bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Hebrews 12
Hebrews 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 13 →
1
ଆମ୍ଭେ ଯୀଶୁଙ୍କ ଉଦାହରଣ ଅନୁସରଣ କରିବା ଉଚିତ୍ ଆମ୍ଭର ଗ୍ଭରିପଟେ, ବିଶ୍ୱାସଧାରୀ ଆମ୍ଭର ବହୁ ସଂଖ୍ୟକ ଲୋକ ରହିଛନ୍ତି। ବିଶ୍ୱାସ ବିଷୟରେ ସେମାନଙ୍କ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସେମାନଙ୍କ ଭଳି ହେବା ଉଚିତ୍। ଆମ୍ଭେ ଜୀବନରେ ଆଗକୁ ଯିବା ପାଇଁ ଯାହାକିଛି ବାଧା ଅଛି, ସେଗୁଡ଼ିକୁ ଆମ୍ଭେ ଆଡ଼େଇ ଦେବା ଉଚିତ୍ ଓ ଆମ୍ଭ ସମ୍ମୁଖରେ ଥିବା ଦୌଡ଼ରେ ଦୌଡ଼ିବା ଉଚିତ୍। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ୟାଗ କରିବା ଉଚିତ୍।
2
ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ୍। ଆମ୍ଭ ବିଶ୍ୱାସର ନେତା ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ୱାସକୁ ସିଦ୍ଧ କରନ୍ତି। ସେ କ୍ରୁଶ ଉପରେ ମୃତ୍ୟୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କ୍ରୁଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ୱର ତାହାଙ୍କ ସମ୍ମୁଖରେ ଯେଉଁ ଆନନ୍ଦର ଲକ୍ଷ୍ୟ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ୱରଙ୍କ ସିଂହାସନର ଡାହାଣରେ ବସିଛନ୍ତି।
3
ଯୀଶୁଙ୍କ ବିଷୟରେ ଭାବି ଦେଖ। ଯେତେବେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧରେ କିଛି କରୁଥିଲେ, ସେ ଅତି ଧୈର୍ଯ୍ୟର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭେମାନେ ମଧ୍ୟ ସେହିଭଳି ଧୈର୍ଯ୍ୟବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।
4
ପରମେଶ୍ୱର ପିତାତୁଲ୍ୟ ତୁମ୍ଭେମାନେ ପାପ ବିରୁଦ୍ଧରେ ସଂଗ୍ରାମ କରୁଛ, କିନ୍ତୁ ସେହି ସଂଗ୍ରାମ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୋଇପାରି ନାହିଁ।
5
ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଗଣ ହୋଇଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ୱନାର ବାକ୍ୟ କୁହନ୍ତି। ତୁମ୍ଭେମାନେ ସେହି ବାକ୍ୟଗୁଡ଼ିକୁ ଭୁଲି ଯାଇଛ: “ହେ ମୋର ପୁତ୍ର! ଯେତେବେଳେ ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତି ଭାବ ନାହିଁ ଯେ ତାହା ମୂଲ୍ୟହୀନ, ଓ ଯେତେବେଳେ ପ୍ରଭୁ ତୁମ୍ଭର ସଂଶୋଧନ କରନ୍ତି ଚେଷ୍ଟା କରିବାରେ ନିରୁତ୍ସାହ ହୁଅ ନାହିଁ।
6
ପ୍ରଭୁ ଭଲ ପାଉଥିବା ପ୍ରତ୍ୟେକ ଲୋକକୁ ଦଣ୍ଡ ଦିଅନ୍ତି, ଓ ପୁତ୍ର ଭାବରେ ମାନିଥିବା ପ୍ରତ୍ୟେକ ଲୋକକୁ ସେ ଶାସ୍ତି ଦିଅନ୍ତି।”
7
ଅତଏବ ପ୍ରତ୍ୟେକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତା’ର ପୁତ୍ର ପ୍ରତି ଯେଭଳି ବ୍ୟବହାର କରେ, ପରମେଶ୍ୱର ତୁମ୍ଭମାନଙ୍କ ପ୍ରତି ସେହିପରି ବ୍ୟବହାର କରନ୍ତି।
8
ପ୍ରତ୍ୟେକ ପୁତ୍ର ପିତା ଦ୍ୱାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭେମାନେ କେବେ ଦଣ୍ଡ ପାଇ ନାହଁ ପ୍ରତ୍ୟେକ ପୁତ୍ର ଦଣ୍ଡ ପାଇବା ଉଚିତ୍, ତାହାହେଲେ ତୁମ୍ଭେମାନେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ।
