bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Corinthians 10
2 Corinthians 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 11 →
1
ପାଉଲ ନିଜ ସେବାକାର୍ଯ୍ୟର ପକ୍ଷସମର୍ଥନ କଲେ ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବେଦନ କରେ। କେତେକ ଲୋକ କୁହନ୍ତି, ମୁଁ ତୁମ୍ଭ ମଧ୍ୟରେ ଥିଲାବେଳେ ନମ୍ର ଥାଏ କିନ୍ତୁ ଦୂରରେ ଥିଲାବେଳେ ସାହସୀ ବା ନିର୍ଭୟ ଅଟେ।
2
ମୁଁ ତୁମ୍ଭମାନଙ୍କୁ ଅନୁନୟ କରେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ଅଛି, ସେତେବେଳେ ସେଭଳି ସାହସିକତା ଦେଖାଇବାକୁ ମୋ’ ଉପରେ ଗ୍ଭପ ପକାଇବ ନାହିଁ। ଯେଉଁମାନେ ଭାବନ୍ତି ଯେ ଆମ୍ଭେ ଜାଗତିକ ଜୀବନଯାପନ କରୁଛୁ ମୁଁ ସେମାନଙ୍କ ପ୍ରତି ସାହସୀ ହେବି।
3
ଆମ୍ଭେ ମଧ୍ୟ ଜଗତରେ ରହୁଛୁ। କିନ୍ତୁ ଆମ୍ଭ ଜାଗତିକ ଲୋକଙ୍କ ଭଳି ସଂଗ୍ରାମ କରୁ ନାହୁଁ।
4
ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାଯ୍ୟରେ ସଂଗ୍ରାମ କରୁ ସେଗୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ରରେ ପରମେଶ୍ୱରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତ୍ରୁର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରିପାରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାଯ୍ୟରେ ଆମ୍ଭେ ଲୋକଙ୍କ ସମସ୍ତ ଯୁକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉଠୁଥିବା ପ୍ରତ୍ୟେକ ଗର୍ବର କଥା ଖଣ୍ଡନ କରୁ।
5
ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ। ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ।
6
ଯେଉଁ ଲୋକ ପୂର୍ଣ୍ଣ ଭାବରେ ଯୀଶୁଙ୍କୁ ମାନେ ନାହିଁ ଆମ୍ଭେ ତାହାଙ୍କୁ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ପ୍ରଥମରେ ଆମ୍ଭେ ଇଚ୍ଛା କରୁ ଯେ ତୁମ୍ଭେମାନେ ପୂର୍ଣ୍ଣଭାବରେ ତାହାଙ୍କୁ ମାନ।
7
ତୁମ୍ଭମାନଙ୍କ ଆଗରେ ଥିବା ତଥ୍ୟ ଗୁଡ଼ିକୁ ଦେଖ। ଯଦି ଜଣେ ନିଶ୍ଚିତ ଭାବରେ ଅନୁଭବ କରେ ଯେ, ସେ ଖ୍ରୀଷ୍ଟଙ୍କର ଅଟେ, ତାହାହେଲେ ସେ ଏହା ମଧ୍ୟ ଜାଣି ରଖିବା ଉଚିତ୍ ଯେ ଆମ୍ଭେ ମଧ୍ୟ ତାହାରି ଭଳି ସମ ଭାବରେ ଖ୍ରୀଷ୍ଟଙ୍କର ଅଟୁ।
8
ଏହା ସତ୍ୟ ଯେ ମୁଁ ପ୍ରଭୁଙ୍କ ଦ୍ୱାରା ପ୍ରଦତ୍ତ ଅଧିକାର ବିଷୟରେ ଅତ୍ୟଧିକ ଗର୍ବର କଥା କହେ, କିନ୍ତୁ ସେ ଆମ୍ଭକୁ ଏହି ଅଧିକାର ତୁମ୍ଭମାନଙ୍କର ବିନାଶ ପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କୁ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ କରିବା ପାଇଁ ପ୍ରଦାନ କରିଛନ୍ତି।
9
ଏହି ଗର୍ବୋକ୍ତି ପାଇଁ ମୁଁ ଲଜ୍ଜା ବୋଧ କରେ ନାହିଁ। ମୁଁ ମୋ’ ପତ୍ରଗୁଡ଼ିକ ମାଧ୍ୟମରେ ତୁମ୍ଭମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ତୁମ୍ଭେମାନେ ଭାବ ନାହିଁ।
