bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Revelation 17
Revelation 17
Odia Bible ERV 2004 (ପବିତ୍ର ବାଇବଲ)
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 18 →
1
ପଶୁ ଉପରେ ନାରୀ ସାତଦୂତଙ୍କ ମଧ୍ୟରୁ ଯେଉଁମାନେ ସାତୋଟି ପାତ୍ର ଧାରଣ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି ମୋତେ କହିଲେ, “ଆସ ପ୍ରସିଦ୍ଧ ବେଶ୍ୟାକୁ କ’ଣ ଦଣ୍ଡ ଦିଆଯିବ, ତାହା ମୁଁ ତୁମ୍ଭକୁ ଦେଖାଇବି। ସେ ବହୁତ ଜଳରାଶି ଉପରେ ବସିଛି।
2
ପୃଥିବୀର ରାଜାମାନେ ତା’ସହିତ ଯୌନପାପ (ବ୍ୟଭିଗ୍ଭର) କରିଛନ୍ତି। ପୃଥିବୀର ଲୋକମାନେ ତା’ର ବ୍ୟଭିଗ୍ଭର ରୂପ ସୁରାରେ ମାତାଲ୍ ହୋଇଛନ୍ତି।”
3
ତା’ପରେ ଦୂତ ମୋତେ ଆତ୍ମା ଦ୍ୱାରା ମରୁଭୂମିକୁ ବହି ନେଇଗଲେ। ସେଠାରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ୱରଙ୍କ ନିନ୍ଦା କରୁଥିବା ନାମସବୁ ଲେଖା ଯାଇଥିଲା। ସେହି ପଶୁର ସାତୋଟି ମସ୍ତକ ଓ ଦଶଟି ଶିଙ୍ଗ ଥିଲା।
4
ସେହି ସ୍ତ୍ରୀଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ଯୋଗୁଁ ଝଲକୁଥିଲା। ତା’ ହାତରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସେହି ପାତ୍ରଟି ଘୃଣ୍ୟ ବିଷୟ ଗୁଡ଼ିକରେ ଓ ତା’ର ନିଜର ଯୌନଗତ ପାପର ଆବର୍ଜନାରେ ପୂର୍ଣ୍ଣ ଥିଲା।
5
ତା’ର କପାଳରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲେଖା ହେଲା: ମହାନ୍ ବାବିଲ, ବେଶ୍ୟାମାନଙ୍କର ଓ ପୃଥିବୀର ସବୁ ଘୃଣ୍ୟ ବିଷୟସକଳର ମାତା।
6
ମୁଁ ସେହି ସ୍ତ୍ରୀଲୋକକୁ ପରମେଶ୍ୱରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟରେ ସେମାନଙ୍କର ସାକ୍ଷ୍ୟ ଦେଇଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି। ମୁଁ ସେହି ସ୍ତ୍ରୀଲୋକକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲି।
7
ତା’ପରେ ସେ ଦୂତ ମୋତେ କହିଲେ, “ତୁମ୍ଭେ କାହିଁକି ଆଶ୍ଚର୍ଯ୍ୟ ହେଉଛ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ୟ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା’ର ବାହନ ପଶୁ ବିଷୟରେ ମଧ୍ୟ କହିବି।
8
ତୁମ୍ଭେ ଯେଉଁ ପଶୁକୁ ଦେଖିଲ, ସେ ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ନାହିଁ। କିନ୍ତୁ ସେ ବଞ୍ଚିବ ଏବଂ ଗଭୀର ଗହ୍ୱରରୁ ଉଠି ଆସି ଧ୍ୱଂସ ପାଇବ। ଜଗତ ଆରମ୍ଭରୁ ଯେଉଁ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଆଦୌ ଲେଖା ହୋଇ ନାହିଁ, ସେହି ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେବେ, କାରଣ ସେ ଅତୀତରେ ଥିଲା, ବର୍ତ୍ତମାନ ନାହିଁ କିନ୍ତୁ ପୁଣି ବଞ୍ଚିବ।
