bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Revelation 18
Revelation 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 19 →
1
ବାବିଲର ଧ୍ୱଂସ ତା’ପରେ ମୁଁ ସ୍ୱର୍ଗରୁ ଆଉ ଜଣେ ଦୂତଙ୍କୁ ଓହ୍ଲାଇବାର ଦେଖିଲି। ସେହି ଦୂତଙ୍କର ବହୁତ କ୍ଷମତା ଥିଲା। ତାହାଙ୍କର ମହିମା ପୃଥିବୀରେ ପ୍ରକାଶିତ ହେଲା।
2
ସେ ଦୂତ ବହୁତ ଉଚ୍ଚ ସ୍ୱରରେ ପାଟିକରି କହିଲେ: “ତା’ର ପତନ ହେଲା। ମହାନଗରୀ ବାବିଲର ପତନ ହୋଇଗଲା। ତାହା ଭୂତମାନଙ୍କର ବାସସ୍ଥଳୀ ହେଲା। ତାହା ପ୍ରତ୍ୟେକ ଭୂତାତ୍ମା, ପ୍ରତ୍ୟେକ ପ୍ରକାରର ଶୁଚି ପକ୍ଷୀ ଏବଂ ପ୍ରତ୍ୟେକ ଅଶୁଚି ତଥା ଘୃଣ୍ୟ ପଶୁଙ୍କ ଆଶ୍ରୟସ୍ଥଳ ହେଲା।
3
ପୃଥିବୀର ସବୁ ଲୋକମାନେ ତା’ର ବ୍ୟଭିଗ୍ଭର ପାପର ଓ ପରମେଶ୍ୱରଙ୍କର କ୍ରୋଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା’ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟ କରିଛନ୍ତି। ସଂସାରର ବ୍ୟବସାୟୀମାନେ ତାହାର ଧନରେ ଧନବାନ୍ ହୋଇଛନ୍ତି।”
4
ତା’ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି “ହେ ମୋର ଲୋକମାନେ, ତୁମ୍ଭେମାନେ ସେହି ନଗରରୁ ବାହାରି ଆସ, ତୁମ୍ଭେମାନେ ବାହାରି ଆସିଲେ, ତା’ର ପାପରେ ଭାଗୀଦାର ହେବ ନାହିଁ ଓ ତାହାର କ୍ଳେଶର ସହଭାଗୀ ହେବ ନାହିଁ।
5
ସ୍ୱର୍ଗ ଯେତେ ଉଚ୍ଚ, ତହାର ପାପକାର୍ଯ୍ୟ ସେତିକି ଉଚ୍ଚ ହେଲାଣି। ପରମେଶ୍ୱର ତା’ର ଭୁଲ୍ କାମଗୁଡ଼ିକ ଭୁଲି ନାହାନ୍ତି। ସେ ତା’ର କୁକର୍ମ ସବୁ ମନେ ପକାଇଲାଣି।
6
ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସେହି ପ୍ରକାର କ୍ଷତି ହେବ। ତା’ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆଯିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦେଇଛି, ତା’ନିମନ୍ତେ ତା’ ଅପେକ୍ଷା ଦୁଇଗୁଣ ଅଧିକ ନିଶାଯୁକ୍ତ ସୁରା ପ୍ରସ୍ତୁତ କରାଯିବ ଓ ତାହାକୁ ପାନ କରିବାକୁ ଦିଆଯିବ।
7
ସେ ଯେପରି ନିଜେ ଭୋଗବିଳାସ ଓ ଆମୋଦ ପ୍ରମୋଦରେ ଜୀବନ ବିତାଇଛି, ସେହିପରି ତାହାକୁ ଅଧିକ ପରିମାଣରେ ଯନ୍ତ୍ରଣା ଓ ବ୍ୟଥା ଭୋଗିବାକୁ ଦିଆଯିବ। ସେ ନିଜେ ଗର୍ବରେ କହେ, ‘ମୁଁ ରାଣୀ ପରି ସିଂହାସନରେ ବସିଛି। ମୁଁ ବିଧବା ନୁହେଁ, ମୁଁ କେବେ ଶୋକ କରିବି ନାହିଁ।’
8
