bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Corinthians 12
2 Corinthians 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 13 →
1
ପାଉଲଙ୍କ ଜୀବନରେ ବିଶେଷ ଆଶୀର୍ବାଦ ମୁଁ ଗର୍ବ କରି ଗ୍ଭଲି ଥିବି। ଏହା ଦ୍ୱାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ ‘ଦର୍ଶନ’ ଓ ‘ପ୍ରତ୍ୟାଦେଶ’ ବିଷୟରେ କହିବି।
2
ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା ଗୋଟିଏ ଘଟଣା କହୁଛି। ଜଣେ ଖ୍ରୀଷ୍ଟରେ ଥିବା ଲୋକକୁ ମୁଁ ଜାଣେ (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ୱର୍ଗକୁ ନିଆଗଲା।
3
ମୁଁ ଜାଣେ ତାହାଙ୍କୁ ପାରଦୀଶକୁ ନିଆଗଲା। (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି)।
4
ସେ ଏପରି ଶୁଣିବାକୁ ପାଇଲେ ଯାହା ସେ ବୁଝେଇ ପାରିଲେ ନାହିଁ। ସେ କିଛି ବିଷୟ ଶୁଣିଲେ,
5
ଯାହା କୌଣସି ବ୍ୟକ୍ତିକୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୁଁ ଏହିଭଳି ଲୋକ ପାଇଁ ଗର୍ବ କରିବାକୁ ଇଚ୍ଛା କରୁଛି, କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ, ମାତ୍ର ମୋହର ଦୁର୍ବଳତାରେ ଦର୍ପ କରିବି।
6
ଯଦିଓ ମୁଁ ନିଜ ଉପରେ ଗର୍ବ କରିବାକୁ ଗ୍ଭହିଁଲି ତଥାପି ମୁଁ ମୂର୍ଖ ନୁହେଁ, କାରଣ ମୁଁ ସତ୍ୟକଥା କହେ। କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ କାରଣ ଲୋକେ ମୋ’ ବିଷୟରେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତା’ଠାରୁ ଅଧିକ ବୋଲି ମୋତେ ଭାବନ୍ତୁ, ଏହା ମୁଁ ଇଚ୍ଛା କରେ ନାହିଁ।
7
ମୋତେ ଦିଆଯାଇଥିବା ଆଶ୍ଚର୍ଯ୍ୟଜନକ ପ୍ରତ୍ୟାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ୟଧିକ ଗର୍ବ କରିବି, ସେଥିପାଇଁ ମୋତେ ଶରୀରରେ ଯନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ୱରୂପେ ଏହା ମୋତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମୋତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି।
8
ମୁଁ ପ୍ରଭୁଙ୍କୁ ତିନିଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମୋ’ଠାରୁ ଦୂରେଇ ନିଅନ୍ତୁ।
9
କିନ୍ତୁ ପ୍ରଭୁ ମୋତେ କହିଲେ, “ତୁମ୍ଭ ପାଇଁ ମୋର ଅନୁଗ୍ରହ ଯଥେଷ୍ଟ। ଯେତେବେଳେ ତୁମ୍ଭେ ଦୁର୍ବଳ, ସେତେବେଳେ ମୋର ଶକ୍ତି ତୁମ୍ଭଠାରେ ପରିପୂର୍ଣ୍ଣତା ଭାବେ ଦେଖା ଦିଏ।” ଅତଏବ ମୁଁ ମୋର ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବାରେ ଆନନ୍ଦ ପାଏ। ଏହା ଦ୍ୱାରା ଖ୍ରୀଷ୍ଟଙ୍କର ଶକ୍ତି ମୋ’ଠାରେ ରହିଥିବ।
