bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Corinthians 1
2 Corinthians 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 2 →
1
ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ପାଉଲଙ୍କର ନମସ୍କାର। ପରମେଶ୍ୱରଙ୍କ ଇଚ୍ଛାରେ ମୁଁ ଜଣେ ପ୍ରେରିତ ହୋଇଛି। ଆମ୍ଭ ଭାଇ ତୀମଥି ମଧ୍ୟ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାନ୍ତି। କରିନ୍ଥୀଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ ଓ ସମଗ୍ର ଆଖାୟା ପ୍ରଦେଶର ପରମେଶ୍ୱରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିକଟକୁ ପତ୍ର।
2
ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ମିଳୁ।
3
ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାନ୍ତି ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ସେ ପିତା ଅଟନ୍ତି, ସେ କରୁଣାରେ ପରିପୂର୍ଣ୍ଣ ଓ ସମସ୍ତ ବିଷୟରେ ସାନ୍ତ୍ୱନାଦାତା ପରମେଶ୍ୱର।
4
ଆମ୍ଭ ଅସୁବିଧା ସମୟରେ ସେ ଆମ୍ଭକୁ ସର୍ବଦା ସାନ୍ତ୍ୱନା ପ୍ରଦାନ କରନ୍ତି, ଏବଂ ଆମ୍ଭେ ମଧ୍ୟ ଅନ୍ୟ ଲୋକମାନଙ୍କର ଅସୁବିଧା ସମୟରେ ସାନ୍ତ୍ୱନା ପ୍ରଦାନ କରି ପାରିବା। ଆମ୍ଭକୁ ପରମେଶ୍ୱର ଯେଉଁ ପ୍ରକାର ସାନ୍ତ୍ୱନା ଦିଅନ୍ତି, ଆମ୍ଭେ ସେହିମାନଙ୍କୁ ସେହି ପ୍ରକାର ସାନ୍ତ୍ୱନା ପ୍ରଦାନ କରି ପାରିବା।
5
ଖ୍ରୀଷ୍ଟଙ୍କର ଅନେକ ଦୁଃଖ ଭୋଗର ଆମ୍ଭେ ସହଭାଗୀ ଅଟୁ। ସେହିଭଳି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନା ଆମ୍ଭକୁ ମିଳେ ତାହାର ସୀମା ନାହିଁ।
6
ଯଦି ଆମ୍ଭେ କଷ୍ଟରେ ରହିଛୁ, ସେଗୁଡ଼ିକ ତୁମ୍ଭମାନଙ୍କ ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ ଉଦ୍ଧିଷ୍ଟ। ଯଦି ଆମ୍ଭେ ସାନ୍ତ୍ୱନା ପାଇଛୁ, ତାହା ତୁମ୍ଭମାନଙ୍କର ପାଇଁ ଅଟେ। ଆମ୍ଭେମାନେ ଯେଉଁ ଯାତନା ସହୁ, ସେହି ଯାତନା ଧୈର୍ଯ୍ୟ ପୂର୍ବକ ସହିବା ପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତି।
7
ତୁମ୍ଭମାନଙ୍କଠାରେ ଆମ୍ଭର ଦୃଢ଼ ଭରସା ଅଛି। ଆମ୍ଭେ ଜାଣୁ ଯେ, ତୁମ୍ଭେମାନେ ଆମ୍ଭ ଯାତନାରେ ଭାଗୀ। ଅତଏବ, ଆମ୍ଭେ ଜାଣୁ ଯେ, ସେହିଭିଳ ଆମ୍ଭମାନଙ୍କର ସାନ୍ତ୍ୱନାରେ ମଧ୍ୟ ତୁମ୍ଭର ଅଂଶ ଅଛି।
8