ସେଥିପାଇଁ ଗୋଟିଏ ଦିନ ଭିତରେ ଏହି କ୍ଳେଶ ତାକୁ ଆକ୍ରମଣ କରିବ: ମୃତ୍ୟୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନିରେ ଜଳିଯିବ, କାରଣ ପ୍ରଭୁ ପରମେଶ୍ୱର ତା’ର ବିଗ୍ଭର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।
9
“ଜଗତର ଯେଉଁ ରାଜାମାନେ ତା’ ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟରେ ଲିପ୍ତ ଥିଲେ ଓ ତା’ଧନରେ ଭାଗୀଦାର ଥିଲେ, ସେମାନେ ଯେତେବେଳେ ତାହାର ଦହନର ଧୂଆଁ ଦେଖିବେ, ସେମାନେ ତା’ର ମୃତ୍ୟୁ କାରଣରୁ କାନ୍ଦିବେ ଓ ଦୁଃଖିତ ହେବେ।
10
ସେହି ରାଜାମାନେ ଯେତେବେଳେ ତାହାର ଯନ୍ତ୍ରଣା ଦେଖିବେ, ସେତେବେଳେ ସେମାନେ ଭୟ କରିବେ ଏବଂ ତା’ଠାରୁ ବହୁତ ଦୂରରେ ରହିବେ। ସେମାନେ କହିବେ: “ହେ ମହାନଗରୀ, ହେ ଶକ୍ତିଶାଳୀ ନଗରୀ ବାବିଲ! ଏହା ଭୟାନକ! ଏହା ଭୟାନକ! ଘଣ୍ଟାକ ମଧ୍ୟରେ ତୁମ୍ଭ ପାଇଁ ଦଣ୍ଡ ଆସିଲା।”
11
“ଏହି ଜଗତର ବ୍ୟବସାୟୀମାନେ ତା’ ପାଇଁ ବିଳାପ ଓ ଦୁଃଖ କରିବେ। ସେମାନେ ଦୁଃଖ ଅନୁଭବ କରିବେ, କାରଣ ସେମାନଙ୍କର ବାଣିଜ୍ୟଦ୍ରବ୍ୟ ଏହା ପରେ କେହି କିଣିବେ ନାହିଁ।
12
ସେମାନେ ସୁନା, ରୂପା, ମୂଲ୍ୟବାନ ପଥର, ମୁକ୍ତା, ସୂକ୍ଷ୍ମ ରେଶମବସ୍ତ୍ର, ବାଇଗଣି ରଙ୍ଗର ବସ୍ତ୍ର; ରେଶମୀ ଓ ଲାଲ ବସ୍ତ୍ର; ପ୍ରତ୍ୟେକ ପ୍ରକାରର ଚନ୍ଦନ ଆଦି ସୁବାସିତ କାଠ ଜିନିଷ; ହାତୀ ଦାନ୍ତର ପଦାର୍ଥମାନ, ମୂଲ୍ୟବାନ୍ କାଠ, ପିତ୍ତଳ, ଲୌହ ଓ ମର୍ମର ପଥରରେ ନିର୍ମିତ ଶିଳ୍ପଦ୍ରବ୍ୟ;
13
ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ୟ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମେଷ, ଘୋଡ଼ା, ରଥ, ଏବଂ ମନୁଷ୍ୟମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ୟବସାୟୀମାନେ କାନ୍ଦିବେ ଓ କହିବେ:
14
‘ହେ ବାବିଲ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଗ୍ଭହୁଁଥିଲ, ସେସବୁ ତୁମ୍ଭଠାରୁ ଗ୍ଭଲିଯାଇଛି। ତୁମ୍ଭର ସବୁ ସୌଖିନ ଓ ମନୋହରୀ ଦ୍ରବ୍ୟମାନ ତୁମ୍ଭଠାରୁ ଉଭେଇ ଯାଇଛି। ତୁମ୍ଭେ ସେସବୁ ଆଉ କେବେ ପାଇବ ନାହିଁ।’
15
“ବ୍ୟବସାୟୀମାନେ ତା’ର ଦୁଃଖ ଯନ୍ତ୍ରଣା ଦେଖି ଭୟ କରିବେ ଓ ତା’ଠାରୁ ବହୁ ଦୂରରେ ଠିଆ ହେବେ। ସେହି ଲୋକମାନେ ତାହାକୁ ସେହି ମୂଲ୍ୟବାନ୍ ଜିନିଷ ବିକ୍ରିକରି ଧନୀ ହୋଇଥିଲେ। ତେଣୁ ସେମାନେ କାନ୍ଦିବେ ଓ ଦୁଃଖ କରିବେ।
16