10
ଅତଏବ ମୋ’ଠାରେ ଦୁର୍ବଳତା ଥିଲେ ମୁଁ ଆନନ୍ଦିତ ହୁଏ। କେବଳ ଖ୍ରୀଷ୍ଟଙ୍କ ସକାଶେ ଯେତେବେଳେ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ ଦେଇ ଗତି କରେ, ଯେତେବେଳେ ମୋର କଷ୍ଟ ଥାଏ ବା ଯେତେବେଳେ ମୋର ସମସ୍ୟା ଥାଏ, ସେତେବେଳେ ମୁଁ ଆନନ୍ଦ କରେ। ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ପ୍ରକୃତରେ ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କରେ।
11
କରିନ୍ଥୀଠାରେ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ପାଉଲଙ୍କ ପ୍ରେମ ମୁଁ ମୂର୍ଖଙ୍କ ଭଳି କହିଗ୍ଭଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭେମାନେ ମୋତେ ବାଧ୍ୟ କରିଥିଲ। ତୁମ୍ଭେମାନେ ହେଉଛ ସେହିଲୋକ, ଯେଉଁମାନେ ମୋ’ ସପକ୍ଷରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସେହି “ମହାନ୍ ପ୍ରେରିତ”ମାନେ ମୋ’ଠାରୁ ଅଧିକ ମଧ୍ୟ ନୁହନ୍ତି।
12
ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ, ଜଣେ ପ୍ରେରିତ ବୋଲି ପ୍ରମାଣିତ କରୁଥିବା କାମ ମୁଁ କରିଥିଲି। ମୁଁ ନାନାଦି ଚିହ୍ନ, ଅଦ୍ଭୂତ ଓ ଆଶ୍ଚର୍ଯ୍ୟଜନକ କାମ ଦେଖାଇଥିଲି। ଏ ସବୁ ମୁଁ ଅନେକ ଧୈର୍ଯ୍ୟର ସହିତ କରିଥିଲି।
13
ଅତଏବ, ଅନ୍ୟ ମଣ୍ଡଳୀଗୁଡ଼ିକ ଯାହା ପାଇ ଥିଲେ ତା’ସବୁ ତୁମ୍ଭେମାନେ ମଧ୍ୟ ପାଇଛ। କେବଳ ଗୋଟିଏ କଥା ତନ୍ମଧ୍ୟରୁ ଅଲଗା: ମୁଁ ତୁମ୍ଭମାନଙ୍କ ଉପରେ କେବେ ହେଲେ ଭାରସ୍ୱରୂପ ନ ଥିଲି। ଏଥିପାଇଁ ମୋତେ କ୍ଷମା କରି ଦିଅ।
14
ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଯିବା ପାଇଁ ପ୍ରସ୍ତୁତ। ଓ ମୁଁ ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ହେବି ନାହିଁ। ତୁମ୍ଭମାନଙ୍କର ଥିବା ସମ୍ପତ୍ତିରୁ ମୁଁ କିଛି ଇଚ୍ଛା କରେ ନାହିଁ। ପ୍ରତିବଦଳରେ ମୁଁ ତୁମ୍ଭମାନଙ୍କୁ ଗ୍ଭହେଁ। ସନ୍ତାନମାନଙ୍କର ନିଜ ପିତାମାତା ଲାଗି କୌଣସି ସଞ୍ଚୟର ଆବଶ୍ୟକତା ନ ଥାଏ, କିନ୍ତୁ ସନ୍ତାନମାନଙ୍କ ଲାଗି ପିତାମାତା ସଞ୍ଚୟ କରନ୍ତି।
15
ଏଣୁ ମୋ’ ପାଖରେ ଯାହା ଅଛି, ମୁଁ ଆନନ୍ଦର ସହିତ ତୁମ୍ଭମାନଙ୍କୁ ଦେବି। ତୁମ୍ଭମାନଙ୍କ ଲାଗି ମୁଁ ନିଜକୁ ମଧ୍ୟ ଦେଇଦେବି। ଯଦି ମୁଁ ତୁମ୍ଭମାନଙ୍କୁ ଅଧିକ ଭଲ ପାଏ ତା’ହେଲେ ତୁମ୍ଭେମାନେ କ’ଣ ମୋତେ ସ୍ନେହରେ ଊଣା କରିବ?
