bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Esther 4
Esther 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 5 →
1
ମର୍ଦ୍ଦଖୟ ଏଷ୍ଟରଙ୍କୁ ସାହାଯ୍ୟ କରିବାକୁ ଗୁହାରି କଲେ ମର୍ଦ୍ଦଖୟ ଏସବୁ ବିଷୟ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତରେ ଭସ୍ମ ଲେପନ କଲା। ସେ ନଗର ମଧ୍ୟକୁ ଗଲା ଓ ଉଚ୍ଚ ସ୍ୱରରେ ରୋଦନ କଲା।
2
ସେ ରାଜଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ଆସିଲା। ମାତ୍ର ଶୋକ ବସ୍ତ୍ର ପିନ୍ଧି କେହି ରାଜଦ୍ୱାରରେ ପ୍ରବେଶ କରି ପାରିଲା ନାହିଁ।
3
ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିୟମ ପତ୍ର ଗଲା, ସେହିସବୁ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।
4
ଏଷ୍ଟରର ଦାସୀଗଣ ଓ ନପୁଂସକମାନେ ଆସି ମର୍ଦ୍ଦଖୟ ବିଷୟରେ ତାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶୟ ବିଚଳିତ ହୋଇଗଲେ। ପୁଣି ମର୍ଦ୍ଦଖୟଠାରୁ ଅଖା କାଡ଼ି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର ସେ ତାହା ଗ୍ରହଣ କଲା ନାହିଁ।
5
ଏଥିପାଇଁ ରାଜାଙ୍କ ଦ୍ୱାରା ଏଷ୍ଟରର ସେବାରେ ନିଯୁକ୍ତ ହଥକ୍ ନାମେ ରାଜ ନପୁଂସକକୁ ଏଷ୍ଟର ଡାକି କ’ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାକୁ ଆଜ୍ଞା ଦେଲା।
6
ତା’ପରେ ହଥକ୍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକ ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲା।
7
ଏବଂ ମର୍ଦ୍ଦଖୟ ନିଜ ପ୍ରତି ଯାହା ଯାହା ଘଟିଥିଲା ଓ ଯିହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ତାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲା, ସେସବୁ ତାକୁ କହିଲା।
8
ଆହୁରି ମଧ୍ୟ ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନରେ ଦେଇଥିଲା, ତହିଁର ଏକ କପି ଏଷ୍ଟରକୁ ଦେଖାଇ ଜ୍ଞାତ କରାଇବାକୁ ଦେଲା। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାହାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବ ଏପରି ଆଦେଶ କରିବାକୁ କହିଲା।
9
ତେଣୁ ହଥକ୍ ଆସି ମର୍ଦ୍ଦଖୟର କଥା ଏଷ୍ଟରକୁ ଜଣାଇଲା।
10
ଏହା ପରେ ଏଷ୍ଟର ହଥକକୁ ଏହିକଥା କହି ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ଆଜ୍ଞା କଲା।
11
“ବିନା ରାଜା ଡାକରାରେ ପୁରୁଷ ଓ ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ ତାହାର ପ୍ରାଣଦଣ୍ତ ଦେବାର ଏକମାତ୍ର ବ୍ୟବସ୍ଥା ଅଛି। କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ତ ବଢ଼ାନ୍ତି, ସେହି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ୍ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।”
12
ସେମାନେ ଏଷ୍ଟରର ଏହିକଥା ମର୍ଦ୍ଦଖୟକୁ କହିଲେ। ତେଣୁ ମର୍ଦ୍ଦଖୟ ଏଷ୍ଟରକୁ, ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲା, “ସବୁ ଯିହୁଦୀୟମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜ ଗୃହରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ।
14
ଯଦି ତୁମ୍ଭେ ଏହି ସମୟରେ ନୀରବ ହୋଇ ରୁହ, ତେବେ ଅନ୍ୟ ଏକ ସ୍ଥାନରୁ ଯିହୁଦୀୟମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହେବ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀୟ ସ୍ଥାନ ପାଇପାର?”
15
ଏହା ପରେ ଏଷ୍ଟର ମର୍ଦ୍ଦଖୟ ନିକଟକୁ ଉତ୍ତର ପଠାଇଲା, “ତୁମ୍ଭେ ଯାଇ ଶୂଶନରେ ଉପସ୍ଥିତ ସମସ୍ତ ଯିହୁଦୀମାନଙ୍କୁ ଏକତ୍ର କରି ମୋ’ ଲାଗି ଉପବାସ କର। ପୁଣି ତିନି ଦିନ ଯାଏ, ଦିନରେ କି ରାତ୍ରିରେ କିଛି ଖାଅ ନାହିଁ ଓ କିଛି ପାନ କର ନାହିଁ। ମୁଁ ଓ ମୋର ଦାସୀଗଣ ସେହିପରି ଉପବାସ କରିବୁ, ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି, ସେଥିରେ ମଲେ ପଛେ ମରିବି।”
17
ତେଣୁ ମର୍ଦ୍ଦଖୟ ଗଲେ, ସେ ଏଷ୍ଟରଙ୍କ କହିବା ଅନୁଯାୟୀ କାର୍ଯ୍ୟ କଲେ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 5 →
All chapters:
1
2
3
4
5
6
7
8
9
10
Recommended Reading
Commentary
Esther Commentaries
→
Devotional
Esther Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→