9
ଏହି ପୃଥିବୀରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦେଖାଇଲୁ। ଅତଏବ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା।
10
ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସେମାନେ ଯେପରି ଭଲ ଭାବିଲେ, ସେହିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ୱର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହେବା ପାଇଁ ସାହାଯ୍ୟ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି।
11
ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହୁଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳରେ, ଦଣ୍ଡ ପାଇବା ଦ୍ୱାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ।
12
ଜୀବନ ପଦ୍ଧତି ବିଷୟରେ ସାବଧାନ ରୁହ ତୁମ୍ଭେମାନେ ଦୁର୍ବଳ ହୋଇ ଯାଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର।
13
ଧାର୍ମିକ ହୋଇ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହେବାର କାରଣ ହେବ ନାହିଁ, ଓ ତୁମ୍ଭେମାନେ ରକ୍ଷା ପାଇ ପାରିବ।
14
ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣକର ଜୀବନ ପବିତ୍ର ନୁହେଁ, ତା’ହେଲେ ସେ ପ୍ରଭୁଙ୍କୁ କେବେ ହେଲେ ଦେଖି ପାରିବ ନାହିଁ।
15
ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ପରମେଶ୍ୱରଙ୍କ ଅନୁଗ୍ରହ ପାଇବାରେ ବଞ୍ଚିତ ହେବ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସେଭଳି ଲୋକ ସମୁଦାୟ ଦଳକୁ ନଷ୍ଟ କରିଦେବେ।
16
ସାବଧାନ ରୁହ ଯେପରି କେହିହେଲେ ଯୌନ ବ୍ୟଭିଗ୍ଭର ନ କରେ। ସାବଧାନ ରୁହ ଯେପରି କେହି ଏଷୌ ଭଳି ନ ହେଉ। ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରେ ନାହିଁ। ଏଷୌ ଜ୍ୟେଷ୍ଠପୁତ୍ର ଥିଲା, ଓ ସେ ତା’ ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥା’ନ୍ତା। କିନ୍ତୁ ଥରକର ଭୋଜନ ବଦଳରେ ସେ ସବୁକିଛି ବିକ୍ରି କରି ଦେଲା।
17
ତୁମ୍ଭେମାନେ ଜାଣିଛ ଯେ, ଏପରି କରି ସାରିଲା ପରେ, ଏଷୌ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଗ୍ଭହିଁଲା। ସେ ଆଶୀର୍ବାଦ ପାଇବା ନିମନ୍ତେ ଏତେ ବ୍ୟାକୁଳ ହେଲା ଯେ, ସେ ବହୁତ କାନ୍ଦିଲା। କିନ୍ତୁ ତା’ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କଲେ, କାରଣ ଏଷୌ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ କୌଣସି ଉପାୟ ପାଇ ପାରିଲା ନାହିଁ।
18
ତୁମ୍ଭେମାନେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇସ୍ରାଏଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭେମାନେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭେମାନେ ଅନ୍ଧାରୁଆ, ଝାପ୍ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ।
19
