bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Esther 9
Esther 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 10 →
1
ଯିହୁଦୀମାନଙ୍କର ଜୟ ଅଦର ନାମକ ଦ୍ୱାଦଶ ମାସରେ ତ୍ରୟୋଦଶ ଦିନରେ ରାଜା ଆଜ୍ଞା ଓ ନିୟମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁ ଦିନ ଯିହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଅପେକ୍ଷା କରିଥିଲେ। ସେହି ଦିନ ଏପରି ବିପରୀତ ଘଟଣା ହେଲା, ଯେ ଯିହୁଦୀୟମାନେ ନିଜର ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
2
ସେହି ସମୟରେ, ରାଜା ଅକ୍ଷଶ୍ୱେରଶଙ୍କର ରାଜ୍ୟର ସମସ୍ତ ନଗରରେ ଯିହୁଦୀୟମାନେ ସେମାନଙ୍କୁ କ୍ଷତି କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ପ୍ରତିବାଦ କରିବାକୁ ଏକତ୍ରିତ ହେଲେ। ପୁଣି ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇପାରିଲେ ନାହିଁ, କାରଣ ସମୁଦାୟ ଲୋକେ ସେମାନଙ୍କୁ ଭୟ କରୁଥିଲେ।
3
ପ୍ରଦେଶ ଅଧିପତି ଓ କ୍ଷିତିପାଳ, ଶାସନକର୍ତ୍ତା ଓ ରାଜ କର୍ମଗ୍ଭରୀମାନେ ଯିହୁଦୀୟମାନଙ୍କୁ ସାହାଯ୍ୟ କଲେ। କାରଣ ସେମାନେ ମର୍ଦ୍ଦଖୟକୁ ଭୟ କରୁଥିଲେ।
4
କାରଣ ମର୍ଦ୍ଦଖୟ ରାଜଗୃହ ମଧ୍ୟରେ ଶକ୍ତିଶାଳୀ ଥିଲା ଓ ତାହାର ଯଶ ସର୍ବପ୍ରଦେଶରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖୟ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।
5
ଯିହୁଦୀୟମାନେ ସେମାନଙ୍କର ସମସ୍ତ ଶତ୍ରୁଙ୍କୁ ଖଣ୍ଡାରେ ହାଣି ବିନାଶ କଲେ। ସେମାନେ ସେମାନଙ୍କର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ୟବହାର କଲେ।
6
ଏହିପରି ଯିହୁଦୀୟମାନେ ଶୂଶନ ରାଜଧାନୀରେ 500 ଲୋକଙ୍କୁ ବଧ ଓ ବିନାଶ କଲେ।
7
ପୁଣି ପର୍ଶନ୍ଦାଥ ଓ ଦଲ୍ଫୋନ୍ ଓ ଅସ୍ପାଥଙ୍କୁ ଯିହୁଦୀୟମାନେ ହତ୍ୟା କଲେ।
8
ପୋରାଥ, ଅଦଲୀୟ, ଓ ଅରିଦାଥ।
9
ପର୍ମସ୍ତ ଓ ଅରୀଷୟ, ଅରୀଦୟ ଓ ବୟିଷାଥ।
10
ଯିହୁଦୀୟମାନଙ୍କର ଶତ୍ରୁ ହମ୍ମଦାଥାର ପୁତ୍ର ହାମନ୍ର ଏହି ଦଶ ପୁତ୍ରଙ୍କୁ ସେମାନେ ବଧ କଲେ। ମାତ୍ର ଲୁଟ କରିବାକୁ ସେମାନେ ଇଚ୍ଛା କଲେ ନାହିଁ।
11
ସେହି ଦିନ କେତେଜଣ ଲୋକଙ୍କୁ ରାଜଧାନୀ ଶୂଶନରେ ହତ୍ୟା କରାଯାଇଥିଲା, ଏହା ରାଜାଙ୍କୁ କୁହାଗଲା।
12
ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, “ଯିହୁଦୀୟମାନେ 500 ଲୋକଙ୍କୁ ଶୂଶନରେ ହତ୍ୟା କରିଛନ୍ତି, ସେମାନଙ୍କ ମଧ୍ୟରେ ହାମନ୍ର ଦଶପୁତ୍ର ଅନ୍ତର୍ଭୁକ୍ତ। ସେମାନେ ଅନ୍ୟ ପ୍ରଦେଶରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମୋତେ କ’ଣ କରିବାକୁ ହେବ ବୋଲି ତୁମ୍ଭେମାନେ ଗ୍ଭହୁଁଛ? ମୋତେ କୁହ ଏବଂ ମୁଁ ତାହା କରିବି।”
13
