bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Corinthians 6
2 Corinthians 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 7 →
1
ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ।
2
ପରମେଶ୍ୱର କହିଛନ୍ତି: “ମୁଁ ଉଚିତ୍ ସମୟରେ ତୁମ୍ଭ କଥା ଶୁଣିଲି ଓ ପରିତ୍ରାଣ ଦିନରେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଆସିଲି।” ମୁଁ ତୁମ୍ଭକୁ କହୁଛି, ଦେଖ, ଏହା ହେଉଛି “ଉଚିତ୍ ସମୟ।” ଏହା “ପରିତ୍ରାଣର ଦିନ” ଅଟେ।
3
ଆମ୍ଭ କାମରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଛା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ।
4
ବରଂ ପରମେଶ୍ୱରଙ୍କ ସେବକ ରୂପରେ ଆମ୍ଭେମାନେ ପ୍ରତ୍ୟେକ ଭାବରେ ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ୟା ମଧ୍ୟରେ ଅନେକ କଠୋର ତଥା ଧୈର୍ଯ୍ୟପୂର୍ବକ ସହୁ।
5
ଆମ୍ଭକୁ ମାଡ଼ ଦିଆଯାଏ, କାରାଗାରରେ ରଖାଯାଏ। ଲୋକେ ଆମ୍ଭ ବିରୁଦ୍ଧରେ ଉଠନ୍ତି। ଆମ୍ଭେ କଠୋର ପରିଶ୍ରମ କରୁ, ବେଳେବେଳେ ଆମ୍ଭେ ଅନିଦ୍ରା ରହୁ, ଓ ଭୋକଉପାସରେ ରହୁ।
6
ଆମ୍ଭର ଜ୍ଞାନ, ଧୈର୍ଯ୍ୟ, ଦୟା, ପବିତ୍ରଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ସେବକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ରଆତ୍ମାଙ୍କ ପୂର୍ଣ୍ଣତାରେ, ପ୍ରକୃତ ପ୍ରେମ ପ୍ରକାଶିବା ଦ୍ୱାରା, ପୁଣି ସତ୍ୟ କଥା କହି ଓ ପରମେଶ୍ୱରଙ୍କ ଶକ୍ତିର କାର୍ଯ୍ୟ କରି ଏହାର ପରିଚୟ ଦେଇଥାଉ।
7
ପ୍ରତ୍ୟେକ କଥାରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷା ଢାଲ ଭାବରେ ବ୍ୟବହାର କରୁ।
8
କେତେକ ଲୋକ ଆମ୍ଭକୁ ସମ୍ମାନ ଦିଅନ୍ତି, କିନ୍ତୁ କେତେ ଲୋକ ଆମ୍ଭକୁ ଲଜ୍ଜା ଦିଅନ୍ତି। କେତେ ଲୋକ ଆମ୍ଭ ବିଷୟରେ ମନ୍ଦ କୁହନ୍ତି, କେତେ ଭଲ କଥା କୁହନ୍ତି। କେତେ ଲୋକ କୁହନ୍ତି ଯେ, ଆମ୍ଭେ ମିଥ୍ୟାବାଦୀ ଓ ତଥାପି ଆମ୍ଭେ ସତ୍ୟ କହୁ।
9
ଆମ୍ଭେ ଜନପ୍ରିୟ ହୋଇ ଥିଲେ ମଧ୍ୟ କେତେକଙ୍କ ପାଇଁ ଅଜଣା। ଆମ୍ଭକୁ ମୃତ ତୁଲ୍ୟ ଧରା ଯାଏ, କିନ୍ତୁ ଦେଖ, ଆମ୍ଭେ ଜୀବିତ ରହିଛୁ। ଆମ୍ଭକୁ ଦଣ୍ଡ ଦିଆ ଯାଏ, କିନ୍ତୁ ମାରି ଦିଆ ଯାଏ ନାହିଁ।
10
ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍ଭେ ସର୍ବଦା ପ୍ରସନ୍ନ ରହୁ। ଆମ୍ଭେ ଗରିବ, କିନ୍ତୁ ଅନେକଙ୍କୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁକିଛି ଅଛି।
11
ହେ କରିନ୍ଥୀବାସୀ! ଆମ୍ଭେ ସମ୍ପୂର୍ଣ୍ଣ ଖୋଲା ମନରେ ତୁମ୍ଭମାନଙ୍କ ସହିତ କଥା ହୋଇଛୁ। ଆମ୍ଭେ ଆମ୍ଭର ହୃଦୟ ତୁମ୍ଭମାନଙ୍କ ପାଇଁ ଖୋଲି ଦେଇଛୁ।
12
ତୁମ୍ଭମାନଙ୍କ ପ୍ରତି ଆମ୍ଭର ପ୍ରେମ ପ୍ରଦର୍ଶନ ଆମ୍ଭେ ବନ୍ଦ କରି ନାହୁଁ। କିନ୍ତୁ ତୁମ୍ଭେମାନେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶନ ବନ୍ଦ କରି ଦେଇଛ।
13
ମୋ’ ନିଜର ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ମୁଁ କହୁଛି ଯେ, ଉଚିତ୍ ପ୍ରତିଦାନ ସ୍ୱରୂପେ ତୁମ୍ଭେମାନେ ମଧ୍ୟ ନିଜର ହୃଦୟ ଆମ୍ଭ ପାଇଁ ସମ୍ପୂର୍ଣ୍ଣ ଭାବରେ ଖୋଲା ରଖିବା ଉଚିତ୍।
14
ଅଣଖ୍ରୀଷ୍ଟିୟାନମାନଙ୍କ ବିଷୟରେ ସତର୍କବାଣୀ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ତୁମ୍ଭେମାନେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସେମାନଙ୍କ ସହିତ ଯୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧ୍ୟରେ କି ସହଭାଗିତା ଅଛି?
15
ଯୀଶୁ ଖ୍ରୀଷ୍ଟ ଓ ବିଲିୟାର୍ ଭିତରେ ଚୁକ୍ତି ହୋଇପାରେ କି? ଜଣେ ବିଶ୍ୱାସୀ ଓ ଜଣେ ଅବିଶ୍ୱାସୀଙ୍କ ଭିତରେ କ’ଣ କିଛି ମେଳ ହୋଇପାରେ?
16
ପରମେଶ୍ୱରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧ୍ୟରେ ଚୁକ୍ତି ହୋଇ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ମନ୍ଦିର। ଯେପରି ପରମେଶ୍ୱର କହିଛନ୍ତି: “ମୁଁ ସେମାନଙ୍କ ସହିତ ରହିବି ଓ ସେମାନଙ୍କ ସହିତ ଗ୍ଭଲିବି, ମୁଁ ସେମାନଙ୍କର ପରମେଶ୍ୱର ହେବି ଓ ସେମାନେ ମୋର ଲୋକ ହେବେ।”
17
“ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସେମାନଙ୍କଠାରୁ ନିଜକୁ ଅଲଗା କରି ରଖ, ଯାହା ଅଶୁଦ୍ଧ, ତାହାକୁ ଛୁଅଁ ନାହିଁ, ତା’ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି।”
18
“ମୁଁ ତୁମ୍ଭମାନଙ୍କର ପିତା ହେବି ଓ ତୁମ୍ଭେମାନେ ମୋ’ ପୁଅ ଓ ଝିଅ ହେବ ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି।”
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 7 →
All chapters:
1
2
3
4
5
6
7
8
9
10
11
12
13