bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Esther 1
Esther 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 2 →
1
ରାଣୀ ବଷ୍ଟୀ ରାଜାଙ୍କୁ ଅମାନ୍ୟ କଲେ ଅକ୍ଷଶ୍ୱେରଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶ ଉପରେ ରାଜତ୍ୱ କଲେ।
2
ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍ ରାଜଧାନୀରେ ନିଜର ରାଜ ସିଂହାସନରେ ଉପବିଷ୍ଟ ହେବାପରେ,
3
ଆପଣା ଅଧିକାରର ତୃତୀୟ ବର୍ଷରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ୟ ଓ ମାଦିୟା ଦେଶର ବିକ୍ରମି ଲୋକମାନେ ଏବଂ କୁଳୀନ ଓ ପ୍ରଦେଶାଧିପତିମାନେ ତାଙ୍କର ସାକ୍ଷାତରେ ଉପସ୍ଥିତ ହେଲେ।
4
ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତ୍ୱର ଶୋଭାର ଉତ୍କୃଷ୍ଟତା ଅନେକ ଦିନ, ଅର୍ଥାତ୍ 180 ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କଲା।
5
ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ୟଗଣ୍ୟ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶନରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନରେ ସାତ ଦିନ ପର୍ଯ୍ୟନ୍ତ ଭୋଜି ଗ୍ଭଲିଲା।
6
ସେଠାରେ ଧଳା ଓ ନୀଳ କାର୍ପାସ ପରଦା ଥିଲା। ସେହି ପରଦାଗୁଡ଼ିକ ନାଇଲନ୍ରେ ତିଆରି ରଜ୍ଜୁ ଓ ବାଇଗଣ ରଙ୍ଗର ରୌପ୍ୟମୟ କଡ଼ାରେ ମାର୍ବଲ ସ୍ତମ୍ଭରେ ବନ୍ଧା ଥିଲା ଏବଂ ଚଟାଣ ଉପରେ ମଧ୍ୟ ଯାହାକି ବିଭିନ୍ନ ପ୍ରକାର ରଙ୍ଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥରରେ ନିର୍ମିତ ହୋଇଥିଲା। ସେଠାରେ ସୁବର୍ଣ୍ଣର ଓ ରୂପାର ଆସନ ଥିଲା।
7
ସେମାନେ ନାନାପ୍ରକାର ସୁବର୍ଣ୍ଣପାତ୍ରରେ ପାନଦ୍ରବ୍ୟ ଓ ରାଜାର ବଦାନ୍ୟତାନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ।
8
ଦ୍ରାକ୍ଷାରସ ନିୟମ ଅନୁସାରେ ଥିଲା। କାହାରିକୁ ମଧ୍ୟ କରାଗଲା ନାହିଁ।
9
ବଷ୍ଟୀ ରାଣୀ ଅକ୍ଷଶ୍ୱେରଶର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା।
10
ସପ୍ତମ ଦିନରେ ଯେତେବେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ୟଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା, ହର୍ବୋଣା, ବିଗ୍ଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତ ଜଣ ନପୁଂସକ ଯେଉଁମାନେ ରାଜା ଅକ୍ଷଶ୍ୱେରଶଙ୍କ ସେବା କଲେ।
11
ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେହେତୁ ସେ ପରମ ସୁନ୍ଦରୀ ଥିଲା।
12
ମାତ୍ର ବାଷ୍ଟୀରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାର କଥିତ ଆଜ୍ଞାରେ ଆସିବାକୁ ରାଜି ହେଲା ନାହିଁ। ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାହାର ଅନ୍ତକରଣରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା।
13
ଏହା ପରେ ରାଜା ଜ୍ଞାନୀଲୋକମାନଙ୍କୁ ପଗ୍ଭରିଲେ, ଯେଉଁମାନେ ରାଜକୀୟ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା।
14
ଏହି ସମୟରେ କର୍ଶନା, ଶେଥର, ଅଦ୍ମାଥା, ତର୍ଶୀଶ, ମେରସ୍, ମେର୍ସନା ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ୟ ଓ ମାଦିୟା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ୟକୁ ଶାସନ କରୁଥିଲେ।
15
ରାଜା ସେମାନଙ୍କୁ ପଗ୍ଭରିଲେ, “ରାଣୀଙ୍କୁ ଆଇନ୍ ଅନୁଯାୟୀ କ’ଣ କରାଯିବା ଉଚିତ୍? ଯେହେତୁ ସେ ରାଜା ଆଦେଶ ଅବଜ୍ଞା କରିଛନ୍ତି, ଯାହାକି ନପୁଂସକମାନଙ୍କ ଦ୍ୱାରା ଦିଆଯାଇଥିଲା।”
16
ଏଥିରେ ରାଜାଙ୍କର ଓ ଅଧିପତିଗଣର ସାକ୍ଷାତରେ ମମୁଖନ ଉତ୍ତର ଦେଇ କହିଲେ, “ବଷ୍ଟୀରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ୱେରଶ ରାଜାର ଅଧୀନସ୍ଥ ପ୍ରଦେଶର ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କ ପ୍ରତି ଭୁଲ୍ କର୍ମ କରୁଛନ୍ତି।
17
କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀଲୋକଙ୍କ ମଧ୍ୟରେ ବ୍ୟାପିଯିବ। ‘ଏହା କହି ସ୍ତ୍ରୀମାନେ ସେମାନଙ୍କର ସ୍ୱାମୀମାନଙ୍କୁ ଅବମାନନା କରିବେ।’ ଆଉ ଅକ୍ଷଶ୍ୱେରଶ ରାଜା ବଷ୍ଟୀରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ।
18
“ପାରସ୍ୟ ଓ ମାଦିୟାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ।
19
“ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାଯାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ।
20
ଆହୁରି ରାଜ୍ୟ ବୃହତ୍, ଏଣୁ ରାଜ୍ୟର ସବୁସ୍ଥାନରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ୱାମୀ ସାମାଜିକ କ୍ଷେତ୍ରରେ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜ ନିଜ ସ୍ୱାମୀମାନଙ୍କୁ ସମ୍ମାନ କରିବେ।”
21
ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହେବାରୁ ରାଜା ମମୁଖନର ପରାମର୍ଶାନୁସାରେ କର୍ମକଲା।
22
ତେଣୁ ସେ ପ୍ରତ୍ୟେକ ପ୍ରଦେଶରେ ଅକ୍ଷାରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାର ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, “ପ୍ରତ୍ୟେକ ପୁରୁଷ ନିଜ ନିଜ ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଗ୍ଭର କରୁ।”
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 2 →
All chapters:
1
2
3
4
5
6
7
8
9
10