bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Esther 6
Esther 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 7 →
1
ମର୍ଦ୍ଦଖୟକୁ ସମ୍ମାନ କରାଗଲା ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚେରୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖରେ ପାଠ କରାଗଲା।
2
ତହିଁରେ ଏହି ଲିଖିତ କଥା ଦେଖାଗଲା, ରାଜାଙ୍କର ନପୁଂସକ ବିଗ୍ଥନ୍ ଓ ତେରଶ୍ ନାମରେ ଦୁଇଜଣ ଦ୍ୱାରପାଳ ଅକ୍ଷଶ୍ୱେରଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖୟ ତହିଁର ସମ୍ବାଦ ଦେଇଥିଲା।
3
ଏଣୁ ରାଜା ପଗ୍ଭରିଲେ, “ଏଥିପାଇଁ ମର୍ଦ୍ଦଖୟକୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆ ଯାଇଅଛି?” ରାଜାଙ୍କର ସେବାକାରୀ ଦାସମାନେ କହିଲେ, “ତାହା ପାଇଁ କିଛି କରାଯାଇ ନାହିଁ।”
4
ତେଣୁ ରାଜା ପଗ୍ଭରିଲେ, “ପ୍ରାଙ୍ଗଣରେ କିଏ ଅଛି?” ଏହି ସମୟରେ ହାମନ୍ ନିଜର ପ୍ରସ୍ତୁତ ଫାଶି କାଠରେ ମର୍ଦ୍ଦଖୟକୁ ଫାଶି ଦେବା ପାଇଁ ରାଜାଙ୍କୁ କହିବା ନିମନ୍ତେ ରାଜଗୃହର ଦ୍ୱାର ପ୍ରାଙ୍ଗଣକୁ ଆସିଲା।
5
ତେଣୁ ରାଜାଙ୍କର ଦାସମାନେ ତାଙ୍କୁ କହିଲେ, “ଦେଖନ୍ତୁ, ହାମନ୍ ପ୍ରାଙ୍ଗଣରେ ଛିଡ଼ା ହୋଇଅଛି।” ତେଣୁ ରାଜା କହିଲେ, “ସେ ଭିତରକୁ ଆସୁ।”
6
ତହିଁରେ ହାମନ୍ ଭିତରକୁ ଆସିବାରୁ ରାଜା ତାହାକୁ କହିଲା, “ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ’ଣ କରାଯିବ?” ହାମନ୍ ମନେ ମନେ ଭାବିଲା, “ରାଜା ମୋ’ ବିନା ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ?”
7
ଏଣୁ ହାମନ୍ ରାଜାଙ୍କୁ ଉତ୍ତର ଦେଲା, “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି,
8
ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସନ ଏବଂ ଅଶ୍ୱ ଯେଉଁଥିରେ ରାଜା ଆରୋହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକରେ ରାଜମୁକୁଟ ପିନ୍ଧା ଯାଉ।
9
ଆଉ ସେହି ବସନ ଓ ଅଶ୍ୱ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ ସେମାନେ ସେହି ରାଜ ବସନ ପିନ୍ଧାନ୍ତୁ ଓ ସେହି ଅଶ୍ୱରେ ଆରୋହଣ କରାଇ ନଗର ଦାଣ୍ଡରେ ତାହାର ଆଗେ ଆଗେ ଏହା ଘୋଷଣା କରାନ୍ତୁ। ‘ମହାରାଜ ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାଯାଏ।’”
10
ଏଥିରେ ରାଜା ହାମନ୍କୁ କହିଲା, “ତୁମ୍ଭେ ଏହା ଶୀଘ୍ର କର,” ଯେପରି କହିଲ। “ସେପରି ବସନ ଓ ସେହି ଅଶ୍ୱ ଘେନି ରାଜଦ୍ୱାରରେ ଉପବିଷ୍ଟ ଯିହୁଦୀୟ ମର୍ଦ୍ଦଖୟ ପ୍ରତି କର, ସେଥିରୁ କିଛି ଊଣା କର ନାହିଁ, ଯାହା ତୁମ୍ଭେ କହିଲ।”
11
ତେଣୁ ହାମନ୍ ସେହି ବସନ ଓ ଅଶ୍ୱନେଇ ମର୍ଦ୍ଦଖୟକୁ ବସ୍ତ୍ରାନ୍ୱିତ କଲା ଓ ଅଶ୍ୱାରୋହଣ କରାଇ ନଗର ଦାଣ୍ଡରେ ବୁଲାଇଲା। “ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାଯାଏ।” ଏହିକଥା ତାହାର ଆଗେ ଆଗେ ଘୋଷଣା କଲା।
12
ଏହା ପରେ ମର୍ଦ୍ଦଖୟ ପୁନର୍ବାର ରାଜଦ୍ୱାରକୁ ଆସିଲା। ମାତ୍ର ହାମନ୍ ଶୋକାକୁଳ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା।
13
ପୁଣି ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ନିଜର ଭାର୍ଯ୍ୟା ସେରଶକୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁରେ ତାହାର ଜ୍ଞାନୀ ଲୋକମାନେ ଓ ତାହାର ସ୍ତ୍ରୀ ସେରଶ ତାହାକୁ କହିଲେ, “ଯାହା ସାକ୍ଷାତରେ ତୁମ୍ଭର ଏହି ପତନର ଆରମ୍ଭ ହୋଇଅଛି, ସେ ମର୍ଦ୍ଦଖୟ ଯେବେ ଯିହୁଦୀ ବଂଶୀୟ ଲୋକ ହୁଏ, ତେବେ ତୁମ୍ଭେ ତାହାକୁ ଜୟକରି ପାରିବ ନାହିଁ। ମାତ୍ର ତାହାର ସାକ୍ଷାତରେ ନିଶ୍ଚିତ ପତିତ ହେବ।”
14
ସେମାନେ ତାହା ସହିତ ଏହିପରି କଥାବାର୍ତ୍ତା କରୁ କରୁ ରାଜ-ନପୁଂସକମାନେ ଆସି ଏଷ୍ଟରର ପ୍ରସ୍ତୁତ ଭୋଜିକୁ ହାମନ୍କୁ ନେବା ପାଇଁ ଚଞ୍ଚଳ ହେଲେ।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 7 →
All chapters:
1
2
3
4
5
6
7
8
9
10
Recommended Reading
Commentary
Esther Commentaries
→
Devotional
Esther Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→