ଭାଇ ଓ ଭଉଣୀମାନେ! ଏସିଆ ଦେଶରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଗ୍ଭହୁଁ ଯେପରି ସେହି ବିଷୟରେ ତୁମ୍ଭେମାନେ ମଧ୍ୟ ଜାଣ। ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭେମାନେ ଜୀବନର ସମସ୍ତ ଆଶା ହରାଇଥିଲୁ। ସେହି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା।
9
ଆମ୍ଭେ ଅନୁଭବ କରୁଥିଲୁ ଯେ, ଆମ୍ଭେ ମରିଯିବୁ। ଏପରି ଘଟିବାର କାରଣ ହେଲା ଯେ, ଆମ୍ଭେ ନିଜ ଉପରେ ଭରସା ନ ରଖି ମାତ୍ର ଯେ ଲୋକମାନଙ୍କୁ ମୃତ୍ୟୁରୁ ଉତ୍ଥିତ କରନ୍ତି ସେହି ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ଉଚିତ୍।
10
ପରମେଶ୍ୱର ଆମ୍ଭମାନଙ୍କୁ ମୃତ୍ୟୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କଲେ। ପରମେଶ୍ୱର ସର୍ବଦା ଏପରି ଉଦ୍ଧାର କରିବେ। ଆମ୍ଭେ ତାହାଙ୍କ ଉପରେ, ଆଶାବାନ ଓ ସେ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିବେ।
11
ତୁମ୍ଭେମାନେ ନିଜ ପ୍ରାର୍ଥନା ଦ୍ୱାରା ଆମ୍ଭକୁ ସାହାଯ୍ୟ କରିପାର। ଅନେକେ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବେ, ଯେହେତୁ ସେମାନଙ୍କର ପ୍ରାର୍ଥନା ଦ୍ୱାରା ପରମେଶ୍ୱର ଆମ୍ଭକୁ ଆଶୀର୍ବାଦ ପ୍ରଦାନ କଲେ।
12
ପାଉଲଙ୍କ ଯୋଜନାରେ ପରିବର୍ତ୍ତନ ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତରେ ଆମ୍ଭେ ଯାହାକିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ଯ୍ୟ ଦୃଷ୍ଟିରୁ ଏହା ଅଧିକ ସତ୍ୟ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନରେ ନୁହେଁ ମାତ୍ର ପରମେଶ୍ୱରଙ୍କ କୃପାରୁ କରୁଛୁ।
13
ତୁମ୍ଭେମାନେ ଯେଉଁ କଥାଗୁଡ଼ିକ ପଢ଼ି ପାରିବ ଓ ବୁଝି ପାରିବ, କେବଳ ସେହି କଥାଗୁଡ଼ିକ ଆମ୍ଭେ ତୁମ୍ଭମାନଙ୍କୁ ଲେଖିଛୁ।
14
ଯେପରିକି ତୁମ୍ଭେମାନେ ଆମ୍ଭ ବିଷୟରେ କିଛି କଥା ଆଗରୁ ବୁଝି ସାରିଛ, ସେଥିପାଇଁ ଆମ୍ଭେ ଆଶା କରୁ ଯେ, ତୁମ୍ଭେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବୁଝି ପାରିବ। ତୁମ୍ଭେମାନେ ଏ କଥା ବୁଝି ପାରିବ ଯେ, ଯେପରି ବର୍ତ୍ତମାନ ତୁମ୍ଭେ ଆମ୍ଭ ପାଇଁ ଗର୍ବ କରୁଛ, ସେହିପରି ଆମ୍ଭ ପ୍ରଭୁ ଯୀଶୁ ଆସିବା ଦିନ, ଆମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଗର୍ବ କରି ପାରିବୁ।
15
ମୋହର ଏହି ବିଶ୍ୱାସ ଥିବାରୁ ମୁଁ ପ୍ରଥମରେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଠିକ୍ କଲି। ଏହା ଦ୍ୱାରା ତୁମ୍ଭେମାନେ ଦୁଇଥର ଆଶୀର୍ବାଦ ଲାଭ କରିବ।
16
