bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Hebrews 6
Hebrews 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 7 →
1
ଅତଏବ ଖ୍ରୀଷ୍ଟଙ୍କ ବିଷୟରେ ପ୍ରାରମ୍ଭିକ ଶିକ୍ଷାର ସମାପ୍ତି ଘଟାଇବା ଦରକାର। ଆମ୍ଭେ ଯେଉଁସବୁ କାର୍ଯ୍ୟ କରିବା ଆରମ୍ଭ କରିଛୁ, ତହିଁରୁ ପଶ୍ଚାତ୍ପଦ ହେବା ନାହିଁ। ଯେତେବେଳେ ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆମ୍ଭ ଜୀବନ ଆରମ୍ଭ କରିଲୁ, ଆମ୍ଭେମାନେ ମନ୍ଦକର୍ମରୁ ବିମୁଖ ହୋଇ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲୁ।
2
ସେତେବେଳେ ଆମ୍ଭେ ବାପ୍ତିସ୍ମ ବିଷୟରେ ଲୋକଙ୍କୁ ହସ୍ତାର୍ପଣ କରିବା ବିଷୟରେ, ମୃତ୍ୟୁରୁ ପୁନରୁତ୍ଥିତ ହେବା ବିଷୟରେ ଓ ଶେଷ ବିଗ୍ଭର ବିଷୟରେ ଶିକ୍ଷା ପାଇଥିଲୁ। କିନ୍ତୁ ଏବେ ଆମ୍ଭେ ସିଦ୍ଧିଲାଭ କରିବାକୁ ଅଗ୍ରସର ହେବା ଉଚିତ୍।
3
ହଁ ଯଦି ପରମେଶ୍ୱର ଅନୁମତି ଦିଅନ୍ତି, ଆମ୍ଭେ ଏପରି କରିବା।
4
ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦେଲା ପରେ କ’ଣ ତୁମ୍ଭେମାନେ ସେମାନଙ୍କ ଜୀବନ କେବେ ପରିବର୍ତ୍ତନ କରି ପାରିବ? ଯେଉଁମାନେ ସତ୍ୟର ଶିକ୍ଷା ପାଇ ସାରିଛନ୍ତି ମୁଁ ସେମାନଙ୍କୁ ଏହା କହୁଛି। ସେମାନେ ପରମେଶ୍ୱରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ରଆତ୍ମାଙ୍କ ସହଭାଗୀ ହୋଇଛନ୍ତି। ସେମାନେ ପରମେଶ୍ୱରଙ୍କ କଥା ଶୁଣିଲେ ଓ ପରମେଶ୍ୱରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ ଦେଖିଥିଲେ। ସେମାନେ ତହିଁର ଉତ୍ତମତା ଜୀବନରେ ଉପଲବ୍ଧି କରିଛନ୍ତି। କିନ୍ତୁ ତା’ପରେ ମଧ୍ୟ ସେମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି। ସେମାନେ ଯୀଶୁଙ୍କୁ ପୁନର୍ବାର କ୍ରୁଶରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସେମାନେ ସମସ୍ତଙ୍କ ଆଗରେ ଯୀଶୁ ଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି।
7
ସେ ଲୋକମାନେ ହେଉଛନ୍ତି ପ୍ରଚୁର ବୃଷ୍ଟି ହେଉଥିବା କ୍ଷେତ୍ର ସଦୃଶ। କୃଷକ ଲୋକମାନଙ୍କ ପାଇଁ ଶସ୍ୟ ଉତ୍ପନ୍ନ କରିବା ନିମନ୍ତେ ସେହି କ୍ଷେତ୍ରର ରକ୍ଷଣ ବେକ୍ଷଣ କରେ। ଯଦି ସେହି କ୍ଷେତ୍ର ଲୋକମାନଙ୍କ ପାଇଁ ଉପଯୋଗୀ ଫସଲ ଉତ୍ପନ୍ନ କରେ, ତାହା, ପରମେଶ୍ୱରଙ୍କର ଆଶୀର୍ବାଦ ପାଏ।
8
କିନ୍ତୁ ଯଦି ସେହି କ୍ଷେତ୍ର କଣ୍ଟା ଓ ଅନାବନା ଘାସ ଉତ୍ପନ୍ନ କରେ, ତା’ହେଲେ ତାହା ଅକାମୀ ଅଟେ। ସେହି ଭୂମି ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ଅଭିଶପ୍ତ ହୁଏ, ଓ ଶେଷରେ ତାହା ଅଗ୍ନି ଦ୍ୱାରା ବିନଷ୍ଟ ହେବ।
9
ପ୍ରିୟ ମିତ୍ରଗଣ! ଆମ୍ଭେ ତୁମ୍ଭମାନଙ୍କୁ ଏହି କଥା କହୁଛୁ। କିନ୍ତୁ ପ୍ରକୃତରେ ଆମ୍ଭେ ତୁମ୍ଭମାନଙ୍କଠାରୁ ଅଧିକ ଉତ୍ତମ ବିଷୟ ଆଶା କରୁ। ଆମ୍ଭେ ନିଶ୍ଚିତ ଯେ ତୁମ୍ଭେମାନେ ପରିତ୍ରାଣର କଥା ଆମ୍ଭକୁ କହିବ। ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କୁ ସାହାଯ୍ୟ କରି ଯେଉଁ ପ୍ରେମଭାବ ପ୍ରଦର୍ଶିତ କରିଛ, ସେହି ଭଲ କାମକୁ ପରମେଶ୍ୱର ସଦାସର୍ବଦା ମନେ ରଖିବେ।
10
ପରମେଶ୍ୱର ହେଉଛନ୍ତି ନ୍ୟାୟୀ। ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କୁ ସାହାଯ୍ୟ କରି ଗ୍ଭଲିଛ, ଏ କଥା ସେ ମନେ ରଖିବେ।
