bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Esther 8
Esther 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 9 →
1
ଯିହୁଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜା ଆଦେଶ ଦେଲେ ସେହି ଦିନ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକୁ ଯିହୁଦୀୟ ଲୋକମାନଙ୍କର ଶତ୍ରୁ ହାମନ୍ର ଗୃହ ଆଦି ଦେଲା। ଆଉ ମର୍ଦ୍ଦଖୟ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହେଲା କାରଣ ମର୍ଦ୍ଦଖୟ ସହିତ କି ସମ୍ପର୍କ ତାହା ଜଣାଇ ଦେଇଥିଲା।
2
ଏଥିରେ ରାଜା ହାମନ୍ଠାରୁ ଯେଉଁ ଅଙ୍ଗୁରୀୟ ନେଇଥିଲା, ତାହା କାଢ଼ି ମର୍ଦ୍ଦଖୟକୁ ଦେଲା ଏବଂ ଏଷ୍ଟର ହାମନ୍ର ଗୃହ ଉପରେ ମର୍ଦ୍ଦଖୟକୁ ନିଯୁକ୍ତ କଲା।
3
ଏଷ୍ଟର ରାଜା ନିକଟରେ ପୁନର୍ବାର ନିବେଦନ କଲା, ପୁଣି ଯିହୁଦୀୟମାନଙ୍କ ପ୍ରତିକୂଳରେ ଅଗାଗୀୟ ହାମନ୍ର କୃତ ଅମଙ୍ଗଳ ଓ ତାର କଳ୍ପିତ କଳ୍ପନା ନିବାରାଣାର୍ଥେ ତାହାର ଚରଣରେ ପଡ଼ି ରୋଦନ କରି ପ୍ରାର୍ଥନା କଲା।
4
ତହିଁରେ ରାଜା ଏଷ୍ଟର ଆଡ଼େ ସୁବର୍ଣ୍ଣ ଦଣ୍ତ ବିସ୍ତାର କରନ୍ତେ ଏଷ୍ଟର ଉଠି ରାଜାଙ୍କ ଛାମୁରେ ଠିଆ ହେଲା।
5
ଏବଂ କହିଲା, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯେବେ ରାଜାଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଅଛି, “ଦୟାକରି ମୋ’ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତେବେ ମହାରାଜାଙ୍କର ସମୁଦାୟ ପ୍ରଦେଶସ୍ଥ ଯିହୁଦୀୟମାନଙ୍କୁ ବିନାଶ କରିବା ପାଇଁ ଅଗାଗୀୟ ହମ୍ମାଦାଥାର ପୁତ୍ର ହାମନ୍ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦେଇଥିଲା, ତାହା ପ୍ରତ୍ୟାହୃତ କରାଯାଉ।
6
ଯେହେତୁ ମୋ’ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ ତାହା ଦେଖି ମୁଁ କିପରି ସହିପାରିବି? ପୁଣି ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କିପରି ସହିପାରିବି?”
7
ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକୁ ଓ ଯିହୁଦୀୟ ମର୍ଦ୍ଦଖୟକୁ କହିଲା, “ଦେଖ, ମୁଁ ଏଷ୍ଟରକୁ ହାମନ୍ର ଗୃହ ଦେଲି, ଲୋକମାନେ ହାମାନଙ୍କୁ ଫାଶିକାଠରେ ଫାଶି ଦେଇଛନ୍ତି। କାରଣ ସେ ଯିହୁଦୀୟମାନଙ୍କ ଉପରେ ହସ୍ତକ୍ଷେପ କରିଥିଲା।
8
ତୁମ୍ଭେମାନେ ଯିହୁଦୀୟମାନଙ୍କ ସମନ୍ଧରେ ନିଜ ନିଜ ଇଚ୍ଛାନୁସାରେ ରାଜାଙ୍କ ନାମରେ ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କର। କାରଣ ରାଜାଙ୍କର ନାମରେ ଲିଖିତ ଓ ରାଜାଙ୍କର ଅଙ୍ଗୁରୀୟରେ ମୋହରାଙ୍କିତ ପତ୍ର କେହି ଅନ୍ୟଥା କରି ପାରିବେ ନାହିଁ।”
9
ତେଣୁ ତୃତୀୟ ମାସର ଅର୍ଥାତ୍ ସୀବନ ମାସର ତେଇଶ୍ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ ମର୍ଦ୍ଦଖୟର ଆଜ୍ଞା ଅନୁସାରେ ସମସ୍ତ ଯିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶର ଅନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷାରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ। ପୁଣି ପ୍ରତ୍ୟେକ ଗୋଷ୍ଠୀକି ସେମାନଙ୍କ ଭାଷାନୁସାରେ, ଆଉ ଯିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲେଖାଗଲା।
