bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Revelation 1
Revelation 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 2 →
1
ଯୋହନଙ୍କର ଏହି ପୁସ୍ତକ ବିଷୟରେ କହନ୍ତି ଏହା ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ ଯାହା ଯାହା ଶୀଘ୍ର ଘଟିବ, ସେ ବିଷୟରେ ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ଯୀଶୁଙ୍କୁ ଏସବୁ ଦେଇଥିଲେ। ଖ୍ରୀଷ୍ଟ ତାହାଙ୍କର ଦୂତଙ୍କୁ ଏସବୁ ଦେଖାଇବା ପାଇଁ ତାହାଙ୍କ ଦାସ ଯୋହନଙ୍କ ନିକଟକୁ ପଠାଇଲେ।
2
ଯୋହନ ଯାହାସବୁ ଦେଖିଲେ, ତାହାର ସାକ୍ଷ୍ୟ ସେ ଦେଲେ ଓ ପରମେଶ୍ୱରଙ୍କର ଏହି ସତ୍ୟ ବାକ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯୋହନଙ୍କୁ କୁହାଗଲା।
3
ଯେଉଁ ଲୋକମାନେ ପରମେଶ୍ୱରଙ୍କ ଏହି ବାକ୍ୟ ପଢ଼ନ୍ତି, ଓ ଯେଉଁ ଲୋକମାନେ ଏହି ଭାବବାଣୀକୁ ଶୁଣନ୍ତି ଓ ଏଥିରେ ଲେଖାଥିବା ବିଷୟ ଗୁଡ଼ିକୁ ପାଳନ କରନ୍ତି, ସେମାନେ ଧନ୍ୟ। କାରଣ ସମୟ ନିକଟବର୍ତ୍ତୀ।
4
ଯୋହନ ଯୀଶୁଙ୍କର ବାର୍ତ୍ତା ମଣ୍ଡଳୀମାନଙ୍କୁ ଲେଖନ୍ତି ଏସିଆ ପ୍ରଦେଶର ସାତୋଟି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି: ଯେଉଁ ଈଶ୍ୱର ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ୟତରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ।
5
ଯୀଶୁ ହେଉଛନ୍ତି ବିଶ୍ୱସ୍ତ ସାକ୍ଷୀ। ମୃତ୍ୟୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା। ସେହି ଯୀଶୁ ଆମ୍ଭମାନଙ୍କୁ ପ୍ରେମ କରନ୍ତି। ସେହି ଯୀଶୁ ତାହାଙ୍କ ରକ୍ତ ଦେଇ ଆମ୍ଭମାନଙ୍କୁ ପାପରୁ ମୁକ୍ତ କରିଛନ୍ତି।
6
ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ୟ ସ୍ୱରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ୱରଙ୍କର ସେବାରେ ଯାଜକ ରୂପେ ନିଯୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍।
7
ଦେଖ, ଯୀଶୁ ମେଘମାଳାରେ ଆସୁଅଛନ୍ତି। ପ୍ରତ୍ୟେକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ୟ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନରେ ଉଚ୍ଚସ୍ୱରରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।
8
ପ୍ରଭୁ ପରମେଶ୍ୱର କହନ୍ତି, ମୁଁ “ଆରମ୍ଭ ଓ ଶେଷ” (‘‘ଆଲ୍ଫା” ଓ “ଓମେଗା”) ମୁଁ ବର୍ତ୍ତମାନ ଅଛି, ଅତୀତରେ ଥିଲି ଓ ଭବିଷ୍ୟତରେ ମଧ୍ୟ ରହିଥିବି। ମୁଁ ସର୍ବଶକ୍ତିମାନ।”
9