ଏଷ୍ଟର କହିଲେ, “ଯଦି ଏହା ରାଜାଙ୍କୁ ଉତ୍ତମ ବୋଲି ଜଣା ପଡ଼ୁଛି, ତେବେ ଆଜି ପରି କାଲି ମଧ୍ୟ ଶୂଶନରେ ହେଉ। ଏବଂ ହାମନ୍ର ଦଶପୁତ୍ରଙ୍କୁ ଫାଶିକାଠରେ ଟଙ୍ଗାଯା’ନ୍ତୁ।”
14
ତା’ପରେ ରାଜା କହିଲେ, “ସେହିପରି ହେଉ!” ଏବଂ ଶୂଶନରେ ଏହି ଆଦେଶ ଦିଆଗଲା। ଏବଂ ସେମାନେ ହାମନ୍ର ଦଶପୁତ୍ରଙ୍କୁ ଫାଶିକାଠରେ ଟଙ୍ଗାଇ ଦେଲେ।
15
ଯିହୁଦୀୟମାନେ ଚତୁର୍ଦ୍ଦଶ ଦିନରେ ମଧ୍ୟ ସେଠାରେ ଏକତ୍ରିତ ହେଲେ। ଅଦର ମାସରେ ସେମାନେ ଶୂଶନରେ 300 ଲୋକଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ ସେମାନଙ୍କର ଦ୍ରବ୍ୟ ଲୁଣ୍ଠନ କଲେ ନାହିଁ।
16
ସେହି ସମୟରେ, ଅନ୍ୟ ପ୍ରଦେଶରେ ବାସ କରୁଥିବା ଯିହୁଦୀମାନେ ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏକତ୍ରିତ ହେଲେ। ଏହିପରି ଭାବରେ ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ଜୟ କରି ପାରିଲେ। ଯିହୁଦୀୟମାନେ ସେମାନଙ୍କର 75,000 ଶତ୍ରୁମାନଙ୍କୁ ହତ୍ୟା କଲେ। କିନ୍ତୁ ଯିହୁଦୀୟମାନେ ସେମାନଙ୍କର ଧନ ଲୁଣ୍ଠନ କଲେ ନାହିଁ।
17
ଏହି ସମସ୍ତ ଅଦର ମାସର ତ୍ରୟୋଦଶ ଦିନରେ ହେଲା ପୁଣି ସେହି ମାସର ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ।
18
ପୂରୀମ୍ର ପର୍ବ ମାତ୍ର ଶୂଶନରେ ବାସ କରୁଥିବା ଯିହୁଦୀୟମାନେ ସେହି ମାସର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ରିତ ହେଲେ। ସେହି ମାସର ପଞ୍ଚଦଶ ଦିନରେ ବିଶ୍ରାମ କରି ତାହା ଭୋଜନପାନର ଓ ଆନନ୍ଦର ଦିନ କଲେ।
19
ଏଥିନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘେରି ରହିଥିବା ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥିରେ ସେମାନେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।
20
ଏହା ପରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷଶ୍ୱେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀମାନଙ୍କ ନିକଟକୁ ପଠାଇଲା।
21
ଆଉ ଯେଉଁ ଦୁଇ ଦିନ ଯିହୁଦୀମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା।
22
ସେ ଆଦେଶ ଦେଲେ ଯେ, ସେମାନେ ସେହି ଦିନଗୁଡ଼ିକ ପାଳନ କରିବେ, ଯେତେବେଳେ ସେମାନେ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତ ପାଇଲେ ଏବଂ ସେମାନଙ୍କର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବରେ ବଦଳି ଗଲା, ଯେହେତୁ ଭୋଜିର ଦିନ, ଆନନ୍ଦର ଦିନରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରତ୍ୟେକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।
23
ତହିଁରେ ଯିହୁଦୀମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖୟ ଯେପରି ଲେଖିଥିଲେ, ସେମାନେ ଠିକ୍ ସେହିପରି କରିବାକୁ ରାଜି ହେଲେ।
24
