bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Corinthians 5
2 Corinthians 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 6 →
1
ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ।
2
ଏହା ସ୍ୱର୍ଗରେ ସ୍ଥାପିତ ଚିରସ୍ଥାୟୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟିରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ୱର ଆମ୍ଭକୁ ଆମ୍ଭର ସ୍ୱର୍ଗୀୟ ଘରଟି ଦିଅନ୍ତୁ।
3
ଏହି ଘରଟି ପାଇଲା ପରେ, ଏହା ଆମ୍ଭକୁ ଆବୃତ କରିବ, ଓ ଆମ୍ଭେ ଉଲଗ୍ନ ଦେଖାଯିବୁ ନାହିଁ।
4
ଏହି ଶରୀରରୂପ ତମ୍ବୁରେ ରହିଲା ବେଳେ ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ଅଭିଯୋଗ କରୁ। ମୋର କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦେବା ପାଇଁ ଗ୍ଭହୁଁ। କିନ୍ତୁ ଆମ୍ଭେ ସ୍ୱର୍ଗୀୟ ଘର ଦ୍ୱାରା ଆଚ୍ଛାଦିତ ହେବାକୁ ଇଚ୍ଛା କରୁ। ତା’ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ୱାରା ଘୋଡ଼ାଇ ହୋଇ ପାରିବ।
5
ପରମେଶ୍ୱର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ ସେ ଯାହା ପ୍ରତିଜ୍ଞା କରିଥିଲେ ତାହା ଆମ୍ଭକୁ ପ୍ରଦାନ କରିବେ ବୋଲି ଆତ୍ମା ଏଥିର ସାକ୍ଷ୍ୟ ଦିଏ।
6
ଅତଏବ ଆମ୍ଭର ପୂର୍ଣ୍ଣ ଆଶା ଅଛି। ଆମ୍ଭେ ଜାଣୁ ଯେ, ଯେପର୍ଯ୍ୟନ୍ତ ଆମ୍ଭେ ଏହି ଦେହରେ ଅଛୁ ସେପର୍ଯ୍ୟନ୍ତ ଆମ୍ଭେ ପ୍ରଭୁଙ୍କଠାରୁ ଦୂରରେ ଅଛୁ।
7
ଆମ୍ଭେ ଯାହା ଦେଖୁ, ତା’ ସାହାଯ୍ୟରେ ନୁହେଁ, ମାତ୍ର ବିଶ୍ୱାସ ଦ୍ୱାରା ପରିଗ୍ଭଳିତ ହେଉ, ସେଥିପାଇଁ ମୁଁ କୁହେ ଯେ, ଆମ୍ଭମାନଙ୍କର ଆଶା ଅଛି।
8
ଆମ୍ଭେମାନେ ଏହି ଶରୀରରୁ ଦୂରକୁ ଯିବାକୁ ଓ ପ୍ରଭୁଙ୍କ ନିକଟସ୍ଥ ହେବାକୁ ଅଧିକ ପସନ୍ଦ କରୁ।
9
ଆମର ଏକମାତ୍ର ଉଦ୍ଦେଶ୍ୟ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା। ଆମ୍ଭେ ଏହିଠାରେ ବାହ୍ୟିକ ଶରୀର ଧାରଣ କରି ରହୁ ବା ସେଠାରେ ପ୍ରଭୁଙ୍କ ସହିତ ରହୁ, ଆମ୍ଭେ ପ୍ରଭୁଙ୍କୁ ପ୍ରସନ୍ନ କରିବାକୁ ଗ୍ଭହୁଁ।
10
ଆମ୍ଭେ ସମସ୍ତେ ବିଗ୍ଭରିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କର ନ୍ୟାୟାସନ ଆଗରେ ଅବଶ୍ୟ ଠିଆ ହେବୁ। ଆମ୍ଭମାନଙ୍କ ଭିତରୁ ପ୍ରତ୍ୟେକ, ଏହି ପାର୍ଥିବ ଶରୀର ଧାରଣ କରିଥିଲାବେଳେ ଯାହାକିଛି ଭଲ ବା ମନ୍ଦ କରିଛୁ, ତା’ ପାଇଁ ପ୍ରତିଦାନ ପାଇବ।
11
ପରୋପକାରୀ ଲୋକେ ପରମେଶ୍ୱରଙ୍କ ମିତ୍ର ହୁଅନ୍ତି ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ’ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ୟ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉ। ପରମେଶ୍ୱର ଜାଣନ୍ତି ଯେ, ଆମ୍ଭେ ପ୍ରକୃତରେ କ’ଣ ଓ ମୁଁ ଆଶାକରେ, ତୁମ୍ଭେ ମଧ୍ୟ ଆମ୍ଭର ପ୍ରକୃତ ପରିଚୟ ପାଇ ପାରିବ।
