bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Revelation 11
Revelation 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 12 →
1
ଦୁଇଜଣ ସାକ୍ଷୀ ତା’ପରେ ମୋତେ ବୁଲାବାଡ଼ି ଲମ୍ବର ଗୋଟିଏ ମାପଦଣ୍ଡ ଦିଆଗଲା। ମୋତେ କୁହାଗଲା, “ଯାଅ ପରମେଶ୍ୱରଙ୍କର ମନ୍ଦିର, ବେଦୀକୁ ମାପ, ଏବଂ ସେଠାରେ ଉପାସନା କରୁଥିବା ଲୋକମାନଙ୍କର ସଂଖ୍ୟା ଗଣନା କର।
2
କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସେହିପରି ଛାଡ଼ିଦିଅ, କାରଣ ତାହା ଅଣଯିହୂଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସେହି ଲୋକମାନେ ବୟାଳିଶ୍ ମାସ ପର୍ଯ୍ୟନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।
3
ମୁଁ ମୋର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବି। ସେମାନେ 1260 ଦିନ ପର୍ଯ୍ୟନ୍ତ ଅଖା ପିନ୍ଧି ଭବିଷ୍ୟଦ୍ବାଣୀ କହିବେ।”
4
ଏହି ଦୁଇ ସାକ୍ଷୀ ହେଉଛନ୍ତି, ପୃଥିବୀରେ ପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇଥିବା ଦୁଇ ବୀଜ ବୃକ୍ଷ ଓ ଦୁଇ ଦୀପରୂଖା।
5
ଯଦି କେହି ସେମାନଙ୍କର କ୍ଷତି କରିବାକୁ ଗ୍ଭହେଁ, ତା’ହେଲେ ସେମାନଙ୍କର ମୁହଁରୁ ବାହାରୁଥିବା ଅଗ୍ନି ସେମାନଙ୍କୁ ଧ୍ୱଂସ କରିବ। ଯଦି କୌଣସି ଲୋକ ସେମାନଙ୍କର କ୍ଷତି କରିବାକୁ ଚେଷ୍ଟା କରେ, ସେ ଏହିପରିଭାବେ ମୃତ୍ୟୁ ଭୋଗ କରିବ।
6
ଏହି ଦୁଇଜଣ ଭବିଷ୍ୟଦ୍ବାଣୀ କହିବା ବେଳେ ଯେପରି ବର୍ଷା ନ ହୁଏ, ସେଥିନିମନ୍ତେ ଆକାଶକୁ ରୁଦ୍ଧ କରିବା ନିମନ୍ତେ ସେମାନଙ୍କର କ୍ଷମତା ଅଛି। ଜଳକୁ ରକ୍ତରେ ପରିଣତ କରିବାର କ୍ଷମତା ସେମାନଙ୍କର ଅଛି। ପୃଥିବୀକୁ ପ୍ରତ୍ୟେକ ପ୍ରକାରର ମହାମାରୀ ଦ୍ୱାରା କଷ୍ଟ ଦେବାର କ୍ଷମତା ସେମାନଙ୍କର ଅଛି। ସେମାନେ ସେମାନଙ୍କର ନିଜ ଇଚ୍ଛା ଅନୁସାରେ ଯେତେଥର ଗ୍ଭହିଁବେ, ସେତଥର ଏହା କରି ପାରିବେ।
7
ସେମାନଙ୍କର ସାକ୍ଷ୍ୟ ଦେବା ସମୟ ସରିଯିବା ପରେ ସେହି ପଶୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ। ପାତାଳର ଅତଳ ଗର୍ଭରୁ ଉପରକୁ ଆସୁଥିବା ପଶୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ। ସେ ସେମାନଙ୍କୁ ପରାସ୍ତ କରି ହତ୍ୟା କରିବ।
8
ଏହି ଦୁଇ ସାକ୍ଷୀଙ୍କର ଶରୀର ମହାନଗରୀର ରାସ୍ତାରେ ପଡ଼ିରହିବ। ଏହି ନଗରର ନାମ ‘ସଦୋମ’ ଓ ‘ମିଶର’। ନଗରର ନାମଗୁଡ଼ିକର ବିଶେଷ ଅର୍ଥ ରହିଛି। ଏହି ନଗରରେ ସେମାନଙ୍କର ପ୍ରଭୁଙ୍କୁ ମଧ୍ୟ କ୍ରୁଶରେ ଚଢ଼ାଇ ମାରି ଦିଆଯାଇଥିଲା।
9
ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ମଣିଷ ଜାତି, ସମସ୍ତ ଗୋଷ୍ଠୀ, ସମସ୍ତ ଭାଷା ଏବଂ ସମସ୍ତ ରାଷ୍ଟ୍ରର ଲୋକମାନେ ସେମାନଙ୍କର ଶବ ଦେଖିବେ। କିନ୍ତୁ ସେମାନେ ସେମାନଙ୍କର ସମାଧିସ୍ଥ ହେବାକୁ ଦେବେ ନାହିଁ।
10
