bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Revelation 16
Revelation 16
Odia Bible ERV 2004 (ପବିତ୍ର ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 17 →
1
ପରମେଶ୍ୱରଙ୍କ କ୍ରୋଧରେ ସାତୋଟି ପାତ୍ର ପୂର୍ଣ୍ଣ ତା’ପରେ ମୁଁ ମନ୍ଦିର ଭିତରୁ ଏକ ଉଚ୍ଚ ଧ୍ୱନି ଶୁଣିଲି। ତାହା ସାତୋଟି ଦୂତଙ୍କୁ କହିଲା, “ଯାଅ, ପରମେଶ୍ୱରଙ୍କ କ୍ରୋଧରେ ପୂର୍ଣ୍ଣ ହୋଇଥିବା ସାତୋଟି ପାତ୍ରକୁ ପୃଥିବୀ ଉପରେ ଢାଳିଦିଅ।”
2
ତହୁଁ ପ୍ରଥମ ଦୂତ ମନ୍ଦିରରୁ ବାହାରି ପୃଥିବୀ ଉପରେ ତାହାଙ୍କ ପାତ୍ରକୁ ଢାଳି ଦେଲେ। ତା’ପରେ ଯେଉଁମାନେ ସେହି ପଶୁର ଚିହ୍ନ ଧାରଣ କରିଥିଲେ ଓ ତା’ର ପ୍ରତିମାକୁ ପୂଜା କରୁଥିଲେ, ସେମାନଙ୍କର ଶରୀରରେ ଅତି କଷ୍ଟଦାୟକ ଓ ସାଂଘାତିକ ଧରଣର ଘା ବାହାରି ପଡ଼ିଲା।
3
ଦ୍ୱିତୀୟ ଦୂତ ତାହାଙ୍କ ପାତ୍ରକୁ ସମୁଦ୍ର ଉପରେ ଢାଳି ଦେଲେ। ସେଥିରେ ସମୁଦ୍ର ଜଳ ମୃତ ଲୋକର ରକ୍ତ ପରି ଲାଲ ହୋଇଗଲା। ସମୁଦ୍ରରେ ଥିବା ସମସ୍ତ ଜୀବନ୍ତ ପ୍ରାଣୀ ମରିଗଲେ।
4
ତୃତୀୟ ସ୍ୱର୍ଗ ଦୂତ ତାହାଙ୍କ ପାତ୍ରକୁ ନଦୀ ଓ ଜଳ ନିର୍ଝରଗୁଡ଼ିକ ଉପରେ ଢାଳିଲେ। ନଦୀ ଓ ଜଳ ନିର୍ଝରଗୁଡ଼ିକର ଜଳ ରକ୍ତ ହୋଇଗଲା।
5
ତା’ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ୱରଙ୍କୁ କହିବାର ଶୁଣିଲି: “ହେ ପବିତ୍ର ପରମେଶ୍ୱର, ତୁମ୍ଭେ ହିଁ କେବଳ ଅତୀତରେ ସର୍ବଦା ଥିଲ ଓ ବର୍ତ୍ତମାନ ଅଛ। ତୁମ୍ଭେ ଏହି ବିଗ୍ଭର କରିବା ଦ୍ୱାରା ନ୍ୟାୟ କରିଅଛ।
6
ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ୟଦ୍ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ। ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”
7
ମୁଁ ବେଦୀକୁ ଏହା କହିବାର ଶୁଣିଲି, “ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର ହଁ, ତୁମ୍ଭର ବିଗ୍ଭରଗୁଡ଼ିକ ସତ୍ୟ ଓ ନ୍ୟାୟସଙ୍ଗତ।”
8
ଏହା ପରେ ଚତୁର୍ଥ ଦୂତ ତାହାଙ୍କ ପାତ୍ର ସୂର୍ଯ୍ୟଙ୍କ ଉପରେ ଢାଳିଲେ। ସେଥିରେ ସୂର୍ଯ୍ୟକୁ, ମନୁଷ୍ୟମାନଙ୍କୁ ଅଗ୍ନିରେ ପୋଡ଼ି ଦେବାର କ୍ଷମତା ଦିଆଗଲା।
9
ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସେମାନେ ପରମେଶ୍ୱରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କେବଳ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସେମାନେ ସେମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ୱରଙ୍କ ମହିମା ଗାନ କଲେ ନାହିଁ।
10
ପଞ୍ଚମ ଦୂତ ତାହାଙ୍କ ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ। ଏହା ଦ୍ୱାରା ପଶୁର ରାଜ୍ୟରେ ଅନ୍ଧକାର ଘୋଟିଗଲା। ଲୋକମାନେ ଯନ୍ତ୍ରଣାରେ ଜିଭ କାମୁଡ଼ିଲେ।