ସେଠାରେ ତୂରୀର ଧ୍ୱନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ୱନି ନାହିଁ। ଯେତେବେଳେ ଲୋକେ ସେ ଧ୍ୱନି ଶୁଣିଲେ, ସେମାନେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି।
20
ସେମାନେ ଆଦେଶକୁ ସହି ପାରିଲେ ନାହିଁ: “ଯଦି କିଏ, କୌଣସି ପଶୁ ମଧ୍ୟ ପର୍ବତକୁ ଛୁଏଁ ତା’ହେଲେ ତାହାକୁ ପଥର ଆଘାତ ଦ୍ୱାରା ମାରି ଦେବାକୁହେବ।”
21
ସେହି ଲୋକମାନେ ଯାହା ଦେଖିଲେ, ସେଗୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମୋଶା କହିଥିଲେ: “ମୁଁ ଭୟରେ ଥରୁଛି।”
22
କିନ୍ତୁ ତୁମ୍ଭେମାନେ ସେହିପରି ଜାଗାକୁ ଆସିନାହଁ। ତୁମ୍ଭେମାନେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସିୟୋନ ପର୍ବତ। ତୁମ୍ଭେମାନେ ଜୀବନ୍ତ ପରମେଶ୍ୱରଙ୍କ ନଗରୀକୁ ଆସିଛ, ସ୍ୱର୍ଗୀୟ ଯିରୁଶାଲମକୁ ଆସିଛ। ତୁମ୍ଭେମାନେ ଏକତ୍ରିତ ହୋଇଥିବା ଓ ଆନନ୍ଦରେ ପରିପୂର୍ଣ୍ଣ ହଜାର ହଜାର ସ୍ୱର୍ଗଦୂତଙ୍କ ପାଖରେ ଆସି ପହଞ୍ଚିଛ।
23
ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରଥମଜାତ ସନ୍ତାନମାନଙ୍କ ମିଳନ ସ୍ଥଳରେ ଆସି ପହଞ୍ଚିଛି। ସେମାନଙ୍କ ନାମ ସ୍ୱର୍ଗରେ ଲେଖା ରହିଛି। ସବୁଲୋକଙ୍କର ବିଗ୍ଭରପତି ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହୋଇ ସାରିଛନ୍ତି, ସେହିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭେମାନେ ଆସିଛ।
24
ତୁମ୍ଭେମାନେ, ପରମେଶ୍ୱରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭେମାନେ ହେବଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ୟ କହି ପାରୁଥିବା ରକ୍ତ ସେଚନ ନିକଟକୁ ଆସିଛ।
25
ସାବଧାନ ରୁହ, ଓ ପରମେଶ୍ୱର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତେବେଳେ ସେ ପୃଥିବୀର ସେହି ଲୋକମାନଙ୍କୁ ସତର୍କ କଲେ, ସେତେବେଳେ ସେମାନେ ତାହାଙ୍କ କଥା ଅଗ୍ରାହ୍ୟ କଲେ। କିନ୍ତୁ ସେମାନେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ୱର ସ୍ୱର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସେମାନଙ୍କ ଲାଗି ଅତି ଖରାପ ହେବ।
26
ଆଗରୁ ଯେତେବେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, “ଆଉ ଥରେ ମୁଁ କମ୍ପାଇବି କେବଳ ପୃଥିବୀକୁ ନୁହେଁ ବରଂ ମୁଁ ସ୍ୱର୍ଗକୁ ମଧ୍ୟ କମ୍ପାଇବି।”
27
“ଆଉ ଥରେ” କହିବା ଅର୍ଥ ଯେ ଯାହାକିଛି ନିର୍ମିତ ହୋଇଥିଲା, ସେ ସବୁ ନଷ୍ଟ ହୋଇ ଯିବ। ସେହିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ ଯେଉଁ ବିଷୟ ଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ ସେଗୁଡ଼ିକ ରହିବେ।
28
ଅତଏବ, ଆମ୍ଭେ ଧନ୍ୟବାଦ ଦେବା କଥା ଯେ, ଯେଉଁ ସାମ୍ରାଜ୍ୟ ଆମ୍ଭକୁ ଦିଆଯାଇଛି, ତାହା ଟଳମଳ ହୋଇ ପାରିବ ନାହିଁ। ଆମ୍ଭେ ତାହାଙ୍କୁ ଧନ୍ୟବାଦ ଅର୍ପଣ କରିବା ଉଚିତ୍, ଓ ଏପରି ପଦ୍ଧତିରେ ଉପାସନା କରିବା କଥା ଯେ ସେ ଯେପରି ପ୍ରସନ୍ନ ରହିବେ। ପରମେଶ୍ୱରଙ୍କୁ ଆମ୍ଭେ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା।
29
କାରଣ ଆମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 13 →
All chapters:
1
2
3
4
5
6
7
8
9
10
11
12
13