ସେମାନଙ୍କର ମୃତ୍ୟୁରେ ପୃଥିବୀର ଲୋକେ ଖୁସୀ ହେବେ। ସେମାନେ ଭୋଜି କରିବେ ଓ ପରସ୍ପର ଭିତରେ ଉପହାର ଦିଆନିଆ କରିବେ। ସେମାନେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ଯନ୍ତ୍ରଣା ଦେଇଥିଲେ।
11
କିନ୍ତୁ ସାଢ଼େ ତିନି ଦିନ ପରେ ପରମେଶ୍ୱରଙ୍କଠାରୁ ଜୀବନୀ ଶକ୍ତି ସେହି ଦୁଇଜଣ ଭବିଷ୍ୟଦ୍ବକ୍ତାଙ୍କ ଭିତରେ ପ୍ରବେଶ କଲା। ସେମାନେ ସେମାନଙ୍କର ପାଦରେ ଉଠି ଠିଆ ହେଲେ। ସେମାନଙ୍କୁ ଦେଖିବା ଲୋକମାନେ ବହୁତ ଭୟ କଲେ।
12
ତା’ପରେ ସେହି ଦୁଇଜଣ ସାକ୍ଷୀ ସ୍ୱର୍ଗରୁ ଆସୁଥିବା ଗୋଟିଏ ଉଚ୍ଚ ସ୍ୱର ଶୁଣି ପାରିଲେ, “ଏଠାକୁ ଉଠି ଆସ।” ଏହା ଶୁଣି ଦୁଇଜଣ ଭବିଷ୍ୟଦ୍ବକ୍ତା ମେଘ ଦ୍ୱାରା ସ୍ୱର୍ଗକୁ ଗଲେ। ଏହା ସେମାନଙ୍କର ଶତ୍ରୁମାନେ ଦେଖୁଥିଲେ।
13
ଠିକ୍ ସେହି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହୋଇଗଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସେମାନେ ସ୍ୱର୍ଗର ପରମେଶ୍ୱରଙ୍କୁ ଗୌରବ ଦେଲେ।
14
ଦ୍ୱିତୀୟ କ୍ଳେଶ ଦୂର ହେଲା। ତୃତୀୟ କ୍ଳେଶଟି ଖୁବ୍ ଶୀଘ୍ର ଆସୁଛି।
15
ସପ୍ତମ ତୂରୀ ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ, “ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା। ସେ ଅନନ୍ତକାଳ ନିମନ୍ତେ ରାଜତ୍ୱ କରିବେ।”
16
ତା’ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ୱରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ୱରଙ୍କ ସମ୍ମୁଖରେ ସେମାନଙ୍କ ସିଂହାସନରେ ବସନ୍ତି।
17
ସେହି ପ୍ରାଚୀନମାନେ କହିଲେ: “ହେ ପ୍ରଭୁ ପରମେଶ୍ୱର, ତୁମ୍ଭେ ସର୍ବଶକ୍ତିମାନ ଅଟ। ଆମ୍ଭେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ; ତୁମ୍ଭେ ହିଁ ଏକମାତ୍ର ବର୍ତ୍ତମାନ ଅଛ, ଓ ଅତୀତରେ ଥିଲ। ଏବେ ତୁମ୍ଭେ ତୁମ୍ଭର ମହାଶକ୍ତି ପ୍ରୟୋଗ କରି ଶାସନ କରିବାକୁ ଆରମ୍ଭ କରିଛ, ସେଥିପାଇଁ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ।
18
ଅନ୍ୟ ଜାତୀୟମାନେ ତୁମ୍ଭ ଉପରେ କ୍ରୋଧ କରିଥିଲେ, କିନ୍ତୁ ବର୍ତ୍ତମାନ ତୁମ୍ଭ କ୍ରୋଧର ସମୟ ଉପସ୍ଥିତ, ମୃତମାନଙ୍କର ବିଗ୍ଭର ସମୟ ଆସିଛି; ତୁମ୍ଭ ସେବକମାନଙ୍କୁ ଭବିଷ୍ୟଦ୍ବକ୍ତାମାନଙ୍କୁ ପୁରସ୍କାର ଦେବାର ସମୟ ଆସିଛି, ଏବଂ ତୁମ୍ଭକୁ ଭୟ ଓ ସମ୍ମାନ କରୁଥିବା ସାନବଡ଼ ପ୍ରତ୍ୟେକଙ୍କୁ ପୁରସ୍କାର ଦେବାର ସମୟ ଆସିଛି। ପୃଥିବୀକୁ ବିନାଶ କରୁଥିବା ବିନାଶକାରୀଙ୍କର ବିନାଶର ସମୟ ଉପସ୍ଥିତ ହୋଇଛି।”
19
ତା’ପରେ ସ୍ୱର୍ଗରେ ପରମେଶ୍ୱରଙ୍କ ମନ୍ଦିର ଖୋଲିଗଲା ଓ ସେହି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦେଖାଗଲା। ଏହି ପବିତ୍ର ସିନ୍ଦୁକରେ ସେହି ଚୁକ୍ତି ଥିଲା, ଯାହାକୁ ପରମେଶ୍ୱର ଲୋକମାନଙ୍କୁ ଦେଇଥିଲେ। ତା’ପରେ ସେଠାରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22