bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Corinthians 11
2 Corinthians 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
1
ପାଉଲ ଓ ଭଣ୍ଡ ପ୍ରେରିତ ତୁମ୍ଭେମାନେ ମୋହର ଟକିଏ ମୂର୍ଖତା ସହି ନେଇଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ତୁମ୍ଭେ ସତରେ ମୋ’ ପ୍ରତି ସହିଷ୍ଣୁ ଅଛ।
2
ମୁଁ ତୁମ୍ଭ ପ୍ରତି ଈର୍ଷା କରିଲି, ଏହା ପରମେଶ୍ୱରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ୟା ହେବା ପାଇଁ ତାହାଙ୍କଠାରେ ସମର୍ପିତ କରିବି।
3
ସେ କେବଳ ତୁମ୍ଭମାନଙ୍କର ସ୍ୱାମୀ ହେବେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବା ସର୍ପର ପ୍ରବଞ୍ଚନା ଦ୍ୱାରା ପ୍ରଭାବିତ ହୋଇଥିଲା, ସେହିଭଳି ତୁମ୍ଭମାନଙ୍କ ମନ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରତି ସତ୍ୟ ଓ ପବିତ୍ର ସମର୍ପଣଠାରୁ ଦୂରକୁ ଗ୍ଭଲି ଯିବ।
4
କାରଣ ଆମ୍ଭେ ଯେଉଁ ଯୀଶୁଙ୍କ ପ୍ରଗ୍ଭର କରିଛୁ, ତାହାଠାରୁ ଭିନ୍ନ କଥା କେହି ଯୀଶୁଙ୍କର ବିଷୟରେ ପ୍ରଗ୍ଭର କଲେ, ଅଥବା ଆମ୍ଭଠାରୁ ଯେଉଁ ପବିତ୍ରଆତ୍ମା ବା ସୁସମାଗ୍ଭର ବିଷୟରେ ତୁମ୍ଭେମାନେ ଶୁଣିଛ, ତା’ଠାରୁ ଭିନ୍ନ ଅନ୍ୟ ଆତ୍ମା ବା ସୁସମାଗ୍ଭର ବିଷୟରେ ଯେତେବେଳେ ସେମାନେ କୁହନ୍ତି, ସେତେବେଳେ ତୁମ୍ଭେମାନେ ଧୈର୍ଯ୍ୟ ପୂର୍ବକ ସେମାନଙ୍କଠାରୁ ଶୁଣୁଛ।
5
ମୁଁ ଭାବୁ ନାହିଁ ଯେ, ସେହି “ମହାନ ପ୍ରେରିତମାନେ” ମୋ’ଠାରୁ କୌଣସି ଗୁଣରେ ଅଧିକ।
6
ଏହା ସତ୍ୟ ଯେ ମୁଁ ପ୍ରଶିକ୍ଷିତ ବକ୍ତା ନୁହେଁ, କିନ୍ତୁ ମୋର ଜ୍ଞାନ ଅଛି। ଆମ୍ଭେ ଏହି କଥାଟିକୁ ତୁମ୍ଭମାନଙ୍କୁ ସବୁ ପ୍ରକାରେ ସ୍ପଷ୍ଟ ଭାବରେ ଦେଖାଇ ଦେଇଛୁ।
7
ମୁଁ ତୁମ୍ଭମାନଙ୍କୁ ବିନା ମୂଲ୍ୟରେ ପରମେଶ୍ୱରଙ୍କ ସୁସମାଗ୍ଭର ଦେଇଛି। ତୁମ୍ଭମାନଙ୍କୁ ମହତପୂର୍ଣ୍ଣ କରିବା ପାଇଁ ମୁଁ ନମ୍ର ହୋଇ ଯାଇଥିଲି। ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଭୁଲ୍ କରିଥିଲି?