11
ଆମ୍ଭେ ଗ୍ଭହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରତ୍ୟେକ ଜୀବନସାରା ସେହିଭଳି କଠୋର ପରିଶ୍ରମ କରୁଥାଅ। ତେବେ ତୁମ୍ଭେମାନେ ତୁମ୍ଭର ପ୍ରତ୍ୟାଶିତ ମହତ୍ ବିଷୟ ଲାଭ କରିବ।
12
ତୁମ୍ଭେମାନେ ଆଳସ୍ୟପରାୟଣ ନ ହୋଇ ଯେପରି ପରମେଶ୍ୱରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତ ହୋଇଥିବା ଲୋକମାନଙ୍କ ପରି ହୁଅ, ଏ କଥା ଆମ୍ଭେ ଗ୍ଭହୁଁ। ସେମାନେ ତାହାଙ୍କର ବିଶ୍ୱାସ ଓ ଧୈର୍ଯ୍ୟ ହେତୁରୁ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ହେଉଛନ୍ତି।
13
ପରମେଶ୍ୱର ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ। ପରମେଶ୍ୱରଙ୍କ ବ୍ୟତୀତ ମହାନ ଲୋକ ଆଉ କେହି ନାହାନ୍ତି। ଅତଏବ ପରମେଶ୍ୱର ନିଜ ନାମରେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ସାଧନା କରିବେ ବୋଲି କହିଛନ୍ତି।
14
ପରମେଶ୍ୱର କହିଲେ: “ମୁଁ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବି। ମୁଁ ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବି।”
15
ଅବ୍ରହାମ ଧୈର୍ଯ୍ୟପୂର୍ବକ ଏହା ଘଟିବା ପାଇଁ ଅପେକ୍ଷା କଲେ। ଓ ପରେ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାନୁସାରେ ଫଳପ୍ରାପ୍ତ ହେଲେ।
16
ମନୁଷ୍ୟମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନେଇ ଶପଥ କରିଥା’ନ୍ତି। ଏହା ଦ୍ୱାରା ସେମାନଙ୍କର କଥାର ସତ୍ୟତା ପ୍ରମାଣିତ ହୁଏ ଓ ସେମାନଙ୍କ ବିବାଦର ନିଷ୍ପତ୍ତି ହୁଏ।
17
ପରମେଶ୍ୱର ନିଜ ପ୍ରତିଜ୍ଞାର ସତ୍ୟତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସେମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦେବାକୁ ଗ୍ଭହିଁଲେ ଯେ ତାଙ୍କର ଯୋଜନାରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ୱର ଯାହା କହନ୍ତି, ତାହା ନିଶ୍ଚିତ ହେବ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ୟ କରନ୍ତି।
18
ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତେବେଳେ ପରମେଶ୍ୱର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲାବେଳେ ମଧ୍ୟ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ୱରଙ୍କ ପାଖକୁ ଆସିଛନ୍ତି, ସେମାନଙ୍କୁ ଉକ୍ତ କଥା ସାନ୍ତ୍ୱନା ପ୍ରଦାନକରେ ଓ ପରମେଶ୍ୱରଙ୍କ ଭରସାରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।
19
ଆମ୍ଭର ସେହି ଭରସା ଗୋଟିଏ ଲଙ୍ଗର ଭଳି ନିଶ୍ଚିତ ଓ ସୁଦୃଢ଼। ଏହା ମନ୍ଦିରର ପରଦା ଆଢ଼ୁଆଳରେ ଥିବା ପବିତ୍ର ସ୍ଥାନରେ ପ୍ରବେଶ କରି ଆମ୍ଭର ଆତ୍ମାକୁ ସୁରକ୍ଷିତ ରଖେ।
20
ଯୀଶୁ ଆଗରୁ ସେଠାକୁ ଯାଇ ସାରିଛନ୍ତି, ଓ ଆମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ମଲ୍କୀଷେଦକଙ୍କ ଭଳି ଯୀଶୁ ଅନନ୍ତକାଳୀନ ମହାଯାଜକ ଅଟନ୍ତି।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 7 →
All chapters:
1
2
3
4
5
6
7
8
9
10
11
12
13