ଯୀଶୁଙ୍କ ଦୁଃଖ ଭୋଗ ରାଜ୍ୟ ଓ ଧୈର୍ଯ୍ୟରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ୱରଙ୍କ ବାକ୍ୟ ପ୍ରଗ୍ଭର ଓ ଯୀଶୁଙ୍କର ସାକ୍ଷୀ ହେବା ହେତୁ ନିର୍ବାସିତ ହୋଇ ପାତ୍ମ ଦ୍ୱୀପରେ ଥିଲି କାରଣ ମୁଁ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲି। ମୁଁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଲି।
10
ପ୍ରଭୁଙ୍କ ଦିନରେ ପବିତ୍ରଆତ୍ମା ମୋତେ ସମ୍ପୂର୍ଣ୍ଣ ରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା।
11
ସେହି ସ୍ୱର ମୋତେ କହିଲା, “ତୁମ୍ଭେ ଯାହା ଦେଖୁଛ, ସବୁ ଗୋଟିଏ ପୁସ୍ତକରେ ଲେଖ ଓ ତାହାକୁ ସାତୋଟି ମଣ୍ଡଳୀ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟତୀରା ସାର୍ଦ୍ଦୀ, ଫିଲାଦେଲ୍ଫିଆ ଓ ଲାଅଦିକୀଆକୁ ପଠାଅ।’’
12
ମୁଁ ବୁଲିପଡ଼ି ଦେଖିବାକୁ ଗ୍ଭହିଁଲି ଯେ, କିଏ ମୋତେ ଏହିକଥା କହୁଛନ୍ତି। ମୁଁ ଯେତେବେଳେ ବୁଲିପଡ଼ିଲି, ସେତେବେଳେ ସାତୋଟି ସୁନାର ଦୀପରୂଖା ଦେଖିଲି।
13
ସେହି ସାତୋଟି ସୁନାର ଦୀପରୂଖା ମଝିରେ: “ମନୁଷ୍ୟପୁତ୍ରଙ୍କ ପରି” ଜଣେ ଠିଆ ହୋଇଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତିରେ ଗୋଟିଏ ସୁନାର ପଟୁକା ପିନ୍ଧିଥିଲେ।
14
ତାହାଙ୍କ ମୁଣ୍ଡ ଓ ବାଳ ଶୁଭ୍ର ପଶମ ଓ ହିମ ପରି ଶୁଭ୍ର ଥିଲା। ତାହାଙ୍କ ଆଖି ଅଗ୍ନିଶିଖା ପରି ଦେଖାଯାଉଥିଲା।
15
ତାହାଙ୍କ ପାଦ ଯେପରି, ପିତ୍ତଳ ନିଆଁ ଭାଟିରେ ଦେଖାଯାଏ ସେହିପରି ଶୁଦ୍ଧ ଦେଖାଯାଉଥିଲା। ତାହାଙ୍କ ସ୍ୱର ବନ୍ୟାଜଳର ଗର୍ଜନ ଭଳି ଥିଲା।
16
ସେ ତାହାଙ୍କ ଡାହାଣ ହାତରେ ସାତୋଟି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀକ୍ଷ୍ଣ ଦୁଇଧାର ଯୁକ୍ତ ଖଡ଼୍ଗ ବାହାରି ଆସିଲା। ସେ ମଧ୍ୟାହ୍ନ ସୂର୍ଯ୍ୟଭଳି ତେଜୋମୟ ଦେଖାଯାଉଥିଲେ।
17
ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମୋ’ ଉପରେ ଆପଣା ଡାହାଣ ହାତ ରଖି ସେ କହିଲେ, “ଭୟ କର ନାହିଁ। ମୁଁ ପ୍ରଥମ ଓ ଶେଷ।”
18
ମୁଁ ଜୀବିତ। ମୁଁ ମରି ଯାଇଥିଲି କିନ୍ତୁ ଦେଖ, ମୁଁ ସବୁବେଳ ପାଇଁ ଜୀବିତ ହୋଇଅଛି। ମୋ’ ପାଖରେ ମୃତ୍ୟୁ ଓ ପାତାଳର ଗ୍ଭବି ରହିଛି।
19
ତେଣୁ ତୁମ୍ଭେ ଦେଖିଥିବା କଥା ଲେଖ। ବର୍ତ୍ତମାନ ଯାହା ଘଟୁଛି ଓ ଭବିଷ୍ୟତରେ ଯାହା ଘଟିବ, ସେ ସବୁ ଲେଖ।
20
ମୋର ଡାହାଣ ହାତରେ ଯେଉଁ ସାତୋଟି ନକ୍ଷତ୍ର ଦେଖିଲ, ତାହାର ଓ ସାତୋଟି ସୁନାର ଦୀପରୂଖାର ନିଗୂଢ଼ ଅର୍ଥ ଏହିପରି ଅଟେ: ସାତ ଦୀପରୂଖା ହେଉଛି ସାତୋଟି ମଣ୍ଡଳୀ। ସାତ ନକ୍ଷତ୍ର ହେଉଛନ୍ତି ସାତୋଟି ମଣ୍ଡଳୀର ଦୂତ।”
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22