8
ମୁଁ ତୁମ୍ଭମାନଙ୍କ ସେବାକାର୍ଯ୍ୟ ପାଇଁ ଅନ୍ୟ ମଣ୍ଡଳୀମାନଙ୍କଠାରୁ ଅର୍ଥ (ବା ସେମାନେ ଦରିଦ୍ର ହେଲେ ମଧ୍ୟ ସେମାନଙ୍କଠାରୁ ଅର୍ଥ ଗ୍ରହଣ କରିବା) ଗ୍ରହଣ କରିଛି।
9
ତୁମ୍ଭମାନଙ୍କ ସହିତ ଥିବା ବେଳେ, ମୋର ଆବଶ୍ୟକତା ଗୁଡ଼ିକ ପାଇଁ ମୁଁ ତୁମ୍ଭମାନଙ୍କୁ ହଇରାଣ କରି ନାହିଁ। ଯେଉଁ ଭାଇମାନେ ମାକିଦନିଆରୁ ଆସିଥିଲେ ସେମାନେ ମୋର ସମସ୍ତ ଆବଶ୍ୟକତା ଗୁଡ଼ିକୁ ପୂରଣ କଲେ। ମୁଁ କୌଣସି ପ୍ରକାର ତୁମ୍ଭମାନଙ୍କ ଉପରେ ବୋଝ ହୋଇ ନାହିଁ ଓ ଭବିଷ୍ୟତରେ ମଧ୍ୟ କଦାପି ହେବି ନାହିଁ।
10
ମୁଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟକହୁଛି, ସେହି ବିଷୟରେ ଗର୍ବ ପୂର୍ବକ କହିବା ପାଇଁ ମୋତେ ସମଗ୍ର ଆଖାୟାରେ କେହି ଅଟକାଇ ପାରିବ ନାହିଁ।
11
ମୁଁ କାହିଁକି ତୁମ୍ଭମାନଙ୍କ ପାଇଁ ବୋଝ ହେଉ ନାହିଁ? ଏହା କ’ଣ ଏଥିପାଇଁ ଯେ ମୁଁ ତୁମ୍ଭମାନଙ୍କୁ ଭଲ ପାଏ ନାହିଁ? ନା, ପରମେଶ୍ୱର ଜାଣନ୍ତି ଯେ, ମୁଁ ତୁମ୍ଭମାନଙ୍କୁ ଭଲ ପାଏ।
12
ମୁଁ ଯାହା କରୁଛି, ତାହା କରି ଗ୍ଭଲି ଥିବି। ସେହି ଲୋକମାନଙ୍କର ଗର୍ବ କରିବା ପାଇଁ ଯେପରି କୌଣସି କାରଣ ରହିବ ନାହିଁ, ସେଥିପାଇଁ ମୁଁ ଏପରି କରିଗ୍ଭଲିଥିବି।
13
ସେମାନେ ସବୁବେଳେ ଦେଖାଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସେମାନେ ମଧ୍ୟ ସେଥିପାଇଁ ଗର୍ବ କରନ୍ତି। ସେମାନେ ଭଣ୍ଡ ପ୍ରେରିତ। ସେମାନେ ପ୍ରତାରକ। ଲୋକେ ଯେପରି ସେମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରେରିତ ବୋଲି ଭାବିବେ, ଏଥିପାଇଁ ସେମାନେ ନିଜର ବେଶ ବଦଳାଇଥା’ନ୍ତି।
14
ଏହା ଆମ୍ଭକୁ ଆଶ୍ଚର୍ଯ୍ୟ ଲାଗୁ ନାହିଁ। କାରଣ ଏପରି କି ଶୟତାନ ନିଜେ ମଧ୍ୟ ତେଜସ୍ୱୀ ସ୍ୱର୍ଗଦୂତର ରୂପ ଧାରଣ କରେ।
15
ଅତଏବ, ତା’ର ସେବକମାନେ ଯଦି ଧାର୍ମିକତାର ସେବକରୂପ ଧାରଣ କରନ୍ତି, ଏହା କ’ଣ ଆଶ୍ଚର୍ଯ୍ୟର କଥା? କିନ୍ତୁ ଶେଷରେ ସେମାନେ ତାଙ୍କ କର୍ମ ପାଇଁ ଅବଶ୍ୟ ଦଣ୍ଡ ପାଇବେ।
16
ପାଉଲଙ୍କ ଯାତନା ମୁଁ ପୁନର୍ବାର କହୁଛି, କେହି ମୋତେ ମୂର୍ଖ ବୋଲି ଭାବିବା ଉଚିତ୍ ନୁହେଁ। କିନ୍ତୁ ଯଦି ତୁମ୍ଭେମାନେ ମୋତେ ମୂର୍ଖ ବୋଲି ଭାବ, ତା’ହେଲେ ମୂର୍ଖକୁ ଗ୍ରହଣ କଲାଭଳି ମୋତେ ଗ୍ରହଣ କର।