କାରଣ ସମୁଦାୟ ଯିହୁଦୀୟ ଲୋକର ଶତ୍ରୁ ଅଗାମୀୟ ହମ୍ମଦାଥାର ପୁତ୍ର ହାମନ୍ ସେମାନଙ୍କୁ ବିନାଶ କରିବାର ସଂକଳ୍ପ କରି ସେମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ “ପୂର” ଅର୍ଥାତ୍ “ଗୁଲିବାଣ୍ଟ” ଦ୍ୱାରା ସେମାନେ ନିଷ୍ପତ୍ତି କରିଥିଲେ।
25
ହାମନ୍ ଏପରି କରିଥିଲେ କିନ୍ତୁ ଏଷ୍ଟର ରାଜାଙ୍କ ନିକଟରେ ଜଣାଇଲେ। ତେଣୁ ସେ ଆଉ ନୂତନ ନିର୍ଦ୍ଦେଶ ପଠାଇଲେ। ସେହି ନିର୍ଦ୍ଦେଶ ଯେ କେବଳ ହାମନ୍ର ଯୋଜନାକୁ ପଣ୍ତ କଲା ତାହା ନୁହେଁ। ସେହି ନିର୍ଦ୍ଦେଶ ହାମନ୍ ଓ ତାର ପରିବାରରେ ଅନିଷ୍ଟ କରାଇଲା ତେଣୁ ହାମନ୍ ଓ ତାର ପୁତ୍ରଗଣ ଫାଶୀଖୁଣ୍ଟରେ ଝୁଲାଗଲେ।
26
ସେହି ସମୟରେ “ପୂର” ନାମ ଅନୁସାରେ ସେହି ଦୁଇ ନିୟମ ନାମ “ପୂରୀମ୍” ହେଲା ଏବଂ ସେହି ଚିଠିର ସମସ୍ତ କଥା ଯୋଗୁଁ ଓ ସେ ବିଷୟରେ ସେମାନେ ଯାହା ଦେଖିଥିଲେ, ସେମାନଙ୍କ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ଯିହୁଦୀୟମାନେ ଆପଣାମାନଙ୍କର ଓ ନିଜ ନିଜ ବଂଶର ଯିହୁଦୀ ମତାବଲମ୍ବି ଗଣର କର୍ତ୍ତବ୍ୟ ବୋଲି ଏହା ସ୍ଥିର କଲେ। ସେହି ସମ୍ପର୍କୀୟ ଲିଖିତ ଆଜ୍ଞା ଓ ନିରୂପିତ ସମୟାନୁସାରେ ସେମାନେ ବର୍ଷକୁ ବର୍ଷ ଏହି ଦୁଇ ଦିନ ପାଳନ କରିବେ ଓ କୌଣସି ମତେ ତାହା ଲୋପ କରିବେ ନାହିଁ।
28
ସମସ୍ତ ପୁରୁଷ ପରମ୍ପରାରେ, ପ୍ରତ୍ୟେକ ବଂଶରେ ଓ ପ୍ରତ୍ୟେକ ପ୍ରଦେଶରେ ଓ ପ୍ରତ୍ୟେକ ନଗରରେ ସେହି ଦୁଇ ଦିନ ସ୍ମରଣ ଓ ପାଳନ କରାଯିବ। ପୁଣି ଏହି ପୂରୀମ୍ ଦିନ ଯିହୁଦୀୟମାନଙ୍କ ମଧ୍ୟରୁ ଲୋପ ପାଇବ ନାହିଁ ଓ ସେମାନଙ୍କ ବଂଶଧରମାନଙ୍କ ମଧ୍ୟରୁ ସେହି ଦୁଇ ଦିନ ସ୍ମରଣ ଲୁପ୍ତ ହେବ ନାହିଁ।
29
ତା’ପରେ, ଅବୀହେଲିୟର କନ୍ୟା ରାଣୀ ଏଷ୍ଟର ଓ ଯିହୁଦୀୟ ମର୍ଦ୍ଦଖୟ ପୂରୀମ୍ ଦିନ ବିଷୟରେ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ସହିତ ଦ୍ୱିତୀୟ ପତ୍ର ଲେଖିଲେ।
30
ତେଣୁ ସେ ରାଜା ଅକ୍ଷଶ୍ୱେରଶଙ୍କର 127ଟି ରାଜ୍ୟର ସମସ୍ତ ଯିହୁଦୀମାନଙ୍କୁ ଶାନ୍ତିର ଓ ସତ୍ୟର ବାର୍ତ୍ତାସବୁ ପଠାଇଲେ।
31
ପୂରୀମ୍ ପାଳନ କରିବା ପାଇଁ ଏହି ତାରିଖ ଗୁଡ଼ିକ ଏହିପତ୍ର ସୁନିଶ୍ଚିତ କଲା, ଏବଂ ଯିହୁଦୀ ମର୍ଦ୍ଦଖୟ ଏବଂ ରାଣୀ ଏଷ୍ଟର ଆଦେଶ କରିଥିଲେ। ସେମାନଙ୍କର ଉପବାସ ଓ ସାହାଯ୍ୟ ପ୍ରାର୍ଥନାର ଦିନଗୁଡ଼ିକ ଉତ୍ସବ ଦ୍ୱାରା ସ୍ମୃତିରକ୍ଷା କରିବା ନିମନ୍ତେ ସେମାନେ ଏହି ପର୍ବଦିନଗୁଡ଼ିକ ସେମାନଙ୍କ ନିଜ ପାଇଁ ଓ ସେମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ ପ୍ରତିଷ୍ଠା କଲେ।
32
ଏହିପରି ଏଷ୍ଟରର ଆଜ୍ଞାଦ୍ୱାରା “ପୂରୀମ୍” ଦିନରେ ବିଧି ସ୍ଥିରିକୃତ ହେଲା ଓ ତାହା ପୁସ୍ତକରେ ଲେଖାଗଲା।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 10 →
All chapters:
1
2
3
4
5
6
7
8
9
10
Recommended Reading
Commentary
Esther Commentaries
→
Devotional
Esther Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→