11
ସେମାନେ ତାହାଙ୍କ ଯନ୍ତ୍ରଣା ଓ ଘା ସକାଶେ ସ୍ୱର୍ଗରେ ଥିବା ପରମେଶ୍ୱରଙ୍କର ନିନ୍ଦା କଲେ। କିନ୍ତୁ ସେମାନେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ।
12
ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢାଳିଲେ। ଏହା ଦ୍ୱାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା।
13
ତା’ପରେ ମୁଁ ତିନୋଟି ଅଶୁଚି ଆତ୍ମାଙ୍କୁ ଦେଖିଲି। ସେମାନେ ବେଙ୍ଗ ପରି ଦେଖାଯାଉଥିଲେ। ସେମାନେ ସେହି ଭୟଙ୍କର ସର୍ପ ମୁଖରୁ, ପଶୁ ମୁଖରୁ ଓ ଭଣ୍ଡଭବିଷ୍ୟଦ୍ବକ୍ତା ମୁଖରୁ ବାହାରି ଆସିଲେ।
14
ସେମାନେ ଭୂତର ଆତ୍ମା ଓ ସେମାନଙ୍କର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାର କ୍ଷମତା ଥିଲା। ସେମାନେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ମହାଦିନର ଯୁଦ୍ଧ ପାଇଁ ପୃଥିବୀର ସବୁ ରାଜାମାନଙ୍କୁ ଏକତ୍ର କରିବା ନିମନ୍ତେ ସେମାନଙ୍କ ପାଖକୁ ଯାଆନ୍ତି।
15
“ଦେଖ! ମୁଁ ଗୋଟିଏ ଗ୍ଭେର ଭଳି ଆସିବି। ଯେ ମୋ’ ଅପେକ୍ଷାରେ ଗ୍ଭହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସେହି ଲୋକ ସୁଖୀ। ତେବେ ତାହାକୁ ଉଲଗ୍ନ ହୋଇ ଗ୍ଭଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।’’
16
ସେହି ଭୂତାତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ କୁହା ଯାଉଥିବା ‘ହର୍ମିଗିଦ୍ଦୋନ୍’ ନାମକ ସ୍ଥାନରେ ଏକାଠି କଲେ।
17
ତା’ପରେ ସପ୍ତମ ଦୂତ ତାହାଙ୍କ ପାତ୍ରକୁ ବାୟୁରେ ଢାଳିଲେ ଓ ମନ୍ଦିର ଭିତରୁ ସିଂହାସନଠାରୁ ଗୋଟିଏ ଉଚ୍ଚ ସ୍ୱର ଆସିଲା। ସେହି ସ୍ୱର କହିଲା, “ଏହା ସମାପ୍ତ ହେଲା।”
18
ତା’ପରେ ସେଠାରେ ବିଜୁଳି ଚମକିଲା, କୋଳାହଳ, ବଜ୍ରନାଦ ଓ ଏକ ଭୟଙ୍କର ଭୂମିକମ୍ପ ହେଲା। ଏଭଳି ଭୟଙ୍କର ଭୂମିକମ୍ପ ମନୁଷ୍ୟ ଇତିହାସରେ କେବେ ହୋଇ ନ ଥିଲା।
19
ମହାନଗରୀ ତିନି ଭାଗରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହୋଇଗଲା। ପରମେଶ୍ୱର ମହାନଗରୀ ବାବିଲୋନକୁ ଦଣ୍ଡ ଦେବା ପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କ୍ରୋଧରୂପ ମଦିରା ପାତ୍ରରୁ ପାନ କରାଇଲେ।
20
ପ୍ରତ୍ୟେକ ଦ୍ୱୀପ ଉଭେଇ ଗଲା ଓ ସେଠାରେ ଗୋଟିଏ ହେଲେ ପର୍ବତ ରହିଲା ନାହିଁ।
21
ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରତ୍ୟେକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସେହି କୁଆପଥର ମହାମାରୀ ପାଇଁ ପରମେଶ୍ୱରଙ୍କୁ ନିନ୍ଦା କଲେ। ଏହି କ୍ଳେଶ ଅତି ଭୟାନକ ଥିଲା।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22