12
ଆମ୍ଭେ ତୁମ୍ଭମାନଙ୍କ ଆଗରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭେମାନେ ଗର୍ବ ଅନୁଭବ କରି ପାରିବ। ତା’ହେଲେ ପ୍ରତ୍ୟକ୍ଷ ଦିଶୁଥିବା ବିଷୟ ଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭେମାନେ ଉତ୍ତର ଦେଇ ପାରିବ। ସେ ଲୋକମାନେ ଜଣକର ହୃଦୟରେ କ’ଣ ଅଛି, ତହିଁ ପାଇଁ ସେମାନେ ମନୋଯୋଗ କରନ୍ତି ନାହିଁ।
13
ଆମ୍ଭେ ଯଦି ପାଗଳ, ତାହା ପରମେଶ୍ୱରଙ୍କ ପାଇଁ।
14
ଯଦି ଆମ୍ଭେ ଠିକ୍ ମନରେ ଅଛୁ ତାହା ତୁମ୍ଭମାନଙ୍କ ପାଇଁ। ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭକୁ ନିୟନ୍ତ୍ରିତ କରେ। କାରଣ ଆମ୍ଭେ ଜାଣୁ ଯେ ଜଣେ ସମସ୍ତଙ୍କ ପାଇଁ ମରିଛନ୍ତି। ସେଥିପାଇଁ ସମସ୍ତେ ମରିଛନ୍ତି।
15
ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ମରିବାର ଉଦ୍ଦେଶ୍ୟ ହେଉଛି ଯେ ଯେଉଁ ଲୋକମାନେ ଜୀବିତ, ଏହା ପରେ ସେମାନେ ନିଜ ପାଇଁ ଜୀବିତ ନ ରୁହନ୍ତି, ବରଂ ଯିଏ ମରି ଯାଇଥିଲେ ଓ ପୁନର୍ବାର ସେମାନଙ୍କ ପାଇଁ ଉତ୍ଥିତ ହେଲେ, ସେହି ଖ୍ରୀଷ୍ଟଙ୍କ ପାଇଁ ଜୀବିତ ରୁହନ୍ତୁ।
16
ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଜାଗତିକ ଦୃଷ୍ଟିରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସେହିପରି ଭାବୁନାହୁଁ।
17
ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କଠାରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହୋଇ ଅଛି। ପୁରୁଣା ବିଷୟ ସମସ୍ତ ଗ୍ଭଲି ଯାଇଅଛି, ଓ ପ୍ରତ୍ୟେକ ବିଷୟ ନୂଆ ହୋଇ ଯାଇଛି।
18
ଏହିସବୁ ବିଷୟ ପରମେଶ୍ୱରଙ୍କଠାରୁ ଆସିଛି। ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ନିଜେ ଆମ୍ଭମାନଙ୍କ ସହ ଶାନ୍ତି ସ୍ଥାପନ କରିଛନ୍ତି। ଓ ଲୋକମାନେ ଯେପରି ପରମେଶ୍ୱରଙ୍କ ସହ ଶାନ୍ତି ସ୍ଥାପନ କରିବେ, ଏହି ଦାୟିତ୍ୱ ଆମ୍ଭମାନଙ୍କୁ ଦେଇଛନ୍ତି।
19
ମୋ’ କହିବା କଥା ଯେ, ପରମେଶ୍ୱର ଖ୍ରୀଷ୍ଟଙ୍କ ହେତୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କେବଳ ସେତିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦେଇଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ।
20
ସେ ଆମ୍ଭ ମାଧ୍ୟମରେ ପୃଥିବୀର ଲୋକମାନଙ୍କୁ ଡାକୁଛନ୍ତି। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ପୁନର୍ମିଳିତ ହେବା ପାଇଁ ଅନୁରୋଧ କରୁ,
21
ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 6 →
All chapters:
1
2
3
4
5
6
7
8
9
10
11
12
13