bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Hebrews 8
Hebrews 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 9 →
1
ଯୀଶୁ ଆମ୍ଭର ମହାଯାଜକ ଆମ୍ଭେ ଯାହାକିଛି କହୁଛୁ, ତା’ର ସାରମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗର ପରମେଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ବସି ଅଛନ୍ତି।
2
ଆମ୍ଭର ମହାଯାଜକ ମହାପବିତ୍ର ସ୍ଥାନ ରେ ସେବା କାର୍ଯ୍ୟ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନରେ ନୁହେଁ, ମାତ୍ର ପରମେଶ୍ୱରଙ୍କ ଦ୍ୱାରା ନିର୍ମିତ ସେହି ଉପାସନା ସ୍ଥଳରେ ସେବା କରନ୍ତି।
3
ପରମେଶ୍ୱରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରତ୍ୟେକ ମହାଯାଜକଙ୍କ କାମ ଅଟେ। ଅତଏବ ଆମ୍ଭର ମହାଯାଜକ ମଧ୍ୟ ପରମେଶ୍ୱରଙ୍କୁ କିଛି ଉତ୍ସର୍ଗ କରିବା କଥା।
4
ଯଦି ଆମ୍ଭର ମହାଯାଜକ ପୃଥିବୀରେ ଏବେ ଜୀବିତ ଥାଆନ୍ତେ, ତା’ହେଲେ ସେ ଯାଜକ ହୋଇ ପାରି ନ ଥା’ନ୍ତେ। ମୋର କହିବାର କାରଣ ବ୍ୟବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି।
5
ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।”
6
କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହୋଇଛି ତାହା ସେହି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକାରେ, ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।
7
ଯଦି ପ୍ରଥମ ନିୟମରେ କୌଣସି ଦୋଷ ନ ଥା’ନ୍ତା ତା’ହେଲେ ସେଠାରେ ଦ୍ୱିତୀୟ ନିୟମର ଆବଶ୍ୟକତା ନ ଥା’ନ୍ତା।
8
କିନ୍ତୁ ପରମେଶ୍ୱର ଲୋକମାନଙ୍କଠାରେ ତୃଟି ଦେଖିଲେ। ପରମେଶ୍ୱର କହିଲେ: “ପ୍ରଭୁ କହନ୍ତି, ସମୟ ଆସୁଛି, ଯେତେବେଳେ ମୁଁ ଇସ୍ରାଏଲ ଲୋକମାନଙ୍କ ଓ ଯିହୂଦୀୟ ଲୋକମାନଙ୍କ ସହିତ ନୂତନ ଚୁକ୍ତି କରିବି।
9
ତାହାଙ୍କ ପୂର୍ବପୁରୁଷଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ ସେ ଅନୁସାରେ ହେବ ନାହିଁ। ସେହି ନିୟମ ମୁଁ ସେମାନଙ୍କର ହାତ ଧରିଲା ବେଳେ ଓ ମିଶର ଦେଶରୁ ଆଣିଥିଲାବେଳେ କରିଥିଲି। ପ୍ରଭୁ କୁହନ୍ତି: ମୁଁ ଦେଇଥିବା ଚୁକ୍ତି ସେମାନେ ପାଳନ କରିବା ବନ୍ଦ କରିଦେଲେ, ଓ ମୁଁ ନିଜକୁ ସେମାନଙ୍କଠାରୁ ଦୂରେଇ ଆଣିଲି।
10
ଏହି ନୂତନ ନିୟମଟି ମୁଁ ଇସ୍ରାଏଲର ଲୋକଙ୍କ ସହତ କରିବି, ଏହି ନିୟମଟି ମୁଁ ଭବିଷ୍ୟତରେ କରିବି ପ୍ରଭୁ କୁହନ୍ତି: ମୁଁ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବି ସେମାନଙ୍କ ହୃଦୟରେ ସେହିସବୁ ଲେଖିବି। ମୁଁ ସେମାନଙ୍କ ପରମେଶ୍ୱର ହେବି, ଓ ସେମାନେ ମୋର ଲୋକ ହେବେ।
11
ଏହା ପରେ ପୁନର୍ବାର କେହି ନିଜ ଭାଇ ବା ପରମେଶ୍ୱରଙ୍କ ଅନ୍ୟଲୋକମାନଙ୍କୁ ଶିକ୍ଷା ଦେବେ ନାହିଁ କିମ୍ବା ପ୍ରଭୁଙ୍କୁ ଜାଣିବା ନିମନ୍ତେ କିଛି କହିବା ଆବଶ୍ୟକ ହେବ ନାହିଁ, କାହିଁକି? କାରଣ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ମୋତେ ଜାଣିବେ।
12
ଓ ମୋ’ ବିରୁଦ୍ଧରେ କରିଥିବା ଦୋଷ ସବୁ ମୁଁ କ୍ଷମା କରିଦେବି, ଏବଂ ମୁଁ ସେମାନଙ୍କ ପାପଗୁଡ଼ିକୁ ଆଉ ଅଧିକ ମନେ ରଖିବି ନାହିଁ।”
13
ପରମେଶ୍ୱର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହୋଇଯାଇଛି, ତାହା ଅତିଶୀଘ୍ର ଲୋପ ପାଇଯିବ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 9 →
All chapters:
1
2
3
4
5
6
7
8
9
10
11
12
13