bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Esther 3
Esther 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 4 →
1
ଯିହୁଦୀମାନଙ୍କୁ ଧ୍ୱଂସ କରିବା ପାଇଁ ହାମନ୍ର ଯୋଜନା ଥିଲା ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଉନ୍ନତ କରି ଉଚ୍ଚ ପଦାନ୍ୱିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ରେଷ୍ଠ ଆସନ ଦେଲା।
2
ତହିଁରେ ରାଜାର ଯେତେ ଦାସ ରାଜଦ୍ୱାରରେ ଥିଲେ, ସେ ସମସ୍ତେ ନତ ହୋଇ ହାମନ୍କୁ ପ୍ରଣାମ କଲେ। କାରଣ ରାଜା ତାହା ବିଷୟରେ ସେହିପରି ଆଜ୍ଞା ଦେଇଥିଲେ। ମାତ୍ର ମର୍ଦ୍ଦଖୟ ନତ ହେଲା ନାହିଁ କି ତାହାକୁ ପ୍ରଣାମ କଲା ନାହିଁ।
3
ଏଣୁ ରାଜଦ୍ୱାର-ବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦଖୟକୁ କହିଲେ, “ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?”
4
ଏହିପରି ସେମାନେ ପ୍ରତ୍ୟେକ ଦିନ କହିଲେ। ତଥାପି ସେ ସେମାନଙ୍କର କଥା ଶୁଣିଲା ନାହିଁ। ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମନ୍କୁ ତାହା ଜଣାଇଲେ। କାରଣ ମର୍ଦ୍ଦଖୟ ଯେକି ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲା।
5
ଯେତେବେଳେ ହାମନ୍ ଦେଖିଲା ମର୍ଦ୍ଦଖୟ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲା ନାହିଁ। ସେତେବେଳେ ସେ ଅତି କ୍ରୋଧାନ୍ନିତ ହେଲା।
6
ମାତ୍ର ସେ କେବଳ ମର୍ଦ୍ଦଖୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ମଣିଲା। କାରଣ ସେମାନେ ତାହାକୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ୍ ଅକ୍ଷଶ୍ୱେରଶର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ ଅର୍ଥାତ୍ ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା।
7
ରାଜା ଅକ୍ଷଶ୍ୱେରଶ ଦ୍ୱାଦଶ ବର୍ଷର ପ୍ରଥମ ମାସଟି, ଯାହାକି “ନୀଷନ୍” ବୋଲି ପରିଚିତ, ସେମାନେ ଆଖିବୁଜି ଦ୍ୱାଦଶ ମାସକୁ ମନୋନୀତ କଲେ, ଏହା ଅଦର ଯିହୁଦୀମାନଙ୍କୁ ଧ୍ୱଂସ କରିବା ବୋଲି ଜଣାଯାଏ।
8
ଏହା ପରେ ହାମନ୍ ଅକ୍ଷଶ୍ୱେରଶ ରାଜାକୁ କହିଲା, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକ କୃତ ଏକ ଦେଶୀୟ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ ସେମାନେ ମଧ୍ୟ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ। ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ୍ ନୁହେଁ।
9
“ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ। ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦେବି।”
10
ଏଥିରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ବୈରି ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଦେଲା।
11
ପୁଣି ରାଜା ହାମନ୍କୁ କହିଲା, “ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା। ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।”
12
ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମନ୍ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ୱେରଶ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା।
13
ସମସ୍ତ ଯିହୁଦୀୟ ଆବାଳ, ବୃଦ୍ଧବନିତାଙ୍କୁ ବଧ କରିବା ପାଇଁ, ତଣ୍ଟି କାଟିବା ପାଇଁ, ଧ୍ୱଂସ କରିବା ପାଇଁ ଏବଂ ସେମାନଙ୍କର ଦ୍ରବ୍ୟଗୁଡ଼ିକ ଲୁଣ୍ଠନ କରିବା ପାଇଁ ଲୋକମାନଙ୍କୁ ଅନୁମତି ପ୍ରଦାନ କରି, ରାଜା ସମସ୍ତ ପ୍ରଦେଶକୁ ପତ୍ରବାହକମାନଙ୍କ ଦ୍ୱାରା ପତ୍ର ପଠାଇଲେ। ଏହା ମାତ୍ର ଗୋଟିଏ ଦିନରେ କରାଯିବାର ଥିଲା, ତାହା ଦ୍ୱାଦଶ ମାସର ତ୍ରୟୋଦଶ ଦିନ ଯାହା ଅଦର ମାସ କୁହାଯାଏ।
14
ପୁଣି ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେମିତି ପ୍ରସ୍ତୁତ ହୁଅନ୍ତି ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଗ୍ଭର କରିବାକୁ ଓ ଯାବତୀୟ ଲୋକଙ୍କୁ ଜଣାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା।
15
ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସେହି ଆଜ୍ଞା ଶୂଶନ୍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ ନଗର ଉଦ୍ବିଗ୍ନ ହେଲା।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 4 →
All chapters:
1
2
3
4
5
6
7
8
9
10
Recommended Reading
Commentary
Esther Commentaries
→
Devotional
Esther Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→