମାନଙ୍କ ପାପରେ ନିଜକୁ ଲିପ୍ତ କର ନାହିଁ। ତୁମେ ନିଜକୁ ସମ୍ପୂର୍ଣ୍ଣ ପବିତ୍ର ରଖ।
23
କେବଳ ଜଳପାନ ନ କରି, ତୁମର ଜୀର୍ଣ୍ଣଶକ୍ତି ବୃଦ୍ଧି କରିବାକୁ ଅଳ୍ପ ମାତ୍ରାରେ ଦ୍ରାକ୍ଷାରସ ପାନ କର, କାରଣ ତୁମେ ବାରମ୍ବାର ଅସୁସ୍ଥ ହୋଇ ପଡୁଛ।
24
କେତେକଙ୍କ ଦୁଷ୍କର୍ମ ସର୍ବସାଧାରଣରେ ପ୍ରକାଶ ପାଇଥାଏ, ସେମାନେ ସେଥିପାଇଁ ଅତି ଶୀଘ୍ର ବିଚାରାଳୟର ସମ୍ମୁଖୀନ ହେବାକୁ ପଡ଼େ। ଆଉ କେତେକ ଅପରାଧୀ ବହୁ ବିଳମ୍ବରେ ଧରା ପଡ଼ନ୍ତି।
25
ସେହିପରି କେତେକଙ୍କ ଧର୍ମକର୍ମ ସହଜରେ ସମସ୍ତଙ୍କର ଦୃଷ୍ଟିଗୋଚର ହୋଇଥାଏ। କିନ୍ତୁ ଆଉ କେତେକଙ୍କ ସତ୍କର୍ମ ସେହିପରି ପ୍ରକାଶ ନ ପାଇଲେ ସୁଦ୍ଧା, ଚିରଦିନ ଲୁକ୍କାୟିତ ହୋଇ ରହି ପାରିବ ନାହିଁ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 6 →
All chapters:
1
2
3
4
5
6