bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Corinthians 1
1 Corinthians 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
1
ପାଉଲ ଏହି ପତ୍ର ଲେଖିଛନ୍ତି। ମୁଁ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ରୂପେ ଆହୂତ ହେଲି। ଏହା ପରମେଶ୍ୱରଙ୍କ ଇଚ୍ଛାରେ ସାଧିତ ହେଲା। ଆମ୍ଭର ଜଣେ ଭାଇ ସୋସ୍ଥିନା ମଧ୍ୟ ନମସ୍କାର ଜଣାନ୍ତି।
2
କରିନ୍ଥଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ର କରାଯାଇଛନ୍ତି ସେମାନଙ୍କ ନିକଟକୁ ଏହି ପତ୍ର ଲେଖା ଯାଉଅଛି। ତୁମ୍ଭେମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ହୋଇଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସର୍ବତ୍ର ଯେଉଁମାନେ ବିଶ୍ୱାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ୱାସୀଙ୍କ ସହିତ ତୁମ୍ଭେମାନେ ଆହୂତ ହୋଇଅଛ।
3
ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ଉପରେ ବର୍ତ୍ତୁ। ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ।
4
ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ତୁମ୍ଭମାନଙ୍କ ସକାଶେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି।
5
ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ସମସ୍ତ ବିଷୟରେ ଆଶୀର୍ବାଦ ପାଇଅଛ। ତୁମ୍ଭେମାନେ ସମସ୍ତ କଥା ଓ ସମସ୍ତ ଜ୍ଞାନରେ ଖ୍ରୀଷ୍ଟ ଯୀଶୁଙ୍କ ଆଶୀର୍ବାଦରେ ପୂର୍ଣ୍ଣତା ଲାଭ କରିଛ।
6
ଖ୍ରୀଷ୍ଟଙ୍କ ବିଷୟକ ସତ୍ୟ ତୁମ୍ଭଠାରେ ପ୍ରମାଣିତ ହୋଇଛି।
7
ଅତଏବ ଯେତେବେଳେ ତୁମ୍ଭେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପାଇଁ ଅପେକ୍ଷା କରୁଛ ସେତେବେଳେ ତୁମ୍ଭେମାନେ ତାହାଙ୍କଠାରୁ ସମସ୍ତ ଆତ୍ମିକ ଦାନ ପାଉଛ।
8
ସେ ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭେମାନେ ନିର୍ଦ୍ଦୋଷ ଦେଖାଯିବ।
9
ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି। ତାହାଙ୍କ ପୁତ୍ର ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜୀବନରେ ସହଭାଗୀ ହେବା ପାଇଁ ସେ ତୁମ୍ଭମାନଙ୍କୁ ବାଛିଛନ୍ତି।
10
କରିନ୍ଥୀ ମଣ୍ଡଳୀରେ ସମସ୍ୟା ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନିବେଦନ କରେ ଯେ, ତୁମ୍ଭେମାନେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ୱାରା ତୁମ୍ଭମାନଙ୍କ ଭିତରେ କୌଣସି ବିଭାଜନ ହେବ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ୟ ସମାନ ହେବା ଦ୍ୱାରା ତୁମ୍ଭେମାନେ ସମ୍ପୂର୍ଣ୍ଣ ସଂଯୁକ୍ତ ହୁଅ।
11
ହେ ଭାଇ ଓ ଭଉଣୀମାନେ ଖ୍ଳୟୀଙ୍କ ପରିବାରର କେତେକ ଲୋକ ତୁମ୍ଭମାନଙ୍କ ବିଷୟରେ ମୋତେ କହିଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ପରସ୍ପର ବାଦବିବାଦ ଅଛି।
12
ମୁଁ ଏହା କହିବା ଅର୍ଥ: ତୁମ୍ଭମାନଙ୍କ ଭିତରୁ ଜଣେ କୁହେ, “ମୁଁ ପାଉଲଙ୍କର ଅନୁଗାମୀ,” ଆଉଜଣେ କୁହେ “ମୁଁ ଆପଲ୍ଲଙ୍କର ଅନୁଗାମୀ,” ଅନ୍ୟ ଜଣେ କୁହେ, “ମୁଁ କେଫାଙ୍କର ଅନୁଗାମୀ,” ଓ ଅନ୍ୟଜଣେ କୁହେ: “ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ!”
13
ଖ୍ରୀଷ୍ଟଙ୍କୁ ଭାଗଭାଗ କରାଯାଇ ନ ପାରେ। ପାଉଲ କ’ଣ ତୁମ୍ଭମାନଙ୍କ ପାଇଁ କ୍ରୁଶ ଉପରେ ପ୍ରାଣତ୍ୟାଗ କରିଥିଲେ କି? ନା! ତୁମ୍ଭେମାନେ କ’ଣ ପାଉଲଙ୍କ ନାମରେ ବାପ୍ତିଜିତ ହୋଇଛି? ନା!