16
ମୁଁ ତୁମ୍ଭମାନଙ୍କ ଉପରେ ଭାରସ୍ୱରୂପ ହେବାକୁ ଗ୍ଭହେଁ ନାହିଁ କିନ୍ତୁ ଏହା ନିଶ୍ଚିତ ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଛଳ ଭାବରେ ମିଥ୍ୟା କହି ତୁମ୍ଭମାନଙ୍କୁ ଜାଲରେ ପକାଇବା ପାଇଁ ଚେଷ୍ଟା କରିବି।
17
ମୁଁ ତୁମ୍ଭମାନଙ୍କ ପାଖକୁ ପଠାଇଥିବା ଲୋକମାନଙ୍କ ମଧ୍ୟରୁ କାହାରି ମାଧ୍ୟମରେ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଛି କି? ନା, ତୁମ୍ଭେମାନେ ଜାଣ ଯେ, ଏସବୁ ମୁଁ କଦାପି କରି ନାହିଁ।
18
ମୁଁ ତୀତସଙ୍କୁ ଓ ଆମର ଜଣେ ଭାଇଙ୍କୁ ତାହାଙ୍କ ସହିତ ପଠାଇଥିଲି। ତୀତସ କ’ଣ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଥିଲେ କି? ନା! ତୁମ୍ଭେମାନେ ଜାଣ ଯେ ତୀତସ ଓ ମୁଁ ଦୁହେଁ ତୁମ୍ଭମାନଙ୍କ ପାଇଁ ସମାନ ଭାବରେ ଓ ସମାନ ଉତ୍ସାହରେ କାମ କରିଛୁ। ସେହି ପବିତ୍ରଆତ୍ମାର ପ୍ରେରଣରେ ଆମ୍ଭେ ଦୁହେଁ କାମ କରିଥିଲୁ।
19
ତୁମ୍ଭେମାନେ କ’ଣ ଭାବୁଛ ଯେ ଆମ୍ଭେ ଏତେ ସମୟ ଧରି ଆମ୍ଭ ପକ୍ଷରେ ଯୁକ୍ତି ବାଢୁ ଥିଲୁ। ଆମ୍ଭେ ଖ୍ରୀଷ୍ଟଙ୍କର ଅନୁସରଣକାରୀ ହିସାବରେ ପରମେଶ୍ୱରଙ୍କ ଆଗରେ କହିଥିଲୁ। ତୁମ୍ଭେମାନେ ଆମ୍ଭର ପ୍ରିୟ ମିତ୍ର। ଆମ୍ଭେ ଯାହାକିଛି କହୁଛୁ ତାହା ତୁମ୍ଭେମାନେ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ ହେବ ବୋଲି କହୁଛୁ।
20
ଏଭଳି କହିବାର ଉଦ୍ଦେଶ୍ୟ ଯେ, ମୋର ଭୟ ହେଉଛି: ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି ସେତେବେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସେହି ରୂପରେ ନ ପାଇ ପାରେ ଓ ତୁମ୍ଭେମାନେ ମଧ୍ୟ ମୋତେ ଯାହା ଭାବିଛ ଠିକ୍ ସେହି ରୂପରେ ପାଇ ନ ପାର। ମୋର ଭୟ ଯେ, କାଳେ ତୁମ୍ଭମାନଙ୍କ ମଧ୍ୟରେ କଳହ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ପରଚର୍ଚ୍ଚା, କାନକୁହାକୋହି, ଗର୍ବ ଓ ଦ୍ୱନ୍ଦ ଦେଖିବାକୁ ମିଳିବ।
21
ମୁଁ ଭୟ କରୁଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ସେତେବେଳେ ତୁମ୍ଭମାନଙ୍କ ଆଗରେ ମୋର ପରମେଶ୍ୱର ମୋତେ ଲଜ୍ଜା ନ ଦିଅନ୍ତୁ। ଯେହେତୁ ତୁମ୍ଭମାନଙ୍କ ଭିତରୁ ଅନେକେ ପାପ କରିଥିବାରୁ, ମୁଁ ଦୁଃଖିତ ହେବି। କାରଣ ସେହି ଲୋକମାନେ ସେମାନଙ୍କର ପାପର ଜୀବନ ନିମନ୍ତେ ଦୁଃଖିତ ହୋଇ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, ସେମାନଙ୍କର ଯୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ଯ୍ୟ କରୁ ଥିବାରୁ, ମୋତେ ଶୋକ କରିବାକୁ ପଡ଼ିବ।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 13 →
All chapters:
1
2
3
4
5
6
7
8
9
10
11
12
13