bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Hebrews 1
Hebrews 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 2 →
1
ପରମେଶ୍ୱର ନିଜ ପୁତ୍ର ମାଧ୍ୟମରେ କଥା କହିଛନ୍ତି ଅତୀତରେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ କଥା କହିଥିଲେ।
2
କିନ୍ତୁ ଏହି ଶେଷ ସମୟରେ ପରମେଶ୍ୱର ଆପଣା ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। ସେ ନିଜ ପୁତ୍ରଙ୍କ ଦ୍ୱାରା ସାରା ବିଶ୍ୱ ସୃଷ୍ଟି କଲେ। ସେ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍ତେ ମନୋନୀତ କରିଛନ୍ତି। ସେହି ପୁତ୍ର ପରମେଶ୍ୱରଙ୍କ ମହିମା ପ୍ରକାଶ କରନ୍ତି।
3
ସେ ପରମେଶ୍ୱରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସେହି ପୁତ୍ର ନିଜର ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ପ୍ରତ୍ୟେକ ବିଷୟକୁ ଧରି ରଖିଛନ୍ତି। ସେହି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସେମାନଙ୍କୁ ପବିତ୍ର କଲେ। ତା’ପରେ ସେ ସ୍ୱର୍ଗସ୍ଥ ମହାମହିମ ପରମେଶ୍ୱରଙ୍କ ଡାହାଣପଟରେ ବସିଲେ।
4
ପରମେଶ୍ୱର ତାହାଙ୍କୁ ସମସ୍ତ ସ୍ୱର୍ଗଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମ ଦେଲେ, ତେଣୁ ସେ ଯେକୌଣସି ସ୍ୱର୍ଗଦୂତଙ୍କଠାରୁ ମଧ୍ୟ ଅଧିକ ମହାନ୍ ହୋଇଅଛନ୍ତି।
5
ଆହୁରି ମଧ୍ୟ ସେ କୌଣସି ସ୍ୱର୍ଗଦୂତଙ୍କୁ କହି ନ ଥିଲେ ଯେ: “ତୁମ୍ଭେ ମୋର ପୁତ୍ର; ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।” ପୁନର୍ବାର ପରମେଶ୍ୱର କୌଣସି ସ୍ୱର୍ଗଦୂତକୁ ଏହା କହି ନାହାନ୍ତି ଯେ, “ମୁଁ ତା’ର ପିତା ହେବି, ସେ ମୋର ପୁତ୍ର ହେବ।”
6
ଓ ଯେତେବେଳେ ପରମେଶ୍ୱର ନିଜର ପ୍ରଥମଜାତ ସନ୍ତାନକୁ ପୁନର୍ବାର ଜଗତ ମଧ୍ୟକୁ ଆଣିବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି: “ପରମେଶ୍ୱରଙ୍କର ସବୁ ସ୍ୱର୍ଗଦୂତ ପୁତ୍ରଙ୍କୁ ପ୍ରଣାମ କରନ୍ତୁ।”
7
ନିଜର ସ୍ୱର୍ଗଦୂତମାନଙ୍କ ବିଷୟରେ ପରମେଶ୍ୱର କହିଛନ୍ତି: “ପରମେଶ୍ୱର ଆପଣା ସ୍ୱର୍ଗଦୂତମାନଙ୍କୁ ବାୟୁସ୍ୱରୂପ କରନ୍ତି, ଓ ଆପଣା ସେବକମାନଙ୍କୁ ଅଗ୍ନିର ଶିଖା ସ୍ୱରୂପ କରନ୍ତି।”
8
କିନ୍ତୁ ପରମେଶ୍ୱର ନିଜ ପୁତ୍ର ବିଷୟରେ କୁହନ୍ତି: “ହେ ପରମେଶ୍ୱର! ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ତୁମ୍ଭେ ନ୍ୟାୟରେ ରାଜ୍ୟଶାସନ କରିବ
9
ତୁମ୍ଭେ ଧାର୍ମିକତାକୁ ଭଲ ପାଅ, ଓ ତୁମ୍ଭେ ଭୁଲକୁ ଘୃଣା କର। ଅତଏବ ପରମେଶ୍ୱର, ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦ ପ୍ରଦାନ କରିଛନ୍ତି।”
10
ପରମେଶ୍ୱର ଏହା ମଧ୍ୟ କହନ୍ତି: “ହେ ପ୍ରଭୁ! ତୁମ୍ଭେ ଆରମ୍ଭରେ ପୃଥିବୀ ନିର୍ମାଣ କଲ, ଓ ତୁମ୍ଭର ହାତ ଆକାଶ ନିର୍ମାଣ କଲା।
11
ଏହି ବିଷୟ ଗୁଡ଼ିକ ଲୋପ ପାଇବ, କିନ୍ତୁ ତୁମ୍ଭେ ନିତ୍ୟସ୍ଥାୟୀ। ସମସ୍ତ ବିଷୟ ବସ୍ତ୍ରଭଳି ପୁରୁଣା ହୋଇଯିବ।
12
ତୁମ୍ଭେ ଗ୍ଭଦର ଭଳି ସେହିସବୁ ଗୁଡ଼ାଇବ ଓ ସେମାନେ ବସ୍ତ୍ର ଭଳି ପରିବର୍ତ୍ତିତ ହେବେ। କିନ୍ତୁ ତୁମ୍ଭେ କଦାପି ବଦଳିବ ନାହିଁ, ଓ ତୁମ୍ଭ ଜୀବନର ଶେଷ ହେବ ନାହିଁ।”
13
ପରମେଶ୍ୱର କେବେ ହେଲେ କୌଣସି ସ୍ୱର୍ଗଦୂତକୁ କହିଛନ୍ତି କି ଯେ: “ଯେତେବେଳ ପର୍ଯ୍ୟନ୍ତ ମୁଁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ତୁମ୍ଭ କର୍ତ୍ତୃତ୍ୱରେ ନ ଆଣିଛି, ସେ ପର୍ଯ୍ୟନ୍ତ ମୋ’ ଡାହାଣରେ ବସିଥାଅ।”
14
ସମସ୍ତ ସ୍ୱର୍ଗଦୂତ ଆତ୍ମା ଅଟନ୍ତି। ସେମାନେ ପରମେଶ୍ୱରଙ୍କ ସେବା କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତି।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 2 →
All chapters:
1
2
3
4
5
6
7
8
9
10
11
12
13