10
ସେ ରାଜା ଅକ୍ଷଶ୍ୱେରଶ ନାମରେ ଲେଖି ଓ ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କରି ଅଶ୍ୱଶାଳା-ଜାତ ରାଜକୀୟ ଅଶ୍ୱବାହାରୂଢ଼ ଦ୍ରୁତଗାମୀ ଦୂତଗଣ ହସ୍ତରେ ପତ୍ର ପଠାଇଲା।
11
ରାଜାଙ୍କର ଚିଠିରେ ଲିଖିତ ବିଷୟ ବସ୍ତୁ ଏହି: ପ୍ରତ୍ୟେକ ନଗରରେ ଯିହୁଦୀୟମାନେ ସେମାନଙ୍କର ନିରାପଦ ପାଇଁ ଏକତ୍ରିତ ହେବେ। ସେମାନେ ଧ୍ୱଂସ କରି ପାରିବେ, ତଳିତଳାନ୍ତ କରି ପାରିବେ, ହତ୍ୟା କରି ପାରିବେ, ଯେଉଁମାନେ ସେମାନଙ୍କର ସ୍ତ୍ରୀ ଓ ପିଲାଙ୍କ ପ୍ରତି ଆକ୍ରମଣ କରିବେ, ସେମାନେ ଯେଉଁ ଗୋଷ୍ଠୀୟ ହୋଇଥା’ନ୍ତୁ ନା କାହିଁକି। ଏବଂ ଯିହୁଦୀୟମାନଙ୍କର ଅଧିକାର ଅଛି ସେମାନେ ସେମାନଙ୍କର ଶତ୍ରୁମାନଙ୍କର ସମସ୍ତ ଧନସମ୍ପତ୍ତି ନଷ୍ଟ କରି ପାରିବେ।
12
ସେଦିନ ଥିଲା ଅକ୍ଷଶ୍ୱେରଶ ରାଜାଙ୍କର ତ୍ରୟୋଦଶ ଦିନ ଦ୍ୱାଦଶ ମାସର ଅଦାର ମାସରେ। ଯିହୁଦୀୟମାନଙ୍କୁ ସବୁ ପ୍ରଦେଶରେ ପ୍ରଗ୍ଭର କରିବା ପାଇଁ, ରାଜା ଅନୁମତି ଦେଇଥିଲେ।
13
ସେହି ଚିଠିର ଏକ ନକଲ ରାଜାଙ୍କର ଏକ ଆଜ୍ଞାପତ୍ର ଗ୍ଭରି ଆଡ଼କୁ ପଠା ଯାଇଥିଲା। ଏହା ଏକ ବ୍ୟବସ୍ଥା ଥିଲା, ଏହି ନିର୍ଦ୍ଦେଶ ସବୁ ପ୍ରଦେଶରେ ନିୟମରେ ପରିଣତ କରାଗଲା। ସେହି ରାଜ୍ୟରେ ବାସ କରୁଥିବା ସବୁଜାତୀୟ ଲୋକଙ୍କ ପାଇଁ ତାହା ପ୍ରଗ୍ଭରିତ ହେଲା। ସେ ଏପରି କରିଥିଲେ କାରଣ ଯିହୁଦୀୟମାନେ ସେହି ଦିନ ପାଇଁ ପ୍ରସ୍ତୁତ ହୋଇଥିଲେ। ଯିହୁଦୀୟମାନଙ୍କୁ ସୁଯୋଗ ଦିଆ ଯାଇଥିଲା ସେମାନଙ୍କର ଶତ୍ରୁମାନଙ୍କଠାରୁ ପ୍ରତିଶୋଧ ନେବା ପାଇଁ।
14
ତହିଁରେ ଦ୍ରୁତଗାମୀ ରାଜକୀୟ ଅଶ୍ୱାରୁଢ଼ ଦୂତମାନେ ରାଜାଙ୍କ ଆଜ୍ଞାରେ ଶୀଘ୍ର ଗ୍ଭଲିଗଲେ, ଏବଂ ଏହା ଶୂଶନ ରାଜଧାନୀରେ ସେହି ଆଜ୍ଞା ପ୍ରକାଶିତ ହେଲା।
15
ଏହା ପରେ ମର୍ଦ୍ଦଖୟ ନୀଳ ଓ ଶୁକ୍ଳବର୍ଣ୍ଣ ରାଜକୀୟ ବସ୍ତ୍ର ପିନ୍ଧି ମସ୍ତକରେ ସୁବର୍ଣ୍ଣମୟ ବୃହତ ମୁକୁଟ ଦେଇ ସରୁ ଓ ଏକ ସୁକ୍ଷ୍ମ ନାଇଲନ୍ ଓଢ଼ଣୀ ଓ ବାଇଗଣୀ ରଙ୍ଗର ବସ୍ତ୍ର ପିନ୍ଧି ରାଜାଙ୍କ ଛାମୁରୁ ବାହାରି ଗଲା ତହିଁରେ ଶୂଶନ ରାଜଧାନୀ ଆନନ୍ଦ ଓ ହର୍ଷନାଦରେ ପରିପୂର୍ଣ୍ଣ ହେଲା।
16
ଆଉ ଯିହୁଦୀୟମାନଙ୍କର ଦୀପ୍ତି, ଆନନ୍ଦ, ହର୍ଷ ଓ ସମ୍ଭ୍ରମର ଉଦୟ ହେଲା।
17
ଏବଂ ପ୍ରତି ପ୍ରଦେଶରେ ଓ ପ୍ରତି ନଗରରେ, ଯେକୌଣସି ସ୍ଥାନରେ ରାଜାଜ୍ଞା ଓ ନିୟମ ପତ୍ର ଉପସ୍ଥିତ ହେଲା, ସେହି ସ୍ଥାନରେ ଯିହୁଦୀୟମାନଙ୍କର ଆନନ୍ଦ ଓ ଆମୋଦ, ଭୋଜି ଓ ମଙ୍ଗଳର ଦିନ ହେଲା। ପୁଣି ଦେଶର ଅନେକ ଲୋକ ଯିହୁଦୀୟ ମତାଲମ୍ବୀ ହେଲେ, ଯେହେତୁ ସେମାନେ ଯିହୁଦୀୟମାନଙ୍କ ସକାଶେ ଭୟ କଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 9 →
All chapters:
1
2
3
4
5
6
7
8
9
10
Recommended Reading
Commentary
Esther Commentaries
→
Devotional
Esther Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→