ମାକିଦନିଆ ଯିବା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖିବା ପାଇଁ ଯୋଜନା କଲି। ମାକିଦନିଆରୁ ଫେରିଲା ବେଳେ ମଧ୍ୟ ପୁନର୍ବାର ତୁମ୍ଭମାନଙ୍କ ପାଖକୁ ଆସିବି। ତୁମ୍ଭମାନଙ୍କ ସାହାଯ୍ୟରେ ଯିହୂଦା ଦେଶକୁ ପ୍ରସ୍ଥାନ କରିବି।
17
ତୁମ୍ଭେମାନେ କ’ଣ ଭାବୁଛ ଯେ, ଏହି ଯୋଜନାଗୁଡ଼ିକୁ କଲାବେଳେ ମୁଁ ପ୍ରକୃତରେ ଚିନ୍ତା କରି ନ ଥିଲି? ବା ଜାଗତିକ ଜ୍ଞାନରେ କରିଥିଲି, ଯେ ଏକା ସମୟରେ “ହଁ, ହଁ” କହୁଥିବା ଓ “ନା, ନା” ମଧ୍ୟ କହୁଥିବି।
18
କିନ୍ତୁ ଯଦି ତୁମ୍ଭେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛ, ତାହାହେଲେ ତୁମ୍ଭେମାନେ ବିଶ୍ୱାସ କରିପାର ଯେ, ଆମ୍ଭେ ଯାହା କହୁ ତାହାର ଉତ୍ତର “ହଁ” ଓ “ନା” ଉଭୟ ହୋଇ ପାରିବ ନାହିଁ।
19
ମୁଁ ଏବଂ ସିଲ୍ୱାନ୍ ଓ ତୀମଥିଙ୍କ ଦ୍ୱାରା ପ୍ରଗ୍ଭରିତ ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଉଭୟ “ହଁ’ ଓ “ନା’ ଏକ ସମୟରେ କହନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟଙ୍କଠାରେ ସର୍ବଦା “ହଁ” କଥା “ହଁ” ହୁଏ।
20
କାରଣ ପରମେଶ୍ୱର ଯେଉଁ ସମସ୍ତ ପ୍ରତିଜ୍ଞା କରିଛନ୍ତି, ସେ ଖ୍ରୀଷ୍ଟଙ୍କଠାରେ ସେ ସବୁଗଡ଼ିକ “ହଁ” ହୋଇଛି। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ମହିମା ନିମନ୍ତେ ଖ୍ରୀଷ୍ଟଙ୍କ ନାମରେ “ଆମେନ୍” ବୋଲି କହିଥାଉ।
21
କେବଳ ପରମେଶ୍ୱର ତୁମ୍ଭମାନଙ୍କୁ ଓ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଦୃଢ଼ କରି ରଖନ୍ତି। ପରମେଶ୍ୱର ତାହାଙ୍କର ବିଶେଷ ଆଶୀର୍ବାଦ ଆମକୁ ପ୍ରଦାନ କରନ୍ତି।
22
ସେ ଆମ୍ଭଠାରେ ନିଜ ଅଧିକାରର ମୋହର ଲଗାଇଛନ୍ତି, ଓ ଆମ୍ଭମାନଙ୍କ ହୃଦୟରେ ତାହାଙ୍କ ଆତ୍ମା ପ୍ରଦାନ କରିଛନ୍ତି। ଏହା ପ୍ରମାଣ ଦିଏ ଯେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ଦେବେ।
23
ମୁଁ କରିନ୍ଥୀକୁ ଆଉ ଥରେ ଆସି ନ ଥିଲି କାରଣ ମୁଁ ତୁମ୍ଭମାନଙ୍କୁ ଆଘାତ ଦେବାକୁ ଇଚ୍ଛା କରୁ ନ ଥିଲି।
24
ପରମେଶ୍ୱର ଏଥିର ସାକ୍ଷୀ। ମୋ’ କହିବା ଉଦ୍ଦେଶ୍ୟ ନୁହେଁ ଯେ, ଆମ୍ଭେ ତୁମ୍ଭମାନଙ୍କ ବିଶ୍ୱାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ। ତୁମ୍ଭେମାନେ ବିଶ୍ୱାସରେ ଦୃଢ଼ କିନ୍ତୁ ଆମ୍ଭେମାନେ ତୁମ୍ଭର ଆନନ୍ଦ ପାଇଁ ତୁମ୍ଭମାନଙ୍କର ସହକର୍ମୀ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 2 →
All chapters:
1
2
3
4
5
6
7
8
9
10
11
12
13