10
କେତେକ ଲୋକ କୁହନ୍ତି “ପାଉଲଙ୍କ ପତ୍ରଗୁଡ଼ିକ ଶକ୍ତିସମ୍ପନ୍ନ ଓ ମହତ୍ତ୍ୱପୂର୍ଣ୍ଣ କିନ୍ତୁ ଯେତେବେଳେ ସେ ଆମ୍ଭ ସହିତ ଥା’ନ୍ତି ସେ ଦୁର୍ବଳ ଓ ତାଙ୍କର କଥା ଗୁଡ଼ିକ ଏତେ ପ୍ରଭାବଶାଳୀ ହୁଏ ନାହିଁ।”
11
ଏଭଳି କହିବା ଲୋକ ଜାଣି ରଖିବା ଉଚିତ୍ ଯେ: ଆମ୍ଭେ ତୁମ୍ଭମାନଙ୍କ ସହିତ ଏବେ ନାହୁଁ, ଅତଏବ ଆମ୍ଭେ ଏହି କଥା ଗୁଡ଼ିକ ପତ୍ରରେ ଲେଖିଛୁ। କିନ୍ତୁ ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଯିବୁ ଆମ୍ଭେ ଦେଖାଇ ଦେବୁ ଯେ, ଆମ୍ଭ ପତ୍ରଟି ଯେଉଁ ଶକ୍ତି ଧାରଣ କରିଛି ସେହି ସମାନ ଶକ୍ତି ଆମ୍ଭେ ଧାରଣ କରିଛୁ।
12
ଯେଉଁମାନେ ନିଜକୁ ବହୁତ ବଡ଼ ମନେ କରୁଛନ୍ତି, ସେହି ଲୋକମାନଙ୍କ ସହିତ ସମାନ ସ୍ତରରେ ନିଜକୁ ସ୍ଥାପନ କରିବା ପାଇଁ ବା ତୁଳନା କରିବା ପାଇଁ ଆମ୍ଭେ ସାହସ କରୁ ନାହୁଁ। ସେମାନେ ନିଜକୁ ତୁଳନାର ମାନଦଣ୍ଡ ଭଳି ବ୍ୟବହାର କରି ଅନ୍ୟକୁ ନିଜ ସହ ତୁଳନା କରନ୍ତି ଓ ବିଗ୍ଭର କରନ୍ତି, ଏତଦ୍ଦ୍ୱାରା ସେମାନେ ଯେ କେତେ ମୂର୍ଖ, ଜଣାପଡ଼େ।
13
ଆମ୍ଭକୁ ଯେଉଁ କାର୍ଯ୍ୟ ଦିଆଯାଇଛି, ତହିଁର ସୀମାଲଙ୍ଘନ କରି କଦାପି ଗର୍ବର କଥା କହିବୁ ନାହିଁ। ପରମେଶ୍ୱରଙ୍କ ପ୍ରଦତ୍ତ କାମ ପାଇଁ ଆମ୍ଭେ ନିଜେ ଗର୍ବ ଅନୁଭବ କରିବୁ। ଏହି କାମ ତୁମ୍ଭମାନଙ୍କ ସହିତ ଆମ୍ଭର କାମକୁ ମଧ୍ୟ ଅନ୍ତର୍ଭୁକ୍ତ କରେ।
14
ଆମ୍ଭେ ଅଧିକ ଗର୍ବ କରୁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖକୁ ନ ଆସି ଥିଲେ ଆମ୍ଭେ ମିଛଟାରେ ଅତ୍ୟଧିକ ପ୍ରଶଂସା ନେଇଥା’ନ୍ତୁ। କିନ୍ତୁ ବାସ୍ତବିକତା ଆମ୍ଭେମାନେ ଖ୍ରୀଷ୍ଟଙ୍କର ସୁସମାଗ୍ଭର ସହିତ ତୁମ୍ଭମାନଙ୍କ ପାଖରେ ପହଞ୍ଚିଛୁ।
15
ଆମ୍ଭେ ଅନ୍ୟମାନଙ୍କ ଦ୍ୱାରା କରା ଯାଇଥିବା କାମ ପାଇଁ ନୁହେଁ, କିନ୍ତୁ କେବଳ ନିଜେ କରିଥିବା କାମ ପାଇଁ ଗର୍ବ କରୁଛୁ। ଆମ୍ଭେ ଆଶା କରୁ ଯେ, ତୁମ୍ଭମାନଙ୍କର ବିଶ୍ୱାସ ବଢ଼ିବା ସହିତ ଆମ୍ଭ କାମ ବ୍ୟାପକ ଭାବରେ ବଢ଼ିବାରେ ତୁମ୍ଭେମାନେ ସାହାଯ୍ୟ କରିବ।
16
ଆମ୍ଭେ ଇଚ୍ଛା କରୁ ଯେପରି ତୁମ୍ଭମାନଙ୍କ ସହରର ସୀମା ବାହାର ସ୍ଥାନମାନଙ୍କରେ ମଧ୍ୟ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭର କରି ପାରିବୁ। ଅନ୍ୟ କୌଣସି ସ୍ଥାନରେ ଆଉ କାହା ଦ୍ୱାରା ଯେଉଁ କାମ ହୋଇ ସାରିଛି, ସେହି କାମରେ ଆମ୍ଭେ ଗର୍ବ କରୁ ନାହୁଁ।
17
ଯେପରି ଶାସ୍ତ୍ର କୁହେ: “ଯଦି କିଏ ଗର୍ବ କରିବାକୁ ଇଚ୍ଛା କରେ, ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।”
18
କାରଣ ଯେଉଁ ଲୋକ, ପ୍ରଭୁଙ୍କଦ୍ୱାରା ଭଲ ବୋଲି ଗୃହୀତ ହୁଏ, ସେହି ଲୋକ ଭଲ ବୋଲି ସ୍ୱୀକୃତ ହୁଏ, କିନ୍ତୁ ଯିଏ ନିଜେ ନିଜକୁ ଭଲ ବୋଲି ମନେ କରେ, ସେ ଲୋକ ଭଲ ବୋଲି ସ୍ୱୀକୃତ ହୁଏ ନାହିଁ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 11 →
All chapters:
1
2
3
4
5
6
7
8
9
10
11
12
13