bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Hebrews 5
Hebrews 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 6 →
1
ପ୍ରତ୍ୟେକ ଯିହୂଦୀ ମହାଯାଜକ ପୁରୁଷମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ପରମେଶ୍ୱରଙ୍କୁ ଆପଣା ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିବା ନିମନ୍ତେ ସେହି ମହାଯାଜକ ଲୋକମାନଙ୍କୁ ସାହାଯ୍ୟ କରନ୍ତି।
2
ଅନ୍ୟ ଲୋକମାନଙ୍କ ଭଳି ମହାଯାଜକର ମଧ୍ୟ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ।
3
ମହାଯାଜକ ଅନ୍ୟଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ୟ ଦୁର୍ବଳତା ଥିବା ହେତୁରୁ ସେ ମଧ୍ୟ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍।
4
ମହାଯାଜକ ହେବା ଏକ ସମ୍ମାନର ବିଷୟ। କିନ୍ତୁ କେହି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ହେବାକୁ ପଡ଼ିବ, ଯେପରି ହାରୋଣ ଆହୂତ ହୋଇଥିଲେ।
5
ଖ୍ରୀଷ୍ଟ ମଧ୍ୟ ସେହି ଡକା ହୋଇଥିଲେ। ସେ ପରମେଶ୍ୱରଙ୍କ ଦ୍ୱାରା ସେ ମନୋନୀତ ହୋଇଥିଲେ। ପରମେଶ୍ୱର ତାହାଙ୍କୁ କହିଲେ: “ତୁମ୍ଭେ ମୋର ପୁତ୍ର; ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।”
6
ଅନ୍ୟ ଗୋଟିଏ ସ୍ଥାନରେ ପରମେଶ୍ୱର କୁହନ୍ତି: “ମଲ୍କୀଷେଦକଙ୍କ ପରି ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।”
7
ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେ, ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେହି ପରମେଶ୍ୱରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେହେତୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ୱର ତାହାଙ୍କ ପ୍ରାର୍ଥନାରେ ପ୍ରତ୍ୟୁତ୍ତର ଦେଇଥିଲେ।
8
ଯୀଶୁ ପରମେଶ୍ୱରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ୱାରା ଆଜ୍ଞା ବହତା ଶିଖିଲେ।
9
ପୁଣି ଯୀଶୁ ନିର୍ଦ୍ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସେମାନେ ଅନନ୍ତ ଜୀବନ ପାଇ ପାରିବେ।
10
ପରମେଶ୍ୱର ମଲ୍କୀଷେଦକଙ୍କ ଭଳି ଯୀଶୁଙ୍କୁ ମହାଯାଜକ ରୂପେ ବାଛିଲେ।
11
ପତନ ବିରୁଦ୍ଧରେ ସତର୍କବାଣୀ ଏ ବିଷୟରେ ଆମ୍ଭର ତୁମ୍ଭମାନଙ୍କୁ ଅନେକ କଥା କହିବା ପାଇଁ ଅଛି। କିନ୍ତୁ ଯେହେତୁ ତୁମ୍ଭେମାନେ ଅବୁଝା ହେଉଛ, ଏହାକୁ ବୁଝାଇବା କଷ୍ଟକର।
12
ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ସମୟ ଅତିବାହିତ ହୋଇ ଗଲାଣି, ତୁମ୍ଭେମାନେ ଉପଦେଶକ ହୋଇ ସାରନ୍ତଣି। କିନ୍ତୁ ଯାହା ଜଣା ପଡ଼େ, ପରମେଶ୍ୱରଙ୍କ ଶିକ୍ଷାର ପ୍ରାଥମିକ ମୌଳିକ ପାଠଗୁଡ଼ିକୁ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଜଣେ ଲୋକ ଦରକାର। ଶିଶୁମାନଙ୍କୁ କ୍ଷୀର ଦରକାର ହେଲା ଭଳି, ତୁମ୍ଭେମାନେ ଏବେ ମଧ୍ୟ ପ୍ରାରମ୍ଭିକ ଶିକ୍ଷା କରୁଛ। ତୁମ୍ଭେମାନେ କଠିନ ଆହାର ଖାଇବା ପାଇଁ ପ୍ରସ୍ତୁତ ହୋଇ ନାହଁ।
13
ଯେ କେବଳ କ୍ଷୀର ଖାଇ ବଞ୍ଚେ, ସେ ଶିଶୁପରି। ସେ ବ୍ୟକ୍ତି ଉଚିତ୍ ଶିକ୍ଷା କ’ଣ ତାହା ଜାଣି ନାହିଁ। ସେମାନେ ଭଲ ଓ ମନ୍ଦର ପାର୍ଥକ୍ୟ ନିରୂପଣ କରିବା ପାଇଁ ଆତ୍ମିକ ଶିକ୍ଷା ଗୁଡ଼ିକ ଲାଭ କରିଛନ୍ତି।
14
କିନ୍ତୁ କଠିନ ଖାଦ୍ୟ ସେହିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ୟବହାର ବନ୍ଦ କରି ଦେଇଛନ୍ତି। ଏହା ସେହିମାନଙ୍କ ପାଇଁ ଯେଉଁମାନେ ଆତ୍ମାରେ ବୃଦ୍ଧି ପାଇଛନ୍ତି।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 6 →
All chapters:
1
2
3
4
5
6
7
8
9
10
11
12
13