9
“ଏହାକୁ ବୁଝିବା ପାଇଁ ଜ୍ଞାନଯୁକ୍ତ ମନ ଆବଶ୍ୟକ। ଏହି ପଶୁର ସାତୋଟିମସ୍ତକ ହେଉଛି ସାତୋଟି ପର୍ବତ, ଯାହା ଉପରେ ସେ ବସେ। ତାହା ସାତ ଜଣ ରାଜାଙ୍କୁ ମଧ୍ୟ ବୁଝାଏ।
10
ଏହା ଭିତରୁ ପାଞ୍ଚ ଜଣ ରାଜା ମରିସାରିଲେଣି। ଜଣେ ରାଜା ବର୍ତ୍ତମାନ ବଞ୍ଚିଛନ୍ତି ଏବଂ ଶେଷ ରାଜା ଆସୁଛନ୍ତି। ସେ ଯେତେବେଳେ ଆସିବେ, ସେ ଅଳ୍ପ ସମୟ ପାଇଁ ରହିବେ।
11
ଯେଉଁ ପଶୁ କେବେ ଜୀବିତ ଥିଲା, ବର୍ତ୍ତମାନ ନାହିଁ, ସେ ଅଷ୍ଟମ ରାଜା। ସେ ପ୍ରଥମ ସାତ ଜଣ ରାଜାଙ୍କ ମଧ୍ୟରୁ ଜଣେ। ସେ ମଧ୍ୟ ଧ୍ୱଂସ ପାଇବ।
12
“ତୁମ୍ଭେ ଯେଉଁ ଦଶଶିଙ୍ଗ ଦେଖିଲ, ତାହା ଦଶ ଜଣ ରାଜା। ଏହି ଦଶ ଜଣ ରାଜା ଏ ପର୍ଯ୍ୟନ୍ତ ରାଜ ଭଳି ରାଜ୍ୟ ପାଇ ନାହାନ୍ତି। କିନ୍ତୁ ସେମାନେ ସେହି ପଶୁ ସହିତ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଶାସନ କରିବା ପାଇଁ କ୍ଷମତା ପାଇବେ।
13
ଏହି ଦଶ ଜଣ ରାଜାଙ୍କର ଉଦ୍ଦେଶ୍ୟ ସମାନ। ସେମାନେ ସେମାନଙ୍କର କ୍ଷମତା ଓ ଅଧିକାର ସେହି ପଶୁକୁ ଦେବେ।
14
ସେମାନେ ମେଷପାଳକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। କିନ୍ତୁ ମେଷଶାବକ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ୱସ୍ତ ଅନୁଗାମୀମାନଙ୍କ ସହିତ ମିଶି ସେମାନଙ୍କୁ ପରାସ୍ତ କରିବେ।”
15
ତା’ପରେ ସେ ସ୍ୱର୍ଗଦୂତ ମୋତେ କହିଲେ, “ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ୟା ବସୁଥିବାର ଦେଖିଲ, ସେହି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ।
16
ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସେମାନେ ସେହି ବେଶ୍ୟାକୁ ଘୃଣା କରିବେ। ସେମାନେ ତା’ର ସବୁ ନେଇଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦେବେ। ସେମାନେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନିରେ ପୋଡ଼ି ଦେବେ।
17
ସେମାନେ ତାହାଙ୍କର ଶାସନ କ୍ଷମତା ସେହି ପଶୁକୁ ଦେବା ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ୱର ସେମାନଙ୍କ ମନରେ ଏକ ଇଚ୍ଛା ଦେବେ। ଏହା ଦ୍ୱାରା ପରମେଶ୍ୱର କହିଥିବା ବାକ୍ୟ ସଫଳ ହେବା ପର୍ଯ୍ୟନ୍ତ ସେମାନେ ଶାସନ କରିବେ।
18
ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା, ସେହି ମହାନଗରୀକୁ ବୁଝାଏ।”
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22