ସେମାନେ କହିବେ: ‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ: ଯେଉଁ ମହାନଗରୀ ସୂକ୍ଷ୍ମ ରେଶମ, ବାଇଗଣି ଓ ଘନଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା, ସୁନା, ମଣି ଓ ମୁକ୍ତାରେ ଝଟକୁଥିଲା,
17
ଘଣ୍ଟାକ ମଧ୍ୟରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରି ଦିଆଗଲା।’ “ସମସ୍ତ ସମୁଦ୍ର କପ୍ତାନ, ସମୁଦ୍ର ଯାତ୍ରୀ, ନାବିକ, ନୌବାଣିଜ୍ୟ କରୁଥିବା ସମସ୍ତ ଲୋକ ବାବିଲଠାରୁ ଦୂରରେ ଠିଆ ହେଲେ।
18
ସେମାନେ ତା’ର ଜଳୁଥିବାର ଧୂଆଁ ଦେଖିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ।”
19
ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ: ‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ! ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ। କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା।
20
ହେ ସ୍ୱର୍ଗ! ହେ ପରମେଶ୍ୱରଙ୍କର ପବିତ୍ର ଲୋକମାନେ, ଭବିଷ୍ୟଦ୍ବକ୍ତାଗଣ ଏବଂ ପ୍ରେରିତଗଣ! ମହାନଗରୀର ଧ୍ୱଂସରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ପରମେଶ୍ୱର ତାହାକୁ ଦଣ୍ଡ ଦେଇଛନ୍ତି।’”
21
ତା’ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସେହି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ: “ଏହିପରି ଭାବରେ ମହାନଗରୀ ବାବିଲକୁ ତଳକୁ ନିକ୍ଷେପ କରାଯିବ। ତାହାକୁ ଆଉ କେବେ କେହି ଦେଖି ପାରିବେ ନାହିଁ।
22
ତୋ’ଠାରେ କେହିହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ୟଯନ୍ତ୍ର ଶୁଣିବେ ନାହିଁ। ତୋ’ଠାରେ କୌଣସି ଶିଳ୍ପର କାରିଗରମାନେ ଆଉ ଦେଖାଯିବେ ନାହିଁ। ତୋ’ଠାରେ ଚକିପେଷାର ଶବ୍ଦ ଆଉ କେବେ ହେଲେ ଶୁଣାଯିବ ନାହିଁ।
23
ତୋ’ ପାଖରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ’ ପାଖରେ ବରକନ୍ୟାଙ୍କର ଆନନ୍ଦର ଧ୍ୱନି ଆଉ କେବେ ହେଲେ ଶୁଣାଯିବ ନାହିଁ। ତୋ’ର ବ୍ୟବସାୟୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ’ର ଯାଦୁ ଶକ୍ତି ଦ୍ୱାରା ପଥଭ୍ରଷ୍ଟ ହୋଇଥିଲେ।
24
ସେ (ବାବିଲ) ଭବିଷ୍ୟଦ୍ବକ୍ତାମାନଙ୍କର ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ଏବଂ ପୃଥିବୀରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ରକ୍ତ ପାଇଁ ଦାୟୀ ଅଟେ।”
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22