bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Revelation 7
Revelation 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 8 →
1
ଇସ୍ରାଏଲର 144,000 ଲୋକ ଏହିସବୁ ଘଟିବା ପରେ ମୁଁ ପୃଥିବୀର ଗ୍ଭରି କୋଣରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଠିଆ ହେବାର ଦେଖିଲି। ସେହି ଦୂତମାନେ ପୃଥିବୀର ଗ୍ଭରି ବାୟୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛରେ ପବନ ନ ବହେ।
2
ତା’ପରେ ମୁଁ ଅନ୍ୟ ଜଣେ ସ୍ୱର୍ଗଦୂତଙ୍କୁ ପୂର୍ବଦିଗରୁ ଆସିବାର ଦେଖିଲି। ଏହି ଦୂତଙ୍କ ପାଖରେ ଜୀବିତ ପରମେଶ୍ୱରଙ୍କର ମୁଦ୍ରା ଥିଲା। ସେ ଉଚ୍ଚ ସ୍ୱରରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଡାକିଲେ, ଯେଉଁମାନଙ୍କୁ ପରମେଶ୍ୱର ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦେଇଥିଲେ।
3
ସେ ଗ୍ଭରି ଦୂତଙ୍କୁ କହିଲେ, “ଆମ୍ଭେମାନେ ଆମ୍ଭର ପରମେଶ୍ୱରଙ୍କର ଲୋକମାନଙ୍କର କପାଳରେ ମୁଦ୍ରାଙ୍କିତ ନ କରିବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କି ସମୁଦ୍ର କୌଣସି ବୃକ୍ଷର କିଛି କ୍ଷତି କର ନାହିଁ।”
4
ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।
5
ଯିହୂଦା ପରିବାରବର୍ଗରୁ 12,000 ରୁବେନ ପରିବାରବର୍ଗରୁ 12,000 ଗାଦ୍ ପରିବାରବର୍ଗରୁ 12,000
6
ଆଶେର ପରିବାରବର୍ଗରୁ 12,000 ନପ୍ତାଲି ପରିବାରବର୍ଗରୁ 12,000 ମନଃଶି ପରିବାରବର୍ଗରୁ 12,000
7
ଶିମିୟୋନ ପରିବାରବର୍ଗରୁ 12,000 ଲେବୀ ପରିବାରବର୍ଗରୁ 12,000 ଇସାଖର ପରିବାରବର୍ଗରୁ 12,000
8
ସବୁଲୂନ୍ ପରିବାରବର୍ଗରୁ 12,000 ଯୋଷେଫ ପରିବାରବର୍ଗରୁ 12,000 ବିନ୍ୟାମିନ ପରିବାରବର୍ଗରୁ 12,000
9
ବିଶାଳ ଜନତା ତା’ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠାରେ ଏତେଲୋକ ଥିଲେ ଯେ, କେହି ସେମାନଙ୍କୁ ଗଣି ପାରିବ ନାହିଁ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସେହି ଲୋକମାନେ ସିଂହାସନ ଓ ମେଷଶାବକଙ୍କ ସାମନାରେ ଠିଆ ହୋଇଥିଲେ। ସେମାନେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସେମାନଙ୍କର ହାତରେ ଖଜୁରି ବାହୁଙ୍ଗା ଥିଲା।
10
ସେମାନେ ଉଚ୍ଚ ସ୍ୱରରେ ପାଟିକରି କହୁଥିଲେ, “ବିଜୟ (ପରିତ୍ରାଣ) ସିଂହାସନୋପବିଷ୍ଟ ଆମ୍ଭମାନଙ୍କର ପରମେଶ୍ୱର ଓ ମେଷଶାବକଙ୍କର।”
11
ପ୍ରାଚୀନମାନେ ଓ ଗ୍ଭରି ଜଣ ପ୍ରାଣୀ ସେଠାରେ ଥିଲେ। ସବୁ ଦୂତମାନେ ସେମାନଙ୍କର ଓ ସିଂହାସନର ଗ୍ଭରିପାଖରେ ଘେରି ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ପ୍ରଣାମ କରି ପରମେଶ୍ୱରଙ୍କ ଉପାସନା କଲେ।
12
ସେମାନେ କହିଲେ, “ଆମେନ୍! ପ୍ରଶଂସା, ମହିମା, ଧନ୍ୟବାଦ, ସମ୍ମାନ, କ୍ଷମତା ଓ ଶକ୍ତି ସଦାସର୍ବଦା ପାଇଁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ଅଟେ। ଆମେନ୍!”
13
ତା’ପରେ ଜଣେ ପ୍ରାଚୀନ ମୋତେ କହିଲେ, “ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଅଛନ୍ତି?”
14
ମୁଁ ଉତ୍ତର ଦେଲି, “ମୋ’ ପ୍ରଭୁ! ଆପଣ ତାହା ଜାଣନ୍ତି, ସେମାନେ କିଏ। ପ୍ରାଚୀନ ଜଣକ କହିଲେ, “ଏହି ଲୋକମାନେ ଭୟଙ୍କର ତାଡ଼ନା ଭିତରୁ ଆସିଛନ୍ତି। ସେମାନେ ମେଷଶାବକଙ୍କ ରକ୍ତରେ ଆପଣା ଆପଣାର ପୋଷାକ ପରିଷ୍କାର ଓ ଧଳା କରିଅଛନ୍ତି।
15
ତେଣୁ ଏହି ଲୋକମାନେ ପରମେଶ୍ୱରଙ୍କର ସିଂହାସନ ସମ୍ମୁଖରେ ଅଛନ୍ତି। ସେମାନେ ଦିନରାତି ପରମେଶ୍ୱରଙ୍କର ମନ୍ଦିରରେ ତାହାଙ୍କର ଉପାସନା କରନ୍ତି। ସିଂହାସନରେ ବସିଥିବା ଜଣେ ବ୍ୟକ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ।
16
ସେହି ଲୋକମାନେ ଆଉ କେବେ କ୍ଷୁଧିତ ହେବେ ନାହିଁ। ସେମାନେ କଦାପି ତୃଷାର୍ତ୍ତ ହେବେ ନାହିଁ। ସୂର୍ଯ୍ୟ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସେମାନଙ୍କୁ ଜାଳି ପାରିବ ନାହିଁ ।
17
ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22