14
ମୁଁ କ୍ରୀଷ୍ପ ଓ ଗାୟଙ୍କ ଛଡ଼ା ତୁମ୍ଭମାନଙ୍କ ମଧ୍ୟରୁ ଆଉ କାହାରିକୁ ବାପ୍ତିଜିତ ନ ଦେଇ ଥିବାରୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ।
15
ଏଥିଲାଗି ଧନ୍ୟବାଦ ଦେଉଛି ଯେ, କେହିହେଲେ ମୋ’ ନାମରେ ତୁମ୍ଭେମାନେ ବାପ୍ତିଜିତ ପାଇଅଛି ବୋଲି କହି ପାରିବ ନାହିଁ।
16
ମୁଁ ସ୍ତିଫାନଙ୍କ ପରିବାରକୁ ମଧ୍ୟ ବାପ୍ତିଜିତ କରିଛି, କିନ୍ତୁ ଆଉ କେଉଁମାନଙ୍କୁ ବାପ୍ତିଜିତ କରିଛି, ତାହା ମନେ ପଡ଼ୁ ନାହିଁ।
17
ଖ୍ରୀଷ୍ଟ ମୋତେ ଲୋକମାନଙ୍କୁ ଡୁବନ କରିବା ଦାୟିତ୍ୱ ଦେଇ ନ ଥିଲେ। ସେ ମୋତେ ସୁସମାଗ୍ଭର ପ୍ରଗ୍ଭର କରିବା ଦାୟିତ୍ୱ ଦେଇ ଥିଲେ। କୌଣସି ପ୍ରକାର ଜାଗତିକ ଜ୍ଞାନର ପୂର୍ଣ୍ଣତାରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କରିବାକୁ ଖ୍ରୀଷ୍ଟ ମୋତେ ପଠାଇ ନ ଥିଲେ; ନଚେତ୍ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶରେ ଥିବା ମହାଶକ୍ତି ବ୍ୟର୍ଥ ହୋଇଯିବ।
18
ଖ୍ରୀଷ୍ଟଙ୍କଠାରେ ଥିବା ପରମେଶ୍ୱରଙ୍କ ଶକ୍ତି ଓ ଜ୍ଞାନ ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ।
19
ଶାସ୍ତ୍ରରେ ଲେଖା ଅଛି: “ମୁଁ ଜ୍ଞାନୀମାନଙ୍କର ଜ୍ଞାନକୁ ନଷ୍ଟ କରିଦେବି। ବୁଦ୍ଧିମାନ ଲୋକମାନଙ୍କର ବୁଦ୍ଧିକୁ ମୂଲ୍ୟହୀନ କରିବି।”
20
ଜ୍ଞାନୀ ଲୋକ କେଉଁଠାରେ ଅଛନ୍ତି? ବିଦ୍ୱାନ୍ ଲୋକ କେଉଁଠାରେ ଅଛନ୍ତି? ବର୍ତ୍ତମାନ ଯୁଗର ଦାର୍ଶନିକ କେଉଁଠାରେ ଅଛନ୍ତି? ପରମେଶ୍ୱର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି।
21
ପରମେଶ୍ୱର ଆପଣା ଜ୍ଞାନରେ ଏହା ଗ୍ଭହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳରେ ପରମେଶ୍ୱରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଗ୍ଭରକୁ ଜଗତ ମୂର୍ଖତା ବୋଲି କୁହେ, ସେହି ବାର୍ତ୍ତା ଯେଉଁମାନେ ବିଶ୍ୱାସ କରୁଛନ୍ତି, ତଦ୍ଦ୍ୱାରା ସେମାନଙ୍କୁ ଉଦ୍ଧାର କରିବାକୁ ଇଚ୍ଛା କଲେ।
22
ଯିହୂଦୀୟମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହାନ୍ତି, ଓ ଗ୍ରୀକ୍ମାନେ ଜ୍ଞାନ ଗ୍ଭହାନ୍ତି।
23
କିନ୍ତୁ ଆମ୍ଭେ ପ୍ରଗ୍ଭର କରୁଛୁ: “ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ବରଣ କଲେ।” ଏ କଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ।
24
କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ଉଭୟ ଯିହୂଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଶକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି।
25
ଏପରିକି ପରମେଶ୍ୱରଙ୍କ ‘ମୂର୍ଖତା’ ମନୁଷ୍ୟର ଜ୍ଞାନଠାରୁ ଅଧିକ ଶକ୍ତିଯୁକ୍ତ। ସେହିପରି ପରମେଶ୍ୱରଙ୍କ ଦୁର୍ବଳତା ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ।
26
ଭାଇ ଓ ଭଉଣୀମାନେ! ଭାବି ଦେଖ, ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରୁ ଅଳ୍ପ କେତେକ ଜାଗତିକ ଭାବରେ ଜ୍ଞାନୀ ଥିଲ, ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ପ୍ରଭାବଶାଳୀ ଥିଲ ଏବଂ ତୁମ୍ଭମାନଙ୍କ ଭିତରୁ ଖୁବ୍ କମ୍ ଲୋକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲ।
27
କିନ୍ତୁ ପରମେଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ଦୁର୍ବଳ ବିଷୟ ଗୁଡ଼ିକୁ ମନୋନୀତ କଲେ।
28
ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ମନୋନୀତ ନ କରି ନୀଚ୍ଚ ଓ ଘୃଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। କାରଣ ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ବିନାଶ କରିବାକୁ ଗ୍ଭହିଁଲେ।
29
ପରମେଶ୍ୱରଙ୍କର ଏପରି କରିବାର କାରଣ ହେଉଛି ଯେ, କୌଣସି ଲୋକ ଯେପରି ତାହାଙ୍କ ଆଗରେ ଗର୍ବ କରି ପାରିବ ନାହିଁ।
30
କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ।
31
ଶାସ୍ତ୍ରରେ ଏହିପରି ଲେଖାଅଛି: “ଯଦି କାହାର ଗର୍ବ କରିବାକୁ ଥାଏ। ତା’ହେଲେ ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।”
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16