17
ତା’ହେଲେ ମୁଁ ମଧ୍ୟ ସାମାନ୍ୟ ଗର୍ବ କରି ପାରିବି। ଯେପରି ପ୍ରଭୁ କହିଥା’ନ୍ତେ, ସେପରି ମୁଁ କହୁ ନାହିଁ। ମୁଁ ଜଣେ ମୂର୍ଖ ଭଳି ଗର୍ବ କରେ।
18
ଅନେକ ଲୋକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, ସେହିଭଳି ମୁଁ ମଧ୍ୟ ଗର୍ବ କରୁଛି।
19
ତୁମ୍ଭେମାନେ ଜ୍ଞାନୀ ହୋଇଥିବାରୁ ଖୁସୀରେ ମୂର୍ଖମାନଙ୍କ ପ୍ରତି ସହନଶୀଳ ହୁଅ।
20
କାରଣ ତୁମ୍ଭେମାନେ ତୁମ୍ଭକୁ ଦାସ ଭଳି ବ୍ୟବହାର କରୁଥିବା, ଫାନ୍ଦରେ ପକାଇ ଧରୁଥିବା, ନିଜକୁ ତୁମ୍ଭମାନଙ୍କଠାରୁ ବଡ଼ ବୋଲି କହୁଥିବା ଓ ତୁମ୍ଭମାନଙ୍କ ଗାଲରେ ଗ୍ଭପୁଡ଼ା ମାରୁଥିବା ଲୋକମାନଙ୍କ ପ୍ରତି ସହନଶୀଳ ହୋଇଛ।
21
ଏହା କହିବା ମୋ’ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭେମାନେ ଅତି “ଦୁର୍ବଳ” ହୋଇଯାଇଛୁ। ମୁଁ ମୂର୍ଖତା ପୂର୍ବକ କହୁଛି ଯେ, ଯଦି ଜଣେ ଗର୍ବ କରିବାରେ ସାହସୀ, ତା’ହେଲେ ମୁଁ ମଧ୍ୟ ଗର୍ବ କରିବା ପାଇଁ ସାହସୀ ହେବି।
22
ସେମାନେ କେବଳ କ’ଣ ଏବ୍ରୀ? ମୁଁ ମଧ୍ୟ।
23
ସେମାନେ କ’ଣ କେବଳ ଇସ୍ରାଏଲୀୟ? ମୁଁ ମଧ୍ୟ। ସେମାନେ କ’ଣ କେବଳ ଅବ୍ରହାମଙ୍କ ବଂଶଧାର? ମୁଁ ମଧ୍ୟ। ସେମାନେ କ’ଣ କେବଳ ଖ୍ରୀଷ୍ଟଙ୍କ ସେବକ? ମୁଁ ମଧ୍ୟ। ମୁଁ କ’ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି? ସେମାନଙ୍କ ତୁଳନାରେ ମୁଁ ଅଧିକ କଠୋର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମୋତେ ଥରକୁ ଥର ମାଡ଼ ମରାଯାଇଛି। ଅନେକ ଥର ମୁଁ ମୃତ୍ୟୁର ସନ୍ନିକଟ ହୋଇଛି।
24
ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥରରେ ଅଣଗ୍ଭଳିଶ୍ ଥର ଗ୍ଭବୁକ ମାଡ଼ ଖାଇଛି।
25
ମୁଁ ତିନିଥର ବେତ ମାଡ଼ ଖାଇଛି, ଥରେ ପଥର ଆଘାତ ସହିଛି। ଏହା ଛଡ଼ା ମୁଁ ତିନିଥର ଜାହାଜ ଭାଙ୍ଗିବା ବେଳେ ସେଥିରେ ଥିଲି, ତା’ମଧ୍ୟରୁ ଥରେ ରାତି ଓ ତା ଆର ଦିନ ଯାକ ସମୁଦ୍ରରେ ପଡ଼ି ରହିଥିଲି।
26
