bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Hebrews 2
Hebrews 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 3 →
1
ବ୍ୟବସ୍ଥା ଅପେକ୍ଷା ଆମ୍ଭର ପରିତ୍ରାଣ ସର୍ବଶ୍ରେଷ୍ଠ ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟରେ ଅଧିକ ମନୋଯୋଗୀ ହେବା ଦରକାର, ନଚେତ୍ ସତ୍ୟମାର୍ଗରୁ ବିଚଳିତ ହୋଇ ପଥଭ୍ରଷ୍ଟ ହେବୁ।
2
ସ୍ୱର୍ଗଦୂତମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିବା ଶିକ୍ଷା ସତ୍ୟ ବୋଲି ଦେଖାଇ ଦିଆଗଲା। ପ୍ରତ୍ୟେକ ଥର ଯିହୂଦୀମାନେ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିଲେ। ଯେତେବେଳେ ସେହି ଶିକ୍ଷାକୁ ସେମାନେ ଅବମାନନା କଲେ, ସେମାନେ ଦଣ୍ଡିତ ହେଲେ।
3
ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବହେଳା କଲେ, ଆମ୍ଭେ ମଧ୍ୟ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ୟକ୍ତି, ଯିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟରେ କହିଲେ। ଯେଉଁମାନେ ଶୁଣିଲେ, ସେମାନେ ଆମ୍ଭକୁ ଏହାର ସତ୍ୟତା ପ୍ରମାଣ କରି ଦେଖାଇ ଦେଲେ। ଆଶ୍ଚର୍ଯ୍ୟକର୍ମ, ନାନାଦି ଚିହ୍ନ ଓ ଅନେକ ପ୍ରକାରର ଅଦ୍ଭୂତ
4
କର୍ମ ଦ୍ୱାରା ପରମେଶ୍ୱର ମଧ୍ୟ ଏହାର ପ୍ରମାଣ ଦେଲେ। ପରମେଶ୍ୱର ଆପଣା ଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ଏହା ପ୍ରମାଣିତ କରିଅଛନ୍ତି।
5
ଲୋକମାନଙ୍କୁ ରକ୍ଷା କରିବା ପାଇଁ ଯୀଶୁ ଖ୍ରୀଷ୍ଟ ମାନବ ଦେହ ଧାରଣ କଲେ ଯେଉଁ ଭାବୀଜଗତ ବିଷୟରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ୱର ଦୂତମାନଙ୍କୁ ବାଛି ନାହାନ୍ତି।
6
ଶାସ୍ତ୍ରରେ କୌଣସି ସ୍ଥାନରେ ଏପରି ଲେଖା ଅଛି: “ପରମେଶ୍ୱର! ତୁମ୍ଭେ କାହିଁକି ମନୁଷ୍ୟ ବିଷୟରେ ଚିନ୍ତା କର? ତୁମ୍ଭେ କାହିଁକି ମନୁଷ୍ୟ ସନ୍ତାନ ପାଇଁ ଚିନ୍ତିତ ହୁଅ? ସେ କ’ଣ ସତରେ ମହାନ ଅଟନ୍ତି ଯେ
7
ତୁମ୍ଭେ ସ୍ୱର୍ଗଦୂତଙ୍କଠାରୁ ତାହାକୁ ଅଳ୍ପକ୍ଷଣ ପାଇଁ ନ୍ୟୁନ କରିଅଛ? ତୁମ୍ଭେ ତାହାକୁ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧାଇଅଛ,
8
ଓ ପ୍ରତ୍ୟେକ ବିଷୟ ତା’ ନିୟନ୍ତ୍ରଣରେ ରଖିଅଛ।” ଯଦି ପରମେଶ୍ୱର ପ୍ରତ୍ୟେକ ବିଷୟକୁ ତା’ର ବଶୀଭୂତ କଲେ, ତାହାହେଲେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାଙ୍କ ନିୟନ୍ତ୍ରଣାଧୀନ ନୁହେଁ। କିନ୍ତୁ ଆମ୍ଭେ ଏବେ ସୁଦ୍ଧା ପ୍ରତ୍ୟେକ ବିଷୟ ଉପରେ ତାହାଙ୍କୁ କର୍ତ୍ତୃତ୍ୱ କରିବା ଦେଖି ପାରୁ ନାହୁଁ।
9
ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ।
10
ପରମେଶ୍ୱର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟ ଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଧିଷ୍ଟ। ଅନେକ ଲୋକ ଯେପରି ତାହାଙ୍କ ଗୌରବରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ୟମରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦେଖାଇଲେ।
11
ତେଣୁ ଯିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସେମାନଙ୍କୁ ନିଜ ଭାଇ ଓ ଭଉଣୀ ଡାକିବାରେ ଲଜ୍ଜା ବୋଧ କରନ୍ତି ନାହିଁ।
12
ଯୀଶୁ କୁହନ୍ତି: “ହେ ପରମେଶ୍ୱର, ମୁଁ ମୋର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟରେ କହିବି। ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗରେ, ମୁଁ ତୁମ୍ଭର ପ୍ରଶଂସା ପାଇବି।”
13
ସେ ଆହୁରି କହନ୍ତି: “ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରିବି।” ଓ ସେ କୁହନ୍ତି: “ମୁଁ ଏହିଠାରେ ଅଛି, ଓ ପରମେଶ୍ୱରଙ୍କ ଦତ୍ତ ସନ୍ତାନଗଣ ମଧ୍ୟ ମୋ’ ସହିତ ଅଛନ୍ତି।”
14
ସେହି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସେମାନଙ୍କ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସେହିପରି କରିବା ଦ୍ୱାରା, ଯୀଶୁ ମୃତ୍ୟୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।
15
ମୃତ୍ୟୁ ଭୟରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ୟୁ ବରଣ କଲେ।
16
କାରଣ ପ୍ରକୃତରେ ଯୀଶୁ ସ୍ୱର୍ଗଦୂତମାନଙ୍କ ପ୍ରତି ମନଯୋଗୀ ନ ହୋଇ ଅବ୍ରହାମଙ୍କର ସନ୍ତାନମାନଙ୍କୁ ସାହାଯ୍ୟ କରନ୍ତି।
17
ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି।
18
ଯୀଶୁ ପରୀକ୍ଷିତ ହୋଇ ଦୁଃଖ ଭୋଗ କରିଥିବାରୁ ପରୀକ୍ଷିତ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସକ୍ଷମ ଅଟନ୍ତି।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 3 →
All chapters:
1
2
3
4
5
6
7
8
9
10
11
12
13