ମୁଁ ଅନେକ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କରେ ନଦୀରେ ଲୁଣ୍ଠନକାରୀମାନଙ୍କଠାରୁ ମୋର ନିଜ ଲୋକମାନଙ୍କଠାରୁ, ଅଣଯିହୂଦୀମାନଙ୍କଠାରୁ ମୁଁ ବିପଦରେ ଥିଲି। ନଗରମାନଙ୍କରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ରରେ, ମଧ୍ୟ ମୁଁ ବିପଦରେ ପଡ଼ିଥିଲି। ଯେଉଁ ଲୋକମାନେ ମିଛରେ ଭାଇ ବୋଲାଉ ଥିଲେ ସେମାନଙ୍କ ପାଇଁ ମୁଁ ବିପଦରେ ପଡ଼ିଥିଲି।
27
ମୁଁ କଠୋର ପରିଶ୍ରମ କରି କ୍ଳାନ୍ତିପୂର୍ଣ୍ଣ ଜୀବନଯାପନ କରିଛି। ଅନେକ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ୟଦେଇ ଗତି କରିଛି। ଅନେକ ଥର ମୋ’ ପାଖରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡାରେ ମୁଁ ରହିଛି।
28
ଆହୁରି ମଧ୍ୟ ଅନେକ ଗୁଡ଼ିଏ ସମସ୍ୟା ଦେଇ ମୁଁ ଗତି କରିଛି। ତହିଁ ମଧ୍ୟରୁ ଗୋଟିଏ ହେଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ ସେହି ଚିନ୍ତାରେ ମୁଁ ରହୁଛି।
29
ଯଦି ଜଣେ କେହି ଦୁର୍ବଳ, ମୁଁ ମଧ୍ୟ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଗ୍ଭଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତେବେ ମୁଁ ଅନ୍ତର ମଧ୍ୟରୁ ଯନ୍ତ୍ରଣା ଅନୁଭବ କରେ।
30
ଯଦି ମୋର ଦର୍ପ (ଗର୍ବ) କରିବା କଥା, ତା’ହେଲେ ମୁଁ ମୋ’ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି।
31
ପରମେଶ୍ୱର ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା।
32
ସେ ସର୍ବଦା ପ୍ରଶଂସିତ ହେବା କଥା। ମୁଁ ଯେତେବେଳେ ଦମ୍ମେସକଠାରେ ଥିଲି, ଅରିତସ୍ ରାଜାଙ୍କ ରାଜ୍ୟପାଳ ନଗରର ଗ୍ଭରିପଟେ ପ୍ରହରୀମାନଙ୍କୁ ରଖି ମୋତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ।
33
କିନ୍ତୁ ସହର ପାଚେରୀରେ ଥିବା ଗୋଟିଏ ଝରକା ବାଟ ଦେଇ, ଗୋଟିଏ ବାକ୍ସରେ ବସାଇ ମୋତେ କେତେକ ବନ୍ଧୁମାନଙ୍କ ଦ୍ୱାରା ବାହାରକୁ ଓହ୍ଲାଇ ନିଆ ଯିବାରୁ ମୁଁ ରାଜ୍ୟପାଳଙ୍କ ହାତରୁ ରକ୍ଷା ପାଇ ଗଲି।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
All chapters:
1
2
3
4
5
6
7
8
9
10
11
12
13